ଆଜିର ଦିନଟି କିପରି କଟିବ ?

ଜାଣନ୍ତୁ ଆଜିର ରାଶିଫଳ

0 190

ଶ୍ରୀରାଧାଷ୍ଟମୀ ଓ ଦୁର୍ବାଷ୍ଟମୀ, ୨୩-୯-୨୦୨୩ (ଶନିବାର)ଅଦ୍ଯ କନ୍ୟା ଦି୭ନ, ଭାଦ୍ରବ ଶୁକ୍ଳ ଅଷ୍ଟମୀ ଦ ୧୫।୫୭ ଦିଘ ୧୨।୨,ମୂଳା ଦ୨୪।୧୬ ଦିଘ୩।୨୧,ଧନୁ ଚନ୍ଦ୍ର ଦ୬୦ ନିଶାନ୍ତ।ଯୋଗିନୀ ଐଶାନ୍ୟେ । ଦିବା ଘ୧୨।୨ ଗତେ ପୂର୍ବେ । ଯାତ୍ରାଦି ଶୁଭକର୍ମ ନାସ୍ତି । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ଦିବା ଘ୩।୨୧ ଗତେ ଉତ୍ତରାଷାଢ଼ା ଶ୍ରବଣା ଶତଭିଷା ଉତ୍ତରଭାଦ୍ର ଅଶ୍ୱିନୀ କୃତ୍ତିକା ରୋହିଣୀ ଆର୍ଦ୍ରା ପୁଷ୍ୟା ମଘା ଉତ୍ତରାଫାଃ ହସ୍ତା ସ୍ବାତୀ ଅନୁରାଧା ମୂଳା ଏ ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି । ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର । ବୃଷ ସିଂହ ଓ କନ୍ୟା ରାଶିମାନଙ୍କର ଘାତବାର । ଦିବା ଘ୧୦।୧୦ ଗତେ ଘ୧।୧୦ ମଧ୍ୟେ ବାର ଓ କାଳବେଳା । ରାତ୍ରି ଘ୧।୧୦ ଗତେ ଘ୨।୪୦ ମଧ୍ୟେ କାଳରାତ୍ରି । ମୃତେ ପାଦ ଦୋଷ । ଫଳଂ କୃଷି ହାନି ଓ ଭୂମି ଦାନ । ପ୍ରଥମ ରଜୋଦର୍ଶନେ ଦିବା ଘ୩।୨୧ ଗତେ ସାତମାସ ଗଣ୍ଡଦୋଷ । ଫଳଂ ସ୍ତ୍ରୀ ବନ୍ଧ୍ୟା । ଗୋକାଞ୍ଚନ ପ୍ରବାଳ ରକ୍ତ ବସ୍ତ୍ର ଦାନ । ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।ନଡ଼ିଆ ଦିବା ଘ୧୨।୨ ଗତେ ଲାଉ ଭକ୍ଷଣ ନିଷେଧ ।ଅମୃତ–ଦିବା ଘ୬।୨୮ ମଧ୍ୟେ ଘ୭।୧୬ ଗତେ ଘ୯।୪୦ ମଧ୍ୟେ ଘ୧୨।୪ ଗତେ ଘ୩।୧୬ ମଧ୍ୟେ ଘ୪।୪ ଗତେ ଘ୫।୩୭ ମଧ୍ୟେ ରାତ୍ରି ଘ୧୨।୪୯ ଗତେ ଘ୨।୨୫ ମଧ୍ୟେ ।ମାହେନ୍ଦ୍ର- –ସନ୍ଧ୍ୟା ଘ୫।୩୬ଗତେ ରାତ୍ରି ଘ୨।୨୫ଗତେ ଘ୩।୧୩ମଧ୍ୟେ ।ମେଷ:-ପରିବାର ସହ ଅଧିକ ସମୟ ଅତିବାହିତ କରିବେ। ପୂର୍ବରୁ ଲାଗି ରହିଥିବା ସମସ୍ୟାର ସମାଧାନ ବାହାରିବ। ଆଗକୁ ବଢ଼ିବାଲାଗି କିଛିନୂଆ ଭାବିବେ।
ବୃଷ:-ପ୍ରିୟ ବନ୍ଧୁ ଠାରୁ ସାହାଯ୍ୟ ମିଳିବାର ସମ୍ଭାବନା ଅଛି। ସିନେ କଳାକାରଙ୍କ ଲାଗି ଭଲ ଦିନଟି ଏ। ଦ୍ବିପ୍ରହର ସୁଦ୍ଧା ଆପଣ ଭଲ ଖବର ପାଇବେ।
ମିଥୁନ:-କାର୍ଯ୍ୟକ୍ଷେତ୍ରରେ ମନ ପ୍ରାଣ ଢାଳି କାମ କରିବେ। ନିଜ କାମରେ ଅଧିକ ପାଣ୍ଠି ଲଗାଇ ପାରନ୍ତି। ସରକାରୀଚାକିରିଆ ସୁସମ୍ବାଦ ପାଇବେ। ପାରିବାରିକ ଜୀବନ ସୁଖକର ହେବ।
କର୍କଟ:-ସମାଜସେବା କ୍ଷେତ୍ରର ଥିବା ଲୋକଙ୍କ ଆୟ ବୃଦ୍ଧି ହେବ। ବ୍ୟବସାୟ କ୍ଷେତ୍ରରେ ନୂଆ ଲୋକଙ୍କ ସାହାଯ୍ୟ ପାଇ ବେ। ଭୂସଂପତ୍ତି ସମ୍ବନ୍ଧୀୟ କାମ ସଂପୂର୍ଣ୍ଣ ହୋଇଯିବ।
ସିଂହ:-ଆପଣଙ୍କ ଜୀବନରେ ଖୁସିର ଆଗମନ ହେବ। କଳାତ୍ମକ କାର୍ଯ୍ୟରେ ଆପଣଙ୍କର ରୁଚି ବଢ଼ିବ। ମହତ୍ତ୍ବପୂର୍ଣ୍ଣ ବିଷୟ ରେ ବନ୍ଧୁ ସହ କଥା ହେବେ।
କନ୍ୟା:-ବ୍ୟବସାୟରେ ଅଚାନକ ଧନଲାଭ ହେବ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ। ଛାତ୍ରଛାତ୍ରୀ ଲେଖାପଢ଼ାରେ ଅଧିକ ମନଯୋଗ ଦେବେ।
ତୁଳା:-କୌଣସି ବ୍ୟକ୍ତିଙ୍କ ଠାରୁ ଆଶାଠୁଁ ଅଧିକ ଲାଭ ପାଇବେ। ଅଫିସରେ ସବୁ ଲୋକଙ୍କ ସହ ତାଳମେଳ ରହିବ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ।
ବିଛା:-ସବୁ କାମ ଆପଣଙ୍କ ମନ ମୁତାବକ ସଂପୂର୍ଣ୍ଣ ହେବ। କର୍ତ୍ତୃପକ୍ଷ ଆପଣଙ୍କୁ କୌଣସି ଉପଯୋଗୀ ଜିନିଷ ଉପହାର ଦେବେ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ।
ଧନୁ:-ଆପଣ ବିଶେଷକାମରେ ଲୋକଙ୍କସହଯୋଗ ପାଇବେ। ଦୂରସ୍ଥାନକୁ ଯିବାକୁପଡ଼ିପାରେ। ଅବି ବାହିତଙ୍କୁ ବିବାହପ୍ରସ୍ତାବ ମିଳିବ।
ମକର:-ଭାଗ୍ୟ ଉପରେ ସଂପୂର୍ଣ୍ଣ ଭରସା ନ କରି ଅଧିକ ପରିଶ୍ରମ କରନ୍ତୁ। ଚାକିରିଆଙ୍କର ମନ ପସନ୍ଦ ଜାଗାକୁ ବଦଳି ହୋଇ ପାରେ। ବିବାହିତ ଲୋକଙ୍କୁ ବିବାହ ସୁଖ ମିଳିବ।
କୁମ୍ଭ:-ଶୀଘ୍ର କୌଣସି ନୂଆ ଦାୟିତ୍ବ ପାଇବେ। ଆପଣଙ୍କ ବୁଦ୍ଧି ବିରୋଧୀମାନଙ୍କୁ ଦୂରରେ ରଖିବ। ଗୃହିଣୀମାନେ ଘର କାମ ଯଥା ସମୟରେ ସଂପୂର୍ଣ୍ଣ କରିଦେବ।
ମୀନ:-ନୂଆ ବିଚାରରେ ପରିପୂର୍ଣ୍ଣ ରହିବେ। କ୍ୟାରିୟର ରେ କୌଣସି ଭଲ ସୁଯୋଗ ପାଇବେ। ଆପଣଙ୍କର ଲୋକ ପ୍ରିୟତା ବୃଦ୍ଧିହେବ। ପ୍ରେମ ଜୀବନ ମଧୁର ହେବ।!!ଜୟଜଗନ୍ନାଥ, ଜୟ ସୋମନାଥ,ଜୟ ମା ଯୋଗମାୟା!!

Leave A Reply

Your email address will not be published.