ତଳିଆଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତର ନିର୍ଦ୍ଦେଶ

କଟକ, ୨୬ା୭(ଏସଏସନିଉଜ) ମୟୂରଭଞ୍ଜ ଓ କେନ୍ଦୁଝରରେ ଅତ୍ୟଧିକ ବର୍ଷା ଯୋଗୁ ବିଭିନ୍ନ ନଦୀରଜଳସ୍ତର ବୃଦ୍ଧି ପାଇଛି ।ସୁବର୍ଣ୍ଣରେଖା, ଜଳକା ଓ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଇଛି ।ଆନନ୍ଦପୁରରେ ବିପଦ ସଙ୍କେତ ଉପରେ ବୈତରଣୀ ନଦୀ ରହିଥିବାବେଳେ ବୈତରଣୀ ବିପଦ ସଙ୍କେତ ୩୮.୩୬ ମି. ଉପରେ ପ୍ରବାହିତ ହେଉଛି ।ଆଖୁଆପଦାରେ ରାତି ୧୦ଟା ସୁଦ୍ଧା ବିପଦ ସଙ୍କେତ ଟପିପାରେ ବୈତରଣୀ ବୋଲି ଅନୁମାନ କରାଯାଉଛି ।
ସେହିଭଳିଭାବେ ମଥାନୀରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳକାାବିପଦ ସଙ୍କେତ ତଳେ ପ୍ରବାହିତ ହେଲେ ବି ଫୁଲୁଛି ସୁବର୍ଣ୍ଣରେଖାା ସୁବର୍ଣ୍ଣରେଖା ଓ ବୈତରଣୀ ବେସିନ୍‌କୁ ଗଲେ ୨ ସର୍ବୋଚ୍ଚ ଯନ୍ତ୍ରୀା ଜଳସ୍ତର ବୃଦ୍ଧି ଯୋଗୁଁ ଭୁବନେଶ୍ବରରୁ ଗଲେ ଜଳସଂପଦ ବିଭାଗର ୨ ସର୍ବୋଚ୍ଚ ଯନ୍ତ୍ରୀାଯାଜପୁର, ଭଦ୍ରକ, ବାଲେଶ୍ବର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଥିବାବେଳେ ବନ୍ୟା ସ୍ଥିତି ଦେଖି ତଳିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଥିବାର ଜଣାପଡିଛି ।

 

 

Comments (0)
Add Comment