ଇଞେକସନ ଦେବାପରେ ମରିଗଲା ମାଣ୍ଡାରିନବତକ

୫ପାଣିଗୋଧି ଶାବକଜନ୍ମ

0 126

ବାରଙ୍ଗ,୨୯।୩(ଏସଏସନିଉଜ) ନନ୍ଦନକାନନର ସରୀସ୍ବପଉଦ୍ୟାନର ୪୬ନମ୍ବର (ଛ) ଏନ କ୍ଲୋଜରରେ ରହୁଥିବା ଏକ ମାଈ ପାଣିଗୋଧି ବୁଧବାରଦିନ ପାଞ୍ଚଟିଶାବକ ଜନ୍ମଦେଇଛି।ଜନ୍ମିତ ଶାବକ ମଧ୍ୟରୁ ଚାରିଛୁଆ ସୁସ୍ଥଥିବାବେଳେ ଗୋଟିଏଛୁଆ ଅସୁସ୍ଥ ଥିବାରୁ ତାକୁ ବେବିକେୟାର ସେଣ୍ଟରକୁ ଆଣାଯାଇ ଚିକିତ୍ସା ଜାରିରହିଛି।ପାଞ୍ଚଶାବକ ଜନ୍ମହେବାପରେ ନନ୍ଦନକାନନରେ ପାଣିଗୋଧିସଂଖ୍ୟା ୯କୁ ବୃଦ୍ଧିପାଇଛି।ସେହିପରି ପ୍ରାଣୀଉଦ୍ୟାନର ପାଦଚଲା ବିହଙ୍ଗସରଣୀରେ ଅସୁସ୍ଥଥିବା ଅଣ୍ଡିରାମାଣ୍ଡାରିନ୍ ବତକ ବୁଧବାରଦିନ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଈଛି।ବତକଟି ଗତକାଲି ଏନକ୍ଲୋଜରରେ ହଠାତ୍ ଅସୁସ୍ଥ ହୋଇ ତଳେ ପଡିଯାଇଥିଲା।ଚିକିତ୍ସାପରେ ବତକକୁ ଉଠାଇବାକୁ କର୍ମଚାରୀ ଜଣଙ୍କ ଚେଷ୍ଟାକରିଥିଲେ।ଫଳରେ ସେ ବହୁକଷ୍ଟରେ ଉଠିଥିଲେ ମଧ୍ୟ ଠିକରେ ଚାଲିନପାରି ଗୋଟିଏସ୍ଥାନରେ ପଡିରହିଥିଲା।ଆଜି ତାକୁ ସାଲାଇନ୍ ଇଞେସନ ଦିଆଯାଇ ଚିକିତ୍ସା କରାଯାଇଥିବାବେଳେ ତାର ମୃତ୍ୟୁଘଟିଛି। ଅଶୁଂଘାତଯୋଗୁଁ ବତକ ଅସୁସ୍ଥହୋଇ ମରିଥିବା ଅନୁମାନ କରାଯାଉଥିବାବେଳେ ପ୍ରକୃତ କାରଣ ଜାଣିବାପାଇଁ ବତକର ଶବବ୍ୟବଛେଦ କରାଯାଇଛି ।

Leave A Reply

Your email address will not be published.