✤ଆଜିର ସନ୍ଥବାଣୀ✤

0 496

?ବିନା ଶ୍ରଦ୍ଧାରେ କରାଯାଉଥିବା ଦାନ, ତପ କି ଯଜ୍ଞ କୁ ଅସତ୍ କୁହାଯାଏ !
?ଜାଗ୍ରତ ମାତ୍ରକେ ଯେପରି ସ୍ବପ୍ନ ଆଉ ରହେନାହିଁ କେବଳ ଦ୍ରଷ୍ଟା ହିଁ ରହିଯାଏ, ଠିକ ସେପରି ବୁଦ୍ଧି ଉଚ୍ଚତର ସୋପାନରେ ପହଁଚିଲେ ଏହାର ନୀଚ୍ଚବୃତ୍ତି ସ୍ୱତଃ ଲୁପ୍ତ ହୋଇଯାଏ !
?ଭୟ ମନୁଷ୍ୟର ଅଜ୍ଞାନ ର ଛାୟା, ଅପରାଧ ଜନ୍ଯ ପାପର କାୟା । ଏହା ମନୁଷ୍ଯକୁ ଧର୍ମ ମାର୍ଗରୁ ବିଚ୍ଯୁତ କରିବା ପାଇଁ ଏକ ଆସୁରୀ ମାୟା ମାତ୍ର।ପରମାତ୍ମା ଙ୍କ ଅଭୟ ପଦର ଆଶ୍ରୟ ଭୟକୁ ନିବାରଣ କରିଥାଏ !
?ଯେଉଁ ବ୍ଯକ୍ତି ପାଖରେ ଧାରଣାର ଦୃଢତା ଓ ଉଦ୍ଦେଶ୍ୟର ପବିତ୍ରତା, ଏ ଦୁଇଟି ଗୁଣ ଅଛି ସେ ଅବଶ୍ୟ ହିଁ ବିଜେତା ହୋଇଥାଏ । ଏହି ଦୁଇଟି ଶସ୍ତ୍ର ଦ୍ବାରା ସଜ୍ଜିତ ପୁରୁଷ ସଂସାରର ସମସ୍ତ ବାଧାବିଘ୍ନ ମାନଙ୍କୁ ପରାହତ କରି ନିଶ୍ଚିତ ଭାବରେ ବିଜୟପତାକା ଉଡାଇଥାଏ !
?“ଯେଉଁ-ଦେଶରେ ଜନ୍ମ ହୁଅ ନା କାହିଁକି ଯେଉଁଠି ତୁମେ ଯାଅ ବା ରୁହ, ସେହି-ଦେଶର ନିର୍ଦେଶ (ନିୟମ) ମାନି ମିତ୍ର ଭାବରେ ସ୍ୱାର୍ଥ ଦେଖ” !
?ଯେଉଁଦିନ ଆମର ଏ ଧାରଣା ଦୃଢ଼ ହେଇଯିବ ଯେ ଆମେ କେବଳ ଈଶ୍ୱରଙ୍କ ପାଇଁ ବଞ୍ଚୁଛୁ ସେବେ ମୃତ୍ୟୁର ଭୟ ସବୁଦିନ ପାଇଁ ଆମ ମନରୁ ଚାଲିଯିବ !
?ଭକ୍ତିରେ ଶ୍ରଦ୍ଧା ଓ ଭାବ ବିନା ନାଁ ସିଦ୍ଧି ନାଁ ମୁକ୍ତି, କିଛି ବି ମିଳେ ନାହିଁ, କେବଳ ଶ୍ରମ ହିଁ ସାର ହୋଇଥାଏ ! ?ଜୟ ଜଗନ୍ନାଥ?

Leave A Reply

Your email address will not be published.