Browsing monthly archive

February 2020

୨ୟ ବାର୍ଷିକ ଡିପିଏଲ କ୍ରିକେଟ ଟୁଣ୍ଣାମେଂଟ ଉଦଘାଟିତ

ଡେଲାଙ୍ଗ,୨୨/୨ ( ଏସଏସନିୟୁଜ) ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଗୁଆଳିପଡା ପଂଚାୟତର ଗୁଡୁପାଇଲୋ ଗ୍ରାମରେ ବ୍ଲକ ସ୍ତରୀୟ ଡେଲାଙ୍ଗ ପ୍ରିମିୟର ଲିଗ (ଡିପିଏଲ )କ୍ରିକେଟ ମ୍ୟାଚ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ସରପଂଚଞ୍ଚ କାଳନ୍ଦି ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ରିବନ କାଟି ଶୁଭ ଉଦଘାଟନ କରିଥିବା ବେଳେ ଟୁଣ୍ଣାମେଂଟଣ୍ଟ କ୍ଲବର ସଭାପତି ପ୍ରଦୀପ କୁମାର ସେଠୀ,ସମ୍ପାଦକ ଛାଟୋଇମୋତିଲାଲ ରାୟ,ବିରେନ୍ଦ୍ର କୁଅଁର ,ରଶ୍ମୀରଞ୍ଜନ ବେହେରା,ଚିତ୍ତରଞ୍ଜନ ବେହେରା.ମନୋରଞ୍ଜନ ଜେନା,ପ୍ରମୁଖ ଉପସ୍ଥିତ ଥିଲେ ।ଏହି ଟୁଣ୍ଣାମେଂଟରେ ୮ […]

ପୁଣି ବ୍ରାଉନସୁଗାର ସହ ଧରାହେଲେ ପୁରୁଣା ଯୋଡି

ବାରଙ୍ଗ,୨୦/୨(ଏସଏସନିୟୁଜ)ଜଣେ ପେଶାଦାର ବ୍ରାଉନସୁଗାର ବ୍ୟବସାୟୀକୁ ନନ୍ଦନକାନନ ଥାନା ପୋଲିସ ଧରିବାରେ ସକ୍ଷମ ହୋଇଛି । ଏହି ପେଶାଦାର ବ୍ୟବସାୟୀ ହେଉଛନ୍ତି ପଦାସାହି ଗ୍ରାମର ରମେସଚନ୍ଦ୍ରବେଉରା ଓ ତାଙ୍କ ସ୍ତ୍ରୀ ସୁକାନ୍ତି ।ଏହି ସ୍ୱାମିସ୍ତ୍ରୀ ଯୋଡିଙ୍କର ବ୍ରାଉନସୁଗାର ବ୍ୟବସାୟ ପାଇଁ ଭଲ ନାଁ ମଧ୍ୟ ରହିଛି । ବ୍ରାଉନସୁଗାର ବ୍ୟବସାୟୀକରିବା ଅଭିଯୋଗରେ କେତେଥର ପୋଲିସ ହାତରେ ଧରାପଡିଛନ୍ତି ।ଘରେ ଏହି ବ୍ୟବସାୟ କରିବାରୁ ଗ୍ରାମବାସୀମାନଙ୍କ ବିରୋଦ୍ଧ ଯୋଗୁ ଗ୍ରାମମୁଣ୍ଡ ରେଳଧାରଣା କଡରେ ଏହି ବ୍ୟବସାୟ ନିର୍ବିଘ୍ନରେ କିଛିଦିନ ହେବ […]

ସିଲ୍ ହେଲା ବିଗ୍ ବଜାର

ଭୁବନେଶ୍ବର:୨୦/୨(ଏସଏସଏନ୍) ବିଗ୍ ବଜାରରେ ପଡିଲା ତାଲା । ନିଜର ପାର୍କିଙ୍ଗି , ଅଗ୍ନି ନିର୍ବାପନ ବ୍ୟବସ୍ଥା ଓ ପରିମଳ ବ୍ୟବସ୍ଥା ନ ଥିବା କାରଣ ରୁ ଆଜି ଭୁବନେଶ୍ବର ମହାନଗର ତରଫରୁ ତାଲା ପକାଇଥିବା ଜଣାପଡିଛି । ପ୍ରକାଶ ଯେ , ପଟିଆ ସ୍ଥିତ ବିଗ୍ ବଜାରରେ ଆଜି ବିଏମସି କମିଶନରଙ୍କ ସହ ବରିଷ୍ଟ ଅଧିକରୀଙ୍କ ଉପସ୍ଥିତରେ ବିଗ୍ ବଜାର ସିଲ୍ କରିଥିବା ସୁଚନା ମିଳିଛି ।

ମଣିଷ ପିଶାଚୁ କୁ ମୃତ୍ୟୁ ଭୟ , କାନ୍ଥରେ ପିଟୁଛି ମୁଣ୍ଡ

ଭୁବନେଶ୍ବର:୨୦/୨(ଏସଏସଏନ୍) ମଣିଷ ପିଶାଚକୁ ଏବେ ଘାରିଛି ମୃତ୍ୟୁର ଭୟ । ମୃତ୍ୟୁର ଭୟରେ ନିଜ ମୁଣ୍ଡକୁ କାନ୍ଥରେ ପିଟି ନିଜକୁ ଆହାତ କରିବାକୁ ଉଦ୍ୟମ କରୁଛି । ଆମେ ସେହି ମଣିଷ ପିଶାଚ କଥା କହୁଛୁ । ଯିଏ କି   ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବସ୍ତ ହୋଇ ଜେଲର ଚାରିକାନ୍ଥ ଭିତରେ ରହିଛି । ବୁଧବାର ଦିନ ଏହି କେସର ଅନ୍ୟତମ ଦୋଷୀ ବିନୟ ମୃତ୍ୟୁ ଭୟରେ ଜେଲର କାନ୍ଥରେ ନିଜ […]

ବିଧାନସଭାରେ ଉପସ୍ଥାପିତ ହେଲା ରାଜ୍ୟ ବଜେଟ

ଭୁବନେଶ୍ୱର,୧୭/୨(ଏସଏସନିୟୁଜ) ଆଜି ବିଧାନସଭାରେ ଉପସ୍ଥାପିତ ହୋଇଯାଇଛି ସମ୍ପୁର୍ଣ ଇ-ବଜେଟ । ଅର୍ଥମନ୍ତ୍ରୀ ନିରଞନପୁଜାରୀ ଏହାକୁ ଉପସ୍ଥାପିତ କରିଛନ୍ତି । ଅର୍ଥମନ୍ତ୍ରୀ ତାଙ୍କର ବଜେଟଭାଷଣରେ ରାଜ୍ୟବଜେଟର ବ୍ୟୟ ଅଟକଳ ୧ଲକ୍ଷ୫୦ହଜାରେ କୋଟି ଟଙ୍କ। ରହିଚି ବୋଲି କହିଛନ୍ତି । ପ୍ରଶାସନିକ ବ୍ୟୟ ପାଇଁ ୬୮ହଜାରେ ୬୫୫କୋଟି,କାର୍ଯ୍ୟକ୍ରମ ବ୍ୟୟପାଇଁ ୭୪ହଜାରେକୋଟି ,ବିପର୍ଯ୍ୟୟ ପ୍ରଶମନ ପାଇଁ ୩ହଜାରେ୨ଶହକୋଟି, ନିକାୟସଂସ୍ଥା ଓ ଉନ୍ନୟନସଂସ୍ଥା ପାଇଁ ୭ହଜାରେ୧୪୫କୋଟି,କୃଷିପାଇଁ ୧୯.୪୦୮କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି ।ସେହିଭଳିଭାବେ ପୁରୀର ବିକାଶପାଇଁ ୩୨୦୫ କୋଟି,ଏକାମ୍ରକ୍ଷେତ୍ରବିକାଶପାଇଁ ୧୫୦କୋଟି, ସ୍ୱାସ୍ଥ୍ୟସେବାପାଇଁ ୫ବର୍ଷରେ […]

ରାଜଧାନୀରେ ଛତିଶଗଡ ପୋଲିସ

ଭୁବନେଶ୍ୱର,୧୭/୨(ଏସଏସନିୟୁଜ)ଛତିଶଗଡରାୟଗଡର ଦୁଇଜଣିଆ ପୋଲିସ ଦଳ ଭୁବନେଶ୍ୱର ଆସି ମଙ୍ଗଳବାରଦିନ ଛାନଭିନ ଆରମ୍ଭ କରିଛନ୍ତି । କଳ୍ପନା ଓ ତାଙ୍କ ନାବାଳିକା ଝିଅ ବବଲିର ହତ୍ୟାକାଣ୍ଡ ଘଟଣାର ତଦନ୍ତ ପାଇଁ ଆସିଥିବା ଏହି ଟିମ କମିସିନେରେଟ ପୋଲିସର ସହାୟତାରେ ବିମାନବନ୍ଦରକୁ ଯାଇ ଅନୁପସାଏ ଓ କଳ୍ପନାଦାସଙ୍କ ବିଷୟରେ ସବିଶେଷ ତଥ୍ୟ ସଂଗ୍ରହ କରିଛି । ବହୁଚର୍ଚ୍ଚିତ କଳ୍ପନାଦାସ ଓ ତାଙ୍କ ଝିଅଙ୍କ ହତ୍ୟା ଘଟଣାରେ ରୁପେଶଶର୍ମାଙ୍କ ନେତୃତ୍ୱରେ ଦୁଇଜଣିଆ ଟିମ୍ ଅନୁପସାଏଙ୍କ ଘର ସୁନ୍ଦରପଦାରେ କୁ ଯାଇ ଉକ୍ତ […]

କଲ୍ୟାଣ ମଣ୍ଡପ ଓ ପୋଖରୀର ଭିତିପସ୍ତର ସ୍ଥାପନ ହେଲା

ଡେଲାଙ୍ଗ,୧୭/୨ (ଏସଏସନିୟୁଜ)ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଅଭୟମୁଖୀ ଗ୍ରାମପଂଚାୟତ ନିକଟରେ କଲ୍ୟାଣ ମଣ୍ଡପ ନିମନ୍ତେ ଭିତିିପସ୍ତର ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କଲ୍ୟାଣ ମଣ୍ଡପ କାର୍ଯ୍ୟସରିଲେ ଆଖପାଖ ଅଂଚଳର ଶତାଧିକ ଲୋକେ ବିବାହ,ଯାନିଯାତ୍ରା ଆଦି କାର୍ଯ୍ୟରେ ସହାୟ ହୋଇପାରିବ । ସ୍ଥାନୀୟ ବିଧାୟକ ପ୍ରଦୀପ ମହାରଥି ନଡିଆ ବାଡେଇ ଭୂମିପୁଜା କରିଥିଲେ । ୩୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି କଲ୍ୟାଣ ମଣ୍ଡପ ନିର୍ମିତ ହେଲେ ଅଭୟମୁଖୀ ପଂଚାୟତର ଜନସାଧାରଣ ମାନେ ଉପକୃତ ହୋଇପାରିବେ […]

ସର୍ବପଲ୍ଲୀ ନୋଡାଲ ବିଦ୍ୟାପୀଠର ବାର୍ଷିକ ଉତ୍ସବ

ଡେଲାଙ୍ଗ ,୧୭/୨(ଏସଏସନିୟୁଜ) ଡେଲାଙ୍ଗ ବ୍ଲକର ଅଭୟମୁଖି ପଂଚାୟତର ସର୍ବପଲ୍ଲୀ ନୋଡାଲ ବିଦ୍ୟାପୀଠରେ ବିଦ୍ୟାଳୟର ବାର୍ଷିକ ଉତ୍ସବ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ବିଧାୟକ ପ୍ରଦୀପ ମହାରଥି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ସାହୁ ,ଜିଲ୍ଲାପରିଷଦ ଦେବାଶିଶ ନନ୍ଦ ,ସମବାୟବିତ୍ ବୈରାଗୀ ଜେନା,ପ୍ରମୋଦ ଚନ୍ଦ୍ର ରଥ,ଏବିଇଓ ଯୁଧିଷ୍ଠୀର ପରିଡା,ସ୍ଥାନୀୟ ସରପଂଚଞ୍ଚ ପ୍ରସନ୍ନ ପରିଡା,ଧାନକେରା ସରପଂଚଞ୍ଚ ପ୍ରସନ୍ନ କୁମାର ଜେନା ,ଡ.ସୁଭେନ୍ଦ୍ର ସାହୁ,ସମିତିସଭ୍ୟା ରଶ୍ମୀତା ଜେନା,ହରିହର ରଥ,ଉପେନ୍ଦ୍ର ପ୍ରଧାନ,ଅଜୟ […]

ଡଃ ଦିଗରାଜ ବ୍ରହ୍ମା ପାଇଲେ ଏକାମ୍ର ଶିଶୁ ସାହିତ୍ୟ ସମ୍ମାନ

ବାରଙ୍ଗ,୧୭/୨(ଏସଏସନିୟୁଜ)ଶିଶୁମାନେ ହେଉଛନ୍ତି ଦେଶର ଗୌରବ ଓ ସମ୍ମାନ । ସେମାନଙ୍କୁ ଉତମ ନାଗରିକ ଭାବେ ଗଢି ତୋଳିବା ଦାୟିତ୍ୱ ହେଉଛି ଆମ ସମସ୍ତଙ୍କର । ପିତା, ମାତା ଓ ଶିକ୍ଷକଙ୍କ ପରେ ପିଲାମାନଙ୍କଜୀବନ ଗଠନରେ ଶିଶୁ ସାହିତ୍ୟର ଭୂମିକା ଅନସ୍ୱୀକାର୍ଯ୍ୟ । କୋମଳମତି ଶିଶୁଙ୍କୁ ସତ୍ ଓ ଦୃଢ ରାସ୍ତାରେନେବା ଲାଗି ଶିଶୁ ସାହିତ୍ୟର ପର୍ରିକାଶ କିରି ହେବା ଉଚିତ୍ ଓ ଏହା ସେମାନଙ୍କ ନିକଟରେ କିପରିପହଂଚିିବ, ଏବେ ଚିନ୍ତା କରିବାର ସମୟ ଆସିଛି । ସବୁ […]

ଛାତ୍ରଛାତ୍ରୀମାନଙ୍କୁ ସଚେତନ କଲେ

ବାରଙ୍ଗ,୧୭/୨(ଏସଏସନିୟୁଜ) ତମାଖୁ ବ୍ୟବହାର ବୃଦ୍ଧି ଯୋଗୁ ଏହାର ଖରାପ ପ୍ରଭାବ ମାନବସମାଜ ଉପରେ ପଡୁଛି ।ଛାତ୍ରଛାତ୍ରୀମାନଙ୍କୁ ସଚେତନ କରିବାପାଇଁ ଉଦ୍ଦେଶ୍ୟରେ ଛତାବରସ୍ଥିତ ବାଉରିବନ୍ଧୁ ମହାବିଦ୍ୟାଳୟରେ ଏକ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି ।ମେଣ୍ଢାଶାଳସ୍ଥିତ ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ରର ଆନୁକୁଲ୍ୟରେ ଅନୁଷ୍ଠିତ ଏହି ଶିବିରରେ ଅଣସଂକ୍ରାମଣନିୟନ୍ତ୍ରଣ ଯୋଜନାରଜିଲ୍ଲାଅଧିକାରୀ ବାସୁଦେବ ପାତ୍ର ପୈାରହିତ୍ୟ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ମେଣ୍ଢାଶାଳ ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଶୁଭ୍ରାଂସୁପ୍ରଧାନ,ସ୍ୱାସ୍ଥ୍ୟସଂମ୍ପ୍ରସାରଣ ଅଧିକାରୀ ସାଗରିକା ଦେବୀ,ପରାମର୍ଶଦାତା ସୁଦେଷ୍ଟାଷଡଙ୍ଗୀ ପ୍ରମୁଖ ଯୋଗଦେଇ ତମାଖୁ ସେବନର ଅପକାରିତା ଉପରେ ପିଲାମାନଙ୍କୁ ବୁଝାଇଥିଲେ ।ଏହି ଶିବିରରେ ୨୧୦ଜଣ […]