ଆଜିର ରାଶିଫଳ

ବେଡରୁମରେ ଏହି ସବୁ ଭୁଲ ଥିଲେ ହୋଇଯିବେ ଦରିଦ୍ର

ଜୁଲାଇମାସ ୧୯ତାରିଖ ୨୦୨୫ ମସିହା(ଶନିବାର)ଶ୍ରାବଣମାସ- କୃଷ୍ଣପକ୍ଷ,ତିଥି- ନବମୀ ଦିବା ଘ୦୨/୫୨ ଗତେ ଦଶମୀ, ସୁର୍ୟୋଦୟ-ପ୍ରାତଃ ଘ୦୫/୨୨ /୦୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୫ /୦୫,ଯୋଗିନୀ ପୂର୍ବେ ଦିବା ଘ୦୨ /୫୨;ଗତେ ଉତ୍ତରେ,ମେଷ ରାଶିର ଘାତଚନ୍ଦ୍ର,ବୃଷ,ସିଂହ ଓ କନ୍ୟା ରାଶିର ଘାତବାର,ନବମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ଓ ଦଶମୀର ପାର୍ବଣଶ୍ରାଦ୍ଧ,
କାଳବେଳା -ଦିବା ଘ୦୬/୫୨ ମଧ୍ୟେ ଓ ଦିବା ଘ୦୪/୪୪ଗତେ ଘ୦୬/୨୪ମଧ୍ୟେ,ବାରବେଳା- ଦିବା ଘ୦୧/୨୬ଗତେ ଘ୦୩/୦୫ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୯/୨୧ ଗତେ ଘ୧୨/୩୩ମଧ୍ୟେ ଓ ରାତ୍ରି ଘ୦୮/୪୮ ଗତେ ଘ୧୧/୧୧ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ନାସ୍ତି,ଅଦ୍ୟ ଲାଉଭକ୍ଷଣ ନିଷେଧ।
ମେଷ👉ଆଜି ପ୍ରଶାସନ, ପରିବହନ ଓ ବିବାଦୀୟ କ୍ଷେତ୍ରରେ ସମାଧାନପାଇଁ ଚେଷ୍ଟାକରି ହେବେ। ଲକ୍ଷ୍ୟସ୍ଥଳକୁ ଯିବା ରାସ୍ତାରେ ମିତ୍ରତା ସ୍ଥାପନ କରିବାର ସୁଯୋଗ ପାଇବେ ଆପଣଙ୍କୁ ସମ୍ମୁଖରେ ଭଲଭଲ କହୁଥିବା ଲୋକଟି ପଛରେ ବିଭିନ୍ନ ପ୍ରକାରର କଥା କହୁଥିବାର ଶୁଣି ଅଶାନ୍ତି ଅନୁଭବ କରିବେ।
ବୃଷ👉ଆଜି ଅଫିସରେ କାର୍ଯ୍ୟ ବ୍ୟସ୍ତତା ଯୋଗୁ କେତେକ କାମ ଠିକ୍‌ ସମୟରେ କରିପାରିବେ ନାହିଁ।କର୍ମକ୍ଷେତ୍ରରେ ଆପଣଙ୍କୁ ଅର୍ଥଲାଭ ସହ କର୍ମକ୍ଷେତ୍ରକୁ ଋଦ୍ଧିମନ୍ତ ହେବ। ଆପଣଙ୍କ ବ୍ୟସ୍ତତାକୁ ହୃଦୟଙ୍ଗମ କରି କୌଣସି ବନ୍ଧୁ ଅଥବା ପାଖ ପଡୋଶୀମାନେ ସହଯୋଗର ହାତ ବଢାଇପାରନ୍ତି।
ମିଥୁନ👉ଆଜି ନିଜ ସଂସ୍ପର୍ଶରେ ଆସୁଥିବା କୌଣସି ବ୍ୟକ୍ତିଙ୍କୁ ଅପ୍ରିୟସତ୍ୟ କହି ତିକ୍ତତା ସୃଷ୍ଟି କରିପାରନ୍ତି। ରାଜନୀତି, ସଂଗଠନ, ସଭାସମିତି ଓ ଆନୁଷ୍ଠାନିକ କ୍ଷେତ୍ରରେ ନୂତନ କାମ ଆରମ୍ଭ କରି ପ୍ରଶଂସିତ ହେବେ । ସ୍ତ୍ରୀଙ୍କ ସୌହାର୍ଦ୍ଦ୍ୟରୁ ପାରିବାରିକ ଜୀବନ ସୁଖ ସନ୍ତୋଷରେ କଟିବ।
କର୍କଟ👉ଆଜି ମାନସିକ ଅସ୍ତିରତା ଓ ବ୍ୟସ୍ତତା ମଧ୍ୟରେ ସମୟ ଅତିବାହିତ ହୋଇପାରେ । ସଭା ସମିତିରେ ଜଣେ ପ୍ରତିଷ୍ଠାବାନ୍‌ ବ୍ୟକ୍ତିଙ୍କ ସାନ୍ନିଧ୍ୟଲାଭ କରି ଆନନ୍ଦିତ ହୋଇପାରନ୍ତି।ମାଲିମକଦ୍ଦମା ବାଣିଜ୍ୟ,ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ବିଦ୍ରୋହ ଉପୁଜିପାରେ। ପ୍ରତିଯୋଗିତାରେ ସଫଳତା ଅର୍ଜନ କରିବେ।
ସିଂହ👉ବିଭିନ୍ନ ପ୍ରକାରର ଯୋଜନା କରିବା ସକାଶେ ଚିନ୍ତାକଲେ ମଧ୍ୟ ପ୍ରତିକୂଳ ପାରିପାର୍ଶ୍ୱିକ ସ୍ଥିତି ତାହା କରାଇଦେଇ ନ ପାରେ। ପୂର୍ବରୁ ରହିଥିବା ଋଣ ଭାରରେ ଅତିଷ୍ଠ ହେବେ ମାତ୍ର ପରିଶୋଧ କରିବାର ରାସ୍ତା ଖୋଜି ପାଇ ପାରିବେ ନାହିଁ। ସମସ୍ୟା ସରଳ ସମାଧାନ କରିବାରେ ସଫଳ ହେବେ।
କନ୍ୟା👉ଆଜି ଦିନଟିରେ ଯାହା କିଛି ପାଇବାର ଆଶା କରିବେ ତାହା ପୂରଣ ହୋଇପାରିବ। ଜମା ପଡୁ ନ ଥିବା ବନ୍ଧୁ କିମ୍ବା ଶତ୍ରୁତା କରୁଥିବା ଲୋକଟିର କଥା ମନକୁ ବାଧିପାରେ। ବ୍ୟବସାୟ କ୍ଷେତ୍ରରେ ଅଧିକ କିଛି ଆଶା ମନରେ ଦୁଃଖ ଦେଇପାରେ।ଆଜି ଭ୍ରାତୃବିବାଦ କିମ୍ବା ଜମିଜମା ବିବାଦ ଦେଖାଦେଇ ପାରେ।
ତୁଳା👉ସାମାନ୍ୟ ପ୍ରତିବନ୍ଧକ ମଧ୍ୟରେ ବନ୍ଧୁଙ୍କ ନିକଟରୁ ଆସାକରିଥିବା ଅର୍ଥପ୍ରାପ୍ତି ହେବ। ବିଭିନ୍ନ ପ୍ରକାରର ଚିନ୍ତା ଓ କଳ୍ପନା କରି କେବଳ ଭାବି ଭାବି ସମୟ କଟାଇବେ। ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଥିବା କୌଣସି ବନ୍ଧୁଙ୍କୁ ହଁ କରିପାରିବେନି କିମ୍ବା ନାହିଁ ମଧ୍ୟ କରି ପାରିବେନି। ଫେରି ଯାଉଥିବା ବନ୍ଧୁଟି ବାଟରୁ ଲେଉଟି ଆସିବେ।
ବିଛା👉ଆଜି ପରିବହନ, ଶିଳ୍ପ ଓ ବ୍ୟବସାୟ, ବାଣିଜ୍ୟରେ ପ୍ରତିବନ୍ଧକ ଦୂରେଇବା ପାଇଁ ପ୍ରଯନତ୍ କରିବେ। ନିଜ ପରିବାରର ସଦସ୍ୟମାନଙ୍କ ଠାରୁ କିମ୍ବା ସହକର୍ମୀଙ୍କ ତରଫରୁ ସମସ୍ୟା ଆସିପାରେ। ଘରୋଇ ବ୍ୟାପାରରେ ପଡୋଶୀଙ୍କ ମିଥ୍ୟା ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେବ।
ଧନୁ👉କୌଣସି ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ।ଅଫିସରେ ସହକର୍ମୀ ମାନଙ୍କ ସହ ମିଷ୍ଟାଳାପରେ ମାତି ରହିବେ ଓ ସମୟ ଅବଶ୍ୟ ଖୁସିରେ କଟିଯିବ। ପିଲାମାନଙ୍କ ଶିକ୍ଷା ଓ ଅନ୍ୟାନ୍ୟ କୃତିତ୍ୱର ସଫଳତାରେ ଆନନ୍ଦ ଅନୁଭବ କରିବେ। ବାଟରେ ଯିବା ସମୟରେ ଯାନ୍ତ୍ରିକ ତ୍ରୁଟି ଅସୁବିଧାରେ ପକାଇପାରେ।
ମକର👉ଆଜି ଅସାବଧାନତା ହେତୁ ଦ୍ରବ୍ୟ ଓ ଧନହାନି ଘଟି ପାରେ।ପ୍ରିୟ ବନ୍ଧୁଟିର ସାନ୍ନିଧ୍ୟ ଲାଭ କରି ଏକପ୍ରକାର ଅହେତୁକ ଆନନ୍ଦ ଅନୁଭବ କରିବେ। କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀମାନେ କାମହାସଲ ସକାଶେ ଆପଣଙ୍କ ସହଯୋଗ ଲୋଡ଼ିପାରନ୍ତି। ବାଣିଜ୍ୟ, ବ୍ୟବସାୟ, ସଭାସମିତି ପ୍ରଭୃତିରୁ ସୁଫଳ ପାଇବେ ।
କୁମ୍ଭ👉ଆଜି ଧନହାନି, ପରିବହନରେ ତର୍କ ବିତର୍କ ଓ ସାଧାରଣ କଥାକୁ କେନ୍ଦ୍ରକରି ବିତର୍କର ସୂତ୍ରପାତ ଘଟିପାରେ। ସାହିତ୍ୟ, ସାମ୍ବାଦିକତା,ଚଳଚ୍ଚିତ୍ର ଓ ରାଜନୀତି କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ।ନିଜଲୋକ ମାନଙ୍କ ପରୋକ୍ଷ ବିରୁଦ୍ଧାଚରଣ ମନକୁ ବେଶି ବାଧିବ।
ମୀନ👉ଆଜି ମନ ଅସ୍ଥିର ରହିବ। କର୍ମକ୍ଷେତ୍ରରେ ଆପଣ ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି ବାସ୍ତବରେ ସେପରି କିଛି ହେବନି। ପରିସ୍ଥିତି ବଶତଃ ଧାର, କରଜ କରି ଆବଶ୍ୟକତାକୁ ଚଳାଇ ନେବାକୁ ବାଧ୍ୟ ହେବେ। ଅନ୍ୟମନସ୍କ ହେତୁ କୌଣସି ଭୁଲ୍‌ କାମ କରିବେ।

ବାସ୍ତୁଶାସ୍ତ୍ର ଅନୁସାରେ ବେଡରୁମରେ ଏହିସବୁ ଭୁଲ ଥିଲେ ଦାରିଦ୍ର୍ୟତା ମାଡିଆସିଥାଏ । ବେଡରୁମ ବା ଶୟନକକ୍ଷ କେବଳ ଆରାମ କରିବାର ସ୍ଥାନନୁହେଁ ବରଂ ଏହା ସକାରାତ୍ମକଶକ୍ତିର କେନ୍ଦ୍ର ।ଏପରି ପରିସ୍ଥିତିରେ ଶୟନକକ୍ଷରେ ଏହିଭଳି ଭୁଲହେଲେ ଆର୍ଥିକସଙ୍କଟ,ଚାପ ଏବଂ ଦାରିଦ୍ର୍ୟଭଳି ସମସ୍ୟା ଦେଖାଦେଇଥାଏ।
ଭୁଲଦିଗର ବିଛଣାପକାଇବା:-ବାସ୍ତୁଅନୁସାରେ, ଶୟନକକ୍ଷର ଦିଗ ବହୁତ ଗୁରୁତ୍ୱପୂର୍ଣ୍ଣ। ଉତ୍ତରଦିଗକୁ ମୁଣ୍ଡକରି ଶୋଇବା ଉଚିତ୍ ନୁହେଁ କାରଣ ଏହା ନକାରାତ୍ମକଶକ୍ତିକୁ ଆକର୍ଷିତ କରେ ଏବଂ ଆର୍ଥିକକ୍ଷତିର କାରଣ ହୋଇପାରେ। ଏହାବଦଳରେ ଦକ୍ଷିଣ କିମ୍ବା ପୂର୍ବଦିଗକୁ ମୁଣ୍ଡକରି ଶୋଇବାଉଚିତ୍। ଏହା ଶାରୀରିକ ଏବଂ ମାନସିକସ୍ୱାସ୍ଥ୍ୟ ସହିତ ଆର୍ଥିକସ୍ଥିରତାକୁ ବୃଦ୍ଧି କରେ।
ଶୟନକକ୍ଷରେ ଦର୍ପଣ:-ଶୟନକକ୍ଷରେ ଦର୍ପଣରଖିବା ଉଚିତ୍ ନୁହେଁ। ବାସ୍ତୁଶାସ୍ତ୍ର ଅନୁସାରେ, ଶୋଇବାସମୟରେ ଦର୍ପଣରେ ମୁହଁଦେଖିବା ଦ୍ୱାରା ନକାରାତ୍ମକଶକ୍ତି ବୃଦ୍ଧିପାଏ, ଯାହା ଚାପ ଏବଂ ଆର୍ଥିକସମସ୍ୟା ବୃଦ୍ଧି କରିପାରେ। ତେଣୁ ଉତ୍ତର କିମ୍ବା ପୂର୍ବଦିଗରେ ଦର୍ପଣରଖନ୍ତୁ ଏବଂ ରାତିରେ ଏହାକୁ ଘୋଡାଇ ଦିଅନ୍ତୁ।
ଶୟନକକ୍ଷକୁ ମଇଳାରଖିବା ଉଚିତନୁହେଁ:-ବାସ୍ତୁଶାସ୍ତ୍ରରେ ପରିଷ୍କାର ପରିଚ୍ଛନ୍ନତାର ଏକ ବିଶେଷ ଗୁରୁତ୍ୱଅଛି। ଏକ ଅପରିଷ୍କାର ଏବଂ ମଇଳା ଶୟନକକ୍ଷ ନକାରାତ୍ମକଶକ୍ତିକୁ ଆକର୍ଷିତକରେ, ଯାହା ଆର୍ଥିକବାଧା ଏବଂ ଚାପ ସୃଷ୍ଟିକରେ।ତେଣୁ ଶୟନକକ୍ଷକୁ ସର୍ବଦା ସଫାରଖିବା ଉଚିତ।
ବିମ୍ ତଳେ ବିଛଣା:-ବାସ୍ତୁଶାସ୍ତ୍ର ଅନୁସାରେ ଶୟନକକ୍ଷରେ ସିଲିଂବିମ୍ ତଳେ ବିଛଣାରଖିବା ଅଶୁଭବୋଲି ବିବେଚନା କରାଯାଏ।ଏହା ମାନସିକଚାପ ଏବଂ ଆର୍ଥିକକ୍ଷତିର କାରଣ ହୋଇପାରେ।
ଭୁଲ ରଙ୍ଗ ବାଛିବା:-ବାସ୍ତୁଅନୁସାରେ,ଶୟନକକ୍ଷରେ କଳା କିମ୍ବା ଗାଢ଼ମାଟିଆରଙ୍ଗ ଭଳି କୌଣସି ଗାଢ଼ରଙ୍ଗ ଲଗାଇବା ଉଚିତନୁହେଁ।ଏହି ରଙ୍ଗଗୁଡ଼ିକ ନକାରାତ୍ମକଶକ୍ତି ବୃଦ୍ଧିକରେ ଏବଂ ଆର୍ଥିକସମସ୍ୟା ସୃଷ୍ଟି କରିପାରେ।ଏହାବଦଳରେ,ଧଳା,ହାଲୁକା ନୀଳ କିମ୍ବା ଗୋଲାପୀରଙ୍ଗ ଲଗାନ୍ତୁ!!ଜୟଜଗନ୍ନାଥ, ଜୟସୋମନାଥ,ଜୟମାଯୋଗମାୟା!!

- Advertisement -

Leave A Reply

Your email address will not be published.