ଆଜିର ରାଶିଫଳ

0 133

୨୦୨୪ମସିହା ଫେବୃଆରୀମାସ ୧୯ତାରିଖ ସୋମବାର। ସୁର୍ଯ୍ୟୋଦୟ- ଘ୬/୧୭/୩୧ ,ସୂର୍ଯ୍ୟାସ୍ତ- ଘ୫/୪୩/୫୧ ,ମାଘମାସ ,ଶୁକ୍ଳପକ୍ଷ ,ତିଥି- ଦଶମୀ ଦିବା ଘ୮/୫୦ମି ପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା-ଯୋଗିନୀ ଉତ୍ତରଦିଗରେ, ଦିବାଘ୮/୫୦ମିପରେ ଆଗ୍ନେୟକୋଣରେ। ବିଷ୍ଟିକରଣଦୋଷ ହେତୁ ସୂର୍ଯ୍ୟାଦୟରୁ ଦିବାଘ୮/୫୦ମିମଧ୍ୟେ ଉତ୍ତରଦିଗ,ବାୟୁକୋଣ ଓ ପଶ୍ଚିମ ଦିଗକୁ ତ୍ୟାଗ। ଦିବା ଘ୮/୫୦ମି ପରେ ରାତ୍ରି ଘ୯/୨୩ମି ମଧ୍ୟେ ଅଗ୍ନିକୋଣ, ପୂର୍ବଦିଗ, ଐଶାନ୍ୟ କୋଣକୁ ତ୍ୟାଗ କରି ଯାତ୍ରା କରାଯିବ।ଘାତଚନ୍ଦ୍ର– କନ୍ୟାରାଶିର ଘାତଚନ୍ଦ୍ର।ଘାତବାର–ମିଥୁନରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ-କଳମଶାଗ ଦିବା ଘ୮/୫୦ମିପରେ ଶିମ୍ବଭକ୍ଷଣ ନିଷେଧ।ଅଶୁଭବେଳା-କାଳବେଳା ଦିବା ଘ୭/୪୦ମି ରୁ ଘ୯/୭ମି ପର୍ଯ୍ୟନ୍ତ।ବାରଵେଳା ଦିବା ଘ୨/୫୩ମି ରୁ ଘ୪/୧୯ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୧୦/୨୬ମି ରୁ ଘ୧୧/୫୯ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ସୂର୍ଯ୍ୟାଦୟରୁ ଦିବା ଘ୭/୫୧ମି ମଧ୍ୟେ, ଘ୧୧/୩ମି ରୁ ଘ୧/୨୭ମି ମଧ୍ୟେ, ସନ୍ଧ୍ୟା ଘ୬/୩୪ମି ରୁ ରାତ୍ରି ଘ୮/୫୮ମି ମଧ୍ୟେ, ଘ୧୧/୨୨ମି ରୁ ଘ୨/୩୪ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା ଦିବା ଘ୩/୨୦ମି ରୁ ଘ୪/୫୬ମି ପର୍ଯ୍ୟନ୍ତ ।ପୁଷ୍କରଦୋଷ- ଅଦ୍ୟ ମୃତବ୍ୟକ୍ତିର ପୁଷ୍କରଦୋଷ ନାହିଁ ।ପ୍ରଥମରଜୋଦର୍ଶନେ-ରଜଶ୍ଚକ୍ରେ ଶ୍ରୀମତୀ।କନ୍ୟାର ଦିବାଘ୧୧/୧୩ମିପରେ ପାଞ୍ଚମାସ ଗଣ୍ଡଦୋଷ।ଫଳଂ ସ୍ତ୍ରୀବିଧବା।ଘୃତପୂର୍ଣ୍ଣ ତାମ୍ରପାତ୍ର ରକ୍ତବସ୍ତ୍ର ତିଳସୁବର୍ଣ୍ଣ ତଣ୍ଡୁଳଦାନ କରଣୀୟ।ଦିବା ଘ୮/୫୦ମିଗତେ ତିଥିଦୋଷହେତୁ ଦୁର୍ଗାଙ୍କୁ ଲାଲରଙ୍ଗର ପୁଷ୍ପ ଅର୍ପଣ।ଶୁଭକର୍ମ-ସୂର୍ଯ୍ୟାଦୟରୁ ଦିବାଘ୮/୫୦ମି ମଧ୍ୟେ ୫ନକ୍ଷତ୍ରେ ବିବାହ (ପାଣିଗ୍ରହଣ), ସୂର୍ଯ୍ୟାଦୟରୁ ଦିବା ଘ୧୧/୧୩ମିମଧ୍ୟେ ୫ନକ୍ଷତ୍ରେ ତତୁର୍ବେଦୀବ୍ରତ(ଉପନୟନ),ଗୃହାରମ୍ଭ, ଗୃହପ୍ରବେଶ(ପ୍ରତିଷ୍ଠା), ଦେବତାଗଠନ,ନବଦୋଳାଦ୍ୟାରୋହଣ,ଜଳାଶୟାରମ୍ଭ ଓ ପ୍ରତିଷ୍ଠା,ବୃକ୍ଷରୋପଣ,ନୌକାଚାଳନା ଓ ଯାତ୍ରା,ଚୁଡାକରଣ,କର୍ଣ୍ଣବେଧ,ନାମକରଣ,ନିଷ୍କ୍ରାମଣ, ଔଷଧକରଣ ଓ ସେବନ,ହଳପ୍ରବାହ,ବୀଜବପନ,ବାଣିଜ୍ୟକରଣ,ଦୀକ୍ଷାଗ୍ରହଣ,ହୋମାଦିସ୍ବସ୍ତ୍ୟୟନ,ନବଶଯ୍ୟାସନାଦ୍ବୁପଭୋଗ,ଅନ୍ନପ୍ରାଶନ,ନବାନ୍ନ,ନବବଧୁ ଯାତ୍ରା,ଅଳଙ୍କାରଭୂଷଣ,ଧାନ୍ୟସ୍ଥାପନ,ରାଜଦର୍ଶନ। ଦିବାଘ୧୧/୧୩ମିପରେ ସୂର୍ଯ୍ୟାସ୍ତମଧ୍ୟେ ୬ନକ୍ଷତ୍ରେ ଋଗ୍ ବେଦୀବ୍ରତ(ଉପନୟନ) ଓ ସାମ୍ ବେଦୀ ବ୍ରତୋପନୟନ,ଅଦ୍ୟ ୫ ଓ ୬ନକ୍ଷତ୍ରେ ଦେବତାପ୍ରତିଷ୍ଠା,ତରୁ ଓ ଋଦ୍ରପ୍ରତିଷ୍ଠା,ଧାନ୍ୟଚ୍ଛେଦନ।
ମେଷ-ଲାଗିରହିଥିବା ସମସ୍ୟାର ସମାଧାନହେବ।କାମ ଓ ପରିଶ୍ରମରୁ ଆପଣଙ୍କୁ ପୂରାଫାଇଦା ମିଳିବ।ରାଜନୀତିକ୍ଷେତ୍ରରେ ଥିବା ବ୍ୟକ୍ତିଙ୍କଲାଗି ଦିନଟି ଶୁଭ। ମାନପ୍ରତିଷ୍ଠା ବୃଦ୍ଧିହେବ।ଜୀବନସାଥୀଙ୍କଠାରୁ ଶୁଭଖବର ପାଇବେ।
ବୃଷ-ଆଜି ଆପଣ ଉର୍ଜାବାନରହିବେ। ଯୋଜନା ପ୍ରସ୍ତୁତକରିବେ; ଏହାକୁ କ୍ରିୟାନ୍ଵିତକରିବାର ମନୋଭାବରେରହିବେ।ଚାକିରିସମ୍ବନ୍ଧିତ ଭଲଖବର ପାଇବେ। ସନ୍ଧ୍ୟାରେ ବନ୍ଧୁଙ୍କ ସହିତ ସମୟ କଟିବ।
ମିଥୁନ-ବୈବାହିକଜୀବନରେ କିଛି କଥାକୁନେଇ ମତଭେଦ ହୋଇପାରେ।ମାନସିକଶାନ୍ତି ପ୍ରାପ୍ତଲାଗି ଆଧ୍ୟାତ୍ମିକତାବୃଦ୍ଧି କରିପାରନ୍ତି।କୌଣସି ପୁରୁଣାବନ୍ଧୁଙ୍କ ସହିତ ମିଶିପାରନ୍ତି।ବିଦ୍ୟାର୍ଥୀଙ୍କୁ ଆଜି ଅଧିକପରିଶ୍ରମ କରିବାକୁ ହେବ।
କର୍କଟ-ପରିବାରର ସ୍ନେହ ଓ ଜୀବନସାଥୀଙ୍କ ଖୁସିପାଇବେ।ଘରକୁ ସଜାଇ ନୂତନତ୍ଵ ଆଣିବେ।କାରବାର ବୃଦ୍ଧିଲାଗି ଦିନଟିଶୁଭ।ଚାକିରିରେ ଉନ୍ନତିହେବ। କ୍ରିକେଟ ଖେଳାଳିଙ୍କ ପ୍ରଦର୍ଶନ ବଢ଼ିଆ ରହିବ। ପ୍ରେମରେ ସଫଳତା ପାଇବେ।
ସିଂହ-ଆପଣଙ୍କ ଭାବନା ଯଥେଷ୍ଟ ସକାରାତ୍ମକ ରହିବ।କାମଧନ୍ଦାରେ ଲାଗିରହିଥିବା ଅଶାନ୍ତି ଦୂରହୋଇଯିବ।ଧନପ୍ରାପ୍ତିର ପ୍ରବଳଯୋଗ ରହିଛି।ଡାକ୍ତରଙ୍କ ଖ୍ୟାତି ସୁଦୂରପ୍ରସାରୀ ହେବ।ଘରର ମାହୋଲ୍‌ ଭଲ ରହିବ।
କନ୍ୟା-ଆପଣଙ୍କ ଦିମାକରେ କୌଣସି ନୂଆବିଚାର ଘୂରିବୁଲିବ।ଆପଣଙ୍କ ସଂସ୍ପର୍ଶରେଥିବା ଲୋକେ ପ୍ରଭାବିତହେବେ।ଆଇନକାନୁନମାମଲାର ସମାଧାନ ହୋଇପାରେ।ଚାକିରିସମ୍ବନ୍ଧରେ ଭଲଖବର ମିଳିବା ହେତୁ ପରିବାରରେ ଖୁସିରମାହୋଲ୍‌ ରହିବ।
ତୁଳା-ଆତ୍ମଚିନ୍ତନରେ ଅଧିକସମୟ କଟିବ।ରାଜନୀତିରେ ସାମାଜିକକାର୍ଯ୍ୟ କରିବାର ସୌଭାଗ୍ୟପ୍ରାପ୍ତ ହେବ।ବ୍ୟବସାୟସମ୍ବନ୍ଧରେ ବନ୍ଧୁଙ୍କସହିତ କଥାବାର୍ତ୍ତା ହେବେ।ନୂଆଘର କିମ୍ବା ଜମିକିଣିବା ଲାଗି ଯୋଜନାକରିବେ।
ବିଛା-ଦିନଟି ଆପଣଙ୍କଲାଗି ବିଶେଷଫଳଦାୟୀ।ଲାଗିରହିଥିବା ବିବାଦର ସମାଧାନହେବ।ଅଫିସରେ ନୂଆପରିଯୋଜନାରେ କାମକରିପାରନ୍ତି।ରାଜନୀତିରେ ମନୋକାମନା ପୂରଣହେବ।ବୈବାହିକଜୀବନରେ ମଧୁରତା ବଢ଼ିବ।
ଧନୁ-ଦିନଟିର ଆରମ୍ଭ ଖୁସିରସହିତ ହେବ।କ୍ୟାରିୟର ସହିତ ସଂଲଗ୍ନ ନୂଆସୁଯୋଗ ମିଳିପାରେ।ସମାଜରେ ଆପଣଙ୍କର ମାନସମ୍ମାନ ବୃଦ୍ଧିହେବ।ଜମି ଦଲାଲଙ୍କୁ ପୁରୁଣାଜମିରୁ ଧନଲାଭ ହେବ। ସନ୍ଧ୍ୟାସମୟରେ ଶୁଭଖବର ମିଳିବ।
ମକର-ଆପଣ ସୁନ୍ଦରକଳ୍ପନାରେ ବିଭୋରରହିବେ।ଯାତ୍ରାରେ ଯାଆନ୍ତୁ, ଧନଲାଭ ହେବ।କର୍ତ୍ତୃପକ୍ଷ ଆପଣଙ୍କୁ ନୂଆପରିଯୋଜନା ଅର୍ପଣକରିବେ।ମହତ୍ତ୍ଵପୂର୍ଣ୍ଣ ବ୍ୟାପାରରେ ମିତ୍ରଙ୍କସହିତ କଥାବାର୍ତ୍ତା ହେବେ।
କୁମ୍ଭ-କୁତର୍କରୁ ନିବୃତ୍ତ ରହନ୍ତୁ।ଭାବିଚିନ୍ତି ବଡ଼ଫଇସଲାର ଅନ୍ତିମରୂପ ଦିଅନ୍ତୁ।ଆର୍ଥିକସ୍ଥିତି ଦୁର୍ବଳହେବାରୁ ଜରୁରୀକାମ ସ୍ଥଗିତହେବ।ବେପାରରେ ଭାଗୀଦାରିଙ୍କ ସହିତ ମତଭେଦ ହୋଇପାରେ। ପ୍ରେମିକା ସହିତ ବାହାରକୁ ବୁଲିଯିବେ।
ମୀନ-ଦିନଟି ଉତ୍ସାହବର୍ଧକ ରହିବ।ଛୋଟିଆନିଷ୍ପତ୍ତିରୁ ବଡ଼ଫାଇଦା ହେବ। ନୂଆସାଥୀଙ୍କ ସହିତ ରହି ପୁରୁଣାସାଥୀଙ୍କୁ ଅଣଦେଖାକଲେ ଅସୁବିଧାରେ ପଡ଼ି ଯାଇପାରନ୍ତି। ସିନେକଳାକାରଙ୍କୁ ଫିଲ୍ମ ବା କାର୍ଯ୍ୟକ୍ରମର ଅନୁବନ୍ଧ ମିଳିବ।

✍️ ଦୁନିଆଁରେ ତିନୋଟି ବସ୍ତୁ ଅଛି ଯାହା ମୃତୁପରେ ମଧ୍ୟ ମଣିଷର ପିଛା ଛାଡେନାହିଁ ।
ପ୍ରଥମଟିହେଉଛି ପୂଣ୍ୟ-ଯାହା ମୃତ୍ୟୁ ଉପରାନ୍ତେ ମନୁଷ୍ୟକୁ ସ୍ବର୍ଗଲୋକକୁ ନେଇଯାଏ ।
ଦ୍ବିତୀୟଟିହେଉଛି ପାପ-ଯାହା ମୃତ୍ୟୁପରେ ବ୍ୟକ୍ତିକୁ ନର୍କକୁ ନେଇଯାଏ।
ତୃତୀୟଟିହେଉଛି ଗୁରୁମନ୍ତ୍ର-ଗୁରୁପ୍ରଦତ୍ତ ଭଗବାନଙ୍କନାମ ରୂପକ ମନ୍ତ୍ରକୁ ଅର୍ଥସହିତ ଯଦି ଶ୍ରଦ୍ଧା ଓ ଭକ୍ତିସହିତ ଜପକରାଯାଏ ତେବେ ସେହିମନ୍ତ୍ର ଇଶ୍ଵରଙ୍କସହିତ ମିଳାଇଦିଏ ଓ ବ୍ୟକ୍ତି ଜନ୍ମମୃତ୍ୟୁବନ୍ଧନରୁ ମୁକ୍ତି ପାଇଯାଏ ।
✍️ସଂସାରରେ ଲୋକମାନେ ଅନ୍ୟର ପ୍ରତ୍ୟେକକାର୍ଯ୍ୟର ସମାଲୋଚନାକରନ୍ତି କାରଣ ତାଙ୍କନିକଟରେ ସୃଜନଶୀଳତାର ଅଭାବଥାଏ ।ଏଣୁ ସାଧାରଣତଃ କୌଣସି କାର୍ଯ୍ୟ ଆରମ୍ଭରୁ ବ୍ୟକ୍ତିଭାବେ ଯେ, ଲୋକ କଣକହିବେ? କିନ୍ତୁ ଏହାହିଁସତ୍ୟ… ପ୍ରଥମଦିନ ଲୋକ ତୁମଉପରେ ହସିବେ, ଦିତୀୟଦିନ ତୁମ ଆଲୋଚନାକରିବେ ଓ ତୃତୀୟଦିନ ଭୁଲିଯିବେ। ଏଣୁ ଲୋକଙ୍କଚିନ୍ତା ନକରି ପ୍ରତ୍ୟେକଟି ସତ୍ କର୍ମ ଯାହା ତୁମେ ସତ୍ ଭାବୁଛ, ଯାହାତୁମେ ଚାହୁଁଛ ଓ ଯାହାତୁମକୁ ସୁଖକର ତାହାହିଁ କର।ସର୍ବେ ଭବନ୍ତୁ ସୁଖିନଃ, ସର୍ବେସନ୍ତୁ ନିରାମୟାଃ, ସର୍ବେ ଭଦ୍ରାଣୀପଶ୍ୟନ୍ତୁ, ମାକଶ୍ଚିଦ୍ ଦୁଃଖଂ ଭାଗଭବେତ୍।ଆଜିର ଦିନଟି ସଭିଙ୍କପାଇଁ ମଙ୍ଗଳମୟହେଉ,ସୁପ୍ରଭାତମ୍‼️🙏ଜୟଜଗନ୍ନାଥ,ଜୟ ସୋମନାଥ,ଜୟ ମାଯୋଗମାୟା 🙏‼️

Leave A Reply

Your email address will not be published.