କିଚକେଶ୍ୱରୀ ମନ୍ଦିରରୁ ଚୋରି

0 70

ମୟୂରଭଞ୍ଜ,୨୨ା୯(ଏସଏସନିଉଜ)ମୟୂରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀଦେବୀ ଖିଚିଂରେଥିବା ମାକିଚକେଶ୍ୱରୀ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ହୁଣ୍ଡିକାଟି ଲକ୍ଷାଧିକ ଟଙ୍କା ଲୁଟିନେଇଥିବାର ରରୁଆଁ ଥାନାରେ ଅଭିଯୋଗ ହୋଇଛି ।ଆସୁଥିବା ଭକ୍ତମାନେ ଏହି ହୁଣ୍ଡିରେ ଟଙ୍କା ସହିତ ସୁନାଗହଣା ମଧ୍ୟ ପକାଇଥାନ୍ତି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରିରଖିଛି।ତେବେ ମନ୍ଦିରରେ ୪/୫ ମାସ ମଧ୍ୟରେ ଦୁର୍ବୃତ୍ତମାନେ ଦୁଇଦୁଇ ଥର ଛୋଟବଡ଼ ହୁଣ୍ଡିଭାଙ୍ଗି ଚୋରି କରିନେଇଥିବାର ଜଣାପଡିଛି । ପୁଲିସର ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ  ହେଉନଥିବାରୁ ଏଭଳିଘଟଣା ଘଟୁଥିବାରୁ ମନ୍ଦିର ସେବାୟତମାନଙ୍କ ସହ ସ୍ଥାନୀୟ ଜନସାଧାରଣ ମଧ୍ୟରେ ଅସନ୍ତୋଷ ବୃଦ୍ଧିପାଇଛି।

 

Leave A Reply

Your email address will not be published.