ନନ୍ଦନକାନନ ବନ୍ଦ ସମୟସୀମା ପୁଣି ବଢ଼ିଲା

0 254

ବାରଙ୍ଗ,୧୪/୫(ଏସଏସନିୟୁଜ)ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ନନ୍ଦନକାନନ ଓ ବଟାନିକାଲ ଗାର୍ଡେନ କୁ ନନ୍ଦନକାନନ କର୍ତ୍ତୃପକ୍ଷ ମେ ୧ ତାରିଖରୁ ୧୫ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରିଥିଲେ।ତେବେ ରାଜ୍ୟରେ ସଂକ୍ରମଣ ହାର ଧୀରେ ଧୀରେ ବୃଦ୍ଧି ପାଉଥିବାରୁ ଗୋଷ୍ଠୀ ସଂକ୍ରମଣ ଆଶଙ୍କା କରି କର୍ତ୍ତୃପକ୍ଷ ପ୍ରାଣୀ ଉଦ୍ୟାନ ସମେତ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ମେ ୧୫ ରେ ଖୋଲିବା ପରିବର୍ତ୍ତେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ପୁଣି ବନ୍ଦ ଘୋଷଣା କରିଛନ୍ତି।ପର୍ଯ୍ୟଟକ ଙ୍କ ସୁରକ୍ଷା କୁ ଦୃଷ୍ଟିରେ ରଖି ଆଗୁଆ ସତର୍କତା ମୂଳକ ପଦକ୍ଷେପ ନିଆଯାଇଥିବା ନନ୍ଦନକାନନ ଉପ ନିର୍ଦ୍ଦେଶକ ବିମଳ ପ୍ରସନ୍ନ ଆଚାର୍ଯ୍ୟ ସୂଚନା ଦେଇଛନ୍ତି।(ଗୌତମରାଉତଙ୍କରିପୋର୍ଟ)

Leave A Reply

Your email address will not be published.