ଆକ୍ରମଣ କଲା ମହୁମାଛି

ଆସିଲେନି ଅଧିକାରୀ,ନିରାଶରେଫେରିଲେ ପର୍ଯ୍ୟଟକ

0 99

ବାରଙ୍ଗ,୨୯।୩(ଏସଏସନିଉଜ)ବୁଧବାରଦିନ ନନ୍ଦନକାନନରେ ୧୧ପର୍ଯ୍ୟଟକ ସମେତ ଜଣେ ଅସ୍ଥାୟୀ ସୁରକ୍ଷା କର୍ମଚାରୀ ମହୁମାଛି ଆକ୍ରମଣର ଶିକାର ହୋଇଛନ୍ତି।ସେମାନଙ୍କୁ ନନ୍ଦନକାନନ ପକ୍ଷରୁ କୈାଣସି ସୁରକ୍ଷା ବା ପ୍ରାଥମିକଚିକିତ୍ସା ବ୍ୟବସ୍ଥା କରାନଯିବାରୁ ନନ୍ଦନକାନନ ବୁଲିବା ଅଧାରୁବନ୍ଦକରି ନିରାଶରେ ଫେରିଛନ୍ତି।ବୁଧବାର ସକାଳ ୧୦ଟାବେଳେ ପ୍ରାଣୀଉଦ୍ୟାନ ବାଘ ଏନକ୍ଲୋଜର ମୁଖ୍ୟରାସ୍ତା ୫ନମ୍ବର ବ୍ୟାଟେରିଚାଳିତ ଗାଡି ରହଣିସ୍ଥଳ ଓ ହାତୀ ସଫାରୀ ରାସ୍ତା ପାର୍ଶ୍ବ ଜଙ୍ଗଲରେ ଏକ ପୁରୁଣା ଗଛରେ ମହୁମାଛି ବସା ବାନ୍ଧିଥିଲେ।ଜଙ୍ଗଲୀ ମାଙ୍କଡ ବସା ଉପରକୁ ଡିଆଁ ମାରିବା ଫଳରେ ମହୁମାଛି ପଲ ଅଚାନକ ସେହିବାଟେ ଯାଉଥିବା ପର‌୍ୟ୍ୟଟକଙ୍କୁ ଆକ୍ରମଣ କରିଥିଲେ।ପ୍ରାଣବିକଳରେ ପର୍ଯ୍ୟଟକମାନେ ଜୀବନ ବଞ୍ଚିଇବାକୁ ଯିଏ ଯୁଆଡେ ପାରିଲେ ଦୈାଡିଥିଲେ। ଜଗତସିଂହପୁର ମଣ୍ଡାସାହିର ସୁରେନ୍ଦ୍ରସାହୁ ,୧୨ବର୍ଷର ପୁଅ ସୁଧାଶୁଂ ,ଦୁଇଭଉଣୀ ସମେତ ଅନ୍ୟ ୬ଜଣପର୍ଯ୍ୟଟକ ଓ ଜଣେ ଅସ୍ଥାୟୀ ସୁରକ୍ଷା କର୍ମଚାରୀ କାଳନ୍ଦି ମଣ୍ଡଳକୁ ମହୁମାଛି ଆକ୍ରମଣ କରିଥିଲେ।ସୁରେନ୍ଦ୍ର ଓ ତାଙ୍କ ପୁଅ ଓ ଦୁଇ ଭଉଣୀ ପ୍ରାଣ ବିକଳରେ ବାଘଘର ରାସ୍ତା ଦେଇ ବନ୍ୟପ୍ରାଣୀ ଚିକିତ୍ସାଳୟ ଭିତରକୁ ପଶିଆସିଥିଲେ।ଏହି ଘଟଣାକୁ ଦେଖି କାର୍ଯ୍ୟରତସୁରକ୍ଷା କର୍ମଚାରୀମାନେ ଉଭୟ ପଟ ରାସ୍ତାରେ ଛିଡିହୋଇ ପର୍ଯ୍ୟଟକଙ୍କୁ ଛାଡିନଥିଲେ।ଯାହା ଫଳରେ ଅଧଘଣ୍ଟା ପାଇଁ ଉକ୍ତ ରାସ୍ତାରେ ଯାତାୟତକୁ ବନ୍ଦ ହୋଇଯାଇଥିଲା।କର୍ମଚାରୀ ମାନେ ଦାୟିତ୍ବରେଥିବା ଜନ୍ତୁବିଭାଗ ରେଞରଙ୍କୁ ଖବର ଦେଇଥିଲେ ମଧ୍ୟ କାହାର ଦେଖାମିଳିନଥିଲା।ଅନ୍ୟପଟେ ସୁରେନ୍ଦ୍ର ତାଙ୍କ ପରିବାରଙ୍କୁ ଧରି ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସାପାଇଁ ଘଣ୍ଟାଏ କାଳ ଅପେକ୍ଷା କଲାପରେ ଏଠାରେ ସେଭଳି ବ୍ୟବସ୍ଥା ନାହିଁ ବାହାରେ ଯାଇ ଚିକିତ୍ସା କର ବୋଲି ଚିକିତ୍ସାଳୟର ଜଣେ କର୍ମଚାରୀ ଆସି କହିବାପରେ ସୁରେନ୍ଦ୍ର ଆଉ ନନ୍ଦନକାନନ ନବୁଲି ନିରାଶ ହୋଇ ଘରକୁ ଫେରିଥିଲେ।ତେବେ ନନ୍ଦନକାନନରେ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନଙ୍କର କୌଣସି ଅସୁବିଧା ହେଲେ ପ୍ରାଥମିକ ଚିକିତ୍ସା ସହ ଆବଶ୍ୟକତାକୁ ଦେଖି ନିକଟସ୍ତ ଡାକ୍ତରଖାନାକୁ ନେବାକୁ ନିୟମ ଥିବାବେଳେ ତାହା ଏଠାରେ ବ୍ୟତିକ୍ରମ ଦେଖାଦେଇଛି।

Leave A Reply

Your email address will not be published.