ଆଜିର ରାଶିଫଳ

0 236

୨୦୨୩ମସିହା ସେପ୍ଟେମ୍ବରମାସ ୪ତାରିଖ ସୋମ ବାର। ଶ୍ରୀମନ୍ଦିରରେ ରେଖାପଞ୍ଚମୀ, ଶ୍ରୀଜୀଉଙ୍କର ରାହୁରେଖା ଲାଗି, ଅଗସ୍ତାର୍ଘ୍ୟ ଦାନାରମ୍ଭ।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୩୫/ ୧୩,ସୂର୍ଯ୍ୟାସ୍ତ- ଘ୫/୫୬/୩୧,ଭାଦ୍ରବମାସ,କୃଷ୍ଣପକ୍ଷ,ଚନ୍ଦ୍ରବାସ,ତିଥି- ପଞ୍ଚମୀ ଦିବାଘ୪/୪୨ମି ପର୍ଯ୍ୟନ୍ତ ତଦନ୍ତେ ଷଷ୍ଠୀ।ନକ୍ଷତ୍ର- ଅଶ୍ବିନୀ ନକ୍ଷତ୍ର ଦିବାଘ୧୦/୪ମିପର୍ଯ୍ୟନ୍ତ ତଦନ୍ତେ ଦ୍ବିଜାନକ୍ଷତ୍ର।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଦକ୍ଷିଣ ଦିଗରେ, ଦିବା ଘ୪/୪୨ ମି ପରେ ପଶ୍ଚିମ ଦିଗରେ। ଅଗନ୍ତବ୍ୟତିଥି ଦୋଷହେତୁ ସୂର୍ଯ୍ୟୋଦୟରୁ ଦିବାଘ୪/୪୨ମି ମଧ୍ୟେ ଯାତ୍ରାଶୁଭ। ଦକ୍ଷିଣଦିଗ, ଅଗ୍ନିକୋଣ ଓ ପୂର୍ବଦିଗକୁ ତ୍ୟାଗକରି ଯାତ୍ରା କରା ଯିବ।ଘାତଚନ୍ଦ୍ର–ମେଷରାଶିର ଘାତଚନ୍ଦ୍ର।ଘାତବାର–ମିଥୁନରାଶିର ଘାତବାର।ସାମ୍ବତ୍ସରିକ ଶ୍ରାଦ୍ଧ–ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ବେଲ ଦିବା ଘ୪/୪୨ମିପରେ ନିମ୍ବଭକ୍ଷଣ ନିଷେଧ।ଅଶୁଭବେଳା-କାଳବେଳା ପ୍ରାତଃ ଘ୭/୮ମି ରୁ ଘ୮/୪୦ମି ପର୍ଯ୍ୟନ୍ତ।କାଳରାତ୍ରି-ରାତ୍ରି ଘ୧୦/୧୭ମି ରୁ ଘ୧୧/୪୫ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ସୂର୍ଯ୍ୟୋଦୟ ରୁ ଦିବା ଘ୭/୧୨ ମି ମଧ୍ୟେ, ଘ୧୦/୨୪ମି ରୁ ଘ୧୨/୪୮ମି ମଧ୍ୟେ, ରାତ୍ରି ଘ୬/ ୪୧ମି ରୁ ଘ୯/୫ମି ମଧ୍ୟେ, ଘ୧୨/ ୨୯ମି ରୁ ଘ୨/୪୧ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା- ଦିବା ଘ୩/୧୨ମି ରୁ ଘ୪/୪୮ମି ।ପୁଷ୍କରଦୋଷ- ନାହିଁ ।ଶୁଭକର୍ମ- ଦିବା ଘ୧୦/୪ମି ପର୍ଯ୍ୟନ୍ତ ୧ ନକ୍ଷତ୍ରେ ନବଦୋଳାଦ୍ୟା ରୋହଣ, ଉଗ୍ରଦେବତା ପ୍ରତିଷ୍ଠା, ନୌକାଗଠନ ଓ ଯାତ୍ରା, ନାମକରଣ, ନିଷ୍କ୍ରାମଣ, ଔଷଧକରଣ ଓ ସେବନ, ହଳପ୍ରବାହ, ବୀଜବପନ, ବାଣିଜ୍ୟକରଣ, ହୋମାଦି ସ୍ବସ୍ତ୍ୟୟନ, ନବଶଯ୍ୟାସ ନାଦ୍ବୁପଭୋଗ, ଧାନ୍ୟଚ୍ଛେଦନ ଓ ସ୍ଥାପନ, ରାଜଦର୍ଶନ, ଦେବତାଗଠନ।
🐏ମେଷ👉ଆଜି ଆକସ୍ମିକ ଧନଲାଭ ଯୋଗ ରହିଛି।ସାହାଯ୍ୟପାଇଁ ଆପଣଙ୍କ ପରିବାର ଓ ସମ୍ପର୍କୀୟମାନେ ଉପସ୍ଥିତ ହେବାଯୋଗୁଁ ଆନନ୍ଦିତ ହେବେ।ଆଜି ସେମାନେ ଆପଣଙ୍କ ଜୀବନରେ ମହତ୍ତ୍ୱପୂର୍ଣ୍ଣ ଭୁମିକା ନିର୍ବାହ କରିବେ ।
🐮ବୃଷ👉ଆଜି ଆପଣଙ୍କରସାହାସ ଏବଂ ସୌଭାଗ୍ୟ ଦୁଇଟିଯାକ ମିଶିକରି ଆପଣଙ୍କୁ ସଫଳତା ଦେବେ । ଆଜି ଆତ୍ମନିର୍ଭରତା ଏବଂ ଆତ୍ମବିଶ୍ୱାସର ଦିନ ଅଛି ଯାହାକି ଆପଣଙ୍କ ନିଜର ନିର୍ଣ୍ଣୟ ଅନ୍ୟମାନଙ୍କର ନିର୍ଣ୍ଣୟଠାରୁ ଅଧିକ ଗୁରୁତ୍ତ୍ୱ ହେବ ।
👩‍❤️‍👨ମିଥୁନ👉ଆଜି ଆପଣଙ୍କ ଆତ୍ମିୟମାନେ ଆପଣଙ୍କୁ ସାହାଯ୍ୟ କରିବେ । ସେମାନଙ୍କ ଛୋଟ ଛୋଟ ଚ଼େଷ୍ଟା ଆପଣଙ୍କ ମନକୁ ଛୁଇଁଯିବ । ସେମାନଙ୍କ ସାହାଯ୍ୟ ଏବଂ ଭଲ ପାଇବା ଯୋଗୁଁ ଆପଣ ସେମାନଙ୍କୁ କୃତଜ୍ଞତା ଜଣାଇବେ ।
🦀କର୍କଟ👉ଆଜି ଆପଣ କୌଣସି ସମସ୍ୟାରେ ପଡିଛନ୍ତି ,ସେଥିପାଇଁ ଆପଣଙ୍କୁ ମିଳୁଥିବା ସାହାଯ୍ୟ ଆପଣଙ୍କୁ ସମସ୍ୟାରୁ ମୁକୁଳିବାର ବାଟ ସାହାଯ୍ୟ କରିବ । ଆପଣ ଏହାଦ୍ୱାରା ଜାଣି ଖୁସି ହେବେ ଯେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆପଣଙ୍କର ପୁତ୍ରମାନେ ଆଗେଇ ଆସିବେ ।
🦁ସିଂହ👉ଆଜି ଧନଲାଭ ହେବାସହ ଅପଣଙ୍କ ପ୍ରିୟଜନ ଆପଣଙ୍କୁ ସାହାଯ୍ୟ କରିବାପାଇଁ ଆଗେଇ ଆସିବେ, ନିଜରଚ଼େଷ୍ଟା ଏବଂ ସ୍ନେହବଳରେ ଆପଣଙ୍କ ଦିନକୁ ସେମାନେ ବହୁତ ସୁନ୍ଦର କରିଦେବେ । ଆପଣ ସେମାନଙ୍କ ସ୍ନେହପାଇଁ ବହୁତଖୁସି ହେବେ ଏବଂ ନିଜକୁ କୃତାର୍ଥ ମନେକରିବେ ।
🙎‍♀️କନ୍ୟା👉ଆପଣ ଯେଉଁଲୋକଙ୍କ ସହିତ ଚ଼ାଲୁଛନ୍ତି ସେହି ଆପଣଙ୍କର କଳିକଜିଆ ଶେଷ କରିପାରିବ । କୌଣସି ଘରୋଇକଳିକଜିଆ ଯେଉଁଟା କି ଆପଣଙ୍କ ର ଅଶାନ୍ତିରକାରଣ ହୋଇଥିଲା, ସମସ୍ତଙ୍କର ଅଶାନ୍ତିର କାରଣ ହୋଇଥିଲା, ଏବେ ଶେଷ ହୋଇଯିବ ।
⚖️ତୁଳା👉ଆଜି ଆପଣଙ୍କ ମନ କରିବ ଯେ ,ଆପଣ ଆପଣଙ୍କ ସବୁକାମ ଏକପାର୍ଶ୍ୱରେ ରଖି ନିଜ ପରିବାର ଓ ବନ୍ଧୁମାନଙ୍କସହ ଭଲସମୟ ବ୍ୟତିତ କରନ୍ତୁ।ନିଜ ପସନ୍ଦରଖାଦ୍ୟ ଓ ପୁରାତନଘନିଷ୍ଠ ବନ୍ଧୁମାନଙ୍କ ସହ ମିଳାମିସା କରିବାର ସୁଯୋଗ ମିଳିବ।
🦂ବିଛା👉ଆପଣ ଏ ପରିସ୍ଥିତିରେ ଅଛନ୍ତି ଯେ ଆପଣଙ୍କୁ ଅନେକ ଅଧିକାର ଓ କ୍ଷମତା ମିଳିବ । ଏଥିରେ ଆପଣଙ୍କୁ ବହୁତ ଆନନ୍ଦ ମିଳିବ କିନ୍ତୁ ଏହା ଧ୍ୟାନ ରଖିବା ଉଚ଼ିତ୍ ଯେ ଏହି ଅଧିକାର ସହିତ ଆପଣଙ୍କୁ ଅତିରିକ୍ତ ଦାୟୀତ୍ତ୍ୱ ମଧ୍ୟ ମିଳିବ ।
🏹ଧନୁ👉ଆପଣ ଖୁସି ମନେଇବାପାଇଁ କିମ୍ବା ବ୍ୟବସାୟ ଦୃଷ୍ଟିରୁ ବାହାରକୁ ଯାତ୍ରା କରିପାରନ୍ତି । କିନ୍ତୁ କୌଣସି ପ୍ରକାର ଅସୁବିଧା ସୃଷ୍ଟିହେବାର ସଂକେତ ଅଛି । ଯୋଜନାରେ କିଛି ବିଘ୍ନ ଘଟିପାରେ ଏବଂ ଆପଣ ଯୋଜନାର ପରିବର୍ତ୍ତନ କରିପାରନ୍ତି ।
🐊ମକର👉ଏହି ସମୟ ନିଜ ସାଙ୍ଗ ସାଙ୍ଗରେ କୌଣସି କଳି କଜିଆରେ ପଡ଼ନ୍ତୁ ନାହିଁ । ବୋଧ ହୁଏ ସମସ୍ତେ ଚ଼ିନ୍ତାର ସମ୍ମୁଖୀନ ହୋଇଛନ୍ତି, ଯାହାର କାରଣ ଚ଼ିନ୍ତାରପରିବେଶ ସୃଷ୍ଟି ହୋଇଛି । ପ୍ରତିକ୍ଷେତ୍ର ରେ ସତର୍କରହି କାର୍ଯକରିବା ବୁଦ୍ଧିମାନର କାର୍ଯହେବ।
🏺କୁମ୍ଭ👉ଅନ୍ୟ ଲୋକ ଆପଣଙ୍କ ଦୟାକୁ ଭୂଲ ବାଟରେ ନେବା ପାଇଁ ଚ଼େଷ୍ଟା କରିବେ । ମନେରଖ ଜୀବନରେ ପ୍ରତ୍ୟେକ ଜିନିଷର ସନ୍ତୁଳିତ ହେବା ଆବଶ୍ୟକ ଅଟେ ଏଥିପାଇଁ ଆବଶ୍ୟକତା ଠାରୁ ଅଧିକ ଦୟା କରିବା ମଧ୍ୟ ଠିକ୍ ନୁହେଁ ।
🐟ମୀନ👉ଆପଣଙ୍କର କୌଣସି ପ୍ରିୟଜନ ସହିତ ସମ୍ପର୍କ ଖରାପ ହୋଇଯାଇଛି । ଏହି ସମୟ ଆପଣ ନିଜ କ୍ରୋଧକୁ ଆୟତ୍ତରେ ରଖିବାର ସମୟ ଅଟେ । ଆପଣ ଏହି ସମୟରେ ପୁରୁଣା ମିଠାସ୍ମୃତିକୁ ମନେ ପକାଇ ପରଷ୍ପରକୁ ଗୁରୁତ୍ତ୍ୱ ଦେବା ଉଚ଼ିତ୍ ହେବ !!ଜୟ ଜଗନ୍ନାଥ, ଜୟ ସୋମନାଥ,ଜୟ ମା ଯୋଗମାୟା!!

Leave A Reply

Your email address will not be published.