ବାରଙ୍ଗ,୧୮।୫(ଏସଏସନିୟୁଜ)ଷଣ୍ଢପୁରବାଙ୍କ ନିକଟରେ ଅଳିଆଗାଡ଼ି ଏକ ବାଇକ୍ ଓ କାରକୁ ଧକା ଦେବାରୁ ବାଇକ୍ ଚାଲକ ଗୁରୁତର ଆହତ ହୋଇଛନ୍ତି।ଦୁର୍ଘଟଣା ପରେ ଅଳିଆ ଗାଡି ଫେରାର ହୋଇଯାଇ ଥିବା ବେଳେ ପୋଲିସ ଗାଡି ଓ ଚାଳକକୁ ଧରି ଥାନାକୁ ଆଣିଛି।
ପ୍ରକାଶଯେ, ରବିବାର ଅପରାହ୍ନ ୨ଟାସମୟରେ ତ୍ରିଶୂଳିଆ ବାଙ୍କୀ ମୁଖ୍ୟରାସ୍ତାର ଷଣ୍ଢପୁର ଦୋଗଛିଆ ବାଙ୍କ ନିକଟରେ କଟକ ମହାନଗର ନିଗମର ଅଳିଆବୁହା ଓଆର ୦୫ ଏପି ୭୮୧୬ ନମ୍ୱର ହାଇୱ। ଗାଡ଼ିଟି ଦୃତଗତିରେ ଯାଉଥିଲା।ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଓଡି ୦୫ ବିଜି ୩୯୨୨ ନମ୍ୱର ମୋଟରସାଇକଲକୁ ହାଇୱ।ଟି ଧକ୍କା ଦେଇଥିଲା ।ଦୁର୍ଘଟଣା ପରେ ବାଇକ୍ ଚାଲକ ଜଣକ ଗୁରୁତର ଆହତ ଅବସ୍ଥାରେ ପଡ଼ିଥିବା ବେଳେ ହାଇୱାଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।ସ୍ଥାନୀୟ ଲୋକମାନେ ଗୁରୁତର ଆହତ ହୋଇଥିବା ଯୁବକଙ୍କୁ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଇଥିଲେ।ପରେ ଉକ୍ତ ହାଇୱାଟି ଦୃତଗତିରେ ଫେରାର ହେଉଥିବା ବେଳେ ଗୋଡିସାହି ପୁରୀ ମୁଖ୍ୟକେନାଲ ବ୍ରିଜ ଛକନିକଟରେ ଭୁବନେଶ୍ୱରରୁ ଅନୁଗୋଳ ଯାଉଥିବା ଓଡି ୦୨ ସିଏକ୍ସ ୪୬୪୬ ନମ୍ୱର କାରଟିକୁ ପଛପଟୁ ଧକ୍କାଦେଇ ପକାଇଥିଲା।ଖବରପାଇ ବାରଙ୍ଗଥାନାପୁଲିସ ହାଇୱଟିକୁ ପିଛାକରି ବେଣ୍ଟୁଆଗ୍ରାମ ନିକଟ ଅଳିଆଗଦାନିକଟରୁ ଗାଡି ସହ ଚାଳକକୁଧରି ଥାନାକୁ ଆଣିଥିଲେ।(ଜିତ୍ ରାଉତଙ୍କ ରିପୋର୍ଟ)
Prev Post
Next Post
