କଟକଣା ଭିତରେ ଦୋକାନ ଖୋଲିବାକୁ ଦାବି କଲା ଚା ଦୋକାନ ମହାସଂଘ

0 194

ଭୁବନେଶ୍ୱର,୨୯/୬(ଏସଏସନିୟୁଜ) ଲକଡାଉନ ସମୟରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନକୁ ଛାଡି ଅନ୍ୟ ଦୋକାନ ଖୋଲିବାକୁ ସରକାରଙ୍କ ପକ୍ଷରୁ ବାରଣ ରହିଛି ।ଏହାଫଳରେ ଛୋଟଛୋଟ ଦୋକାନୀମାନେ ନାନା ପ୍ରକାର ହଇରାଣ ହେଉଛନ୍ତି । ବିଶେଷ କରି ଚା’ ଦୋକାନ ନଖୋଲିବାରୁ ବ୍ୟବସାୟୀମାନେ ସେମାନଙ୍କ ପରିବାର ଚଳାଇବାରେ ଅସୁବିଧା ହେଉଛି । ମିଠା ଦୋକାନ ଖୋଲିବାକୁ ସରକାର ଅନୁମତି ଦେଇଥିବା ବେଳେ କଟକଣା ଭିତରେ ଚା ଦୋକାନ ଖୋଲିବାକୁ ଅନୁମତି ଦେବାକୁ ଦାବି କରିଛନ୍ତି ଚା ଦୋକାନୀ ମହାସଂଘ । ରାଜଧାନୀ ଭୁବନେଶ୍ୱରରେ ଏହାକୁ ନେଇ ପ୍ରତିବାଦ କରିବାସହ ଦୋକାନ ଖୋଲିବାକୁ ଅନୁମତି ଦେବା ନଚେତ ବିକଳ୍ପ ବ୍ୟବସ୍ଥା କରିବାକୁ ଦାବି କରିଛି ମହାସଂଘ ।

Leave A Reply

Your email address will not be published.