କଂଗ୍ରେସ ଛାଡିଲେ ପୂର୍ବତନ ମନ୍ତ୍ରୀ

ବିଜେଡି ଛାଡ଼ିଲେ ପୂର୍ବତନ ବିଧାୟକ

0 54

ଭୁବନେଶ୍ବର,୨୮ା୩(ଏସଏସନିଉଜ)ପୂର୍ବତନ ମନ୍ତ୍ରୀ ତଥା ବଲାଙ୍ଗୀର ଜିଲ୍ଲା ସଭାପତି ସୁରେନ୍ଦ୍ର ସିଂହ ଭୋଇ ଗୁରୁବାର କଂଗ୍ରେସ ଛାଡ଼ିଛନ୍ତି।ଏହାସହ ସେ ବଲାଙ୍ଗୀର ଜିଲ୍ଲା କଂଗ୍ରେସ କମିଟିର ସଭାପତି ପଦ ମଧ୍ୟ ଛାଡ଼ିଛନ୍ତି।ଶ୍ରୀ ଭୋଇ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସୂଚନାଯୋଗ୍ୟ ଶ୍ରୀ ଭୋଇ କଂଗ୍ରେସ ସହିତ ୩୮ ବର୍ଷ କାମ କରିଛନ୍ତି। ୧୯୯୫ରୁ ୨୦୦୪ ପର‌୍ୟ୍ୟନ୍ତ ସଇଁତଳାରୁ ବିଧାୟକ ହୋଇଥିଲେ। ସେହିପରି ୨୦୦୯ରୁ ୨୦୧୪ ଯାଏଁ ଟିଟିଲାଗଡ଼ରୁ ବିଧାୟକ ହୋଇଥିଲେ। କଂଗ୍ରେସ ସରକାରରେ ସେ ଜଙ୍ଗଲ ଓ ପରିବେଶ, ଗ୍ରାମ୍ୟ ଉନ୍ନୟନ ବିଭାଗରେ ମନ୍ତ୍ରୀ ଥିଲେ।ସେହିପରି ବିଜେଡି ଛାଡ଼ିଛନ୍ତି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ବଣ୍ଡା ଅନୁସୂଚିତ ଜନଜାତି ଯୁବନେତା ତଥା ପୂର୍ବତନ ବିଧାୟକ ଡମ୍ବରୁ ସିସା ।ସେ ତାଙ୍କ ଇସ୍ତଫାପତ୍ର ସୁପ୍ରିମୋଙ୍କ ପାଖକୁ ପଠାଇଥିବାର ଜଣାପଡିଛି ।

Leave A Reply

Your email address will not be published.