ବିଶ୍ଵ ପର୍ଯ୍ୟାବରଣ ଦିବସ ପାଳିଲା

ଶ୍ରୀଶ୍ରୀ ଆୟୁର୍ବେଦ ମହାବିଦ୍ୟାଳୟ

ବାରଙ୍ଗ,୫।୬(ଏସଏସନିଉଜ) ଶ୍ରୀଶ୍ରୀ ଆୟୁର୍ବେଦ ମହାବିଦ୍ୟାଳୟ ତରଫରୁ ବିଶ୍ଵ ପର୍ଯ୍ୟବରଣ ଦିବସ ପାଳନ ଅବସରରେ ଏକ ସେମିନାର ଆୟୋଜନ କରାଯାଇଥିଲା ।ଏହି ଆଲୋଚନାରେ ଏଗ୍ରିକଲ୍ଚର୍ ବିଭାଗର ଆସୋସିଏଟ୍ ପ୍ରଫେସର ସନ୍ଦିପ ରାଉତ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପର୍ଯ୍ୟାବରଣ ରକ୍ଷାକରିବା ବିଷୟରେ ପରାମର୍ଶ ଦେଇଥିଲେ।ପ୍ଳାଷ୍ଟିକ ପ୍ରଦୂଷଣର ଦୂରଗାମୀ ପ୍ରଭାବ ଏବଂ ନିରାକରଣ ବିଷୟରେ ପ୍ରଫେସର ଅଭୟ କୁମାର ମିଶ୍ର ଏବଂ ପ୍ରଫେସର ରମାକାନ୍ତରାଉତ ବକ୍ତବ୍ୟ ପ୍ରଦାନ କରିଥିଲ।ପ୍ରାରମ୍ଭରେ ମହାବିଦ୍ୟାଳୟ ଡିନ୍ ପ୍ରଫେସର ପ୍ରଦୀପ କୁମାର ପଣ୍ଡା ଅତିଥିମାନଙ୍କୁ ସ୍ୱାଗତ କରିଥିଲେ ଏବଂ ଡେପୁଟି ଡିନ୍ ପ୍ରଫେସର ଦୁର୍ଗା ପ୍ରସାଦ ଦାଶ ପର୍ଯ୍ୟାବରଣ ଦିବସର ପାଳନର ଗୁରୁତ୍ୱ ଏବଂ ମାନବ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ବିଷୟରେ ଆଲୋଚନା କରିଥିଲେ। ଶେଷରେ ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ତେଜ୍ ପ୍ରତାପସିଂ ଦ୍ୱାରା ମହାବିଦ୍ୟାଳୟ ଭେଷଜ ଉଦ୍ୟାନରେ ଔଷଧିୟ ବୃକ୍ଷ ରୋପଣକାର୍ଯ୍ୟ କରାଯାଇଥିଲା ।ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଡାକ୍ତରବୃନ୍ଦ ଏବଂ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।
(ଜ୍ଞାନଜିତ ରାଉତଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.