ଗୁମର ଖୋଲିଦେଲା ବାଘଛାଲ

ଗିରଫ ହେଲେ ତାନ୍ତ୍ରିକ

ବାରିପଦ,୧୮ା୭(ଏସଏସନିଉଜ)ବାଘଛାଲ ଖୋଜିବାକୁ ଯାଇ ବନବିଭାଗ ହାତରେ ସାଂଘାତିକ ତଥ୍ୟ ।ବାଘଛାଲ ଉପରେ ବସାଇ ଧନପ୍ରାପ୍ତି, ସନ୍ତାନପ୍ରାପ୍ତିର ଲୋଭଦେଖାଇ ମହିଳାମାନଙ୍କୁ ବଶୀକରଣ କରୁଥିଲେ ।ଏହାପରେ ମହିଳାଙ୍କୁ ଯୌନ ଶୋଷଣ କରି ଆପତ୍ତିଜନକ ଫଟୋ ଓ ଭିଡିଓ ଉତୋଳନ କରୁଥିଲେ ବୋଲି ଜଣାପଡିଛି ।ଏହିପରି ଘଟଣାମୟୂରଭଞ୍ଜଜିଲ୍ଲା ବଡ଼ସାହି ଥାନା ଅଧୀନ ପାଉଁଶିଆ ଗ୍ରାମରୁ ଆସିଛି ।ବନବିଭାଗ ଅନ୍ତଃରାଜ୍ୟ ବାଘଛାଲ ଚାଲାଣ ର୍ୟାକେଟ ଠାବ କରିବାକୁ ଯାଇ ୩ଟି କଲରାପତରିଆ ବାଘଛାଲ ଜବତ କରିଛି ।ଏହାସହ ମୁଖ୍ୟ କାର୍ପଟଦାର ପାଉଁଶିଆ ଗ୍ରାମର ତାନ୍ତ୍ରିକ ଗୁରୁପ୍ରସାଦ ପାତ୍ର ଓ କାଣିମହୁଲି ଗ୍ରାମର ଶିକ୍ଷକ ମନୋରଞ୍ଜନ ଟିପିରିଆଙ୍କ ସମେତ ଜିଲ୍ଲାର ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।ସମସ୍ତଙ୍କ ମୋବାଇଲ ଜବତକରି ରାଜ୍ୟ ଫରେନ୍‌ସିକ୍‌ ଲାବୋରେଟୋରିକୁ ପଠାଯାଇଛି । ତାନ୍ତ୍ରିକଙ୍କ ମୋବାଇଲ୍‌ରେ ୪୮୦ରୁ ଅଧିକ ଭିଡିଓ ରହିଥିବା ବେଳେ ଆଖପାଖ ଅଞ୍ଚଳର ଶତାଧିକ ମହିଳାଙ୍କ ନଗ୍ନ ଭିଡିଓ ସହ ଫଟୋ ରହିଥିବାର ମୋବାଇଲ ଖୋଲିବା ପରେ ଜଣାପଡିଥିଲା ଯାହାକି ତଦନ୍ତକାରୀ ଟିମ୍‌ ତାଜୁବ୍‌ ହୋଇଯାଇଛି।

- Advertisement -

Leave A Reply

Your email address will not be published.