ଆଜିର ରାଶିଫଳ

0 163

ଉତ୍ତରାୟଣ ମକରସଂକ୍ରାନ୍ତି, ୧୫-୧-୨୦୨୪ (ସୋମ ବାର)ଯୋଗିନୀ ଦକ୍ଷିଣେ । ରାତ୍ରି ଘ୨।୪୭ ଗତେ ପଶ୍ଚିମେ ଯାତ୍ରାଦି ଶୁଭକର୍ମ ନାସ୍ତି । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ଦିବା ଘ୯।୮ ଗତେ ଉତ୍ତରଭାଦ୍ର ରେବତୀ ଦ୍ଵିଜା ରୋହିଣୀ। ଆର୍ଦ୍ରା ପୁଷ୍ୟା ଅଶ୍ଳେଷା ପୂର୍ବାଫାଃ ହସ୍ତା ସ୍ୱାତୀ ଅନୁରାଧା ଜ୍ୟେଷ୍ଠ ପୂର୍ବାଷାଢ଼ ଶ୍ରବଣା ଶତଭିଷା ଏ ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି । ରାତ୍ରି ଘ୧।୪୦ ଗତେ ମୀନ ବୃଷ ମିଥୁନ କର୍କଟ କନ୍ୟା ତୁଳା ବିଛା ମକର କୁମ୍ଭ ଏ ରାଶିମାନଙ୍କର ଚନ୍ଦ୍ର ଶୁଦ୍ଧି ।ଧନୁରାଶିର ଘାତଚନ୍ଦ୍ର । ମିଥୁନ ରାଶିର ଘାତବାର । ଦିବା ଘ୭।୫୦ ଗତେ ଘ୯।୧୨ ମଧ୍ୟେ କାଳବେଳା । ଘ୨।୪୧ ଗତେ ଘ୪।୩ ମଧ୍ୟେ ବାରବେଳା ରାତ୍ରି ଘ୧୦।୧୯ ଗତେ ଘ୧୧।୫୭ ମଧ୍ୟେ କାଳରାତ୍ରି । ମୃତେ ଦିବା ଘ୯।୮ଗତେ ପାଦଦୋଷ । ଫଳଂ ଗୋତ୍ରନାଶ । ତିଳକାଞ୍ଚନ ଦାନ । ପ୍ରଥମ ରଜୋଦର୍ଶନେ ଦିବା ଘ୯।୮ ଗତେ ସାତମାସ ଗଣ୍ଡଦୋଷ । ସ୍ଵର୍ଶ ଓ ପୀତ ବସ୍ତ୍ର ଦାନ । ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ।ବେଲଭକ୍ଷଣ ନିଷେଧ । ଅଦ୍ୟ ଉତ୍ତରାୟଣ ମକର ସଂକ୍ରାନ୍ତି । ଦିବା ଘ୧୦।୫୨ ଗତେ ରାତ୍ରି ଘ୬।୫୨ ମଧ୍ୟେ ସଂକ୍ରାନ୍ତିର ପୂଣ୍ୟ କାଳୀ । ସୂର୍ଯ୍ୟଦେବଙ୍କ ଉତ୍ତରାୟଣ ବନ୍ଦାପନା । ମକର ମେଳା ହଳନିଷେଧ ।ରାତ୍ରି ଘ୧।୪୦ ପର୍ଯ୍ୟନ୍ତ ଶରଣ ପଞ୍ଚକ ଦୋଷ ।(ଅମୃତ) – ଦିବା ଘ୮।୪ ମଧ୍ୟେ ଘ୧୧।୧୬ ଗତେ ଘ୧।୪୦ ମଧ୍ୟେ ରାତ୍ରି ଘ୬।୧୩ ଗତେ ଘ୮।୩୭ ମଧ୍ୟେ ଘ୧୧।୧ ଗତେ ଘ୨।୧୩ ମଧ୍ୟେ । (ମାହେନ୍ଦ୍ର)- ଦିବା ଘ୪।୪ ଗତେ ଘ୫।୨୫ ମଧ୍ୟେ ।
ମେଷ:-ନୂଆ ବିଚାର ଯଥେଷ୍ଟ ଆର୍ଥିକ ଲାଭ ଦେବ। ଆପଣଙ୍କ ର ଚେଷ୍ଟା ଫଳପ୍ରଦ ହେବ। ସନ୍ଧ୍ୟାରେ ବନ୍ଧୁମାନଙ୍କ ସହ ସମୟ ବିତିବ। ଦାମ୍ପତ୍ୟ ଜୀବନରେ ନୂଆ ଖୁସି ଆସିବ।
ବୃଷ:-ଭାଗ୍ୟ ଆପଣଙ୍କ ସହ ରହିବ। କାର୍ଯ୍ୟକ୍ଷେତ୍ରରେ କିଛି ନୂଆ ଶିଖିବାକୁ ଚେଷ୍ଟା କରିବେ। ଜୀବନରେ ଲାଭର ଅବସର ପ୍ରାପ୍ତ ହେବ। ଅଫିସ କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରା ହୋଇଯିବ।
ମିଥୁନ:-ବିଶେଷ କାମରେ ଯାତ୍ରା କରିପାରନ୍ତି। ପାରିବାରିକ ବନ୍ଧୁ ଠାରୁ ଖୁସି ଖବର ପାଇବେ। ଅବିବାହିତଙ୍କୁ ବିବାହ ପ୍ରସ୍ତାବ ମିଳିବ। ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ।
କର୍କଟ:-ଜୀବିକା କ୍ଷେତ୍ରରେ ଲାଗି ରହିଥିବା ବାଧା ସମାପ୍ତ ହୋଇଯିବ। ଧନଲାଭର କିଛି ନୂଆ ମଉକା ପାଇବେ। ସବୁ କାମ ସହଜରେ ପୂରା ହେବ। ପ୍ରେମ ଜୀବନ ଭଲ ରହିବ।
ସିଂହ:- ବିବାଦଠୁଁ ଦୂରରେ ରୁହନ୍ତୁ। ଧାର ନେବା ଦେବାରୁ ନିବୃତ୍ତ ରହନ୍ତୁ। ବିରୋଧୀ ପକ୍ଷ ଆପଣଙ୍କ କାମରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରିବେ। ନୂଆ ଘର ନିର୍ମାଣ ପାଇଁ ଯୋଜନା କରିବେ।
କନ୍ୟା:-ବନ୍ଧୁ ସହ କଥା ହେବାବେଳେ ଏଭଳି କିଛି କୁହନ୍ତୁ ନାହିଁ ଯାହାଦ୍ବାରା ଅଶାନ୍ତି ହେବ। କାମ ପ୍ରତି ନିଜର ଏକାଗ୍ରତା ବଜାୟ ରଖନ୍ତୁ। ଅଫିସରେ ସାବଧାନ ରହିବାର ଆବଶ୍ୟକତା ରହିଛି।
ତୁଳା:-ଏକାଗ୍ରଚିତ୍ତରେ କରୁଥିବା କାମର ଭଲ ପରିଣାମ ପାଇବେ। ଆପଣଙ୍କର ସମ୍ପର୍କ ନ ଥିବା ମାମଲାରେ ଦଖଲ ଦିଅନ୍ତୁ ନାହିଁ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।
ବିଛା:-ଭାବିଚିନ୍ତି ବଡ଼ ନିଷ୍ପତ୍ତି ନିଅନ୍ତୁ। ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ। ମହିଳାମାନେ ଚେହେରାର ଯତ୍ନ ନେବାରେ ବ୍ୟସ୍ତ ରହିବେ। ଶିକ୍ଷାର୍ଥୀଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ।
ଧନୁ:-ପରିବାର ପାଇଁ କିଛି ଭଲ କରିବାର ଦିନଟିଏ। ଆପଣଙ୍କର ପ୍ରଦର୍ଶନ କର୍ତ୍ତୃପକ୍ଷଙ୍କୁ ଖୁସି କରିବ। ସାହିତ୍ୟ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। ଜୀବନସାଥୀ ଉପହାର ଦେବେ।
ମକର:-ଶାନ୍ତ ମନରେ କାମ କଲେ ଯଥେଷ୍ଟ ଲାଭ ପାଇବେ। ବିବାହିତଙ୍କ ଲାଗି ଦିନଟି ଉତ୍ତମ। ପ୍ରେମିକ ପ୍ରେମିକା ନିଜ ସମ୍ବନ୍ଧ ବିଷୟରେ ଘର ଲୋକଙ୍କୁ ଜଣାଇବେ।
କୁମ୍ଭ:-ବନ୍ଧୁଙ୍କ ପରାମର୍ଶ ଆପଣଙ୍କୁ ପସନ୍ଦ ଆସିବ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ସୁଦୃଢ଼ ହେବ। ନୂଆ ଶକ୍ତିର ସହ କାମ କଲେ ଅଧୁରା କାମ ପୂରା ହେବ। ରାଜନୀତିରେ ଆର୍ଥିକ ଲାଭ ହେବ।
ମୀନ:- ପୂଜାପାଠରେ ସମୟ ବିତିବ। ପରିବାରରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ଆପଣଙ୍କର ଇଚ୍ଛା ପୂରଣ ହେବ। ରାଜନେତାଙ୍କୁ ଉଚ୍ଚ ପଦ ମିଳିବ।!!ଜୟ ଜଗନ୍ନାଥ, ଜୟ ସୋମନାଥ,ଜୟ ମା ଯୋଗମାୟା!!

Leave A Reply

Your email address will not be published.