ଉଠୁନି ବିକ୍ରମ,ପ୍ରଜ୍ଞାନ !

0 115

ଭୁବନେଶ୍ୱର,୨୨ା୯(ଏସଏସନିଉଜ) ଉଠୁନି ବିକ୍ରମ, ପ୍ରଜ୍ଞାନ ।ଏବେ ଚନ୍ଦ୍ରର ଦକ୍ଷିଣମେରୁରେ ଦିନ ହୋଇଯାଇଥିବାରୁ ପ୍ରଜ୍ଞାନରୋଭର ଓ ବିକ୍ରମଲାଣ୍ଡର ସକ୍ରିୟ ହେବାର ସମୟ ଆସିଯାଇଛି । ସେମାନଙ୍କୁ ନିଦ୍ରାବସ୍ଥା ବା ସ୍ଲିପ୍ ମୋଡ୍ ରୁ ବାହାର କରିବାପାଇଁ ଇସ୍ରୋ ପକ୍ଷରୁ ଉଦ୍ୟମ କରାଯାଉଛି । ବିକ୍ରମ ଲ୍ୟାଣ୍ଡର ଏବଂ ପ୍ରଜ୍ଞାନ ରୋଭରର ସେମାନଙ୍କ ସ୍ଥିତି ଓ ଯୋଗାଯୋଗ ସ୍ଥାପନ ପାଇଁ ପ୍ରୟାସ କରାଯାଉଛି। ବର୍ତ୍ତମାନସୁଦ୍ଧା କୌଣସିସଙ୍କେତ ମିଳିନଥିାବବେଳେ ଯୋଗାଯୋଗ ସ୍ଥାପନ ପାଇଁ ପ୍ରୟାସ ଜାରି ରହିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି ।ତେବେ ଏହାଉପରେ ରହିଛି ସାରା ଦେଶବାସୀଙ୍କ ନଜର । ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡରର ସଫ୍ଟ ଲ୍ୟାଣ୍ଡିଂ କରି ଅଗଷ୍ଟ୨୩ତାରିଖରେ ଭାରତ ଇତିହାସ ରଚିଥିଲା।

 

 

Leave A Reply

Your email address will not be published.