୬ଜୁନ୨୦୨୫,ଶୁକ୍ରବାର,ଆଜିର ରାଶିଫଳ
ମେଷ:-ପାରିବାରିକ ଦାୟିତ୍ବ ନିର୍ବାହ କରିପାରିବେ।ଚାକିରି ବଦଳାଇବା ଲାଗି ଭାବିପାରନ୍ତି।କଳାକ୍ଷେତ୍ରରେ ଥିବା ଲୋକଙ୍କଲାଗି ଦିନଟି ଭଲ ରହିବ।
ବୃଷ:-କୌଣସି ନୂଆ ଦାୟିତ୍ବ କାନ୍ଧକୁ ଆସିପାରେ। ସାମାଜିକ ପରିସର ବୃଦ୍ଧି ହେବ। ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। ସନ୍ଧ୍ୟାରେ ଜୀବନସାଥୀ ସହ ଆନନ୍ଦମୟ ସମୟ କାଟିବେ।
ମିଥୁନ:-କୌଣସି କଥା ନେଇ ଚିନ୍ତିତ ରହିବେ। ସାଥିରେ କାମ କରୁଥିବା ଲୋକ ସାହାଯ୍ୟ କରିବେ। ପରିବାର ଲୋକଙ୍କ ସହ ମହତ୍ତ୍ବପୂର୍ଣ୍ଣ ବିଷୟ ନେଇ କଥାବାର୍ତ୍ତା କରିବେ।
କର୍କଟ:-ନିଜର ପରିସର ବୃଦ୍ଧି ପାଇଁ ଯଥା ସମ୍ଭବ ପ୍ରୟାସ କରିବେ। ଟ୍ରାଭେଲ ଏଜେନ୍ସି ବ୍ୟବସାୟୀଙ୍କର ଉନ୍ନତି ହେବ। ଜୀବନସାଥୀଙ୍କ ସହ ଆପଣଙ୍କ ସମ୍ବନ୍ଧ ମଧୁର ହେବ।
ସିଂହ:-ଆପଣଙ୍କର ସବୁ ସମସ୍ୟାର ନିବାରଣ ହେବ। ନୂଆ କାମ କରିବା ଲାଗି ଭାବି ପାରନ୍ତି। ବିଶେଷ ସ୍ଥାନରେ ଆପଣଙ୍କର ପ୍ରଶଂସା ହେବ। ବିବାହିତଙ୍କ ଲାଗି ସ୍ଥିତି ଭଲ ରହିବ।
କନ୍ୟା:-ମନ ଭିତରେ ଦବି ରହିଥିବା କଥାକୁ ସମ୍ମୁଖକୁ ଆଣନ୍ତୁ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ପାରିବାରିକ ଜୀବନରେ ଖୁସି ଆସିବ। ଛାତ୍ରଛାତ୍ରୀ ପଢ଼ାରେ ବ୍ୟସ୍ତ ରହିବେ।
ତୁଳା:-ଛୋଟିଆ ସୁଯୋଗ ଆପଣଙ୍କୁ ଧନୀ ବନାଇପାରେ। ଉନ୍ନତିର କୌଣସିସୁଯୋଗ ହାତଛଡ଼ା କରନ୍ତୁ ନାହିଁ।ସାମାଜିକ କାର୍ଯ୍ୟ କରିବାଲାଗି ଆପଣଙ୍କର ରୁଚି ବଢ଼ିବ।
ବିଛା:-ନିଜ ପରିସରରୁ ବାହାରି ବଡ଼ ଲୋକଙ୍କ ସହିତ ମିଶନ୍ତୁ। ଅଫିସ ଯିବାସମୟରେ ଜିନିଷ ଓ ଜରୁରୀ କାଗଜପତ୍ର ନେବାକୁ ଭୁଲନ୍ତୁ ନାହିଁ।ଶିକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ।
ଧନୁ:-ପୂଜାପାଠରେ ସମୟ ବିତିବ।ନିଜରମାନ ପ୍ରତିଷ୍ଠା ବଜାୟ ରଖିବାଲାଗି ସାମାଜିକ କାର୍ଯ୍ୟରେ ସହଯୋଗ କରନ୍ତୁ। ଘରୋଇ ଚାକିରିଆଙ୍କୁ ନୂଆ ଚାକିରିର ପ୍ରସ୍ତାବ ମିଳିପାରେ।
ମକର:-ବ୍ୟବସାୟୀଙ୍କୁ ବିଶେଷ ସଫଳତା ହାସଲହେବ। ଚାକିରିରେ କାର୍ଯ୍ୟଦକ୍ଷତାଲାଗି ଅଧିକାରୀଙ୍କ ଠାରୁ ପୁରସ୍କାର ପାଇପାରନ୍ତି। ସଙ୍ଗୀତଜ୍ଞ ଭଲ ପ୍ରଦର୍ଶନ କରିବେ।
କୁମ୍ଭ:-ବେପାରୀବର୍ଗଙ୍କର ଆମଦାନି ବଢ଼ିପାରେ।ଚାକିରିଆଙ୍କ ଲାଗି ଦିନଟି ଭଲ।ଉନ୍ନତିର ଅବସର ପାଇବେ।ରାଜନୀତିରେ ସଫଳତା ପାଇବେ। ଜୀବନସାଥୀଙ୍କୁ ଉପହାର ଦେବେ।
ମୀନ:-ଅତୀତସ୍ମୃତି ତାଜା ହେବ। ଆପଣ ନିଜରସ୍ଥିତି ମଜଭୁତ କରିପାରିବେ।ଘରେ କୌଣସି ପ୍ରକାର ସୁଧାର କରିପାରନ୍ତି। ସାମାଜିକକ୍ଷେତ୍ରରେ ମାନସମ୍ମାନ ବଢ଼ିବ।

ଘରର ଦକ୍ଷିଣଦିଗରେ ଏହା ରହିଲେ ମହାବିପଦ…
ଵାସ୍ତୁଶାସ୍ତ୍ର ଅନୁସାରେ ଦକ୍ଷିଣଦିଗକୁ ପିତୃପୁରୁଷଙ୍କ ଦିଗ କୁହାଯାଏ ଏବଂ ଏଠାରେ ଏପରି ଜିନିଷ ରଖିବା ଦ୍ୱାରା ପରିବାରସଦସ୍ୟଙ୍କ ଉପରେ ପିତୃଦୋଷ ଲାଗିପାରେ ।ବାସ୍ତୁ ଅନୁସାରେ ଦକ୍ଷିଣଦିଗର ଉପାଦାନ ହେଉଛି ଅଗ୍ନି ଏବଂ ଅଗ୍ନିର ସୂଚକ ହେଉଛି ଲାଲରଙ୍ଗ ।ତେଣୁ ଦକ୍ଷିଣ ଦିଗ ଲାଲରଙ୍ଗ ସହିତ ଜଡିତ । ଏହିଦିଗ ଗ୍ରୀଷ୍ମଋତୁ ସହିତ ମଧ୍ୟ ଜଡିତ।ଉଭୟ ଅଗ୍ନି ଏବଂ ନାଲି ରଙ୍ଗ ଗ୍ରୀଷ୍ମସମୟରେ ଅଧିକ ସମୃଦ୍ଧ ହୋଇଥାଏ।ଦକ୍ଷିଣଦିଗରେ ଲାଲ ରଙ୍ଗ କରିବା କିମ୍ବା ଲାଲରଙ୍ଗର ଜିନିଷ ରଖିବା ଏହିଦିଗ ସହିତ ଜଡିତ ଉପାଦାନଗୁଡ଼ିକପାଇଁ ଶୁଭ ଫଳାଫଳ ଦେଇଥାଏ।ଏହି ଜିନିଷକୁ ଘରର ଦକ୍ଷିଣଦିଗରେ ରଖନ୍ତୁ ନାହିଁ…
୧.ଯନ୍ତ୍ର (machines)-ଇଲେକ୍ଟ୍ରୋନିକ୍ ଜିନିଷ ଏବଂ ଯନ୍ତ୍ରଗୁଡ଼ିକୁ ଘରର ଦକ୍ଷିଣଦିଗରେ ରଖିବା ଉଚିତ୍ ନୁହେଁ।ଏହି କାରଣରୁ ପରିବାର ମଧ୍ୟରେ ଥିବା ସମ୍ପର୍କରେ ଦୂରତା ଦେଖାଯିବା ଆରମ୍ଭ କରେ ।
୨.ପୂଜାଘର-ପୂଜାଘରକୁ ସର୍ବଦା ଘରର ଉତ୍ତର-ପୂର୍ବଦିଗରେ ରଖିବା ଉଚିତ୍ ।ଭୁଲରେ ମଧ୍ୟ ପୂଜାଘରକୁ ଘରର ଦକ୍ଷିଣଦିଗରେ ରଖନ୍ତୁନାହିଁ । ଏହିଦ୍ଵାରା ତୁମେ ପୂଜାପାଠର ଫଳାଫଳ ପାଇବନାହିଁ ଏବଂ ତୁମର ମାନସିକ ମଧ୍ୟ ପୂରଣ ହେବନାହିଁ ।
୩.ଶୟନକକ୍ଷ-ବାସ୍ତୁଅନୁସାରେ ଦାମ୍ପତ୍ୟଜୀବନକୁ ଠିକ ରଖିବାପାଇଁ ଶୋଇବାଘରର ଭୂମିକା ଅତ୍ୟନ୍ତ ମହତ୍ୱପୂର୍ଣ ।ଶୋଇବାଘରକୁ କେବେବି ଘରର ଦକ୍ଷିଣଦିଗରେ ରଖନ୍ତୁନାହିଁ ।କେବଳ ଏହାନୁହେଁ ଶୋଇବାଘରେ ଥିବା ଶଯ୍ୟା ମଧ୍ୟ ଦକ୍ଷିଣଦିଗରେ ରହିବା ଉଚିତନୁହେଁ ।ଏହା ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କକୁ ନଷ୍ଟ କରିଦିଏ ଏବଂ ଅନିଦ୍ରା ଜନିତ ରୋଗ ସୃଷ୍ଟି କରିପାରେ ।
୪.ଜୋତାଚପଲ-ବାସ୍ତୁଅନୁଯାୟୀ ଜୋତାଚପଲ କିମ୍ବା ଜୋତାଥାକ ଘରର ଦକ୍ଷିଣଦିଗରେ ରଖିବା ଉଚିତ୍ ନୁହେଁ ।ଏହା ପୂର୍ବପୁରୁଷ ମାନଙ୍କୁ ଅପମାନିତକରେ ।ଆହୁରି ମଧ୍ୟ, ଛୋଟଛୋଟ ବିଷୟକୁ ନେଇ ବିବାଦ ଦେଖାଦେଇଥାଏ, ଘରର ସୁଖଶାନ୍ତି ନଷ୍ଟ ହୋଇପାରେ।
୫.ତୁଳସୀଗଛ-ଯଦି ଘରେ ତୁଳସୀ ଗଛ ଅଛି ତେବେ ଏହାକୁ ଦକ୍ଷିଣ ଦିଗରେ ରଖନ୍ତୁନାହିଁ।ଏହା ହେଉଛି ପିତୃପୁରୁଷଙ୍କ କୋଣ ଏବଂ ଏଠାରେ ତୁଳସୀଗଛ ଲଗାଇବାଦ୍ୱାରା ଲାଭଅପେକ୍ଷା କ୍ଷତି ହେବାର ସମ୍ଭାବନା ଅଧିକ ହୋଇଥାଏ ।
!!ଜୟ ଜଗନ୍ନାଥ,ଜୟ ସୋମନାଥ, ଜୟ ମା ଯୋଗମାୟା!!

