ଆଜିର ରାଶିଫଳ

0 151

୨୦୨୩ମସିହା ଡିସେମ୍ବରମାସ ୩୦ତାରିଖ ଶନିବାର। ସୁର୍ଯ୍ୟୋଦୟ- ଘ୬/୨୪/୩୮ ,ସୂର୍ଯ୍ୟାସ୍ତ- ଘ୫/୧୩/ ୩୬ ,ପୌଷମାସ ,କୃଷ୍ଣପକ୍ଷ ,ଶୌରିବାସ ,ତିଥି- ତୃତୀୟା ଦିବା ଘ୯/୩୫ମିପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଆଗ୍ନେୟକୋଣରେ,ଦିବା ଘ୯/୩୫ମି ପରେ ନୈର୍ଋତ କୋଣରେ।ଶନିବାର, ରିକ୍ତାତିଥି, ବିଷ୍ଟିକରଣ, ଶନିସପ୍ତ ଦୋଷହେତୁ ଯାତ୍ରାଦିଶୁଭକର୍ମ ନିଷେଧ।ଘାତଚନ୍ଦ୍ର–ନିଶାନ୍ତ ଘ୬/୨୧ମି ପରେ କର୍କଟ ଓ ମକର ରାଶିର ଘାତଚନ୍ଦ୍ର ।ଘାତବାର–ବୃଷ, ସିଂହ ଓ କନ୍ୟା ରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ପଟୋଳ, ଦିବା ଘ୯/୩୫ମିପରେ ମୂଳା ଭକ୍ଷଣ ନିଷେଧ।ଅଶୁଭବେଳା-(କାଳବେଳା)ପ୍ରାତଃ ରୁ ଦିବା ଘ୭/୪୬ମି ମଧ୍ୟେ, ଘ୩/୫୪ମି ରୁ ସୂର୍ଯ୍ୟାସ୍ତ ଘ୫/୧୪ମି ପର୍ଯ୍ୟନ୍ତ।(ବାରବେଳା) ଦିବା ଘ୧୧/୩ମି ରୁ ଘ୨/୩୪ମି ପର୍ଯ୍ୟନ୍ତ।(କାଳରାତ୍ରି) ସୂର୍ଯ୍ୟାସ୍ତରୁ ରାତ୍ରି ଘ୬/୪୫ମି ମଧ୍ୟେ, ଘ୪/୪୮ମି ରୁ ରାତ୍ରିଶେଷ ଘ୬/୨୫ମି ପର୍ଯ୍ୟନ୍ତ।ଶୁଭବେଳା–(ଅମୃତ)ସୂର୍ଯ୍ୟୋଦୟରୁ ଦିବା ଘ୭/୧୪ମି ମଧ୍ୟେ, ଘ୮/୨ମି ରୁ ଘ୧୦/୨୬ମି ମଧ୍ୟେ, ଘ୧୨/୫୦ମି ରୁ ଘ୪/୨ମି ମଧ୍ୟେ, ଘ୪/୫୦ମି ରୁ ସୂର୍ଯ୍ୟାସ୍ତ ଘ୫/୧୪ମି ମଧ୍ୟେ, ରାତ୍ରି ଘ୧୨/୨୮ମି ରୁ ଘ୨/୪ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା-ରାତ୍ରି ଘ୨/୪ମି ରୁ ଘ୨/୫୨ମି ପର୍ଯ୍ୟନ୍ତ।ପୁଷ୍କରଦୋଷ- ଅଦ୍ୟ ମୃତବ୍ୟକ୍ତିର ୧ପାଦବାର ପୁଷ୍କରଦୋଷ। ଫଳଂ କୃଷି ହାନି ଓ ଭୂମିଦାନ ସହିତ ହୋମାଦିଶାନ୍ତି ବିଧେୟ।ପ୍ରଥମ ରଜୋଦର୍ଶନେ- ରଜଶ୍ଚକ୍ରେ କନ୍ୟାର ସମ୍ବତ୍ସର ଏବଂ ନିଶାନ୍ତଘ୬/୨୧ମିପରେ ପାଞ୍ଚମାସ ଗଣ୍ଡଦୋଷ। ଫଳଂ ସ୍ତ୍ରୀ ବିଧବା। ନିଶାନ୍ତ ଘ୬/୨୧ମି ପରେ ଶୋକାତୁରା। ରଜଶ୍ଚକ୍ରେ ବନ୍ଧ୍ୟା। ଘ୬/୨୧ମି ପରେ ସୁଭଗା। ଘୃତପୂର୍ଣ୍ଣକାଂସ୍ୟପାତ୍ର ଶୁକ୍ଳବସ୍ତ୍ର ତିଳସୁବର୍ଣ୍ଣ ତଣ୍ଡୁଳ ଏବଂ ଗୁଡ଼ଦାନ କରଣୀୟ। ବାରଦୋଷ ହେତୁ (ଶିବଙ୍କ ଠାରେ ଜଳାଭିଷେକ), ଦିବା ଘ୯/୩୫ମି ଗତେ ବାର ଓ ତିଥିଦୋଷହେତୁ ଶିବଙ୍କଠାରେ ଜଳାଭିଷେକ ଓ ଦୁର୍ଗାଙ୍କୁ ଲାଲରଙ୍ଗର ପୁଷ୍ପ ଅର୍ପଣ।ଶୁଭକର୍ମ- ନାହିଁ। 
ମେଷ-ବନ୍ଧୁଙ୍କ ସାହାଯ୍ୟରେ ଉପକୃତହେବେ ।ସାମାଜିକସ୍ତରରେ ପ୍ରଶଂସିତହେବେ ।ନୂତନଉଦ୍ୟୋଗରେ ପଇସାଖଟେଇବେ ।ପାରିବାରିକକ୍ଷେତ୍ରରେ ଶୁଭ ସମାଚାରଶୁଣି ଖୁସିହେବେ ।ଖଣିଜବ୍ୟବସାୟ,ଯାନବାହନବ୍ୟବସାୟ,ଯାତାୟତବ୍ୟବସାୟ,ବାୟୁଯାନ,ରେଳବିଭାଗର ଟିକେଟବିକ୍ରି, ଭୂ-ଜାତଦ୍ରବ୍ୟ ବ୍ୟବସାୟ, ସାନିଟାରୀ, ଇଟା,କୋଇଲା, ହାର୍ଡୱାର,ମହମବତୀ,ପେଟ୍ରୋଲିୟମ୍,କବାଡ଼ି,ଗାଈ,କୁକୁଡ଼ା,ଛେଳିଫାର୍ମ ଇତ୍ୟାଦିରେ କର୍ମରତବ୍ୟକ୍ତି ଓ ବ୍ୟବସାୟରେ ଅତ୍ୟଧିକ ଲାଭପାଇବେ ।ରାଜନୀତି ତଥା ସାମାଜିକକ୍ଷେତ୍ରରେ ପ୍ରତିଷ୍ଠା ବଢିବ ।କଳା ଓ ସଙ୍ଗୀତରେ ସୁନାମ ଅର୍ଜନକରିବେ ।
ବୃଷ-ପ୍ରତିଯୋଗିତା ପରୀକ୍ଷାରେ ଶୁଭଫଳ ମିଳିବ । ଆଶା କରୁଥିବା କାମଟି ବନ୍ଧୁଙ୍କ ଦ୍ଵାରା ସହଜ ସୁବିଧାରେ ହୋଇଯିବ । ଦୂରେଇ ଯାଇଥିବା ବନ୍ଧୁ ଅତି ଆପଣାର ହେବେ । ଆର୍ଥିକସ୍ଥିତି ଭଲ ରହିବ କିଛି ଅସୁବିଧା ହେବ ନାହିଁ । ମିତ୍ରମାନେ ପରାମର୍ଶ ଦେଇ ସମସ୍ତ ଆଶା ପୂରଣ କରିବେ । ସମ୍ପର୍କୀୟଙ୍କ ଶୁଭସୂଚନା ଶୁଣି ଖୁସି ହେବେ । ପୁରାତନ ରୋଗ ପୀଡ଼ାରୁ ଉପସମ ପାଇବେ । ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବ । ସ୍ଥଗିତଥିବା କର୍ମଟି ପୂରଣ ହେବ । କର୍ତ୍ତବ୍ୟନିଷ୍ଠ, ଉଦ୍ୟମୀ, ଦକ୍ଷ, ଜନପ୍ରିୟ, ସିଦ୍ଧହସ୍ତା, ସୁବକ୍ତା, ବ୍ୟକ୍ତିରୁପେ ସମାଜର ସ୍ଵୀକୃତି ପାଇବେ ।
ମିଥୁନ-ନିଜ ଦକ୍ଷତାରୁ ଉଚ୍ଚ ସମ୍ମାନ ପାଇବେ ଏବଂ ବୁଦ୍ଧିଜୀବୀ ମାନଙ୍କ ସାନ୍ନିଧ୍ୟରେ ଆସିବେ । ପ୍ରତିଷ୍ଠା, ପ୍ରତିପତି, ମାନସମ୍ମାନ ଓ କ୍ଷାତି ବଢ଼ିବ । ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭହେବ । ବ୍ୟବସାୟ କ୍ଷେତ୍ରରେ ଟେନସନ ଦୂର ହେବ । ବନ୍ଧୁଙ୍କ ସାହାଯ୍ୟ ଏବଂ ଅବଦାନ ଅବିସ୍ମରଣୀୟ ରହିବ । ମହିଳାଙ୍କ ମାନସିକ ସ୍ଥିତି ଭଲ ରହିବ ଓ ମିତ୍ରମାନଙ୍କ ସହ ସୁସମ୍ପର୍କ ରହିବା ଫଳରେ ଅନେକ କାର୍ଯ୍ୟରେ ସଫଳ ହେବେ । ବିନ୍ଧୁମିଳନ ହେତୁ ନୂଆ ଉତ୍ସାହନେଇ କାମ କରିଚାଲିବେ । ପାରିବାରିକ କ୍ଷେତ୍ରରେ ସାହାଯ୍ୟ ଓ ସହଯୋଗ ମାନସିକ ସ୍ଥିତିକୁ ମଜଭୁତ୍ କରିବ । କେତେକ କ୍ଷେତ୍ରରେ ପ୍ରତିଦ୍ୱନ୍ଦିତା ଲାଗି ରହିବ ।
କର୍କଟ-ପ୍ରତ୍ୟେକକ୍ଷେତ୍ରରେ କେବଳ କୌଶଳପୂର୍ଣ୍ଣ କଥାକହିବା ଦ୍ୱାରା କାମହାସଲ କରି ପାରିବେ । ଦୀର୍ଘଦିନରୁ ଅଟକି ରହିଥିବା କାମଟି ଉପରିସ୍ଥଙ୍କର ସୌଜନ୍ୟରୁ ହୋଇଯିବ । ସାମାଜିକ ସ୍ତରରେ ଦୃଢ଼ ପଦକ୍ଷେପ ନେଇ କାର୍ଯ୍ୟ ହାସଲ କରିବେ । ପୁରାତନ ରୋଗର ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବ । ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ବିଭିନ୍ନ ଆଡୁ ଲାଭ ପାଇବେ । ସତସଙ୍ଗ, ମନୋରଞ୍ଜନ ଓ କ୍ରୀଡ଼ା କ୍ଷେତ୍ରରେ ପ୍ରଶଂସିତହେବେ । ମହିଳାମାନେ ପାରିବାରିକ କ୍ଷେତ୍ରକୁ ସରସ ସୁନ୍ଦର କରିବାରେ ପ୍ରଯତ୍ନ କରିବେ । ସଭାସମିତି, ସାହିତ୍ୟ ଓ କଳାକ୍ଷେତ୍ରରେ ସମ୍ମାନ ପାଇବେ ।
ସିଂହ-ଆର୍ଥିକସ୍ଥିତିରେ ସୁଧାର ଆସିବ । କୌଣସି ଦରକାରୀ ମୂଲ୍ୟବାନ ଜିନିଷ ଖରିଦ କରିବାକୁ ମନ ବଳାଇବେ । ସମସ୍ୟାଗୁଡ଼ିକ ଆପଣାଛାଏ ସମାଧାନ ହୋଇଯିବାରୁ ମନ ହାଲୁକା ହୋଇଯିବ । ବନ୍ଧୁଙ୍କ ସାହାଯ୍ୟ ନେଇ ଆଲୋଚନା କ୍ଷେତ୍ରରେ ସୁଫଳ ପାଇବେ । ବ୍ୟବସାୟରେ ସାଙ୍ଗ ସାଥିମାନେ ସାହାଯ୍ୟ ସହଯୋଗ କରିବେ ଓ ଡାକରା ପାଇ ଯାତ୍ରା କରିବାକୁ ବାଧ୍ୟ ହେବେ । ଆବଶ୍ୟକତା ପୂରଣ ଦିଗରେ ଖର୍ଚ୍ଚାନ୍ତ ହେବେ । ମହିଳାମାନେ ମନପସନ୍ଦ ଜିନିଷପାଇ ଖୁସି ହେବେ ଓ ମିତ୍ରମାନଙ୍କ ସହ ସୁସମ୍ପର୍କ ରହିବା ଫଳରେ ଅନେକ କାର୍ଯ୍ୟରେ ସଫଳ ହେବେ ।
କନ୍ୟା-ରାଜନୀତିକ୍ଷେତ୍ରରେ ଖୁବ୍ ଆଶାବାଦୀ ହେବେ ଓ ସାଧାରଣ ଘଟଣାଯୋଗୁ ବନ୍ଧୁଙ୍କ ସହ ସମ୍ପର୍କ ନିବିଡ ହେବ । ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । ପରିବହନ ଓ ବ୍ୟବସାୟିକ ସ୍ଥିତି ସୁଦୃଢ ହେବ । ଧାର୍ମିକ କାର୍ଯ୍ୟରେ ମନ ବଳାଇବେ । ମହିଳାମାନେ ପିଲାଙ୍କ ଆଚରଣରେ ଖୁସି ରହିବେ । ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବ ଓ ପ୍ରତିଷ୍ଠା, ପ୍ରତିପତି, ମାନସମ୍ମାନ ଓ କ୍ଷାତି ବଢ଼ିବ । ପରିବାରରେ ସୁସମ୍ପର୍କ ବୃଦ୍ଧି ପାଇବ ଓ କାମଗୁଡ଼ିକ ସହଜରେ ହୋଇଯିବ । ତରବରିଆ ଭାବରେ କୌଣସି କାମ ନକରି ପରିସ୍ଥିତିକୁ ଆଖିଆଗରେ ରଖି କାମକରିଲେ ଭଲହେବ ।
ତୁଳା-ନୂତନ ଜାଗା ଜମି ଗୃହ, ବାହନ ଆଦି କ୍ରୟ କରିବାର ଯୋଜନା କରିବେ । ସ୍ଥଗିତଥିବା କର୍ମଟି ପୂରଣ ହେବ । ମହିଳାମାନଙ୍କପାଇଁ କେତେକ କ୍ଷେତ୍ରରେ ଉନ୍ନତିର ରାସ୍ତା ପରିଷ୍କାର ହୋଇଯିବ । ରାଜନୀତି କ୍ଷେତ୍ରରେ ଉଚ୍ଚ ପଦ ପଦବୀର ପଦାଧିକାରୀ ହୋଇପାରିବେ । ଉଚ୍ଚଶିକ୍ଷା ଲାଭକରି ଥିଲେ ସମସ୍ତ ପ୍ରକାର ପ୍ରତିଯୋଗିତା ପରୀକ୍ଷାରେ ସଫଳ ହେବେ । କେତେକ କ୍ଷେତ୍ରରେ ଗଠନମୂଳକ ପ୍ରସ୍ତାବ ଦେଇ ପ୍ରଶଂସିତ ହେବେ । ବନ୍ଧୁବାନ୍ଧବ ମାନେ ଆର୍ଥିକ କ୍ଷେତ୍ରରେ ସାହାଯ୍ୟ ସହଯୋଗ କରିବେ । ପାରିବାରିକ ପରିସ୍ଥିତି ଯୋଗୁ ଚିନ୍ତା କରିଥିବା କାମ ଗୁଡିକ ଠିକ୍ ଭାବେ ସଂପୂର୍ଣ୍ଣ ହେବ ।
ବିଛା-ବ୍ୟବସାୟ କ୍ଷେତ୍ରରେ ଚେଷ୍ଟା କଲେ ବହୁତ ଦିନରୁ ରହିଥିବା ବାକିଟଙ୍କା ମିଳିଯିବ । ସଭାସମିତି, ସାହିତ୍ୟ ଓ କଳାକ୍ଷେତ୍ରରେ ସମ୍ମାନ ପାଇବେ । ପରିବହନ ବ୍ୟବସାୟରେ ଆଶାଜନକ ସଫଳତା ହାସଲ କରିବେ । ନୂତନ ଦ୍ରବ୍ୟ କ୍ରୟ କରିବେ । ମହିଳାମାନଙ୍କର ବୁଦ୍ଧିମତା କାରଣରୁ ପ୍ରତିଷ୍ଠା, ପ୍ରତିପତି, ମାନସମ୍ମାନ ଓ କ୍ଷାତି ବଢ଼ିବ । ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ମିଳିବ । ଜଣେ ସତ୍ ପରାମର୍ଶ ଦାତା, କର୍ତ୍ତବ୍ୟନିଷ୍ଠ, ଉଦ୍ୟମୀ, ଦକ୍ଷ, ଜନପ୍ରିୟ, ସିଦ୍ଧହସ୍ତା, କବି, ସୁବକ୍ତା, ଧାର୍ମିକ, ବନ୍ଧୁ-ବାନ୍ଧବ ପ୍ରିୟ, ଗୁରୁଦେବତାରେ ଭକ୍ତି ଭଳି ନିଷ୍କଳଙ୍କ ଗୁଣଗୁଡିକରେ ଭୂଷିତ ହେବେ ।
ଧନୁ-ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବାରୁ ମନ ଭଲ ରହିବ । ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ମିଳିବ । ନିର୍ମାଣଧୀନ କାର୍ଯ୍ୟ ସମ୍ପନ୍ନ ହେବ । ପ୍ରତିଯୋଗିତା ପରୀକ୍ଷାରେ ସଫଳତା ମିଳିବ । ବାଣିଜ୍ୟ, ବ୍ୟବସାୟ, କଳା, ସାହିତ୍ୟ ଓ ସଭାସମିତିରେ ସଫଳତା ହାସଲ କରିବେ । ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । ବନ୍ଧୁମାନେ ସାହାଯ୍ୟ ସହଯୋଗ କରିବେ । ନୂତନ ଓ ପୁରାତନ ଯୋଜନା ଫଳପ୍ରସୂ ହେବା ସହଜ ସରଳ ହୋଇଯିବ । ସାମାଜିକ ସ୍ତରରେ ସହନଶୀଳତା ଗୁଣରୁ ପ୍ରଶଂସିତ ହେବେ । କୌଣସି ଆବଶ୍ୟକୀୟ ଜିନିଷ କିଣିବା ପାଇଁ ଚିନ୍ତା କରିବେ ।
ମକର-ଶାରୀରିକସୁସ୍ଥତା ଅନୁଭବ କରିବେ । କେତେକ ସାଧାରଣ ଘଟଣାକୁ କେନ୍ଦ୍ରକରି ପରିବାରରେ ଉପୁଜିଥିବା ବିବାଦ ମେଣ୍ଟିଯିବ । ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବାପାଇଁ ସମର୍ଥ ହେବେ । ପରିବହନ ବ୍ୟବସାୟରେ ବିଶେଷ ଲାଭବାନ ହେବେ । ସଭାସମିତି, କଳା, କ୍ରୀଡ଼ା, ସଙ୍ଗୀତ ତଥା ନୂତନବନ୍ଧୁ ସମ୍ପର୍କ ସ୍ଥାପନ କ୍ଷେତ୍ରରେ ଆଶାନୁଯାୟୀ ଫଳ ପାଇବେ । ପରିବାରରେ କାହାର ସ୍ଵାସ୍ଥ୍ୟସମସ୍ୟା ନେଇ ମାନସିକ ଚିନ୍ତା ବୃଦ୍ଧି ପାଇବ । ବନ୍ଧୁ ପରିଜନଙ୍କ ସ୍ନେହ, ଶ୍ରଦ୍ଧା ପାଇବେ । ଭଲଭାବରେ ଚିନ୍ତା କରି କାମରେ ଆଗେଇ ଚାଲନ୍ତୁ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ ।
କୁମ୍ଭ-ପ୍ରତ୍ୟେକକ୍ଷେତ୍ରରେ କେବଳ କୌଶଳପୂର୍ଣ୍ଣ କଥାକହିବାଦ୍ୱାରା କାମହାସଲ କରିପାରିବେ ।ପାରିବାରିକକ୍ଷେତ୍ରରେ ସାହାଯ୍ୟ ଓ ସହଯୋଗ ମାନସିକସ୍ଥିତିକୁ ମଜଭୁତ୍ କରିବ ।ଆଶାକରିଥିବାଦିଗରୁ ଅର୍ଥପ୍ରାପ୍ତିହେବ ।ସଭାସମିତି ଓ ଆମଦାନୀ ରପ୍ତାନୀବାଣିଜ୍ୟ କ୍ଷେତ୍ରରେ ଉପକୃତହେବେ ।ମହିଳାମାନଙ୍କୁ ପାରିବାରିକ କ୍ଷେତ୍ରରୁ ମଧ୍ୟ ପ୍ରଶଂସାମିଳିବ ।ମିତ୍ରମାନଙ୍କ ସହ ସୁସମ୍ପର୍କ ରହିବାଫଳରେ ଅନେକକାର୍ଯ୍ୟରେ ସଫଳ ଧର୍ମକାର୍ଯ୍ୟପ୍ରତି ମନବଳାଇ ବହୁତଶାନ୍ତି ଲଭିବେ ।ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁନେଇ ନିତ୍ୟଚର୍ଯ୍ୟାରେ ବ୍ୟବଧାନ ଉପସ୍ଥିତହେବ ।ପରିବାରର କେତେକ ଅକୁହାକଥା ଚିନ୍ତାକରି ଅନ୍ୟମାନଙ୍କୁ ସନ୍ଦେହଦୃଷ୍ଟିରେ ଦେଖିବେ ।
ମୀନ-ବ୍ୟବସାୟ ପାଇଁ ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ବେଶ୍ ଆନନ୍ଦ ଅନୁଭବ କରିବେ ଓ ରାଜକୀୟ ସମ୍ମାନ ମିଳିବ । ସାମାଜିକ ସ୍ତରରେ ସହନଶୀଳତା ଗୁଣରୁ ପ୍ରଶଂସିତ ହେବେ । ନୂତନ କାର୍ଯ୍ୟରେ ହାତଦେଇ କୃତ କାର୍ଯ୍ୟ ହେବେ । ପାରିବାରିକ ସମସ୍ୟା ଦୂର ହୋଇଯିବା ଫଳରେ ଅର୍ଥ ଲାଭର ସୁଯୋଗ ପାଇବେ । ଯେଉଁ କାମରେ ହାତଦେବେ ତାହା ନିର୍ବିଘ୍ନରେ ସମାପନ ହେବ । ଏପରିକି ଆନୁଷ୍ଠାନିକ କାମ, ଗୃହସୀମା, ଜମିଜମା, ଗାଡ଼ି ମୋଟର, ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ମାନସିକତା ଅକ୍ଷୁର୍ଣ୍ଣ ରହିବ । ବନ୍ଧୁଙ୍କଠାରୁ ସାହାଯ୍ୟର ପ୍ରତିଶୃତି ପାଇ ମାନସିକଶାନ୍ତି ପାଇବେ!!ଜୟଜଗନ୍ନଥ, ଜୟସୋମନାଥ, ଜୟମାଯୋଗମାୟା!!

Leave A Reply

Your email address will not be published.