ଆଜିର ରାଶିଫଳ

0 138

୨୦୨୪ମସିହା ଫେବୃଆରୀମାସ ୨୧ତାରିଖ ବୁଧବାର।ବରାହ ଦ୍ଵାଦଶୀ,ସୁର୍ଯ୍ୟୋଦୟ- ଘ୬/୧୬/ ୧୪,ସୂର୍ଯ୍ୟାସ୍ତ- ଘ୫/୪୪/୪୨,ମାଘମାସ, ଶୁକ୍ଳପକ୍ଷ,ପଣ୍ଡିତବାସ,ତିଥି- ଦ୍ବାଦଶୀ ଦିବା ଘ୧୧/୨୯ମିପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀ ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ନୈର୍ଋତକୋଣରେ, ଦିବା ଘ୧୧/୨୯ମିପରେ ଦକ୍ଷିଣଦିଗରେ।ଅଗନ୍ତବ୍ୟତିଥି, ମଙ୍ଗଳସପ୍ତଦୋଷ ହେତୁ ଯାତ୍ରାନିଷେଧ।ଘାତଚନ୍ଦ୍ର– ଦିବାଘ୮/୨୮ମିମଧ୍ୟେ କନ୍ୟାରାଶିର ଘାତଚନ୍ଦ୍ର।ଘାତ ବାର–କର୍କଟରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ତ୍ରୟୋଦଶୀର ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ପୋଇଶାଗ ଦିବା ଘ୧୧/୨୯ମିପରେ ବାଇଗଣ ଭକ୍ଷଣ ନିଷେଧ।ଅଶୁଭବେଳା-କାଳବେଳାଦିବା ଘ୯/୬ମି ରୁ ଘ୧୦/୩୨ମିପର୍ଯ୍ୟନ୍ତ।ବାରଵେଳା ଦିବାଘ୧୧/୫୯ମି ରୁ ଘ୧/୨୬ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୩/୫ମି ରୁ ଘ୪/୩୮ମିପର୍ଯ୍ୟନ୍ତ।ଶୁଭବେଳା–ଅମୃତ ସୂର୍ଯ୍ୟୋଦୟ ରୁ ଦିବାଘ୭/୫୦ମିମଧ୍ୟେ, ଘ୧୨/୩୮ମି ରୁ ଘ୨/୧୪ମି ମଧ୍ୟେ,ସନ୍ଧ୍ୟା ଘ୬/୩୪ମି ରୁ ରାତ୍ରି ଘ୮/୫୮ମି ମଧ୍ୟେ,ଘ୧/୪୬ମି ରୁ ନିଶାନ୍ତ ଘ୫/୪୬ମିପର୍ଯ୍ୟନ୍ତ।ମାହେନ୍ଦ୍ରବେଳା ଦିବା ଘ୪/୩୮ମି ରୁ ସୂର୍ଯ୍ୟାସ୍ତ ଘ୫/୪୫ମି ପର୍ଯ୍ୟନ୍ତ, ରାତ୍ରି ଘ୮/୫୮ମି ରୁ ଘ୧୦/୩୪ମି ପର୍ଯ୍ୟନ୍ତ।ପୁଷ୍କରଦୋଷ- ଅଦ୍ୟ ମୃତବ୍ୟକ୍ତିର ୨ପାଦ ନକ୍ଷତ୍ର ଓ ତିଥିଦୋଷ। ଗୋତ୍ରବଂଶ ସନ୍ତାନସନ୍ତତିର ବିନାଶ ଓ ଗୋପଶୁ ସମ୍ପଦରବିନାଶ। ତିଳସୁବର୍ଣ୍ଣ ଓ ଅନ୍ନବସ୍ତ୍ର ଦାନ।ଦିବା ଘ୧୧/୨୯ମିପରେ ଘ୩/୦ମିମଧ୍ୟେ ଦିବା ୧ପାଦ ନକ୍ଷତ୍ର ପୁଷ୍କରଦୋଷ।ଫଳଂ ଗୋତ୍ରବଂଶ ସନ୍ତାନ ସନ୍ତତିର ବିନାଶ ।ତିଳସୁବର୍ଣ୍ଣଦାନ ସହିତ ହୋମାଦିଶାନ୍ତି ବିଧେୟ।ପ୍ରଥମ ରଜୋଦର୍ଶନେ- ରଜଶ୍ଚକ୍ରେ ବନ୍ଧ୍ୟା। ଶାନ୍ତି କରଣୀୟ।ଶୁଭକର୍ମ- ସୂର୍ଯ୍ୟୋଦୟ ରୁ ଦିବା ଘ୮/୨୮ମି ମଧ୍ୟେ ୭ ନକ୍ଷତ୍ରେ ନବଦୋଳାଦ୍ୟାରୋହଣ, ଚୁଡାକରଣ, କର୍ଣ୍ଣବେଧ, ନାମକରଣ, ନିଷ୍କ୍ରାମଣ, ଔଷଧକରଣ ଓ ସେବନ, ହଳପ୍ରବାହ, ବୀଜବପନ, ହୋମାଦିସ୍ବସ୍ତ୍ୟୟନ, ନବଶଯ୍ୟାସନାଦ୍ବୁପଭୋଗ, ନବବସ୍ତ୍ର ପରିଧାନ, ଅନ୍ନପ୍ରାଶନ, ନବାନ୍ନ, ଅଳଙ୍କାର ଭୂଷଣ, ଧାନ୍ୟଚ୍ଛେଦନ ଓ ସ୍ଥାପନ।
🐏ମେଷ👉ସମସ୍ତଙ୍କ ସହଯୋଗ ପାଇବେ। ଜୀବନସାଥୀଙ୍କ ସହ ଭଲ ତାଳମେଳ ରହିବ। ଛାତ୍ରଛାତ୍ରୀ ଲେଖାପଢ଼ାରେ ଅଧିକ ଧ୍ୟାନ ଦିଅନ୍ତୁ।
🐮ବୃଷ👉ପରିବାରଲୋକଙ୍କ ସହ ଖୁସିରମୁହୂର୍ତ୍ତ ଅତିବାହିତ କରିବେ। କ୍ୟାରିୟରରେ ନୂଆକୀର୍ତ୍ତିମାନ ସ୍ଥାପିତ କରିବେ। ଉନ୍ନତିପାଇଁ ସୁବର୍ଣ୍ଣସୁଯୋଗ ପାଇବେ।
👩‍❤️‍👨ମିଥୁନ👉ଅଫିସରେ ସମସ୍ତଙ୍କର ସହଯୋଗ ପାଇବେ। ପରିବାରରେ ଶାନ୍ତିଦାୟକ ପରିବେଶ ରହିବ। ଆମଦାନିରେ ବୃଦ୍ଧି ହେବ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ।
🦀କର୍କଟ👉ମନ୍ଦିରକୁ ଠାକୁରଦର୍ଶନ ପାଇଁ ଯିବେ। କାର୍ଯ୍ୟକ୍ଷେତ୍ରରେ ପୂର୍ବପରିଚୟରୁ ଲାଭ ପାଇବେ।ଭାଇଭଉଣୀଙ୍କ ସହଯୋଗରେ କୌଣସିକାମ ଆରମ୍ଭ କରିବେ।
🦁ସିଂହ👉ଅନ୍ୟମାନଙ୍କ ସହ ବ୍ୟବହାରରେ ସାବଧାନତା ଅବଲମ୍ବନ କରନ୍ତୁ। କୌଣସି କାମରେ ଦୂରସ୍ଥାନକୁ ଯାଇପାରନ୍ତି। ସବୁକଷ୍ଟର ନିବାରଣ ହେବ।
🙎‍♀️କନ୍ୟା👉ଶିକ୍ଷକଙ୍କଲାଗି ଦିନଟି ଗୁରୁତ୍ବପୂର୍ଣ୍ଣ। କାର୍ଯ୍ୟରେ ମାଆଙ୍କ ସହଯୋଗ ପାଇବେ। ଓକିଲଙ୍କୁ କୌଣସି ବଡ଼ ମକଦ୍ଦମାରେ ବିଜୟ ମିଳିବ।
⚖️ତୁଳା👉କାର୍ଯ୍ୟକ୍ଷେତ୍ରରେ ଉନ୍ନତିରଯୋଗ ରହିଛି।ଆପଣ ଭାବିଥିବାକାମ ସଂପୂର୍ଣ୍ଣ ହୋଇଯିବ।ଧର୍ମଗ୍ରନ୍ଥ ପଢ଼ିବାରେ ରୁଚି ବଢ଼ିବ।ପାରିବାରିକ ଜୀବନ ଶାନ୍ତିମୟ ହେବ।
🦂ବିଛା👉ନିଜର ସ୍ବାସ୍ଥ୍ୟନେଇ ସତର୍କ ରୁହନ୍ତୁ। ବେପାରରେ ଲାଭପାଇବେ।ସଙ୍ଗୀତକ୍ଷେତ୍ରରେ ଥିବା ଲୋକଙ୍କୁ ପ୍ରସିଦ୍ଧି ମିଳିବ।ଛାତ୍ରଛାତ୍ରୀଙ୍କଲାଗି ଦିନଟି ଠିକ୍ ରହିବ।
🏹ଧନୁ👉ପରିବାରକୁ ଅଧିକ ସମୟ ଦେବାର ସୁଯୋଗ ପାଇବେ। ଅର୍ଥପାଇଁ କୌଣସିକାମ ସ୍ଥଗିତ ରହିପାରେ। କୌଣସିବ୍ୟକ୍ତି କ୍ଷତି ପହଞ୍ଚାଇ ପାରନ୍ତି, ତେଣୁ ସତର୍କ ରୁହନ୍ତୁ।
🐊ମକର👉ବାପାଙ୍କ ସହଯୋଗରେ ଜରୁରୀକାମ ସଂପୂର୍ଣ୍ଣ ହୋଇଯିବ।ଅଧିକ ପରିଶ୍ରମକରି ସନ୍ତୋଷଜନକଫଳ ପାଇବେ।ସାମାଜିକକାର୍ଯ୍ୟରେ ରୁଚି ବଢ଼ିବ।
🏺କୁମ୍ଭ👉ଆପଣଙ୍କକାମ ନିର୍ଦ୍ଧାରିତ ସମୟପୂର୍ବରୁ ସଂପୂର୍ଣ୍ଣ ହୋଇଯିବ।କାମରେ ବନ୍ଧୁଙ୍କପରାମର୍ଶ ଲାଭପ୍ରଦ। ଆପଣଙ୍କ ବିବାହପ୍ରସଙ୍ଗରେ ଆସୁଥିବା ବାଧା ପାଇଁ ଚିନ୍ତିତ ରହିବେ।
🐟ମୀନ👉ଘରକୁ କୌଣସିବନ୍ଧୁ ଆସିପାରନ୍ତି। ଠିକ୍ ଦିଗରେ ପରିଶ୍ରମକଲେ ଯାଇ ଫଳପାଇବେ।ଅଫିସର କୌଣସିକାମରେ ଦୂରସ୍ଥାନକୁ ଯାଇପାରନ୍ତି!!ଜୟ ଜଗନ୍ନାଥ, ଜୟ ସୋମନାଥ,ଜୟ ମା ଯୋଗମାୟା!!

Leave A Reply

Your email address will not be published.