ଏକାଠି ହେଲେ…

ସମାଜ ସେବାପାଇଁ ସଂକଳ୍ପ ନେଲେ

0 43

 

ବାରଙ୍ଗ,୧୪।୧(ଏସଏସନିଉଜ) ଜଙ୍ଗଲ ଘେରା ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ରାଜ୍ୟ ଉଦ୍ଭିଦ ଉଦ୍ୟାନ। ଏଠାରେ ଆୟୋଜନ ହୋଇଥିଲା୨୦୦୨ ବର୍ଷ ବ୍ୟାଚର ବନ୍ଧୁମିଳନ କାର୍ଯ୍ୟକ୍ରମ I ବନ୍ଧୁ ମିଳନ ଥିଲା ଏକ ବାହାନା, ଉଦେଶ୍ୟ ଥିଲା କିଛି ଭିନ୍ନ କରିବାର I ଆଜିର ବ୍ୟସ୍ତତା ଜୀବନ ଭିତରେ କିଏ ବା କାହା ପାଇଁ ସମୟ କାଢିପାରୁଛି । ଆଜିର ଦିନରେ ବନ୍ଧୁ ସାଜିଗଲାଣି ମୋବାଇଲ ଫୋନ I ଫୋନରେ କଥା ହେଇଗଲେ କଥା ସରିଲା I
ସେ ଯାହା ହେଉନା କାହିଁକି, ବ୍ୟସ୍ତ ବହୁଳ ଜୀବନରେ ସମୟ କାଢି ସମସ୍ତେ ଏକାଠି ହେଇଥିଲୁ ୨୦୦୨ ବ୍ୟାଚ୍ ର ସାଙ୍ଗ I ସମୟ ସହିତ ଦାୟିତ୍ୱ ଆଉ ବୟସ ଦୁଇଟି ବଢ଼ି ବଢ଼ି ଚାଲିଥିବା ବେଳେ ଅନେକ ସାଙ୍ଗଙ୍କୁ ଚିନ୍ହିବା ବି କଷ୍ଟକର ହୋଇଥିଲା I ଏହାରି ଭିତରେ ରାଜ୍ୟ ଉଦ୍ଭିଦ ଉଦ୍ୟାନ ରେ ସବୁ ସାଙ୍ଗ ଏକାଠି ହୋଇଥିଲୁ । ସକାଳୁ ସକାଳୁ ନିଜ ନିଜ ପରିବାର ଧରି ସମସ୍ତେ ପହଞ୍ଚିଥିଲେ। ଏକାଠି ହୋଇ ଏମିତି ଦୁଃଖ ସୁଖ ବାଣ୍ଟୁ ବାଣ୍ଟୁ ସମୟ ବି ସୂର୍ଯ୍ୟାସ୍ତ ରେ ପହଞ୍ଚି ଯାଇଥିଲା । ସମସ୍ତେ ସାଙ୍ଗ ଏକାଠି ହୋଇ ସମାଜ ପାଇଁ କିଛି କରିବାର ଯୋଜନା ମଧ୍ୟ କରିଥିଲୁ । ସବୁ ସାଙ୍ଗମାନେ ମିଶି କଞ୍ଜିଆ ହ୍ରଦ କୂଳରେ ବିଭିନ୍ନ ପ୍ରଜାତି ର ଗଛ ଲଗାଇଥିଲୁ । ଆଗାମୀ ଦିନରେ ବିଭିନ୍ନ ସ୍କୁଲ କୁ ଯାଇ ପିଲାମାନଙ୍କୁ ଖାତା କଲମ ଦେବା ସହିତ ପରିବେଶ ସୁରକ୍ଷା ପାଇଁ ଗ୍ରାମ ରାସ୍ତା ଓ ପୋଖରୀ ସଫା କରିବା ପାଇଁ ସଂକଳ୍ପ ନେଇଥିଲୁ ।ସମାଜ ସେବା ସହିତ ସାମ୍ବାଦିକ କମଳାକାନ୍ତ ନାୟକ , ପୁର୍ବତନ ଜିଲ୍ଲା ପରିଷଦ ସଭ୍ୟ କୁନାଲ ରାଉତ , ସମାଜସେବୀ ତ୍ରିଲୋଚନ ରାଉତ , ଲଲାବିକ୍ରମ୍ ରାଉତ, ଟୁଲୁ ସାସସ୍ମଲ୍,ବାପି ରାଉତ,ବୁଲା ସାହୁ ,ଦିବ୍ୟସିଂହ ରାଉତ ,ସୁବାସ ଚନ୍ଦ୍ର ଜେନା ପ୍ରମୁଖଙ୍କ ନେତୃତ୍ବରେ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା ।ପରେ ବନ୍ଧୁମିଳନରେ ମନୋରଞ୍ଜନ କାର୍ଯ୍ୟକ୍ରମ କରାଯିବା ସହିତ ପରସ୍ପର କୁ ସହଯୋଗ ଓ ବନ୍ଧୁତାକୁ ଅଧିକ ସୁଦୁଢ଼ କରିବା ପାଇଁ ସଂକଳ୍ପ ନିଆଯାଇଥିଲା ।

Leave A Reply

Your email address will not be published.