ଆଜିର ରାଶିଫଳ

0 119

୨୦୨୩ ମସିହା ଡିସେମ୍ବର ମାସ ୧୨ ତାରିଖ ମଙ୍ଗଳବାର। ଶ୍ରୀମନ୍ଦିରରେ ଦେବ ଦୀପାବଲ୍ବ୍ୟୁତ୍ସବ, ମହୋଦଧ୍ୟାମାବାସ୍ୟା ସ୍ନାନ, ମହାଭାରତ ଯୁଦ୍ଧାରମ୍ଭ ଦିବସ, ଗୋସହସ୍ରୀ ଗଙ୍ଗାସ୍ନାନ, ନଷ୍ଟ ଚ଼ନ୍ଦ୍ରୋପବାସ ଓ ନିଶାପାଳନ, ତ୍ରିହ୍ୟସ୍ପର୍ଶ ତିଥ୍ୟାଦିର ଗ୍ରହପୂଜା ଓ ହୋମ।ସୁର୍ଯ୍ୟୋଦୟ- ଘ୬/୧୫/୨୮ ,ସୂର୍ଯ୍ୟାସ୍ତ- ଘ୫/୫/୬ ,ମାର୍ଗଶିର ମାସ ,କୃଷ୍ଣ ପକ୍ଷ ,ଭୌମ ବାସ ,ତିଥି- ଚତୁର୍ଦ୍ଦଶୀ ପ୍ରାତଃ ଘ୬/୨୨ମି ପର୍ଯ୍ୟନ୍ତ ତଦନ୍ତେ ଅମାବାସ୍ୟା କ୍ଷୟ ରାତ୍ରି ଘ୪/୫୯ମି ପର୍ଯ୍ୟନ୍ତ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପଶ୍ଚିମ ଦିଗରେ, ପ୍ରାତଃ ଘ୬/୨୨ମି ପରେ ଐଶାନ୍ୟ କୋଣରେ, ରାତ୍ରି ଘ୪/୫୯ମି ପରେ ପୂର୍ବ ଦିଗରେ। ମଙ୍ଗଳବାର, ତ୍ରିହ୍ୟସ୍ପର୍ଶ ତିଥି, ରବି ମଙ୍ଗଳଯୁକ୍ତ ଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଘାତଚନ୍ଦ୍ର– ଘାତଚନ୍ଦ୍ର ନାହିଁ।ଘାତ ବାର–ମକର ରାଶିର ଘାତବାର।ସାମ୍ବତ୍ସରିକ ଶ୍ରାଦ୍ଧ–ଅମାବାସ୍ୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଅମାବାସ୍ୟାର ବିହିତ ଶ୍ରାଦ୍ଧ ଓ ତିଳ ତର୍ପଣ, ପିତୃ ସାମ୍ବତ୍ସରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ।ନିଷିଦ୍ଧ ଖାଦ୍ୟ- ବ୍ରିହୀ (ବିରି), ପ୍ରାତଃ ଘ୬/୨୨ମି ପରେ ଆମିଷ ଭକ୍ଷଣ ନିଷେଧ।ଅଶୁଭ ବେଳା-ବାରବେଳା) ଦିବା ଘ୭/୩୯ମି ରୁ ଘ୯/୦ମି ପର୍ଯ୍ୟନ୍ତ।କାଳବେଳା) ଦିବା ଘ୧/୪ମି ରୁ ଘ୨/୨୫ମି ପର୍ଯ୍ୟନ୍ତ।କାଳରାତ୍ରି) ରାତ୍ରି ଘ୬/୪୬ମି ରୁ ଘ୭/୨୫ମି ପର୍ଯ୍ୟନ୍ତ।ଶୁଭ ବେଳା–(ଅମୃତ) ସୂର୍ଯ୍ୟୋଦୟ ରୁ ଦିବା ଘ୭/୬ମି ମଧ୍ୟେ, ଘ୭/୫୪ମି ରୁ ଘ୧୧/୫୪ମି ମଧ୍ୟେ, ରାତ୍ରି ଘ୭/୩୧ମି ରୁ ଘ୮/୧୯ମି ମଧ୍ୟେ, ଘ୯/୭ମି ରୁ ଘ୧୧/୩୧ମି ମଧ୍ୟେ, ଘ୧/୭ମି ରୁ ଘ୨/୪୩ମି ମଧ୍ୟେ, ଘ୪/୧୯ମି ରୁ ନିଶାନ୍ତ ଘ୫/୭ମି ପର୍ଯ୍ୟନ୍ତ।(ମାହେନ୍ଦ୍ରବେଳା) ସୂର୍ଯ୍ୟାସ୍ତ ରୁ ରାତ୍ରି ଘ୭/୩୧ମି ପର୍ଯ୍ୟନ୍ତ। ପୁଷ୍କର ଦୋଷ- ଅଦ୍ୟ ମୃତ ବ୍ୟକ୍ତିର ୧ ପାଦ ବାର ପୁଷ୍କର ଦୋଷ। ଫଳ କୃଷିହାନି ଓ ଭୂମି ଦାନ ସହିତ ହୋମାଦି ଶାନ୍ତି ବିଧେୟ।ପ୍ରଥମ ରଜୋଦର୍ଶନେ- ରଜଶ୍ଚକ୍ରେ ପୁତ୍ରିଣୀ । ଦିବା ଘ୧୨/୩୦ମି ପରେ ଦଶମାସ ଗଣ୍ଡଦୋଷ। ଫଳଂ ସ୍ତ୍ରୀ ବିଧବା ଓ ଦରିଦ୍ରା। ଘୃତପୂର୍ଣ୍ଣକାଂସ୍ୟପାତ୍ର, ଶୁକ୍ଳବସ୍ତ୍ର, ତିଳସୁବର୍ଣ୍ଣ, ତଣ୍ଡୁଳ ଦାନ କରଣୀୟ। ବାର ଓ ତିଥି ଦୋଷ ହେତୁ (ଶିବଙ୍କ ଠାରେ ଜଳାଭିଷେକ ଓ ଦୁର୍ଗାଙ୍କୁ ଲାଲ ରଙ୍ଗର ପୁଷ୍ପ ଅର୍ପଣ )। ଶୁଭକର୍ମ- ନାହିଁ।
ମେଷ-ଆଜି ଆପଣ ନିଜର ସୀମାଠାରୁ ବାହାରକୁ ଆସି କୌଣସି ପ୍ରକାରର ବିପଦ ଉଠାଇବାକୁ ଚ଼ାହିଁବେ । ଆପଣ ନିଜ ଜୀବନରେ ବହୁତ କିଛି ଜିନିଷ ଆଗକୁ ବଢ଼ାଇବାକୁ ଚ଼ାହିଁବେ,ଯେପରିକି ଆପଣଙ୍କର ସମ୍ପର୍କ ଏବଂ ବ୍ୟବସାୟ ଇତ୍ୟାଦି ।
ବୃଷ-ଆପଣଙ୍କ ଦିନ ମଙ୍ଗଳମୟ ହେଉ ଘରବାଲା ହେଉବା ସାଙ୍ଗମାନଙ୍କର ଖରାପ ବ୍ୟବହାର ଠାରୁ ଆପଣଙ୍କୁ ଟିକେ ସତର୍କ ରହିବା ଉଚ଼ିତ୍ । ଏହା ହୁଏତ ଛୋଟ ଛୋଟ କଥା ହୋଇପାରେ କିନ୍ତୁ ଆସନ୍ତା ସମୟରେ ଏହା ଆପଣଙ୍କ ସମ୍ପର୍କରେ ବାଧା ସୃଷ୍ଟି କରିପାରେ ।
ମିଥୁନ-ଆପଣଙ୍କ ଦିନ ମଙ୍ଗଳମୟ ହେଉ ଆଜି ଆପଣଙ୍କୁ ନିଜର ବିଚ଼ାରକୁ ସ୍ପଷ୍ଟତାରେ ଅଭିବ୍ୟକ୍ତ କରିବା ପାଇଁ ଚ଼େଷ୍ଟା କରିବା ଉଚ଼ିତ୍ । ଆପଣ ବହୁତ ଭଲ ବିଚ଼ାରରେ ଭର୍ତି ଅଛନ୍ତି କିନ୍ତୁ ଏ ବିଚ଼ାର ନିଜର ସହତ୍ତ୍ୱ ହଜାଇ ଦେବେ ଯଦି ଆପଣ ତାକୁ ଠିକ୍ ଭାବରେ ବ୍ୟକ୍ତ ନକରିପାରିବେ ।
କର୍କଟ-ଆପଣଙ୍କ ଦିନ ମଙ୍ଗଳମୟ ହେଉ ଆଜି ଆପଣ ବହୁତ ପରିସ୍ଥିତି ସାମନାକରି ନିଜ ସାହସକୁ ବଜାୟ ରଖନ୍ତୁ । ବେଳେ ବେଳେ ଆପଣ ଅନ୍ୟମନସ୍କ କିମ୍ବା ଉତ୍ତେଜିତ ହୋଇପାରନ୍ତି । ଆଜି ଆପଣଙ୍କୁ ବୃଦ୍ଧିମତା ସହିତ କାମ କରିବାକୁ ପଡ଼ିବ ।
ସିଂହ-ଆପଣଙ୍କ ଦିନ ମଙ୍ଗଳମୟ ହେଉ ଆଜି ଆପଣ ନିଜର ଖରାପ ବ୍ୟବହାରକୁ ଛାଡ଼ି ଭଲ ବ୍ୟବହାରକୁ ସ୍ୱୀକାର କରିବା ଉଚ଼ିତ୍ । ଆଜି ଆପଣ ନିଜ ସମ୍ପର୍କ ଉପରେ ମଧ୍ୟ ନଜର ରଖିବେ ଏବଂ ତାଙ୍କୁ ଆହୁରୀ ଉଚ୍ଚାରେ ପହଁଞ୍ଚାଇବାକୁ ଭାବିବେ । ଆଜିର ଦିନ ଆତ୍ମବିଶ୍ୱାସତାର ଦିନ ଅଟେ ।
କନ୍ୟା-ଆପଣଙ୍କ ଦିନ ମଙ୍ଗଳମୟ ହେଉ ଆଜି ଆପଣଙ୍କୁ ନିଜର ସମ୍ପ୍ରେକ୍ଷଣ କଳାର ଉପଯୋଗ କରିବାକୁ ହେବ, ଆଜି ଆପଣ ନିଜକୁ ନିଜେ ହୁଏତ ଏକ ଅସୁବିଧା ପରିସ୍ଥିତିରେ ପାଇବେ, ଯାହାକି ଅନ୍ୟଙ୍କ ଦ୍ୱାରା ସୃଷ୍ଟି କରାଯାଇଛି ।
ତୁଳା-ଆପଣଙ୍କ ଦିନ ମଙ୍ଗଳମୟ ହେଉ ଆଜି ଆପଣଙ୍କୁ ଏମିତି ଗୋଟିଏ ଜ୍ଞାନ ପ୍ରାପ୍ତି କରିବାର ଅବସର ମିଳିବ ଯେଉଁଥିରେ କି ଆପଣଙ୍କୁ ଲାଭ ହେବ । ଏହି ଜ୍ଞାନ ଆପଣଙ୍କୁ କୌଣସି ବ୍ୟକ୍ତି କିମ୍ବା ପୁସ୍ତକରୁ ପ୍ରାପ୍ତ ହୋଇପାରେ ।
ବିଛା-ଆପଣଙ୍କ ଦିନ ମଙ୍ଗଳମୟ ହେଉ କୌଣସି ମହତ୍ତ୍ୱପୂର୍ଣ୍ଣ ବ୍ୟକ୍ତି ହୁଏତ ଆପଣଙ୍କୁ ଭୂଲ ବୁଝିପାରନ୍ତି । ସାବଧାନ ରୁହନ୍ତୁ ଏବଂ ଠିକ୍ ଭାବରେ ନିଜର କଥା ସେମାନଙ୍କୁ ବୁଝାଇବାକୁ ଚ଼େଷ୍ଟାକରନ୍ତୁ । କଳିକଜିଆରୁ ଭବିଷ୍ୟତରେ ଅସୁବିଧ ହିଁ ହେବ ।
ଧନୁ-ଆପଣଙ୍କ ଦିନ ମଙ୍ଗଳମୟ ହେଉ ପ୍ରେରଣା ହିଁ ଆଜି ଆପଣଙ୍କର ମୂଳ ମନ୍ତ୍ର ଅଟେ । ଆଜି ଆପଣ ନିଜକୁ ସେହି କାମଟି କରିବା କୁ ପ୍ରସ୍ତୁତ କରନ୍ତୁ ଯାହାକୁ ଅନ୍ୟମାନେ ଅସମ୍ଭବ ବୋଲି ମାନନ୍ତି ।
ମକର-ଆପଣଙ୍କ ଦିନ ମଙ୍ଗଳମୟ ହେଉ ଆଜି ଆପଣଙ୍କୁ ନିଜର ପାଖାପଖି କିଛି ଲୋକଙ୍କ ଠାରୁ ସାବଧାନ ରହିବା ଆବଶ୍ୟକ ଅଟେ ,କାରଣ ସେମାନେ ଆପଣଙ୍କ ପ୍ରତିଇର୍ଷାଭାବ ରଖନ୍ତି । ଏଭଳି କଲେ ସବୁ କିଛି ଠିକ୍ ରହିବ ।
କୁମ୍ଭ-ଆପଣଙ୍କ ଦିନ ମଙ୍ଗଳମୟ ହେଉ ଆପଣ କେତେକ ପରିସୀମା ପର୍ଯ୍ୟନ୍ତ ଏକ ଭଲ ମନୁଷ୍ୟ ଅଛନ୍ତି କିନ୍ତୁ ଆପଣଙ୍କୁ ଏହି କଥାରେ କୌଣସି ଅନୁମାନ ନାହିଁ କି ଖରାପ ପ୍ରଭାବ ବା ନକାରାତ୍ମକତା କିପରି ଆପଣଙ୍କ ଉପରେ ବୋଝ ହୋଇ ଯାଉଛି ।|
ମୀନ-ଆପଣଙ୍କ ଦିନ ମଙ୍ଗଳମୟ ହେଉ ଆଜି ଆପଣଙ୍କୁ ନିଜର ସାଙ୍ଗମାନଙ୍କ ମଧ୍ୟରେ ଥିବା ସମ୍ପର୍କକୁ ଦେଖିବା ଆବଶ୍ୟକ ଅଟେ । ହୁଏତ ଆପଣଙ୍କ ମଧ୍ୟରେ ଇର୍ଷା ସୃଷ୍ଟି ହେଉଛି ଯାହାକି ଆଗକୁ ଯାଇ କ୍ଷତିକାରକ ହୋଇପାରେ ।

Leave A Reply

Your email address will not be published.