ଆଜିଠୁ ସ୍ପୁଟନିକ୍ ଭି ଟିକା

0 271

ଭୁବନେଶ୍ୱର,୨୯/୬(ଏସଏସନିୟୁଜ) ଆଜିଠୁ ଓଡ଼ିଶାରେ ମିଳିବ ଋଷିଆ ର ସ୍ପୁଟନିକ୍ ଭି ଟିକା । ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାକୁ ଆସିଛି ୬୦୦ ଡୋଜ୍ ରୁଷିଆ ଟିକା। ପ୍ରଥମ ଡୋଜର ୨୧ ଦିନ ପରେ ୨ୟ ଡୋଜ ଟିକା ନେଇପାରିବେ । କେନ୍ଦ୍ର ସରକାରଙ୍କ କୋ-ୱିନ ଆପକୁ ଯାଇ ‘ସ୍ପୁଟନିକ ଭି’ ପାଇଁ ସ୍ଲଟ ବୁକ କରିପାରିବେ । ଏହି ଟିକା ୯୧ ପ୍ରତିଶତରୁ ଅଧିକ ପ୍ରଭାବି ବୋଲି କୁହାଯାଉଛି । ୧୧୪୫ ଟଙ୍କାରେ ସ୍ପୁଟନିକ୍-ଭି ର ଗୋଟିଏ ଡୋଜ୍ ନେଇପାରିବେ । ଭୁବନେଶ୍ୱରର କେୟାର ହସ୍ପିଟାଲରେ ସ୍ପୁଟନିକ୍-ଭି ଟିକା ଉପଲବ୍ଧ ହେଉଛି ।

Leave A Reply

Your email address will not be published.