ଆଜିର ରାଶିଫଳ

0 205

ଫେବୃୟାରୀ ମାସ ୦୧ ତାରିଖ ୨୦୨୩ ମସିହା(ବୁଧବାର)ମାଘମାସ-ଶୁକ୍ଲପକ୍ଷ ,ତିଥି- ଏକାଦଶୀ ଦିବା ୦୧/୪୪ ଗତେ ଦ୍ଵାଦଶୀ ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୫/୫୩ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୪/୫୦ ,ବିଛାରାଶିର ଘାତଚନ୍ଦ୍ର ,କର୍କଟ ରାଶିର ଘାତବାର ,ଦ୍ୱଦଶୀର ଏକୋଦିଷ୍ଟ ଶ୍ରାଦ୍ଧ ,ଶିମ୍ବ ଦିବା ଘ ୦୧/୪୫ ଗତେ ପୋଇ ଭକ୍ଷଣ ନିଷେଧା
ମେଷ-ମନଭିତରର ଅକୁହାକଥା ମାନସିକଦ୍ୱନ୍ଦ୍ୱ ସୃଷ୍ଟିକରିବ।ଆପଣଙ୍କ ରୁଚିପୂର୍ଣ୍ଣବ୍ୟବହାରରୁ ପ୍ରଶଂସିତ ହେବେ। ଆକସ୍ମିକ ଆବଶ୍ୟକତା ପୂରଣକରିବା ସକାଶେ ଯେକୌଣସି ପ୍ରକାରେ ଅର୍ଥ ସଂଗ୍ରହ କରିପାରନ୍ତି। ସାଂଗଠନିକକ୍ଷେତ୍ରରେ ଗଠନମୂଳକ ପ୍ରେରଣାଦେଇ ପଦସ୍ଥବ୍ୟକ୍ତିଙ୍କ ଶ୍ରଦ୍ଧାଭାଜନ ହୋଇପାରନ୍ତି।
ବୃଷ-ଅସ୍ବାଭାବିକ ଚିନ୍ତାଧାରାର ସୃଷ୍ଟିହେବାସହ ବିକ୍ଷିପ୍ତ ମାନସିକସ୍ଥିତି ଉପତ୍ନକରିବ। କିନ୍ତୁ କର୍ମାଧିପରାଶିରେ କର୍ମସାଧନ ପାଇଁ ଆପ୍ରାଣ ଉଦ୍ୟମ ଚଳାଇ କୃତକାର୍ଯ୍ୟ ହୋଇପାରନ୍ତି। ଆଜିର ପ୍ରତ୍ୟୁଷ ଯାତ୍ରା ପ୍ରଶାସନ, ବନ୍ଧୁ ସମ୍ପର୍କ, ମନୋରଞ୍ଜନ କାର୍ଯ୍ୟକ୍ରମ ଓ ବାଣିଜ୍ୟ, ବ୍ୟବସାୟାଦି ସନ୍ତୋଷଦାୟକ ରହିବ।
ମିଥୁନ-ସରକାରୀସାହାଯ୍ୟ, ବିଶିଷ୍ଟବ୍ୟକ୍ତିଙ୍କ ପ୍ରତିଶ୍ରୁତି ଆମତ୍ସମ୍ମାନ ବୃଦ୍ଧିକରିବ। ସ୍ଥଗିତକାର୍ଯ୍ୟ, ବିବାଦୀୟସ୍ଥିତି, ସହକର୍ମୀଙ୍କ ଅସହଯୋଗ କ୍ରମଶଃ ବଦଳିଯାଇପାରେ। ସମ୍ପର୍କୀୟମାନଙ୍କସାହାଯ୍ୟ ଅସମ୍ପୂର୍ଣ୍ଣକାମକୁ ସମ୍ପୂର୍ଣ୍ଣକରାଇବାର ସମ୍ଭାବନାରହିଛି। ବିବାଦୀୟପରିସ୍ଥିତିରେ ପ୍ରିୟକଥାକହି ସମସ୍ୟାକୁ ସୁଧାରି ନେବାକୁ ଚେଷ୍ଟା କରିବେ।
କର୍କଟ-ଲାଗିରହିଥିବା ଟେନସନ୍‌ କମିଯିବ, ସହଯୋଗଭିତିରେ କାମକରି ଉଚ୍ଚପ୍ରଶଂସିତ ହେବେ। ଶିଳ୍ପ, ବ୍ୟବସାୟ, ପରିବହନ ଓ ବାଣିଜ୍ୟରେ ପ୍ରତିବନ୍ଧକ ଦୂରେଇଯିବ। ଭୁଲ୍‌ ବୁଝାମଣାହେତୁ ଦାମ୍ପତ୍ୟ ଜୀବନରେ ଝଡ ସୃଷ୍ଟିହୋଇପାରେ। ଯେତେ ଭଲକାମ କଲେମଧ୍ୟ ଅନ୍ୟମାନେ ଦୋଷ ଖୋଜିପାରନ୍ତି।
ସିଂହ-ଆଜି ଆପଣଙ୍କରସୁସ୍ଥ ପାରିବାରିକଜୀବନ ଓ ନିରଙ୍କୁଶକର୍ମସାଧନପାଇଁ ଆନୁସଙ୍ଗିକ ପରିବଶେ ସୃଷ୍ଟି କରିବ। ବନ୍ଧୁମାନଙ୍କ ସାହାଯ୍ୟ ଲାଭ କରି ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ହାସଲ କରିପାରିବେ। ପାରିବାରିକ ସମସ୍ୟା ସମାଧାନରେ, ଜମିଜମା ବିବାଦରେ, ପରିବହନର ଝଗଡାରେ ବିଜୟୀ ହେବେ।
କନ୍ୟା-ଆଜି ନିଜରସମ୍ପର୍କୀୟ କିମ୍ବା ପଡୋଶିନୀଙ୍କ ସହାନୁଭୂତିଯୋଗୁ କାର୍ଯ୍ୟସାଧନ କରିପାରିବେ। ବ୍ୟବସାୟିକ ସଫଳତା ଓ କଳା, ସାହିତ୍ୟରେ ପ୍ରଶଂସିତ ହେବେ। ଦୀର୍ଘ ଦିନରୁ ରହି ଆସିଥିବା ବିବାଦୀୟ ଘଟଣାର ଅବସାନ ଘଟିବ। ଅଭାବ ନଥିଲେ ମଧ୍ୟ ଛୋଟ ଛୋଟ କଥାକୁ କେନ୍ଦ୍ରକରି ପରିବାରରେ ଝଡ ଉଠିବ।
ତୁଳା-ଆଜି ବ୍ୟୟବହୁଳତାମଧ୍ୟରେ କାର୍ଯ୍ୟସିଦ୍ଧି, ବନ୍ଧୁଙ୍କସହଯୋଗ ଓ ହିତୈଷୀଙ୍କ ପରାମର୍ଶପାଇ ଖୁସୀହେବେ। ପରିବାରର ଅନୁରୋଧକ୍ରମେ କୌଣସିକାମ ସକାଶେ ଭ୍ରମଣରେ ବାହାରିପାରନ୍ତି। ଉଦ୍ୟୋଗ, ନୂତନପ୍ରକଳ୍ପ କିମ୍ବା ବ୍ୟବସାୟରେ ସାମାନ୍ୟବ୍ୟତିକ୍ରମ ଦେଖାଦେଇପାରେ। ଜଣେବ୍ୟକ୍ତିଙ୍କ ସହ ଉଚ୍ଚବାଚ୍ଚ ଘଟିବାର ଆଶଙ୍କା ରହିଛି।
ବିଛା-ଆଜି ଶରୀରିକ ଓ ମାନସିକସୁସ୍ଥତା ରକ୍ଷାକରି ଦୈନନ୍ଦିନର ଜୀବନଯାତ୍ରାକୁ ନିଷ୍କଣ୍ଟକକରିବ। କର୍ମକ୍ଷେତ୍ରରେ ସହକର୍ମୀମାନେସହାନୁଭୂତିର ସହ ସହଯୋଗର ହାତବଢାଇବେ ସାହିତ୍ୟ,ସାମ୍ବାଦିକତା, ଏଜେନ୍ସିପ୍‌ କ୍ଷେତ୍ରରୁ ସୁଫଳମିଳିବ। କଳା,ସାହିତ୍ୟ ଓ ସଙ୍ଗୀତକ୍ଷେତରେ ପ୍ରତିଦ୍ୱନ୍ଦ୍ୱୀମାନଙ୍କ ମଧ୍ୟରେ ପ୍ରତିଯୋଗିତାର ସମ୍ବାବନା ରହିଛି।
ଧନୁ-ଆଜି ପଦସ୍ଥବ୍ୟକ୍ତିଙ୍କ ଅନୁକମ୍ପା, ସମ୍ମାନଜନକପଦବୀ, ସଙ୍ଗକୁ ସମ୍ବର୍ଦ୍ଧିତହୋଇପାରନ୍ତି। ପ୍ରଶାସନିକସ୍ତରରେ ବିଭିନ୍ନଯୋଜନା, ସମ୍ପର୍କୀୟ ଆଲୋଚନା, ଦୂରଯାତ୍ରାର ସୁଯୋଗ ଲାଭକରି ଖୁସୀହେବେ। ଘରୋଇକ୍ଷେତ୍ରରେ ଜମିଜମାକାରବାର, ଗାଡିମୋଟରମରାମତି ସକାଶେ ଫଳପ୍ରଦଆଲୋଚନା କରିପାରନ୍ତି।
ମକର-ଆଜିଦିନଟିରେ ନୂତନକାର୍ଯ୍ୟାରମ୍ଭ, ସଭାସମିତି ଓ ବନ୍ଧୁଙ୍କସହ ଆଲୋଚନା ସକାରାମତ୍କରହିବ। ଅନୁଷ୍ଠାନିକକାମ, ଯାନ୍ତ୍ରିକଶିଳ୍ପ ଓ ପରିବହନକ୍ଷେତ୍ରରେ ଆଶାନୁରୂପଫଳ ପାଇବେନାହିଁ। ସହଯୋଗ କରିବାକୁ କଥାଦେଇଥିବା ବନ୍ଧୁ ପରକ୍ଷଣରେ ଓଲଟା କଥାକହି ଯୁକ୍ତିତର୍କର ଆଶ୍ରୟ ନେଇପାରନ୍ତି।
କୁମ୍ଭ-ଦୀର୍ଘଦିନରୁ ପାଉନଥିବାଅର୍ଥ କିମ୍ବା ଭବିଷ୍ୟନିଧିରୁ ଟଙ୍କା ପାଇ ଆବଶ୍ୟକତାକୁ ପୂରଣ କରିବେ। ଯେକୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ। ଜନମଙ୍ଗଳକାର୍ଯ୍ୟ କିମ୍ବା ସଭାସମିତିରେ ଯୋଗ ଦେଲେ ପ୍ରଶଂସିତ ହେବେ। କିନ୍ତୁ ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମି ଯାଇପାରେ।
ମୀନ-ବନ୍ଧୁଗହଣରେ ବହୁପ୍ରତିକ୍ଷୀତ କାର୍ଯ୍ୟାରମ୍ଭ କରି ଏକପ୍ରକାର ଆତ୍ମତୃପ୍ତି ଅନୁଭବକରିପାରନ୍ତି। ମାଙ୍ଗଳିକକାର୍ଯ୍ୟ, ଜମିଜମାକ୍ରୟ କିମ୍ବା ଗୃହରମ୍ଭ, ପ୍ରତିଷ୍ଠାଦି ଓ ପ୍ରୀତି ପ୍ରଦାୟକ ରହିବ। ଉଚ୍ଚବର୍ଗଙ୍କ ସହାୟତା, ପାଖ ପଡ଼ୋଶୀଙ୍କ ଆଦର, ଅଭ୍ୟର୍ଥନା ସଙ୍ଗକୁ ବିଭିନ୍ନ କ୍ଷେତ୍ରରେ ସଫଳତାର ଝଲକ ଦେଖିପାରିବେ।
!!ଜୟ ଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Leave A Reply

Your email address will not be published.