ବାରଙ୍ଗ,୧୭/୮(ଏସଏସନିଉଜ)ପ୍ରାଣୀଉଦ୍ୟାନ ନନ୍ଦନକାନନକୁ ଆସିବାକୁଯାଉଛି ହଳେ ଜିରାଫ ।ଦୀର୍ଘଦିନର ବ୍ୟବଧାନପରେ ଖୁସିକୁ ମିଳିବାକୁଯାଛି ତାର ସାଥି । ସାଥିବିନା ନିସଙ୍ଗ ଜୀବନ ଜିଉଥିବା ଖୁସିକୁ ୧୧ଜୁଲାଇ୨୦୧୨ମସିହାରେ ଦେଢବର୍ଷର ହୋଇଥିବାବେଳେସିମ୍ଡାଜିଖୁସିକୁ ନନ୍ଦନକାନନକୁ ଅଣାଯାଇଥିଲା ।ପଶୁପକ୍ଷୀଅଦଳବଦଳପ୍ରକିୟାରେ ଖୁସିପାଇଁ ନନ୍ଦନକାନନକୁ ସିମ୍ପାଜି କାର୍ତିକ ଓ ସୁଭଦ୍ରାକୁ ଦେବାକୁପଡିଥିଲା । କଲିକତାରୁ ଖୁସିପାଇଁ ୬ବର୍ଷବୟସ୍କଜୟନାମକ ଜିରାଫକୁ ୨୪ଫ୍ରେବୁଆରୀ୨୦୧୬ରେ ନନ୍ଦନକାନନକୁ ଅଣାଯାଇଥିବାବେଳେ ଆସିବାର ୪ଦିନପରେ ମୃତ୍ୟୁବରଣ କରିଥିଲା ।ସେହିଦିନଠାରୁ ସାଥିକୁ ଅପେକ୍ଷାକରି ଜିବନ ଜିଉଥିବା ଖୁସି ଏବେ ସାଥିପାଇବାକୁ୍ ଯାଉଛି ।ନନ୍ଦନକାନନର ୪ଜଣିଆ ଦଳ କଲିକତା ଅଭିମୁଖେ ଶୁକ୍ରବାରଦିନ ଯାତ୍ରା ଆରମ୍ଭ କରିଛନ୍ତି ।ଏମାନେ ନୁଆକରିଆସିବାକୁ ଥିବା ଜିରାଫକୁ କେଉଁ ବାଟରେ ଆଣିବେ ଓ ଆଣିବାର ବାଟରେ ବିଦ୍ୟୁତତାର ଯେପରି ପ୍ରତିବନ୍ଧକ ସୃଷ୍ଟିନକରିବ ଓ ଜିରାଫର ଉଚ୍ଚତା କୁଆୟୁଧ କରିକେଜ ନିର୍ମାଣ ଆଦି ବିଷୟରେ ତର୍ଜମା ଓ ଆକଳନ କରିବେ ।ଯାଇଥିବା ଟିମ ରବିବାରଦିନ ନନ୍ଦନକାନନ ପତ୍ୟାବର୍ତନ କରିବେ ବୋଲି ଜଣାପଡିଛି ।ଅନ୍ୟପଟେ ନନ୍ଦନକାନନରେ ପର୍ଯ୍ୟଟକମାନଙ୍କପାଇଁ ଅନ୍ୟତମ ଆକର୍ଷକ ସାଜିଥିବା ସିମ୍ପାଜି ଜୁଲୁଅସୁସ୍ଥ ଥିବାର ଜଣାପଡିଛି ।ଶୁକ୍ରବାରଠାରୁ ସେ ଅସୁସ୍ଥହବୋସହ ବାନ୍ତି କରିବା ଆରମ୍ଭ କରିବାପରେ ଏଠାକାର ଡାକ୍ତରମାନଙ୍କ ସହ ଜନ୍ତୁବିଭାଗର ଚିନ୍ତା ବଢିଯାଇଛି ।ଶନିବାରଦିନ ଓୟୁଏଟିର ଏକ ଡାକ୍ତରୀଦଳ ଆସି ଜୁଲୁର ସ୍ୱାସ୍ଥ୍ୟବସ୍ଥା ଅନୁଧ୍ୟାନ କରିବାସହ ସାଲାଇନ ଓ ଇଞେକସନ ଆଦି ଦେଇଥିବାର ଜଣାପଡିଛି ।ସାଢେ୫ବର୍ଷର ହୋଇଥିବା ଅଣ୍ଡିରାସିମ୍ପାଜିଜୁଲୁ ଓ ସାଢେ୩ବର୍ଷର ହୋଇଥିବା ମାଇସିମ୍ପାଜି ପାମ୍ପେଟାକୁ ସିଙ୍ଗାପୁର ଚିଡିଆଖାନାରୁ ୪ଘଡିଆଳ ୨ଦେଶୀଭାଲୁ ବଦଳରେ ୧୬ମଇ ୧୯୯୪ମସିହାରେ ନନ୍ଦନକାନନକୁ ଅଣାଯାଇଥିଲା
