ଆଜିଠୁ ଆରମ୍ଭ କଟକର ପ୍ରସିଦ୍ଧ ବାଲିଯାତ୍ରା

କିଣାବିକା ସହ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା

0 187

କଟକ,୮/୧୧(ଏସଏସନିଉଜ) ଆଜିଠୁ ବିଶ୍ୱପ୍ରସିଦ୍ଧ କଟକବାଲିଯାତ୍ରା । ମହାନଦୀପଠାରେ ୯ଦିନ ଧରି ଚାଲିବ ମେଳା ।ଦୁଇବର୍ଷପରେ ଆଜିଠାରୁ ଜମିବ କଟକର ଐତିହାସିକ ବାଲିଯାତ୍ରା। ୧୪୦୦ଷ୍ଟଲ ଓ ୨ହଜାରରୁ ଅଧିକ ବ୍ୟବସାୟୀଙ୍କୁନେଇ ହେଉଛି ଏହି ଐତିହାସିକ ବାଲିଯାତ୍ରା। ଆଜିସଂଧ୍ୟାରେ ଆନୁଷ୍ଠାନିକଭାବେ ମେଳାକୁ ଉଦଘାଟନକରାଯିବ। ଦୋଳି ,ମୀନାବଜାର ସାଙ୍ଗକୁ ଜାତୀୟସ୍ତରୀୟ ପଲ୍ଲୀଶ୍ରୀମେଳା ଯାତ୍ରାର ମୁଖ୍ୟଆକର୍ଷଣ ହେବାକୁ ଯାଉଛି । ଚଳିତବର୍ଷ ବାଲିଯାତ୍ରାରେ ପ୍ରଥମଥରପାଇଁ ଲେଜରଲାଇଟସୋ ହେବ । ଅନ୍ୟପକ୍ଷରେ ଦୁଇବର୍ଷପରେ ବାଲିଯାତ୍ରା ଅନୁଷ୍ଠିତ ହେଉଥିବାରୁ ଲକ୍ଷାଧିକଲୋକଙ୍କ ସମାଗମହେବ। ଏହାକୁ ନଜରରେରଖି ସାଧାରଣଲୋକ କିପରି ଶାନ୍ତିଶୃଙ୍ଖଳାରେ ଯାତ୍ରା ବୁଲିବେ ତାହାଉପରେ ପୋଲିସ କଡ଼ାନଜର ରଖିଛି। କମିସନରେଟ୍ ପୋଲିସପକ୍ଷରୁ ୫୦ପ୍ଲାଟୁନ୍ ଫୋର୍ସ ବ୍ୟବସ୍ଥା କରାଯାଇଛି। ସିସିଟିଭିକ୍ୟାମେରା ସାଙ୍ଗକୁ ତଳ ଓ ଉପର ବାଲିଯାତ୍ରାପଡ଼ିଆରେ ୧୧ଟିପୋଲିସ ସହାୟତା କେନ୍ଦ୍ର ରହିବ ବୋଲି ଜଣାପଡିଛି ।

Leave A Reply

Your email address will not be published.