ମେଣ୍ଢାଶାଳ,୧୭/୮(ଏସଏସନିଉଜ)ଚନ୍ଦକାଥାନା ଅଧିନସ୍ଥ ଲୋଟସ ଏଭେନ୍ୟୁ ଆପର୍ଟମେଣ୍ଟର ୨ଟି ଫ୍ଲାଟରୁ ତାଲାଭାଙ୍ଗି ଚୋରୀହେବାର ୧୨ଦିନ ବିତିଯାଇଥିଲେ ମଧ୍ୟ ଅଦ୍ୟାବଧି ଚୋରମାନଙ୍କ ପତା କିମ୍ବା ଚୋରୀସାମଗ୍ରୀ ଉଦ୍ଧାର କରିବାରେ ସଫଳ ହୋଇପାରିନାହିଁ ପୋଲିସ ।
ପ୍ରକାସଯେ, ଗତ୫ତାରିଖବିଳମ୍ଭିତରାତିରେ ୪ଜଣ ମୁଖାପିନ୍ଧା ଚୋର ଲୋଟସ ଏଭେନ୍ୟୁ ଆପାର୍ଟମେଟଭିତରେ ପଶିଥିଲେ ।ଏହାଜାଣିପାରି ଦାୟିତ୍ୱରେ ଥିବା ସୁରକ୍ଷାକର୍ମୀମାନେ ସେମାନଙ୍କୁ ବିରୋଧ କରିଥିଲେ ।କିନ୍ତୁ ମୁଖାପନ୍ଧା ଚୋରମାନେ ସେମାନଙ୍କୁ ଭୁଜାଲିରେ ହାଣିଦେବାକୁ ଉଦ୍ୟମକରିବାସହ ବୋମିଂକରିବାକୁ ଧମକ ଦେଇଥିଲେ ।ସୁରକ୍ଷାକର୍ମୀମାନଙ୍କୁ ଭୟଭିତକରି ଏକ ଜାଗାରେ ରଖି ଅନ୍ୟ୩ଜଣ ମୁଖାପନ୍ଧା ଚୋରମାନେ ଆପର୍ଟମେଣ୍ଟର ରୁମନଂ୨୦୫ ଓ ୪୦୭କୁ ଯାଇଥିଲେ ।ଉଭୟଘରମାଲିକ ଘରେ ନଥିବାରୁ ବାହରପଟୁ ତାଲାପଡିଥିଲ।। ଏହିସୁଯୋଗରେ ଚୋରମାନେ ରୁମର ତାଲାକୁଭାଙ୍ଗି ଭିତରେ ପଶିଥିଲେ ।ଆଲମିରାକୁଭାଙ୍ଗି ତାଭିତରେ ଥିବା ଲକ୍ଷାଧିକଟଙ୍କାର ସୁନାଅଳଙ୍କାର ଓ ଟଙ୍କା ପଇସା ଲୁଟିନେଇ ପଳାଇଯାଇଥିଲେ ।ସେଥିମଧ୍ୟରୁ ଅଭୟଚରଣମହାନ୍ତି ଓ ଅନ୍ୟଜଣେ ଘରମାଲିକ ଘରକୁ ଫେରିବାପରେ ଗୁରୁବାରଦିନ ଥାନାରେ ଲିଖିତଅଭିଯୋଗ କରିଛନ୍ତି ।ଚନ୍ଦକାପୋଲିସ ୨୮୮/୨୪କେଶନଂରେ ଏକ ମକଦ୍ଦମାରୁଜୁକରି ତଦନ୍ତ ଆରମ୍ଭକରିବାସହ ସୁରକ୍ଷାକର୍ମୀମାନଙ୍କୁ ପଚରାଉଚରାକରିବାସହ ଲାଗିଥିବା ସିସିକ୍ୟାମେରାକୁ ଯାଂଚ କରି ତଦନ୍ତଆରମ୍ଭ କରିଥିଲେ ମଧ୍ୟ ଚୋରମାନଙ୍କୁ ଧରିବାରେ ସକ୍ଷମ ହୋଇପାରିନଥିବାର ଜଣାପଡିଛି ।(ପଦ୍ମଚରଣ ବଡଜେନାଙ୍କରିପୋର୍ଟ)
Prev Post
Next Post
