ପଜିଟିଭ ୨୬୪୦.ମୃତ ୪୦

0 199

ଭୁବନେଶ୍ୱର,୨୯/୬(ଏସଏସନିୟୁଜ) ରାଜ୍ୟରେ ପୁଣି ୨୬୪୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୫୧୭ ଓ ସ୍ଥାନୀୟ ଅଞ୍ଚଳରୁ ୧୧୨୩ ଜଣ ଚିହ୍ନଟ ହୋଇଛନ୍ତି ।ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୬ ହଜାର ୪୨୯ରେ ପହଞ୍ଚିବାନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେହିଭଳିଭାବେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।ଫଳରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୯୭୦କୁ ବୃଦ୍ଧି ପାଇଛି । ମୃତକଙ୍କମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୭ ଜଣ, ବରଗଡ଼, କଟକ ଓ ନୟାଗଡ଼ରୁ ୫ ଜଣ ଲେଖାଏଁ, ପୁରୀରୁ ୪ ଜଣ, ଗଞ୍ଜାମ ଓ ଅନୁଗୁଳରୁ ୩ ଜଣ ଲେଖାଏଁ, କଳାହାଣ୍ଡିରୁ ୨ ଜଣ, ଭଦ୍ରକ, ଢେଙ୍କାନାଳ, ଯାଜପୁର, କୋରାପୁଟ, ନବରଙ୍ଗପୁର ଓ ସମ୍ବଲପୁରରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଥିବାନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଗୋଟେପଟେ ରାଜ୍ୟରେ ସଂକ୍ରମଣ ଆଖିଦୃଶିଆ ଭାବେ ହ୍ରାସ ପାଉଥିବାବେଳେ ଟିକାକରଣ ବି ପଛରେ ପଡି ଯାଇଛି ଓଡ଼ିଶା ।ଜୁନ ୨୧ ତାରିଖରେ ୧୬୧୩ଟି କେନ୍ଦ୍ରରେ ଟିକା ଦିଆଯାଇଥିଲା। ସେହି ଦିନ ୩ ଲକ୍ଷ ଟପି ଯାଇଥିଲା ଟିକାକରଣ। ହେଲେ ଆଜି ମାତ୍ର ୪୯୫ଟି କେନ୍ଦ୍ରରେ ଟିକାକରଣ ହେବ। ଅର୍ଥାତ ୭୦ ପ୍ରତିଶତ କମ୍ କେନ୍ଦ୍ର ଟିକା ଦିଆଯାଉଥିବାର ଜଣାପଡିଛି ।

Leave A Reply

Your email address will not be published.