ଶ୍ରୀମନ୍ଦିରରେ ମିଳିବ ମାଗଣା ମହାପ୍ରସାଦ

ଶୃଙ୍ଖଳିତ ଦର୍ଶନ ପାଇଁ ଲାଗିବ ଏ.ଆଇକ୍ୟାମେରା

ପୁରୀ,୧୮ା୮(ଏସଏସନିଉଜ)ଶ୍ରୀମନ୍ଦିରକୁ ଆସୁଥିବା ପ୍ରତ୍ୟେକ ଭକ୍ତଙ୍କୁ ମିଳିବ ମାଗଣା ମହାପ୍ରସାଦ । ପ୍ରତ୍ୟେକ ଦିନ ଲକ୍ଷେରୁ ଅଢେଇ ଲକ୍ଷ ଭକ୍ତ ପାଇବେ ପ୍ରସାଦ। ଏଥିପାଇଁ ବିଭିନ୍ନ ଦାତାଙ୍କ ସହ ଆଲୋଚନା ହୋଇଛି।ଏହି ପ୍ରକ୍ରିୟା ଆରମ୍ଭ ହେବା ପରେ ଯେଭଳି ଅଧାରୁ ବନ୍ଦ ନହୁଏ ସେ ଦିଗରେ ଆନୁସଙ୍ଗିକ ବ୍ୟବସ୍ଥା ମାନ ପ୍ରସ୍ତୁତ ହେଉଛିା ଶ୍ରୀମନ୍ଦିର ଆସୁଥିବା ପ୍ରତ୍ୟେକ ଭକ୍ତ ଅବଢ଼ା ଟିକିଏ ପାଇପାରିବେ ସେନେଇ ବ୍ୟବସ୍ଥା କରାଯାଉଛି ବୋଲି ଆଇନମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କହିଛନ୍ତି।ଏହାସହ ଶ୍ରୀମନ୍ଦିର ଭକ୍ତଙ୍କ ଗହଳି ଓ ଭିଡ଼ ନିୟନ୍ତ୍ରଣପାଇଁ ଲଗାଯିବ ଏ.ଆଇକ୍ୟାମେରା। ଏହାଦ୍ୱାରା ଦର୍ଶନ ବ୍ୟବସ୍ଥା ଶୃଙ୍ଖଳିତ ହେବ।ପୁରୀରେ ରଥସେବା ସମ୍ମାନ-୨୦୨୪ କାର‌୍ୟ୍ୟକ୍ରମରେ ଯୋଗଦେବା ଅବସରରେ ଏହି ସୂଚନାଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନା

- Advertisement -

Leave A Reply

Your email address will not be published.