ଏପ୍ରିଲରେ ବିଧାନସଭା ନିର୍ବାଚନ!

ECIଙ୍କ ବଡ ଘୋଷଣା

0 103

ଭୁବନେଶ୍ୱର,୧୮।୨(ଏସଏସନିଉଜ)ଆରମ୍ଭ ହୋଇଗଲାଣି ବିଧାନସଭା ନିର୍ବାଚନ କାଉଣ୍ଟଡାଉନ୍। ଓଡ଼ିଶାରେ ବିଧାନସଭା ନିର୍ବାଚନକୁ ନେଇ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଶନିବାର ପ୍ରେସମିଟ୍‌ କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର । ଓଡ଼ିଶାରେ ସାମ୍ବାଦିକ ସମ୍ମୀଳନୀରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବକୁମାର କହିଛନ୍ତି ସମସ୍ତଙ୍କ ପାଇଁ ସମାନ ଆଚରଣ ପ୍ରଦର୍ଶନ କରିବାକୁସବୁ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦିଆଯିବ ।ପ୍ରଥମ ଆବେଦନ କାରୀଙ୍କୁ ଅଗ୍ରାଧିକାର ଦିଆଯିବ ।ପ୍ରଚାର ପାଇଁ ରାଜନୈତିକ ଦଳଙ୍କୁ ମିଳିବ ସ୍ଥାନ ଅନୁମତି ।ପ୍ରଥମେ ଆବେଦନ କରିଥିବା ଦଳ ବା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ ।KYCରେ ସବୁପ୍ରାର୍ଥୀଙ୍କ ସମସ୍ତ ବିବରଣୀ ଦେବାକୁ କୁହାଯାଇଛି।ବେଆଇନ କାର୍ଯ୍ୟକଳାପର ସୂଚନା ଦେଇପାରିବେ ନାଗରିକ । କମିଶନଙ୍କ ଆପ୍‌ ମାଧ୍ୟମରେ ନାଗରିକ ଦେଇପାରିବେ ସୂଚନା । ଅକ୍ଷାଂଶ ଓ ଦ୍ରାଘିମା ସହ ଖବର ଦେଇପାରିବେ ନାଗରିକ । ଶହେ ମିନିଟ୍‌ରେ ପହଞ୍ଚିବେ ପୋଲିସ ଓ ଅଧିକାରୀ । ନିର୍ବାଚନ କମିଶନ କହିଛନ୍ତି, ଓଡ଼ିଶାରେ ମୋଟ ୩ କୋଟି ୩୨ ଲକ୍ଷ ଭୋଟର ମତଦାନ କରିବେ । ୪ ହଜାର ବୁଥ୍‌ରେ କେବଳ ମହିଳା ଅଧିକାରୀ ନିୟୋଜିତ ହେବେ । ଅଧାରୁ ଅଧିକ ବୁଥ୍‌ରେ ୱେବ୍‌ କାଷ୍ଟିଂ ସୁବିଧା କରରାଯିବ । ଓଡ଼ିଶାରେ ମୋଟ ୩୭ ହଜାର ୮୦୯ ମତଦାନ କେନ୍ଦ୍ର ହେବ । ୨୦୧୯ ତୁଳନାରେ ଭୋଟରଙ୍କ ସଂଖ୍ୟା ୪.୪% ବୃଦ୍ଧି ପାଇଛି ।୨୪ ଜୁନ୍‌ରେ ସରୁଛି ଓଡ଼ିଶା ବିଧାନସଭାର କାର୍ଯ୍ୟକାଳ ।୧୬ ଜୁନ୍‌ରେ ସରୁଛି ଲୋକସଭାର କାର୍ଯ୍ୟକାଳ ।ସବୁ ରାଜ୍ୟରେ ପ୍ରସ୍ତୁତି ସମୀକ୍ଷା ପରେ ତାରିଖ ଘୋଷଣା କରାଯିବ । ମାର୍ଚ୍ଚ ସୁଦ୍ଧା ତାରିଖ ଘୋଷଣା କରାଯିବ ।ପରେ ଏପ୍ରିଲ ଓ ମେ’ରେ ନିର୍ବାଚନ ଅନୁଷ୍ଠିତ ହେବ ।ଲୋକସଭା ଓ ବିଧାନସଭା ନିର୍ବାଚନ ଗୋଟିଏ ସମୟରେ ହେବ । ମତଦାନ ଅଧିକାର ସାବ୍ୟସ୍ତ କରିବାକୁ ନିବେଦନ କରିଛନ୍ତି ମୁଖ୍ୟନିର୍ବାଚନ କମିଶନର ରାଜୀବକୁମାର ।

Leave A Reply

Your email address will not be published.