ଜୁଲାଇମାସ ୨୦ତାରିଖ ୨୦୨୫ମସିହା(ରବିବାର)ଶ୍ରାବଣମାସ- କୃଷ୍ଣପକ୍ଷ,ତିଥି- ଦଶମୀ ଦିବା ଘ୧୨/୩୦ଗତେ ଏକାଦଶୀ,ନକ୍ଷତ୍ର-କୃତ୍ତିକା ରାତ୍ରି ଘ୧୧/୫୦ ଗତେ ରୋହିଣୀ,ସୁର୍ୟୋଦୟ-ପ୍ରାତଃ ଘ୦୫/୨୨/୨୩,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୬/୨୪/୪୫,ଯୋଗିନୀ ଉତ୍ତରେ ଦିବା ଘ୧୨/୩୧ ଗତେ ଅଗ୍ନିକୋଣେ,ବିଛା ରାଶିର ଘାତଚନ୍ଦ୍ର,ମେଷରାଶିର ଘାତବାର,ଦଶମୀର ଏକୋଦିଷ୍ଟ ଓ ଏକାଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,କାଳବେଳା ଓ ବାରବେଳା- ଦିବା ଘ୧୦/୧୦ଗତେ ଘ୦୧/୩୦ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୬/୦୯ ଗତେ ଘ୦୯/୨୦ମଧ୍ୟେ ଓ ରାତ୍ରି ଘ୦୮/୦୦ଗତେ ଘ୦୯/୩୫ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୬/୦୮ମଧ୍ୟେ ଓ ଘ୦୧/୨୧ଗତେ ଘ୦୨/୨୩ ମଧ୍ୟେ,ଅଦ୍ୟ କଳମଶାଗ ଦିବା ଘ୧୨/୩୦ଗତେ ଶିମ୍ବ ଭକ୍ଷଣ ନିଷେଧ।
ମେଷ :-ଆଜି ଆପଣଙ୍କ ଆର୍ଥିକ ଦୃଷ୍ଟିକୋଣରେ ଦିନ ମଧ୍ୟମ ଫଳଦାୟୀ ଅଟେ। ଖର୍ଚ୍ଚର ଚିନ୍ତାରେ ମନ ଅଶାନ୍ତି ରହିପାରେ କିନ୍ତୁ ସବୁ ଠିକ ହୋଇଯିବ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ, ଅନ୍ୟଥା କ୍ଷତି ହୋଇପାରେ। ସହକର୍ମିମାନଙ୍କଠାରୁ ଆପଣଙ୍କୁ ଲାଭବାନ ହେବ।
ବୃଷ:-ଆଜି ନିଜର ଉତ୍ସାହ ଗୁଣ ଯେକୌଣସି କାର୍ୟ୍ୟକୁ ଭଲ ଭାବରେ ସଂପନ୍ନ କରିବାରେ ସହାଯକ ହେବ। ଆପଣଙ୍କପାଇଁ କାର୍ୟ୍ୟ ପ୍ରତି ଏକାଗ୍ର ହେବା ସରଳ ରହିବ। ଧନ ଲାଭର ସମ୍ଭାବନା ଅଛି।ଶାରୀରିକ ଏବଂ ମାନସିକ ରୂପରେ ସ୍ଵାସ୍ଥ୍ୟ ଭଲ ରହିବ।
ମିଥୁନ :- ଆଜି ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହୋଇପାରେ। ଆପଣଙ୍କ ଦିନ ଶାରୀରିକ ଏବଂ ମାନସିକ ଅସୁସ୍ଥତା ସହିତ କଟିବ। ଈଷ୍ଟ ଦେବତାଙ୍କର ଧ୍ୟାନରେ ସମସ୍ୟାର ନିବାରଣ ହେବ। ଉଚ୍ଚ ଅଧିକାରୀମାନଙ୍କ ସହିତ ବାଦ-ବିବାଦରେ ପଡ଼ନ୍ତୁ ନାହିଁ। ନକାରାତ୍ମକ ବିଚାରରୁ ଦୂରରେ ରୁହନ୍ତୁ।
କର୍କଟ:- ଆଜି ବ୍ୟାପାରରେ ଲାଭ ହେବ ଏବଂ ଆୟର ସ୍ରୋତରେ ବୃଦ୍ଧି ହୋଇପାରେ। ମିତ୍ରମାନଙ୍କଠାରୁ ଲାଭ ହେବ ଏବଂ ତାଙ୍କ ସହିତ ସାକ୍ଷାତକରି ଆନନ୍ଦଲାଭ କରିବେ। ବିବାହୋତ୍ସୁକମାନଙ୍କ ପାଇଁ ବିବାହର ଯୋଗ ଭଲ ଅଛି। ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ରହିବ।
ସିଂହ :- ଆଜି ବ୍ୟବସାୟ କ୍ଷେତ୍ରରେ ଆପଣଙ୍କ ପ୍ରତିଭା ବଢ଼ିପାରେ। ଚାକିରିରେ ପ୍ରମୋଶନ ହୋଇପାରେ। ପିତାଙ୍କର ସଂପତ୍ତିରେ ଲାଭ ହେବ। ସରକାରଙ୍କ ସହିତ ଧନର ବ୍ୟବହାର ସଫଳ ରହିବ।ଆପଣଙ୍କ ଆତ୍ମବିଶ୍ଵାସରେ ପ୍ରତ୍ୟେକ କାର୍ୟ୍ୟ ସଫଳତାପୂର୍ବକ ସଂପନ୍ନ ହେବ।
କନ୍ୟା :- ଆଜିର ଦିନ ବହୁତ ଶୁଭ ଅଟେ। ମିତ୍ର ଏବଂ ସମ୍ବନ୍ଧିମାନଙ୍କ ସହିତ ହୋଇଥିବା ସାକ୍ଷାତର କାରଣରୁ ଆନନ୍ଦ ମିଳିବ। ମହିଳା ମିତ୍ରମାନଙ୍କଠାରୁ ଲାଭ ହେବ ଭାଇ-ଭଉଣୀମାନଙ୍କ ଠାରୁ ଆର୍ଥିକ ଲାଭ ହେବ।ଜୀବନସାଥୀଙ୍କର ସମ୍ପୂର୍ଣ୍ଣ ସହଯୋଗ ମିଳିବ।
ତୁଳା :- ଆଜି ଧାର୍ମିକ କାର୍ୟ୍ୟ ଏବଂ ଯାତ୍ରା ପାଇଁ ସମୟ ଅନୁକୂଳ ଅଟେ।ବାଣୀ ଉପରେ ନିୟନ୍ତ୍ରଣ ରଖିବାକୁ ଉପଦେଶ। ସରକାର ବିରୋଧୀ ପ୍ରବୃତ୍ତି ଏବଂ କ୍ରୋଧରୁ ଦୂର ରୁହନ୍ତୁ। ନୂଆ ସମ୍ବନ୍ଧ ଅନିଷ୍ଟକାରକ ହୋଇପାରେ। ପରିଜନମାନଙ୍କ ସହିତ କଳହର ପ୍ରସଙ୍ଗ ବନିପାରେ।
ବିଚ୍ଛା :- ଆଜି ଆପଣ ମିତ୍ର ତଥା ସ୍ଵଜନମାନଙ୍କ ସହିତ କୌଣସି ମନୋରଞ୍ଜନ ସ୍ଥଳ କିମ୍ବା ପର୍ୟ୍ୟଟନ ସ୍ଥଳକୁ ଯାତ୍ରା କରି ମନ ପ୍ରସନ୍ନ ହେବ। ସମାଜରେ ମାନ-ସମ୍ମାନ ମିଳିବ।ସାମାନ୍ୟ ଦୈନିକ କାର୍ୟ୍ୟଗୁଡ଼ିକ ଭୁଲିକରି ଆମୋଦ-ପ୍ରମୋଦରେ ବୁଡ଼ି ରହିପାରନ୍ତି।
ଧନୁ :- ପରିବାରରେ ଆନନ୍ଦର ବାତାବରଣ ରହିବ, ଯାହାଦ୍ୱାରା ଆପଣଙ୍କ ମନ ପ୍ରଫୁଲ୍ଲିତ ରହିବ। ଆପଣଙ୍କ ସ୍ଵାସ୍ଥ୍ୟ ମଧ୍ୟ ଭଲ ରହିବ। ବ୍ୟବସାୟରେ ମଧ୍ୟ ଦିନ ଲାଭଦାୟୀ ରହିବ। ସହକର୍ମିମାନଙ୍କର ସହଯୋଗ ମିଳିବ ଏବଂ ଆର୍ଥିକ ଲାଭ ହେବ। ଆପଣଙ୍କପାଇଁ ହର୍ଷୋଲ୍ଲାସର ଦିନ ରହିବ।
ମକର:-ପାରିବାରିକ ଜୀବନରେ ଶାନ୍ତି ବନାଇ ରଖିବା ପାଇଁ ନିରର୍ଥକ ବାଦ-ବିବାଦ କରନ୍ତୁ ନାହିଁ। ଧନ ଏବଂ ପ୍ରତିଷ୍ଠାରେ ହାନି ନା ହେଉ, ଏହାର ଧ୍ୟାନ ରଖିବେ। ଅଫିସ୍ ରେ ଉଚ୍ଚ ଅଧିକାରୀମାନଙ୍କର ଅସନ୍ତୋଷର ସାମନା କରିବାକୁ ପଡ଼ିପାରେ।
କୁମ୍ଭ :-ଆଜି ଆପଣଙ୍କ ମନ ବହୁତ ସମ୍ବେଦନଶୀଳ ରହିବ। ବିଦ୍ୟାର୍ଥିମାନଙ୍କ ପାଇଁ ସମୟ ଭଲ ଅଟେ। ଆଜିର ଆୟୋଜିତ ପ୍ରତ୍ୟେକ କାର୍ୟ୍ୟ ଭଲ ଭାବରେ ସଂପନ୍ନ ହେବ। ମହିଳାମାନଙ୍କର ସୌନ୍ଦର୍ୟ୍ୟ ପ୍ରସାଧନ ପଛରେ ଖର୍ଚ୍ଚ ହୋଇପାରେ।
ମୀନ :-ଆବଶ୍ୟକ ନିର୍ଣ୍ଣୟଗୁଡ଼ିକ ପାଇଁ ଆଜିର ଦିନ ଅତି ଉତ୍ତମ ଅଟେ। ଆପଣଙ୍କ ସୃଜନାତ୍ମକ ଶକ୍ତିଗୁଡ଼ିକରେ ବୃଦ୍ଧି ହେବ। ବୈଚାରିକ ଦୃଢ଼ତା ଏବଂ ମାନସିକ ସ୍ଥିରତା କାରଣରୁ କାର୍ୟ୍ୟ ସଫଳତାରେ ସରଳତା ହେବ।

ପଞ୍ଚାମୃତ ହେଉଛି ଏକ ପବିତ୍ର ଦିବ୍ୟଯାହା ପାଞ୍ଚଟି ଉପାଦାନ ଦ୍ୱାରା ପ୍ରସ୍ତୁତ ହୁଏ ।ଏହା ଦେବତାଙ୍କ ଅଭିଷେକ,ପୁଜା ଓ ନୈବେଦ୍ୟରେ ବ୍ୟବହୃତ ହୋଇଥାଏ ।ଏହି ପଞ୍ଚାମୃତ କେବଳ ଶରୀରକୁ ନୁହେଁ ଆତ୍ମାକୁ ମଧ୍ୟ ପବିତ୍ର କରେ ।ଏହି ଅମୃତ ନମ୍ରତା,ପବିତ୍ରତା ଓ ଭକ୍ତିର ଚିହ୍ନ ପଞ୍ଚାମୃତ କେବଳ ଦେବତାଙ୍କୁ ଅର୍ପିତ ଅମୃତ ନୁହେଁ ବରଂ ଏହା ଆମ ଭିତରେ ଥିବା ଭକ୍ତି ପବିତ୍ରତା ଓ ଶ୍ରଦ୍ଧା ପ୍ରକାସ ।ଯେଉଁପରି ଭାବରେ ଆପଣ ଦେବତାଙ୍କୁ ଏହା ଅର୍ପଣ କରନ୍ତି ସେହିପରି ଭାବରେ ଆପଣଙ୍କ ଜୀବନକୁ ବି ଦେବତା ଅନୁଗ୍ରହ କରନ୍ତି ।ଶୁଦ୍ଧମନ,ଶୁଦ୍ଧ ଉଦେଶ୍ୟ ଓ ବିଧିପୁର୍ବକ ପ୍ରସ୍ତୁତ କରାଯାଇଥିବା ପଞ୍ଚାମୃତ ହେଉଛି ଭକ୍ତିର ସାର,ଯାହା ଜୀବନକୁ ଶୁଭ୍ରତା,ଆରୋଗ୍ୟ ଓ ଦିବ୍ୟତା ଦେଇଥାଏ ।
ପଞ୍ଚାମୃତର ପବିତ୍ର ପ୍ରସ୍ତୁତି-
ଆବଶ୍ୟକଉପାଦାନ(ପରିମାଣସହିତ):-ଗାଈଘିଅ-୧ଚାମଚ,ମଧୁ (ମହୁ)-୨ଚାମଚ ,ମିଶ୍ରି,ନବାତ- ୪ଚାମଚ,ଦହି-୮ଚାମଚ,କଞ୍ଚାଦୁଧ-୬ ଚାମଚ
ପ୍ରସ୍ତୁତି ପ୍ରଣାଳୀ:-
୧. ଏକ ଶୁଦ୍ଧ ଓ ଶୁଚି ମାଟି କିମ୍ବା କାଚ ପାତ୍ର କିମ୍ବା ପଥୁରି ନିଅନ୍ତୁ।
୨. ପ୍ରଥମେ ଗାଈ ଘିଅ ରଖନ୍ତୁ — ଏହିଠାରୁ ଆରମ୍ଭ ହୁଏ ଭକ୍ତିର ସ୍ନିଗ୍ଧତା।
୩. ଏହା ପରେ ମଧୁ ଯୋଗ କରନ୍ତୁ — ମଧୁରତା ଓ କାରୁଣ୍ୟର ପ୍ରତୀକ।
୪. ତାପରେ ମିଶ୍ରି ବା ନବାତ ଦିଅନ୍ତୁ — ଶୁଭ ଓ ଶାନ୍ତିର ଚିହ୍ନ।
୫. ଦହି ଯୋଗ କରନ୍ତୁ — ସମତା ଓ ଶୀତଳତା ରୂପେ।
୬. ଶେଷରେ କଞ୍ଚା ଦୁଧ ଦିଅନ୍ତୁ — ଶୁଦ୍ଧତା ଓ ମାତୃତ୍ୱର ଚିହ୍ନ।
୭. ସମସ୍ତ ଉପାଦାନକୁ ପ୍ରେମରେ ଗୋଳାନ୍ତୁ ; ଶାନ୍ତ ମନ ଓ ଭକ୍ତିମୟ ହୃଦୟରେ।
ବିଶେଷ ସାବଧାନୀ:-ତମ୍ବା ବା ଧାତୁ ନିର୍ମିତ ପାତ୍ର ବ୍ୟବହାର କରନ୍ତୁନାହିଁ।କଞ୍ଚାଦୁଧ ଓ ସଫାସୁତୁରାପାତ୍ର ଓ ପଞ୍ଚାମୃତପ୍ରସ୍ତୁତି ସମୟରେ ଅନ୍ତତଃ ଶୁଦ୍ଧମନୋଭାବ ରଖିବାଆବଶ୍ୟକ।ଅତଏବ ପ୍ରସ୍ତୁତିସମୟରେ ମନଶାନ୍ତ ଓ ଶୁଦ୍ଧରଖନ୍ତୁ !!ଜୟଜଗନ୍ନାଥ ,ଜୟସୋମନାଥ, ଜୟମା ଯୋଗମାୟା!!

