ଘରେଘରେ ପହଞ୍ଚିବ ପାଣିପାଗ ଖବର

0 70

ବାଲେଶ୍ବର,୧୬ା୧(ଏସଏସନିଉଜ) ଏଥର ଘରେଘରେ ପହଞ୍ଚିବ ପାଣିପାଗଖବର । ମୋବାଇଲ୍ ଆପ୍ ଜରିଆରେ ପ୍ରତିଟି ପାଣିପାଗ ଖବର ସମସ୍ତେ ଜାଣିପାରିବୋ ଭାରତୀୟ ପାଣିପାଗ ବିଭାଗ ୧୫୦ ବର୍ଷରେ ପାଦ ଥାପିଥିବାରୁ ‘ହର୍ ହର୍ ମୌସମ୍, ହର୍ ଘର୍ ମୌସମ୍’ ଲକ୍ଷ୍ୟ ହାସଲ ଦିଗରେ ଦେଲା ପାଣିପାଗବିଭାଗ ପକ୍ଷରୁ ଏହି ଉପହାର ଦିଆଯାଇଛି ।ଏହି ଅବସରରେ ଦିଲ୍ଲୀରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ମୌସମ୍ ଆପ୍ ଲୋକାର୍ପଣ କରିଛନ୍ତି ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଏବଂ ଭୂ-ବିଜ୍ଞାନ ମନ୍ତ୍ରୀ କିରଣ ରିଜିଜୁ । ଏହି ଆପ୍‌ରେ ଥିବା ପଞ୍ଚାୟତ ମୌସମ୍ ସେବା ଏବଂ ମୌସମ ଗ୍ରାମ୍ ଫିଚର୍ ଦେଶବାସୀ ଜାଣିପାରିବେ । ଓଡ଼ିଆ ସମେତ ୧୨ଟି ଭାଷାରେ ଉପଲବ୍ଧ ଏହି ମୋବାଇଲ ଆପ୍ଲିକେସନ ଜରିଆରେ ସମସ୍ତେ ନିଜ ପଞ୍ଚାୟତର ପ୍ରତି ଘଣ୍ଟାର ପାଣିପାଗ ସୂଚନା ପାଇପାରିବେ ବୋଲି ଆଇଏମ୍‌ଇ ଡିଜି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ସୁଚନା ଦେଇଛନ୍ତି ।

Leave A Reply

Your email address will not be published.