ଆଜିର ରାଶିଫଳ

0 131

୨୦୨୪ମସିହା ମାର୍ଚ୍ଚମାସ ୨୯ତାରିଖ ଶୁକ୍ରବାର।ସୁର୍ଯ୍ୟୋଦୟ- ଘ୫/୪୬/୪୨ ,ସୂର୍ଯ୍ୟାସ୍ତ- ଘ୫/୫୬/୪୨ ,ଚୈତ୍ରମାସ ,କୃଷ୍ଣପକ୍ଷ ,ଭୃଗୁବାସ ,ତିଥି- ଚତୁର୍ଥୀ ରାତ୍ରି ଘ୮/୨୦ମିପର୍ଯ୍ୟନ୍ତ ତଦନ୍ତେ ପଞ୍ଚମୀ।ନକ୍ଷତ୍ର- ବିଶାଖାନକ୍ଷତ୍ର ରାତ୍ରି ଘ୯/୧୫ମିପର୍ଯ୍ୟନ୍ତ ତଦନ୍ତେ ଅନୁରାଧାନକ୍ଷତ୍ର।ଚ଼ନ୍ଦ୍ର- ତୁଳାଚନ୍ଦ୍ର ଦିବା ଘ୨/୪୬ମି ପର୍ଯ୍ୟନ୍ତ ତଦନ୍ତେ ବିଛାଚନ୍ଦ୍ର।ଘାତଚନ୍ଦ୍ର–ଘାତଚନ୍ଦ୍ରନାହିଁ।ଘାତବାର–ବିଛା, ଧନୁ ଓ ମୀନରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ମୂଳା ଦିବାଘ୮/୨୦ମି ପରେ ବେଲଭକ୍ଷଣ ନିଷେଧ।ଅଶୁଭବେଳା-ବାର ଓ କାଳବେଳା ଦିବା ଘ୮/୪୫ମି ରୁ ଘ୧୧/୪୯ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରିଘ୮/୫୩ମି ରୁ ଘ୧୦/୨୧ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ସୂର୍ଯ୍ୟୋଦୟ ରୁ ଦିବାଘ୭/୧୯ମି ମଧ୍ୟେ, ଘ୮/୭ମି ରୁ ଘ୧୦/୩୧ମି ମଧ୍ୟେ, ଘ୧୨/୫୫ମି ରୁ ଘ୨/୩୧ମି ମଧ୍ୟେ,ଘ୪/୨୨ମି ରୁ ସୂର୍ଯ୍ୟାସ୍ତଘ୫/୫୭ମି ପର୍ଯ୍ୟନ୍ତ,ରାତ୍ରି ଘ୭/୩୪ମି ରୁ ଘ୯/୧୦ମି ମଧ୍ୟେ,ଘ୩/୩୪ମି ରୁ ଘ୪/୨୨ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା- ରାତ୍ରି ଘ୧୦/୪୬ମି ରୁ ଘ୧୧/୩୪ମି ମଧ୍ୟେ,ଘ୩/୫୮ମି ରୁ ରାତ୍ରିଶେଷ ଘ୫/୪୬ମି ମଧ୍ୟେ।ପୁଷ୍କରଦୋଷ- ଅଦ୍ୟ ମୃତବ୍ୟକ୍ତିର ରାତ୍ରି ଘ୯/୧୫ମିମଧ୍ୟେ ୧ପାଦ ନକ୍ଷତ୍ର ପୁଷ୍କରଦୋଷ।ଫଳଂ ଗୋତ୍ରବଂଶ ସନ୍ତାନସନ୍ତତିର ବିନାଶ ଓ ତିଳସୁବର୍ଣ୍ଣଦାନ ସହିତ ହୋମାଦିଶାନ୍ତି ବିଧେୟ ।ପ୍ରଥମ ରଜୋଦର୍ଶନେ- ରଜଶ୍ଚକ୍ରେ ଭିକ୍ଷାସିନୀ (ମତାନ୍ତରେ ବିପୁତ୍ରା) ଶାନ୍ତିକରଣୀୟ। ରାତ୍ରି ଘ୯/୧୫ମିପରେ ପୁତ୍ରିଣୀ।ରାତ୍ରି ଘ୮/୨୦ମିପର୍ଯ୍ୟନ୍ତ ତିଥିଦୋଷ ହେତୁ (ଦୁର୍ଗାଙ୍କୁ ଲାଲରଙ୍ଗରପୁଷ୍ପ ଅର୍ପଣ)।ଶୁଭକର୍ମ- ରାତ୍ରି ଘ୮/୫ମିଗତେ ଅନୁରାଧାନକ୍ଷତ୍ରେ ନାମକରଣ,ନବଦୋଳାଦ୍ୟାରୋହଣ,ନାଟ୍ୟାରମ୍ଭ,ଅଳଙ୍କାରଧାରଣ, ଔଷଧକରଣ ଓ ସେବନ, ରାଜଦର୍ଶନ,ନୂତନଯାନାରୋହଣ,ନବଶଯ୍ୟାସନାଦ୍ବୁପଭୋଗ, ଦେବତାଗଠନ ଓ ପ୍ରତିଷ୍ଠା।
ମେଷ-ଆଜି ଆପଣ ନିଜରସୀମାଠାରୁ ବାହାରକୁଆସି କୌଣସିପ୍ରକାରର ବିପଦ ଉଠାଇବାକୁଚ଼ାହିଁବେ ।ଆପଣ ନିଜଜୀବନରେ ବହୁତକିଛି ଜିନିଷ ଆଗକୁ ବଢ଼ାଇବାକୁ ଚ଼ାହିଁବେ,ଯେପରିକି ଆପଣଙ୍କର ସମ୍ପର୍କ ଏବଂ ବ୍ୟବସାୟ ଇତ୍ୟାଦି ।
ବୃଷ-ଆପଣଙ୍କ ଦିନ ମଙ୍ଗଳମୟହେଉ ଘରବାଲା ହେଉବା ସାଙ୍ଗମାନଙ୍କର ଖରାପ ବ୍ୟବହାର ଠାରୁ ଆପଣଙ୍କୁ ଟିକେ ସତର୍କ ରହିବା ଉଚ଼ିତ୍ । ଏହା ହୁଏତ ଛୋଟ ଛୋଟ କଥା ହୋଇପାରେ କିନ୍ତୁ ଆସନ୍ତା ସମୟରେ ଏହା ଆପଣଙ୍କ ସମ୍ପର୍କରେ ବାଧା ସୃଷ୍ଟି କରିପାରେ ।
ମିଥୁନ-ଆପଣଙ୍କ ଦିନ ମଙ୍ଗଳମୟହେଉ ଆଜି ଆପଣଙ୍କୁ ନିଜର ବିଚ଼ାରକୁ ସ୍ପଷ୍ଟତାରେ ଅଭିବ୍ୟକ୍ତ କରିବା ପାଇଁ ଚ଼େଷ୍ଟା କରିବା ଉଚ଼ିତ୍ । ଆପଣ ବହୁତ ଭଲ ବିଚ଼ାରରେ ଭର୍ତି ଅଛନ୍ତି କିନ୍ତୁ ଏ ବିଚ଼ାର ନିଜର ସହତ୍ତ୍ୱ ହଜାଇ ଦେବେ ଯଦି ଆପଣ ତାକୁ ଠିକ୍ ଭାବରେ ବ୍ୟକ୍ତ ନକରିପାରିବେ ।
କର୍କଟ-ଆପଣଙ୍କ ଦିନ ମଙ୍ଗଳମୟହେଉ ଆଜି ଆପଣ ବହୁତ ପରିସ୍ଥିତି ସାମନାକରି ନିଜ ସାହସକୁ ବଜାୟ ରଖନ୍ତୁ । ବେଳେ ବେଳେ ଆପଣ ଅନ୍ୟମନସ୍କ କିମ୍ବା ଉତ୍ତେଜିତ ହୋଇପାରନ୍ତି । ଆଜି ଆପଣଙ୍କୁ ବୃଦ୍ଧିମତା ସହିତ କାମ କରିବାକୁ ପଡ଼ିବ ।
ସିଂହ-ଆପଣଙ୍କ ଦିନ ମଙ୍ଗଳମୟହେଉ ଆଜି ଆପଣ ନିଜର ଖରାପ ବ୍ୟବହାରକୁ ଛାଡ଼ି ଭଲ ବ୍ୟବହାରକୁ ସ୍ୱୀକାର କରିବା ଉଚ଼ିତ୍ । ଆଜି ଆପଣ ନିଜ ସମ୍ପର୍କ ଉପରେ ମଧ୍ୟ ନଜର ରଖିବେ ଏବଂ ତାଙ୍କୁ ଆହୁରୀ ଉଚ୍ଚାରେ ପହଁଞ୍ଚାଇବାକୁ ଭାବିବେ । ଆଜିର ଦିନ ଆତ୍ମବିଶ୍ୱାସତାର ଦିନ ଅଟେ ।
କନ୍ୟା-ଆପଣଙ୍କ ଦିନ ମଙ୍ଗଳମୟ ହେଉ ଆଜି ଆପଣଙ୍କୁ ନିଜର ସମ୍ପ୍ରେକ୍ଷଣ କଳାର ଉପଯୋଗ କରିବାକୁ ହେବ, ଆଜି ଆପଣ ନିଜକୁ ନିଜେ ହୁଏତ ଏକ ଅସୁବିଧା ପରିସ୍ଥିତିରେ ପାଇବେ, ଯାହାକି ଅନ୍ୟଙ୍କ ଦ୍ୱାରା ସୃଷ୍ଟି କରାଯାଇଛି ।
ତୁଳା-ଆପଣଙ୍କ ଦିନ ମଙ୍ଗଳମୟହେଉ ଆଜି ଆପଣଙ୍କୁ ଏମିତି ଗୋଟିଏ ଜ୍ଞାନ ପ୍ରାପ୍ତି କରିବାର ଅବସର ମିଳିବ ଯେଉଁଥିରେ କି ଆପଣଙ୍କୁ ଲାଭ ହେବ । ଏହି ଜ୍ଞାନ ଆପଣଙ୍କୁ କୌଣସି ବ୍ୟକ୍ତି କିମ୍ବା ପୁସ୍ତକରୁ ପ୍ରାପ୍ତ ହୋଇପାରେ ।
ବିଛା-ଆପଣଙ୍କ ଦିନ ମଙ୍ଗଳମୟହେଉ କୌଣସି ମହତ୍ତ୍ୱପୂର୍ଣ୍ଣ ବ୍ୟକ୍ତି ହୁଏତ ଆପଣଙ୍କୁ ଭୂଲ ବୁଝିପାରନ୍ତି । ସାବଧାନ ରୁହନ୍ତୁ ଏବଂ ଠିକ୍ ଭାବରେ ନିଜର କଥା ସେମାନଙ୍କୁ ବୁଝାଇବାକୁ ଚ଼େଷ୍ଟାକରନ୍ତୁ । କଳିକଜିଆରୁ ଭବିଷ୍ୟତରେ ଅସୁବିଧ ହିଁ ହେବ ।
ଧନୁ-ଆପଣଙ୍କଦିନ ମଙ୍ଗଳମୟହେଉ ପ୍ରେରଣା ହିଁ ଆଜି ଆପଣଙ୍କର ମୂଳମନ୍ତ୍ର ଅଟେ ।ଆଜି ଆପଣ ନିଜକୁ ସେହି କାମଟି କରିବା କୁ ପ୍ରସ୍ତୁତ କରନ୍ତୁ ଯାହାକୁ ଅନ୍ୟମାନେ ଅସମ୍ଭବ ବୋଲି ମାନନ୍ତି ।
ମକର-ଆପଣଙ୍କ ଦିନ ମଙ୍ଗଳମୟହେଉ ଆଜି ଆପଣଙ୍କୁ ନିଜର ପାଖାପଖି କିଛି ଲୋକଙ୍କ ଠାରୁ ସାବଧାନ ରହିବା ଆବଶ୍ୟକ ଅଟେ ,କାରଣ ସେମାନେ ଆପଣଙ୍କ ପ୍ରତିଇର୍ଷାଭାବ ରଖନ୍ତି । ଏଭଳି କଲେ ସବୁ କିଛି ଠିକ୍ ରହିବ ।
କୁମ୍ଭ-ଆପଣଙ୍କ ଦିନ ମଙ୍ଗଳମୟହେଉ ଆପଣ କେତେକ ପରିସୀମା ପର୍ଯ୍ୟନ୍ତ ଏକ ଭଲ ମନୁଷ୍ୟ ଅଛନ୍ତି କିନ୍ତୁ ଆପଣଙ୍କୁ ଏହି କଥାରେ କୌଣସି ଅନୁମାନ ନାହିଁ କି ଖରାପ ପ୍ରଭାବ ବା ନକାରାତ୍ମକତା କିପରି ଆପଣଙ୍କ ଉପରେ ବୋଝ ହୋଇ ଯାଉଛି ।
ମୀନ-ଆପଣଙ୍କ ଦିନ ମଙ୍ଗଳମୟହେଉ ଆଜି ଆପଣଙ୍କୁ ନିଜର ସାଙ୍ଗମାନଙ୍କ ମଧ୍ୟରେ ଥିବା ସମ୍ପର୍କକୁ ଦେଖିବା ଆବଶ୍ୟକ ଅଟେ । ହୁଏତ ଆପଣଙ୍କ ମଧ୍ୟରେ ଇର୍ଷା ସୃଷ୍ଟି ହେଉଛି ଯାହାକି ଆଗକୁ ଯାଇ କ୍ଷତିକାରକ ହୋଇପାରେ!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Leave A Reply

Your email address will not be published.