ଭୁବନେଶ୍ବର,୧୮ା୭(ଏସଏସନିଉଜ)ରାଜଧାନୀର ଭରତପୁରଥାନା ଅଧୀନ ତାରିଣୀବସ୍ତିରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ। ଗତକାଲି ରାତିରେ ୪ଜଣ ଚୋର ଚୋରି କରିବାକୁ ଆସିଥିଲେ ।ଘରେ ଚୋର ପଶିଥିବାର ଜାଣିବାକୁ ପାଇ ଘର ମାଲିକ ଚିତ୍କାର କରିଥିଲେ। ଧରା ପଡ଼ିଯିବା ଭୟରେ ଚୋରମାନେ ଘରମାଲିକଙ୍କୁ ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଛି। ଖବର ପାଇ ଭରତପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛି।
