ଆଜିର ରାଶିଫଳ

ଅପ୍ରେଲମାସ ୨୮ତାରିଖ ୨୦୨୫ ମସିହା (ସୋମବାର)ବୈଶାଖମାସ- ଶୁକ୍ଳପକ୍ଷ,ତିଥି- ପ୍ରତିପଦ ରାତ୍ରି ଘ ୦୯/୦୦ ଗତେ ଦ୍ଵିତୀୟା,ନକ୍ଷତ୍ର- ଦ୍ଵିଜା ରାତ୍ରି ଘ୦୯/୫୯ ଗତେ କୁର୍ତିକା,ସୁର୍ୟୋଦୟ-ପ୍ରାତଃ ଘ୦୫/୨୪/୦୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୫/୩୯,ଯୋଗିନୀ ପୂର୍ବେ ରାତ୍ରି ଘ୦୯/୦୦ ଗତେ ଉତ୍ତରେ,ମିଥୁନରାଶିର ଘାତବାର,ମେଷରାଶିର ଘାତଚନ୍ଦ୍ର,ପ୍ରତିପଦର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ରାତ୍ରି ଘ ୦୯/୦୦ ଗତେ ଏକପାଦ ରାତ୍ରି ଘ ୦୯/୫୯ ଗତେ ଦ୍ଵୀପାଦ ପୁଷ୍କର ଦୋଷ,କାଳବେଳା -ଦିବା ଘ୦୬/୫ ୦ଗତେ ଘ୦୮/୨୮ମଧ୍ୟେ, ବାରବେଳା- ଦିବା ଘ୦୨/୫୭ ଗତେ ଘ୦୪/୩୨ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୦୦ ମଧ୍ୟେ ଓ ଘ୧୦/୧୧ଗତେ ଘ୧୨/ ୩୫ ମଧ୍ୟେ, ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୪/୩୨ଗତେ ଘ୦୪/ ୪୨ ମଧ୍ୟେ,ଅଦ୍ୟ ପାଣିକଖାରୁ ଭକ୍ଷଣ ନିଷେଧ।
ମେଷ-ଏହି ରାଶିର ଲୋକମାନଙ୍କ ପାଇଁ ଆଜିିର ଦିନଟି ଶାରୀରିକ ଅସୁସ୍ଥତା ଦେହ ଓ ମନକୁ ଅବଶ କରିଦେବ ।ଚିନ୍ତା ବୃଦ୍ଧି ପାଇବ । ବ୍ୟବସାୟରେ ଲାଭ କମ ହେବ । ମହିଳା ଓ ଛାତ୍ରଛାତ୍ରୀମାନେ ମାନସୀକ ଯନ୍ତ୍ରଣା ପାଇପାରନ୍ତି ।
ବୃଷ-ଆଜି ଦିନଟି କର୍ମକ୍ଷେତ୍ରରେ ଅଧସ୍ତନ କର୍ମଚାରିଙ୍କର ସପୂର୍ଣ ସହଯୋଗ ମିଳିବ । ସାସଂରିକ ଜିବନ ଆନନ୍ଦଭରା ରହିବ । ସ୍ୱାସ୍ଥ୍ୟ ଜନିତ ସମସ୍ୟା ଓ ଅଯଥା ବ୍ୟୟ ଦୁର ହେବ । ମହିଳା ଓ ଛାତ୍ରଛାତ୍ରୀ ମାନେ ମାନସୀକସ୍ତରରେ ଖୁସିରେ କାଟିବେ
ମିଥୁନ-ଏହି ରାଶିର ଲୋକମାନେ ପାଇଁ ଆଜିିି ବ୍ୟବସାୟରେ ଲାଭବାନ ହେବେ । ପାରିବାରିକ ଶାନ୍ତି ମିଳିବ । କର୍ମ କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି ହୋଇପାରେ ।ମହିଳା ଓ ଛାତ୍ରଛାତ୍ରୀ ମାନେ ଦିନଟି ଉତ୍ସାହରେ ଅତିବାହିତ କରିବେ ।
କର୍କଟ-ଆଜିିର ଦିନଟି ସନ୍ତାନ ମାନଙ୍କୁ ନେଇ ଗର୍ବ ଅନୁଭବ କରିବେ,ନୂତନବସ୍ତ୍ର ଆଦି ଆଭୁଷଣ ପ୍ରାପ୍ତିହେବ । ନୂତନ ଯୋଜନାରେ ସଫଳ ହେବେ ।ଆର୍ଥିକ ଉନ୍ନତି ବହୁ ପରିମାଣରେ ବୃଦ୍ଧିପାଇବ ।ମହିଳା ଓ ଛାତ୍ରୀମାନେ କୌଣସିଦିଗରୁ ପୁରଷ୍କୃତ ହେବେ ।
ସିଂହ-ଆଜିିର ଦିନଟି ସମାଜିକ ସ୍ତରରେ ମାନସମ୍ମାନ ବୃଦ୍ଧି ହେବ । ଧନ ସଂଚୟପାଇଁ ଦିବସଟି ବେସ ଉତମ ।ଚାକିରୀରେ ପଦମର୍ଯ୍ୟଦା ପ୍ରାପ୍ତି ହୋଇପାରେ । ମହିଳା ଓ ଛାତ୍ରମାନେ କର୍ମ ନିପୂଣ ହେବେ ।
କନ୍ୟା- ଆଜି ମାନସିକ ଅବସାଦ ମନକୁ ଭାରାକ୍ରାନ୍ତ କରିବ, ଋଣ କରିବାର ର୍ଦୁଯୋଗରହିବ, ସାଂସାରିକ ଜୀବନକୁ ନେଇ ଚିନ୍ତିତ ରହିବେ, ରାଜନୈତିକ କ୍ଷେତ୍ରରେ ବହୁ ସମସ୍ୟା ଦେଖାଦେବ, ମହିଳା ଓ ଛାତ୍ରଛାତ୍ରୀମାନେ ବିସାଦରେ ଦିନଟି ଅତିବାହିତ କରିବେ ।
ତୁଳା-ଆଜି କର୍ମକ୍ଷେତ୍ରରେ ସତର୍କତା ଅବଲମ୍ବନ କରନ୍ତୁ ନହେଲେ କିଛି କ୍ଷତି ସହିବାକୁ ପଡିପାରେ ଏବଂ ବହୁଦିନରୁ ଲାଗିରହିଥିବା ମାଲିମ କୋଦମାର ସମାଧାନ ହେବାର ସମ୍ଭାବନା ଷୃଷ୍ଟି ହେବ,ତଥାପି ରସାୟନ ସମ୍ବନ୍ଧିୟ ବ୍ୟବସାୟୀ ମାନେ ଶୁଭଫଳ ଅନୁଭବ କରିବେ ।
ବିଛା-ଆଜି ଆଜିର ଦିନଟି ବିଳାସ ବେସନରେ ଅତିବାହିତ ହେବା ସଙ୍ଗେସଙ୍ଗେ ଆର୍ଥିକ ବୃଦ୍ଧି ହେବ । ପ୍ରସାଶନିକ ସେବାକ୍ଷେତ୍ରରେ କର୍ମରତମାନେ ଶୁଭଫଳ ଅଧିକ ପାଇବେ ।ମହିଳାମାନେ ଓ ଛାତ୍ରଛାତ୍ରୀମାନେ ଅତ୍ୟନ୍ତ ସୁଖୀ ହେବେ ।
ଧନୁ-ଏହି ରାଶିର ଲୋକମାନଙ୍କ ପାଇଁ ଆଜିର ଦିନଟି ସୁଖ ଓ ଶାନ୍ତିରେ ଅତିବାହିତହେବ ।କର୍ମ କ୍ଷେତ୍ରରେ ସାହାଯ୍ୟ ସହଯୋଗ ମିଳିବ ।ମହିଳା ଓ ଛାତ୍ରଛାତ୍ରୀ ମାନେ ଉତ୍ସାହରେ ଦିନଟି କାଟିବେ ।
ମକର-ଏହି ରାଶିର ଲୋକମାନଙ୍କ ପାଇଁ ଆଜିିର ଦିନଟି ଶାରୀରିକ ଅସୁସ୍ଥତା ଦେହ ଓ ମନକୁ ଅବଶ କରିଦେବ ।ଚିନ୍ତା ଯୋଗୁଁ ରକ୍ତଚାପ ବୃଦ୍ଧି ପାଇବ ।ବ୍ୟବସାୟରେ ଲାଭ କମହେବ । ଅଯଥା ବ୍ଯୟ ଯୋଗ ରହିଛି।
କୁମ୍ଭ-ଆଜି କର୍ମକ୍ଷେତ୍ରରେ ଲାଭ ବୃଦ୍ଧି ପରିଲିକ୍ଷିତ ହେବ ।ବ୍ୟୟଠାରୁ ଆୟ ବଢିବ ତେଣୁ ମାନସିକ ତୃପ୍ତି ବଢିବ । ସନ୍ତାନମାନଙ୍କ ଶିକ୍ଷା ପାଇଁ ଖର୍ଚ୍ଚ ବୃଦ୍ଧି ପରିଲକ୍ଷିତ ହୋଇପାରେ । ମହିଳାମାନେ ପାରିବାରିକ ପରିବେଶ ରେ ନିଜକୁ ସ୍ଥିର କରି ପାରିବେ ।
ମୀନ-ଆଜି ଦେହମନ ଭଲ ରହିବ, ଉଚ୍ଚସ୍ତରୀୟ ବ୍ୟକ୍ତିଙ୍କ ସାନିଧ୍ୟ ଲାଭ କରିବେ ।କର୍ମକ୍ଷେତ୍ରରେ ସମସ୍ତ ଦିଗରୁ ସହଯୋଗର ହାତବଢିବ । ମହିଳାମାନେ ନିଜକୁ ଗୃହକାର୍ଯ୍ୟରେ ନିମଗ୍ନ ରଖିବେ ଓ ଛାତ୍ରଛାତ୍ରୀମାନେ ବିଦ୍ୟାରେ ସଫଳତା ହାସଲ କରିବେ !!ଜୟ ଜଗନ୍ନାଥ,ଜୟ ସୋମନାଥ,ଜୟ ମା ଯୋଗମାୟା!!

- Advertisement -

Leave A Reply

Your email address will not be published.