ଆଜିଠୁ ଆରମ୍ଭ ହେଲା ମୌସୁମୀ ଅଧିବେଶନ

0 135

ଭୁବନେଶ୍ୱର, ୨/୭(ଏସଏସନିଉଜ) ରାଜ୍ୟର ମୌସୁମୀ ଅଧିବେଶନ ଆଜିଠୁ ଆରମ୍ଭ ହୋଇଛି । ନୂଆ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହ ପରିଚାଳନା କରୁଛନ୍ତି । ଚଳିତ ମୌସୁମୀ ଅଧିବେଶନରେ ମୋଟ୨୪ଟି କାର‌୍ୟ୍ୟଦିବସ ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଯୋଗ ଦେଇଛନ୍ତି । ଦିବଗନ୍ତ ବିଧାୟକ ସୁରେନ୍ଦ୍ର କଅଁରଙ୍କ ପାଇଁ ଆଜିର ଅଧିବେଶନ ଆରମ୍ଭରେ ଗୃହରେ ଶୋକ ପ୍ରସ୍ତାବ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ। ବିରୋଧୀ ବିଜେପି ଏବଂ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ସମର୍ଥନ କରିଛନ୍ତି ।

Leave A Reply

Your email address will not be published.