ଆଜିର ରାଶିଫଳ

୨୦୨୬ ମସିହା, ସେପ୍ଟେମ୍ବର ମାସ, ୧୦ ତାରିଖ, ଗୁରୁବାର ।ଶ୍ରୀମନ୍ଦିରକୁ ଶ୍ରୀଜୀଉଙ୍କର ସପ୍ତପୁରୀ ତାଡ଼ବିଜେ, ଗୃହୀଣାଂ ସପ୍ତପିତୃକା ଅମବାସ୍ୟା, ଦର୍ଭସଂଗ୍ରହ, କେତୁଗ୍ରହ ଜୟନ୍ତୀ, ଅଦ୍ୟ ନଷ୍ଟଚନ୍ଦ୍ରୋପବାସ ଓ ନିଶାପାଳନ ।ବିବିଧ- ରାତ୍ରୌ ଗୋଦୋହନ ନିଷେଧ । ଦିବା ଘ୭/୫୫ମି ସମୟେ ଚନ୍ଦ୍ରକ୍ଷୟ ଆରମ୍ଭ ।ଋତୁ- ବର୍ଷା ଋତୁର (ଦ୍ବିତୀୟ ମାସ)ସୂର୍ଯ୍ୟ- ଦକ୍ଷିଣାୟନ ।🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୩୫/୪୧🌅ପୁରୀକୁ ସୂର୍ଯ୍ୟାସ୍ତ- ଘ୫/୫୦/୩୧,ଭାଦ୍ରବ ମାସ,କୃଷ୍ଣପକ୍ଷ,ବୃହସ୍ପତି ବାସ,ତିଥି- ଚତୁର୍ଦ୍ଦଶୀ ଦିବା ଘ୧୦/୩୯ମି ପର୍ଯ୍ୟନ୍ତ ତଦନ୍ତେ ଅମାବାସ୍ୟା ।ନକ୍ଷତ୍ର- ମଘା ନକ୍ଷତ୍ର ଦିବା ଘ୨/୪୭ମି ପର୍ଯ୍ୟନ୍ତ ତଦନ୍ତେ ପୁର୍ବାଫାଲ୍ଗୁନୀ ନକ୍ଷତ୍ର ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପଶ୍ଚିମ ଦିଗରେ, ଦିବା ଘ୧୦/୩୯ମି ପରେ ଐଶାନ୍ୟ କୋଣରେ । ରିକ୍ତାତିଥି ଓ ପାପଯୁକ୍ତ ଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ ।ଚନ୍ଦ୍ରଶୁଦ୍ଧି- ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ବିଛା, କୁମ୍ଭ ଓ ମୀନ ଏହି ରାଶି ମାନଙ୍କର ଚନ୍ଦ୍ରଶୁଦ୍ଧି ।ଘାତଚନ୍ଦ୍ର–କର୍କଟ ଓ ମକର ରାଶିର ଘାତଚନ୍ଦ୍ର ।ଘାତ ବାର–ତୁଳା ଓ କୁମ୍ଭ ରାଶିର ଘାତବାର।ତାରାଶୁଦ୍ଧି-୨।୩।୫।୭।୯।୧୧।୧୨।୧୪।୧୬।୧୮।୨୦।୨୧।୨୩।୨୫।୨୭ ଏହି ନକ୍ଷତ୍ର ମାନଙ୍କର ଏବଂ ଦିବା ଘ୨/୪୭ମି ପରେ ୧।୩।୪।୬।୮।୧୦।୧୨।୧୩।୧୫।୧୭।୧୯।୨୧।୨୨।୨୪।୨୬ ଏହି ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି।ସାମ୍ବତ୍ସରିକ ଶ୍ରାଦ୍ଧ–ଅମବାସ୍ୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଅମାବାସ୍ୟା ବିହିତ ଓ ତିଳ ତର୍ପଣ । ପିତୃ ସାମ୍ବତ୍ସରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ ।ନିଷିଦ୍ଧ ଖାଦ୍ୟ- ବ୍ରିହୀ (ବିରି), ଦିବା ଘ୧୦/୩୯ମି ପରେ ଆମିଷ ଭକ୍ଷଣ ନିଷେଧ ।ଅଶୁଭ ବେଳା—(ବାର ଓ କାଳବେଳା) ଦିବା ଘ୨/୪୫ମି ରୁ ଘ୫/୫୧ମି ପର୍ଯ୍ୟନ୍ତ ।(କାଳରାତ୍ରି) ରାତ୍ରି ଘ୧୦/୪୦ମି ରୁ ଘ୧/୧୦ମି ପର୍ଯ୍ୟନ୍ତ।ଶୁଭ ବେଳା–(ଅମୃତବେଳା) ରାତ୍ରି ଘ୧/୩ମି ରୁ ଘ୩/୨୬ମି ପର୍ଯ୍ୟନ୍ତ ।(ମାହେନ୍ଦ୍ରବେଳା) ସୂର୍ଯ୍ୟୋଦୟ ରୁ ଦିବା ଘ୭/୧୩ମି ମଧ୍ୟେ, ଦିବା ଘ୧୦/୨୬ମି ରୁ ଘ୧୨/୫୦ମି ପର୍ଯ୍ୟନ୍ତ ।ପୁଷ୍କର ଦୋଷ- ମୃତ ବ୍ୟକ୍ତିଙ୍କ ପୁଷ୍କର ଦୋଷ ନାସ୍ତି । ପ୍ରଥମ ରଜୋଶ୍ଚକ୍ରେ- ରଜଶ୍ଚକ୍ରେ କନ୍ୟାର ପାଞ୍ଚମାସ, ଦିବା ଘ୨/୪୭ମି ପରେ ସାତମାସ ଗଣ୍ଡଦୋଷ । ଫଳଂ ସ୍ତ୍ରୀ ଶୋକାତୁରା । ଦିବା ଘ୨/୪୭ମି ପରେ ସ୍ତ୍ରୀ ବିଧବା ଓ ଦରିଦ୍ରା । ରଜଶ୍ଚକ୍ରେ ସୁଭଗା । ଘୃତତାମ୍ରପାତ୍ର, ପୀତବସ୍ତ୍ର, ତିଳସୁବର୍ଣ୍ଣ, ତଣ୍ଡୁଳ ଦାନ କରଣୀୟ । ତିଥି ଦୋଷ ହେତୁ (ଦୁର୍ଗାଙ୍କୁ ଲାଲରଙ୍ଗର ପୁଷ୍ପ ଅର୍ପଣ) ।ଶୁଭକର୍ମ- ନାହିଁ
🐐ମେଷ👉ଆଜିର ନୂତନ କର୍ମାରମ୍ଭ, ଆନୁଷ୍ଠାନିକ କର୍ମ ଆନନ୍ଦ ଉଲ୍ଲାସ ମଧ୍ୟରେ ସମ୍ପନ୍ନ ହେବ। ହିତୈଷୀମାନଙ୍କ ସହୃଦୟତାରୁ ଆପଣ ଯାହା ଚାହୁଁଛନ୍ତି, ତାହା ପାଇବାରେ କୌଣସି ଅସୁବିଧା ହେବନାହିଁ। ସାହିତ୍ୟ, ରଚନାମତ୍କ କାର୍ଯ୍ୟ, ପ୍ରତିଯୋଗିତାରେ ସଫଳତା ମିଳିବ। ଋଣ ପରିଶୋଧର ଦୁଶ୍ଚିନ୍ତାରେ ସାମୟିକ ଚିନ୍ତିତ ରହିପାରନ୍ତି।
🐂ବୃଷ👉ପ୍ରତ୍ୟୁଷ ଯାତ୍ରାରେ ଅଭିଳଷିତ ଫଳ ପାଇବେ, କିନ୍ତୁ ଫେରନ୍ତା ବାଟରେ ସାଧାରଣ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ ସ୍ଥଗିତ କାମକୁ ସମ୍ପନ୍ନ କରିବେ, କିନ୍ତୁ ବ୍ୟବସାୟିକ କ୍ଷେତ୍ର ସମସ୍ୟାବହୁଳ ରହିବ। ଅଧିକାଂଶ ସମୟ ଘର ସାଜସଜ୍ଜାରେ କିମ୍ବା ନିର୍ମାଣରେ ସମୟ ଅତିବାହିତ କରିପାରନ୍ତି।
👩‍❤️‍👨 ମିଥୁନ👉ସବୁ ସୁବିଧା ଥାଇ ମଧ୍ୟ ପରିବାରରେ ସମସ୍ୟା ଲାଗି ରହିବା ଯୋଗୁ କେତେକ କାମ ଅଟକି ରହିଯିବ। କର୍ମକ୍ଷେତ୍ରରେ ଉତ୍ସାହର ସହ କାମ କରିବେ। ହୋଟେଲ, ଛୋଟ ଦୋକାନୀ, ଲାଭବାନ୍‌ ହେବେ। ପୂର୍ବ ବିବାଦରୁ ଗୃହ, ଭୂମି, ଗାଡିମୋଟର ସମ୍ପର୍କୀୟ ସମସ୍ୟା ଆସିବ। ପିଲାଙ୍କ ସମସ୍ୟାକୁ ନେଇ ବିରସ ମନରେ ରହିପାରନ୍ତି।
🦀କର୍କଟ👉ଅସୁସ୍ଥତାବଶତଃ କେତେକ କାମ ସ୍ଥଗିତ ରହିଯିବା ଯୋଗୁ ମନସ୍ତାପ କରିପାରନ୍ତି। ପରିସ୍ଥିତିକୁ ସାମ୍‌ନା କରିବାକୁ ଯାଇ ଭଲ ସମ୍ପର୍କ ରହିଥିବା ବନ୍ଧୁଙ୍କ ସହ ଯୋଗାଯୋଗ କରିବେ। ଗତକାଲିର ଯୋଜନାକୁ ଠିକ୍‌ ଭାବରେ ବଦଳାଇବା ପାଇଁ କଷ୍ଟକର ହୋଇପାରେ। ବ୍ୟବସାୟ, ପରିବହନ ଏବଂ ଆନୁଷ୍ଠାନିକ କାମରେ ଅସୁବିଧା ହେବନାହିଁ।
🦁 ସିଂହ👉କର୍ମକ୍ଷେତ୍ରରେ ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣାଙ୍ଗ କରିବାରେ ପ୍ରଗାଢ଼ ଚେଷ୍ଟା କରିପାରନ୍ତି। ତଥାପି କେତେକ କାମ ହାସଲ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ। ସାମାଜିକ ସ୍ତରରେ କାର୍ଯ୍ୟଦକ୍ଷତା ଯୋଗୁ ଦ୍ରୁତୋନ୍ନତି ପରିଲକ୍ଷିତ ହେବ। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ।
🧕କନ୍ୟା👉ବିଭିନ୍ନ ପ୍ରକାରର ସମସ୍ୟା କାରଣରୁ ପାରିବାରିକ ଚିନ୍ତା ମନକୁ ଆନ୍ଦୋଳିତ କରିବ। ଦୂରସ୍ଥ ଆମତ୍ୀୟଙ୍କ ଅଶୌଚ ଖବର ଶୁଣି ବିସ୍ମିତ ହୋଇପାରନ୍ତି। ଆଜିର ଯାତ୍ରା ସମୟରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଯାତ୍ରା ବିଳମ୍ବିତ ହୋଇପାରେ। ନିଜ ପରିବେଶରେ ଧର୍ମାନୁଷ୍ଠାନ କିମ୍ବା ସାଂଗଠନିକ କାର୍ଯ୍ୟର ନେତୃତ୍ୱ ନେଇପାରନ୍ତି।
⚖️ତୁଳା👉କର୍ମକ୍ଷେତ୍ରରେ ସହକର୍ମୀ କିମ୍ବା ଅଧସ୍ତନ କର୍ମଚାରୀଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ। ବ୍ୟବସାୟ, ବାଣିଜ୍ୟ ଓ ପରିବହନରୁ ଅର୍ଥ ଲାଭ ହେତୁ ଖୁସି ରହିବେ। ହିତୈଷୀ ବନ୍ଧୁଙ୍କ ମଧ୍ୟସ୍ଥତାରେ ପରିବାରରେ ଗୋଳମାଳିଆ ପରିସ୍ଥିତିକୁ ସମ୍ଭାଳି ନେଇପାରନ୍ତି। ଘର ସାଜସଜ୍ଜା କିମ୍ବା ମରାମତି କାମରେ ସମୟ ଅତିବାହିତ କରିବେ।
🦂ବିଛା👉ପରୋକ୍ଷଶତ୍ରୁତା କରୁଥିବା ବ୍ୟକ୍ତିମାନଙ୍କ ଦ୍ୱାରା କାର୍ଯ୍ୟରେ ବିଳମ୍ବ ଘଟିବାର ଆଶଙ୍କା ରହିଛି। ସଭାସମିତିକୁ ସ୍ବତନ୍ତ୍ର ଭାବରେ ନିମନ୍ତ୍ରିତ ହୋଇ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି। ସାହିତ୍ୟ ଚର୍ଚ୍ଚା, ନୂତନ ବନ୍ଧୁତ୍ୱ, ଗୁରୁତ୍ୱପୂର୍ଣ୍ଣ ଆଲୋଚନା ପ୍ରଭୃତିରୁ ସଫଳତା ପାଇବେ।
🏹ଧନୁ👉ଭୁଲ୍‌ ବୁଝାମଣା କାରଣରୁ ପରିବାରର ସଦସ୍ୟମାନେ ଆପଣଙ୍କୁ ଭିନ୍ନ ଦୃଷ୍ଟିକୋଣରୁ ବିଚାର କରିପାରନ୍ତି। ନିଜର ପ୍ରିୟ ବ୍ୟକ୍ତିଟି ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଆପଣଙ୍କ ବିରୋଧରେ କଥା କହିପାରେ। ଉପସ୍ଥିତ ଭଦ୍ରବ୍ୟକ୍ତିଙ୍କ ଦ୍ୱାରା ପରିବହନରେ ଆକସ୍ମିକ ସମସ୍ୟାକୁ ଅତି ଚତୁରତାର ସହ ସମାଧାନ କରିବେ।
🐊ମକର👉ଆଜିର ଯାତ୍ରାରେ ଲକ୍ଷ୍ୟ ପୂରଣ ସାଙ୍ଗକୁ ଅର୍ଥ ପ୍ରାପ୍ତିର ଆଶା ପୂରାମାତ୍ରାରେ ରହିଛି। ଦୁର୍ବଳ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ଆଶ୍ୱସ୍ତି ଅନୁଭବ କରିବେ। ମତାନ୍ତର ଜନିତ ଅତି ଭଲ ସମ୍ପର୍କ ଥିବା ବନ୍ଧୁଟି ସହ ବୁଝାମଣା ଠିକ୍‌ ରହି ନ ପାରେ। ଚେଷ୍ଟା କରୁଥିବା କାମରେ ଉଚ୍ଚବର୍ଗଙ୍କ ସହାୟତା ପାଇବାର ସୂଚନା ରହିଛି।
🏺କୁମ୍ଭ👉କର୍ମକ୍ଷେତ୍ରରେ ସମସ୍ୟା ଲାଗି ରହିଥିଲେ ମଧ୍ୟ କାମଟି ଅଟକି ରହିବ ନାହିଁ। ପରୋକ୍ଷ ଭାବରେ ଶତ୍ରୁତା କରୁଥିବା କେହି ଜଣେ ବ୍ୟକ୍ତି ଅସୁବିଧାରେ ପକାଇପାରନ୍ତି। ହଠାତ୍‌ ଯାତ୍ରା କରିବାକୁ ଯିବାକୁ ମନସ୍ଥ କରି ବାଟରୁ ଫେରି ଆସିବାକୁ ପଡ଼ିପାରେ। ପାରିବାରିକ ସ୍ତରରେ ଘଟଣାଚକ୍ରରେ ପଡ଼ି ମିଥ୍ୟା କହିବାକୁ ବାଧ୍ୟ ହୋଇପାରନ୍ତି।
🐟ମୀନ👉ପଡ଼ୋଶୀ କିମ୍ବା ନିଜ ଆମତ୍ୀୟମାନଙ୍କଠାରୁ ଅଯାଚିତ ଭାବେ ସହାୟତା ପାଇ କାମ ହାସଲ କରିବେ। ସହକର୍ମୀଙ୍କୁ କଟୁକଥା ପ୍ରୟୋଗ କରି ସୁସମ୍ପର୍କ ହରାଇପାରନ୍ତି। ଈର୍ଷା କରୁଥିବା ଲୋକ ଖାଲରେ ପକାଇବାକୁ ଚେଷ୍ଟାକଲେ ମଧ୍ୟ ସଫଳ ହେବେ ନାହିଁ। ପାରିବାରିକ ବିବାଦ ସମାଧାନ ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ।
🕉️【ନୀତି ବାଣୀ】🕉️
ଏମିତି ସମୟ ଆସିଥିଲା ଦିନେ
ସୁଖ ଦୁଃଖ ହେବା ପାଇଁ,
ଅଦିନ ବରଷା ଭାଙ୍ଗି ଦେଇଗଲା
ମନ ମୋର ଭଲ ନାହିଁ ।
ଅର୍ଥ ପଛରେ ନ ଗୋଡେଇବା ଆପଣ ପଶୁପକ୍ଷୀମାନଙ୍କଠାରୁ ଶିଖିପାରିବେ ।ଯେଉଁ ଠାରେ ବାସକଲେ ଶିକ୍ଷା ସ୍ବାସ୍ଥ୍ୟ ସଭ୍ୟତା ଏବଂ ସମ୍ମାନ ଲାଭର ସୁବିଧା ନଥାଏ ସେଠାରେ ବାସ କରିବା ଠିକ୍ ନୁହେଁ ।ନିଜ ଲଢେ଼ଇ ନିଜକୁ ହିଁ ଲଢ଼ିବାକୁ ପଡ଼ିବ କାହିଁକି ନା ଲୋକେ କେବଳ Advice ଦିଅନ୍ତି ସାଥ୍ ନୁହେଁ ।

- Advertisement -

Leave A Reply

Your email address will not be published.