ଆଜିର ରାଶିଫଳ

ଭାଇଭଉଣୀର ମଧୁରପ୍ରେମକୁ ମନେପକାଏ-ଖୁଦୁରୁକୁଣୀଓଷା

0 210

୨୦୨୩ମସିହା ସେପ୍ଟେମ୍ବରମାସ ୨୪ତାରିଖ ରବିବାର। ଶ୍ରୀମନ୍ଦିରରେ କୃଷ୍ଣଲୀଳା, କଂସବଧପ୍ରସ୍ତାବ, ଶ୍ରୀଜୀଉଙ୍କର ଲବଣିଖିଆଠାରେ ମଥୁରାହାଟ ଜୁର, ମଙ୍ଗଳଅସ୍ତ, ତାଳନବମୀ, ସ୍ବାମୀ ଚିଦାନନ୍ଦଜୟନ୍ତୀ, ଶରଣ ଆରମ୍ଭ ।ବିବିଧ- ଅଦ୍ୟରାତ୍ରି ଘ୭/୪୯ମିପରେ ଶରଣପଞ୍ଚକ ଆରମ୍ଭ, ତୃଣ କାଷ୍ଠଚ୍ଛେଦନ ନିଷେଧ।ସୁର୍ଯ୍ୟୋଦୟ- ପ୍ରାତଃଘ୫/୩୯/୧୫ ,ସୂର୍ଯ୍ୟାସ୍ତ-ଘ୫/୩୮/୩୩ ,ଭାଦ୍ରବମାସ ,ଶୁକ୍ଳପକ୍ଷ ,ଆଦିତ୍ୟବାସ ,ତିଥି- ନବମୀ ଦିବାଘ୧୦/୧୯ମିପର୍ଯ୍ୟନ୍ତ ତଦନ୍ତେ ଦଶମୀ ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପୂର୍ବଦିଗରେ, ଦିବା ୧୦/୧୯ମିପରେ ଉତ୍ତରଦିଗରେ। ରିକ୍ତାତିଥିଦୋଷ ହେତୁ ଦିବାଘ୧୦/୧୯ମିପରେ ରାତ୍ରିଶେଷ ପର୍ଯ୍ୟନ୍ତ ଯାତ୍ରାଶୁଭ। ଉତ୍ତରଦିଗ, ବାୟୁକୋଣ ଓ ପଶ୍ଚିମଦିଗକୁ ତ୍ୟାଗକରି ଯାତ୍ରାକରାଯିବ।ଘାତଚନ୍ଦ୍ର–ତୁଳା ଓ କୁମ୍ଭରାଶିର ଏବଂ ରାତ୍ରିଘ୭/୪୯ମି ପରେ ସିଂହରାଶିର ଘାତଚନ୍ଦ୍ର।ଘାତବାର–ମେଷ ରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ଲାଉ ଦିବାଘ୧୦/୧୯ମିପରେ କଳମଶାଗ ଭକ୍ଷଣ ନିଷେଧ।ଅଶୁଭବେଳା- ବାର ଓ କାଳବେଳା ଦିବାଘ୧୦/୪ମି ରୁ ଘ୧/୬ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୧/୮ମି ରୁ ଘ୨/୩୮ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ଦିବା ଘ୬/୨୮ମି ରୁ ଘ୮/୫୨ମି ମଧ୍ୟେ, ଘ୧୨/୪୦ମି ରୁ ଘ୩/୧୬ମି ମଧ୍ୟେ, ରାତ୍ରି ଘ୭/୫୯ମି ରୁ ଘ୯/୩୫ମି ମଧ୍ୟେ, ଘ୧୧/୫୯ମି ରୁ ଘ୧/୩୫ମି ମଧ୍ୟେ, ଘ୨/୨୬ମି ରୁ ନିଶାନ୍ତଘ୫/୩୯ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା ଦିବ ଘ୪/୪ମି ରୁ ଘ୪/୫୨ମି ପର୍ଯ୍ୟନ୍ତ। ପୁଷ୍କରଦୋଷ- ମୃତବ୍ୟକ୍ତିର ୧ପାଦ ବାର ପୁଷ୍କରଦୋଷ। ଫଳଂ କୃଷିହାନି ଓ ଭୂମିଦାନ। ଏବଂ ଦିବାଘ୨/୧୪ମିପରେ ବାର ଓ ନକ୍ଷତ୍ର ପୁଷ୍କରଦୋଷ। ଫଳଂ କୃଷିହାନି ଓ ଗୋତ୍ରବଂଶ ସନ୍ତାନ ସନ୍ତତିର ବିନାଶ। ଭୂମି ଓ ତିଳସୁବର୍ଣ୍ଣଦାନ ସହିତ ହୋମାଦି ଶାନ୍ତିବିଧେୟ ।ପ୍ରଥମରଜୋଦର୍ଶନେ- ରଜଶ୍ଚକ୍ରେ ପୁତ୍ରିଣୀ । କନ୍ୟାର ଦିବାଘ୨/୧୪ମି ମଧ୍ୟେ ସାତମାସଗଣ୍ଡଦୋଷ। ଫଳଂ ସ୍ତ୍ରୀ ବିଧବା । ପୀତବସ୍ତ୍ର ତିଳସୁବର୍ଣ୍ଣ ତଣ୍ଡୁଳ ଦାନ କରଣୀୟ। ଦିବାଘ୧୦/୧୯ମି ପର୍ଯ୍ୟନ୍ତ ବାର ଓ ତିଥିଦୋଷହେତୁ ଶିବଙ୍କଠାରେ ଜଳାଭିଷେକ ଓ ଦୁର୍ଗାଙ୍କୁ ଲାଲରଙ୍ଗର ପୁଷ୍ପଅର୍ପଣ, ତାପରେ ବାରଦୋଷହେତୁ ଶିବଙ୍କଠାରେ ଜଳାଭିଷେକ।ପରେ ୨୦ ଓ ୨୧ନକ୍ଷତ୍ରେ ଉଗ୍ରଦେବତା ପ୍ରତିଷ୍ଠା, ବାଣିଜ୍ୟ କରଣ, ରାଜଦର୍ଶନ, ଦିବା ଘ୧୦/୧୯ମି ରୁ ଘ୨/୧୪ମି ମଧ୍ୟରେ ୨୦ ନକ୍ଷତ୍ରେ ନୌକାଗଠନ, ଚାଳନ ଓ ଯାତ୍ରା, ଅଳଙ୍କାର ଭୂଷଣ, ଦିବା ଘ୨/୧୪ମି ପରେ ସୂର୍ଯ୍ୟାସ୍ତ ମଧ୍ୟେ ୨୧ ନକ୍ଷତ୍ରେ ଦେବତାଗଠନ, ନବଦୋଳାଦ୍ୟାରୋହଣ, ଦୀକ୍ଷାଗ୍ରହଣ, ହୋମାଦିସ୍ବସ୍ତ୍ୟୟନ, ନବଶଯ୍ୟା ସନାଦ୍ବୁପଭୋଗ, ବୃକ୍ଷରୋପଣ, ନବାନ୍ନ, ନାମକରଣ, ନିଷ୍କ୍ରାମଣ, ଅନ୍ନପ୍ରାଶନ, ଔଷଧକରଣ ଓ ସେବନ, ହଳପ୍ରବାହ, ବୀଜବପନ, ଧାନ୍ୟଚ୍ଛେଦନ ଓ ସ୍ଥାପନ, ନାଟ୍ୟାରମ୍ଭ, ରାତ୍ରୌ ନିଷେକ।
ମେଷ-ଘରେ ଲାଗିରହିଥିବା ଅଶାନ୍ତି ହିଁ ଆପଣଙ୍କ ଚ଼ିନ୍ତାର କାରଣ । ଆପଣଙ୍କର ପରିସ୍ଥିତିକୁ ବୁଝିବା ଉଚ଼ିତ୍ ଏବଂ ଜାଣିବା ପାଇଁ ଚ଼େଷ୍ଟା କରନ୍ତୁ ଯେ ଭୁଲ କାହାର ଏବଂ କେଉଁଠି ହୋଇଛି । ନିଜ ତରଫରୁ ନିଜର କ୍ରୋଧ ସମ୍ବରଣ କରିବାକୁ ଚ଼େଷ୍ଟାକରନ୍ତୁ ।
ବୃଷ-ସପ୍ତାହରୁ ଚ଼ାଲି ଆସୁଥିବା ସମସ୍ୟା ଏବଂ ଚ଼ିନ୍ତାରୁ ଆପଣ ନିଜେ କ୍ଳାନ୍ତ ଅନୁଭବ କରୁଥିବେ । ବେଶୀ ଚ଼ିନ୍ତା କରନ୍ତୁ ନାହିଁ ଏବଂ କଳିରୁ ବଞ୍ଚିବାକୁ ଚ଼େଷ୍ଟା କରନ୍ତୁ । ନିଜ ବନ୍ଧୁ ଏବଂ ପରିବାରରେ ଭଲ ବ୍ୟବହାର କରନ୍ତୁ ।ବ୍ୟବସାୟ ବାଣିଜ୍ୟରେ ଆସାତିତ ଲାଭ ହେବ।
ମିଥୁନ-ପୂର୍ବରୁ ବିରୁଦ୍ଧରେ ଥିବା ନିଷ୍ପତ୍ତି ଏବେ ଆପଣଙ୍କ ସପକ୍ଷରେ ରହିବ । ଏବେ ଆପଣଙ୍କୁ ଆପଣଙ୍କ ଉଦ୍ୟମର ଫଳ ମିଳିପାରିବ । ଶତ୍ରୁ ଅପସରି ଯିବେ । କିନ୍ତୁ ଆପଣ ନିଜ କ୍ରୋଧ ଉପରେ ଅକ୍ତିଆର ରଖିବାକୁ ହେବ । ଏବେ ଖୁସିର ସମୟ ଆସିଗଲାଣି ।
କର୍କଟ-କିଛି ବ୍ୟକ୍ତିଗତ ସମସ୍ୟା ଆପଣଙ୍କୁ କୌଣସି ବ୍ୟସ୍ତତାରେ ପକାଇଦେବ । ଏହି ସମସ୍ୟା ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବ । ଏହି ସମସ୍ୟାକୁ ଆପଣ ସାହସର ସହିତ ମୁକାବିଲା କରନ୍ତୁ ଏବଂ ଆପଣଙ୍କୁ ବିଜୟ ସୁନିଶ୍ଚିତ ମିଳିବ ।
ସିଂହ-ଆଜି ଆପଣ ନିତିଦିନ କାର୍ଯ୍ୟକ୍ରମରେ କିଛି ନୂତନତା ଆଣିବାକୁ ଚ଼େଷ୍ଟା କରିବେ । ଆପଣ ସେହି କାର୍ଯ୍ୟ କରନ୍ତୁ ଯାହା ଆପଣଙ୍କର ବହୁତ ଦିନରୁ କରିବାର ଇଚ୍ଛାଥିଲା ।ଯାତ୍ରାକରିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ
କନ୍ୟା- ଅବାଞ୍ଛିତ ଭାବେ ଉଚ୍ଚଅଧିକାରୀ ଆଜି ଆପଣଙ୍କୁ ସାହାଯ୍ୟ କରିବେ । ଯଦି ଆପଣଙ୍କୁ ଆପଣଙ୍କ କାର୍ଯ୍ୟରେ କୌଣସି ପ୍ରକାରର ସମସ୍ୟା ଦେଖାଯାଏ ତା` ହେଲେ ନିଜ ଅଧିକାରୀଙ୍କୁ ନିଶ୍ଚିତ ଜଣାନ୍ତୁ । ତାଙ୍କୁ କାର୍ଯ୍ୟାଳୟର ପରିବେଶଟିକୁ ଭଲ କରିବା କଥା କୁହନ୍ତୁ ।
ତୁଳା-ଆଜି ବ୍ୟୟ ବୃଦ୍ଧି ହେଲେହେଁ ଆପଣଙ୍କର ପରିବାର ଲୋକଙ୍କ ପାଇଁ ଖୁସିର ଦିନ ଅଟେ କାରଣ ଆପଣ ଆଜି ସେମାନଙ୍କ ସହିତ ସମୟ କଟାଇବେ । ପରିବାରର ସମସ୍ତେ ଏକ ହେବାର ଏବେ ସମୟ ଅଟେ । ବୋଧହୁଏ ଆପଣ ବାହାରକୁ ବୁଲିବାକୁ କିମ୍ବା ଚ଼ଳଚ୍ଚିତ୍ର ଦେଖିବାକୁ ଯାଇପାରନ୍ତି ।
ବିଛା-ଆପଣ ଆସୁବିଧାରେ ପଡ଼ୁଥିବା ପରିସ୍ଥିତିରୁ ଦୂରେଇ ରୁହନ୍ତୁ । କୌଣସି ବେକାର କାର୍ଯ୍ୟରେ ପଡ଼ନ୍ତୁ ନାହିଁ ଏବଂ ନିଜର ସକାରାତ୍ମକ ଚ଼ିନ୍ତା ଧାରା ବଜାୟ ରଖନ୍ତୁ । ଯାହା ଆପଣ ହୋଇପାରିବେ ନାହିଁ ତାହା ହେବା ପାଇଁ ଚ଼େଷ୍ଟା କରନ୍ତୁ ନାହିଁ ।
ଧନୁ-ଆଜି ଶାରୀରିକ କଷ୍ଟ ସହ ଆପଣ ନିଜକୁ କୁସଙ୍ଗରେ ପାଇବେ, ଯଦ୍ୱାରା ଆପଣଙ୍କର ଭାବମୂର୍ତ୍ତି ନଷ୍ଟ ହୋଇପାରେ । ଏବେ ଆପଣ ସତର୍କହୋଇ ଚାଲନ୍ତୁ ,କାରଣ ମଣିଷ ତା.ର ସଂଗତିରୁ ହିଁ ଜଣାଯାଏ । କୁସଙ୍ଗ ଯୋଗରେ ଆପଣ କ୍ଷତି ସହି ପାରନ୍ତି ।
ମକର-ଆଜିର ଦିନ ଆୟ ବର୍ଦ୍ଧକ ସହ ନୂଆ ବନ୍ଧୁ କରିବାର ଦିନ ଅଟେ । ସେମାନଙ୍କ ଅନୁଷ୍ଠାନରେ ଭାଗ ନିଅନ୍ତୁ ଏବଂ ନୂଆ ବନ୍ଧୁ ସୃଷ୍ଟି କରନ୍ତୁ । ଆପଣ କିଛି ନୂଆ ବନ୍ଧୁ କରି ପାରିବେ । କାହାକୁ ବା ଜଣା ଆପଣଙ୍କ ପାଇଁ କୌଣସି ନୂଆ ସୁଯୋଗର ଦ୍ୱାର ଖୋଲି ପାରେ ।
କୁମ୍ଭ-ଆଜି ବୋଧହୁଏ ଆପଣଙ୍କୁ କୌଣସି ମିତ୍ର କିମ୍ବା ସହଯୋଗୀଙ୍କର ସାହାଯ୍ୟ ଆସାକରିବେ କିନ୍ତୁ ମିଳିପାରିବ ନାହିଁ । ଏଥିପାଇଁ ଆପଣ ନିରାଶ ହୋଇପଡ଼ିପାରେ । ଆପଣଙ୍କର ସବୁ କଥାରେ ବାଧା ରହିବ ଓ ଆକସ୍ମିକ ଅର୍ଥବ୍ୟୟ ହେବାର ଯୋଗ ରହିଛି ।
ମୀନ-ଆଜି ଆପଣ କୌଣସି ସାମାଜିକ ସମାରୋହ ପରେ ନିଜ ଘରକୁ ସଜାଡିବାରେ ଲାଗି ଯିବେ । ଘରକୁ ଠିକ୍ ଠାକ୍ କରନ୍ତୁ । କିଛି ଆରାମ ମଧ୍ୟ କରନ୍ତୁ । ଆପଣ ସମାରୋହର ଖୁବ୍ ମଜ୍ଜା ନିଅନ୍ତୁ । କିନ୍ତୁ ନିଜ ଦାୟୀତ୍ୱ ସବୁ ତୁଲାଇବାର ସମୟ ଆଜି !!ଜୟ ଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

ଭାଇଭଉଣୀର ମଧୁରପ୍ରେମକୁ ମନେପକାଏ-ଖୁଦୁରୁକୁଣୀଓଷା
ଭାଇଭଉଣୀର ସମ୍ପର୍କକୁ ମନେପକେଇ ଦେବାର ପର୍ବଟିଏ ହେଉଛି ଖୁଦୁରୁକୁଣୀ। ସମାଜକୁ ନାରୀର ଅବଦାନ ଓ ଶ୍ରେଷ୍ଠତ୍ୱକୁ ପ୍ରତିପାଦନ କରୁଥିବା ପର୍ବ ହେଉଛି ଖୁଦୁରୁକୁଣୀ। ପରିବାର ଭିତରେ ସମ୍ପର୍କରଡୋରି ବାନ୍ଧିବାର ପର୍ବ ହେଉଛି ଖୁଦୁରୁକୁଣୀ। ଏନେଇ ଓଡିଶାର କୁମାରୀମାନେ ଭାଦ୍ରବର ପ୍ରତି ରବିବାରରେ ନିଜ ଭାଇର ନିରାମୟ ଜୀବନ, ଉଜ୍ଜଳଭବିଷ୍ୟତ ଓ ଦୀର୍ଘଆୟୁ କାମନାକରି ମାମଙ୍ଗଳାକୁ ସ୍ମରଣ କରିଥାନ୍ତି । ଓଡିଆ ଘରରବୋହୂମାନେ ବି ଏହିବ୍ରତକୁ ପାଳନକରନ୍ତି। ଭାଦ୍ରବମାସର ପ୍ରତିରବିବାରରେ ଖୁଦୁରୁକୁଣୀଓଷା ପାଳିତହୁଏ।
ଆଗକାଳରେ ଓଡ଼ିଆ ସାଧବପୁଅମାନେ ବିଦେଶକୁ ବଣିଜକରିବାକୁ ଯାଉଥିଲେ। ସେହି ସମୟରେ ସାତଜଣ ସାଧବଭାଇ ଦୂରଦେଶକୁ ବଣିଜକରିବାକୁ ଯାଇଥିଲାବେଳେ ଘରେ ତାଙ୍କର ଘରଣୀ ଓ ଏକମାତ୍ର ସାନଭଉଣୀ ତଅପୋଇରହିଥିଲା। କେବଳ ସାନଭାଉଜଙ୍କୁ ଛାଡ଼ି ତଅପୋଇ ପ୍ରତି ବାକିସବୁ ଭାଉଜ ଅନାଚାରକରୁଥିଲେ। ଅଲିଅଳରେବଢ଼ିଥିବା ତଅପୋଇକୁ ଘରକାମ କରେଇବାସହିତ ଛେଳି ଚରେଇବାପାଇଁ ପଠାଉଥିଲେ।ଭାଇମାନେ ଦୂରରେଥିବାରୁ ତଅପୋଇ ଏସବୁକଥା ଆଉ କାହାପାଖରେ କହିପାରୁନଥିଲା। ଏପରିକି ଭାତବଦଳରେ ଖୁଦଖାଇବାକୁ ଦେଉଥିଲେ। କେବଳ ସାନଭାଉଜ ଲୁଚାଇଲୁଚାଇ ଖାଇବାକୁ ଦେବାସହ ସ୍ନେହ କରୁଥିଲେ। ଅନେକ ଦିନପରେ ଭାଇମାନେ ବିଦେଶରୁ ଫେରିବାରେ ଡେରି ହେବାରୁ ତଅପୋଇ ନଦୀ ବାଲି ଉପରେ ମାଟିରେ ମୂର୍ତ୍ତି ଗଢ଼ି ଖୁଦୁରୁକୁଣୀ ଓଷାକରି ଭାଇମାନଙ୍କୁ ଫେରାଇ ଆଣିବାପାଇଁ ପ୍ରାର୍ଥନା କରିଥିଲା।ଶେଷରେ ଭାଇମାନେ ଫେରିବାପରେ ବନ୍ଦାପନା କରିବାପାଇଁ ସବୁଭାଉଜ ଯାଇଥିବା ବେଳେ ତଅପୋଇ କୁଘରକୋଣରେ ବାନ୍ଧିଦେଇଥିଲେ। ତଅପୋଇ ନଆସିଲେ ସେମାନେ ବୋଇତରୁ ଓହ୍ଲାଇବେନାହିଁ କହିବାରୁ ସାନଭାଉଜ ସବୁ ଗୋପନକଥା ଭାଇମାନଙ୍କଆଗରେ ଫିଟାଇ କହିଲେ।ଦଣ୍ଡସ୍ୱରୁପ କେବଳ ସାନଭାଉଜଙ୍କୁ ଛାଡ଼ି ସାତସାଧବ ବାକିସମସ୍ତଙ୍କର ନାକକଟାଇଥିଲେ । ଓଡ଼ିଆଚଳଣିର ଏହି ଲୋକକଥାକୁନେଇ କୁଆଁରୀ ଝିଅମାନେ ଭାଇମାନଙ୍କ ଶୁଭମନାସି ଭାଦ୍ରବ ମାସରେ ଏହି ଖୁଦୁରୁକୁଣିଓଷା କରିଥାନ୍ତି।
ଆଜିରସମାଜ ଏହିଲୋକକଥାରୁ ଅନେକକଥା ଶିଖିବାରଅଛି। ଏହିକାହାଣୀ ଆମକୁ ପରିବାରସହ ଗୋଟେ ଛାତତେଳ ଏକାଠିରହିବାର ପ୍ରେରଣା ଦେବାସହ ଭାରତୀୟଜୀବନର ମୂଲ୍ୟବୋଧକୁ ଦର୍ଶାଏ। ଆଧୁନିକତାର ସ୍ପର୍ଶରେ ଆମେ ଏତେବ୍ୟସ୍ତ ହୋଇପଡିଛେଯେ ଆମପରିବାରକୁ ଆମେସମୟ ଦେଇପାରୁନେ।ଏହି ଖୁଦୁରୁକୁଣୀଓଷା ଆମକୁସମାଜକୁ ନାରୀର ଅବଦାନବିଷୟରେ ଆଲୋକପାତକରେ। ନାରୀରମହତ୍ୱକୁ ପ୍ରତିପାଦନକରେ। ତଅପୋଇକୁ ତାପରିବାରଲୋକେ ଅର୍ଥାତ, ତାଭାଉଜମାନେ ନିଜେନାରୀହୋଇ ମଧ୍ୟ ତାକୁ ନିର୍ଯ୍ୟାତନା  ଦେଉଥିଲେ। ସେକିନ୍ତୁ ନିଜର ଦୃଢମନୋବଳଦ୍ୱାରା ମାମଙ୍ଗଳାକୁ ସ୍ମରଣକରି ଦୁଃଖଦୁର୍ଦ୍ଦଶା ସହି ଶେଷରେ ଜୀବନସଂଗ୍ରାମରେ ବିଜୟୀ ହୋଇଥିଲା।
ଆଜିରସମାଜରେ ନାରୀକୁ ତଅପୋଇର ଜୀବନଗାଥାରୁ ଅନେକକିଛି ଶିଖିବାରଅଛି। ଜୀବନର ପ୍ରତି ମୁହୂର୍ତ୍ତରେ କିପରି ନିଜକୁ ସୁଦୃଢକରିହେବ ତାମଧ୍ୟ ଶିଖିବାରଅଛି। ପୁରୁଷପ୍ରାଧାନ୍ୟସମାଜରେ ନିଜସ୍ଥିତିକୁ କିପରି ବଜାୟରଖିହେବ ତାହା ଏହିତଅପୋଇର କରୁଣକାହାଣୀ ଶିଖାଏ।ଏହିଓଷାରୁ ଆମକୁ ଭାଇ ଓ ଭଉଣୀମଧ୍ୟରେଥିବା ଭଲପାଇବା ବିଷୟରେମଧ୍ୟ ଶିଖିବାରଅଛି। ନିଜଭାଇଙ୍କପାଇଁ ତଅପୋଇ ଠାକୁରାଣୀ ଙ୍କପାଖରେ ମାନସିକରଖିଥିଲା ଓ ଭାଇମାନଙ୍କ ଆସିବାବାଟକୁ ଚାହିଁବସିଥିଲା। ସେହିପରି ତାଭାଇମାନେ ସର୍ବଦା ତାକୁ ଭଲପାଉଥିଲେ ଆଉ ବିଦେଶରୁ ଫେରିବାମାତ୍ରେ ତାକୁ ଖୋଜିଥିଲେ।ଏହି ଭଲପାଇବା ଆଜି ମଧ୍ୟ ଜୀବିତଅଛି, ମାତ୍ର ସେହିସମ୍ପର୍କ ଏତେ ସୁଦୃଢହେବା ଦେଖାଯାଏନାହିଁ । ଧନ,ସମ୍ପତ୍ତିଲୋଭରେ ଭାଇଭଉଣୀଙ୍କ ମଧ୍ୟରେଫାଟ ସୃଷ୍ଟିହେଇଛି। ସମ୍ପର୍କ ଟଙ୍କା,ପଇସାର ନିକିତିରେ କିଣାବିକା ହେଉଛି ।ଆମକୁ ଉଚ୍ଚକୁ ଯିବାକୁହେଲେ ସର୍ମ୍ପକକୁ ସୁଦୃଢକରି ଏକାଠିରହିବାକୁ ପଡିବ,ଏହା ଶିଖାଏ ତଅପୋଇର ଏହି କାହାଣୀ !!ଜୟମାମଙ୍ଗଳା!!

Leave A Reply

Your email address will not be published.