ଆଜିର ରାଶିଫଳ
୨୦୨୬ମସିହା,ଅଗଷ୍ଟମାସ,୨୭ତାରିଖ,ଗୁରୁବାର,ଶ୍ରୀବଳଦେବଜନ୍ମ, ଗହ୍ମାପର୍ବ,ପଶୁବନ୍ଦାପନା,ରାକ୍ଷୀବନ୍ଧନ,ଉପାକର୍ମ,ଶ୍ରୀହୟଗ୍ରୀବ ଜୟନ୍ତୀ,ଅଦ୍ୟ ପୂର୍ଣ୍ଣିମା ବିହିତ ଚନ୍ଦ୍ରୋପବାସପୂଜା ଓ ଅର୍ଘ୍ୟଦାନ,ରକ୍ଷାବନ୍ଧନ ତତୋଽପରାହ୍ନ ସମୟେ ରକ୍ଷାପଟ୍ଟଳିକାଂ ଶୁଭାଂ,ରକ୍ଷାବନ୍ଧନମନ୍ତ୍ରୋ ଯଥା-“ଯୋନବଦ୍ଧୋ ବଳିରାଜା ଦାନବେନ୍ଦ୍ରୋ ମହାସୁରଃ,ତେନତ୍ବାମପିବଧ୍ନାମି ରକ୍ଷମାଚରମାଚଳ” ।ଇତି।ଅଦ୍ୟ ଶ୍ରାବଣପୂର୍ଣ୍ଣିମା କୃତ୍ୟ,ବିବିଧ-ଶରଣଂ,ସ୍ତ୍ରୀତୈଳ ବର୍ଜ୍ଜନ,ହଳ ନିଷେଧ।ଋତୁ-ବର୍ଷାଋତୁର(ଦ୍ବିତୀୟମାସ)ସୂର୍ଯ୍ୟ-ଦକ୍ଷିଣାୟନ🌄ପୁରୀକୁ ସୁର୍ଯ୍ୟୋଦୟ-ଘ୫/୩୩/୭🌅ପୁରୀକୁ ସୂର୍ଯ୍ୟାସ୍ତ-ଘ୬/୩/୦,ଶ୍ରାବଣମାସ, ଶୁକ୍ଳପକ୍ଷ, ବୃହସ୍ପତିବାସ,ତିଥି-ଚତୁର୍ଦ୍ଦଶୀ ଦିବାଘ୯/୭ମିପର୍ଯ୍ୟନ୍ତ ତଦନ୍ତେ ପୂର୍ଣ୍ଣିମା।ନକ୍ଷତ୍ର-ଧନିଷ୍ଠାନକ୍ଷତ୍ର ରାତ୍ରିଘ୨/୫୫ମିପର୍ଯ୍ୟନ୍ତ ତଦନ୍ତେ ଶତଭିଷା ନକ୍ଷତ୍ର।ଶୋଭନଯୋଗ ଦିବାଘ୯/୧୩ମିପର୍ଯ୍ୟନ୍ତ ତଦନ୍ତେ ଅତିଗଣ୍ଡଯୋଗ ।କରଣ- ବାଣିଜ୍ୟକରଣ ଦିବାଘ୯/୭ମିପର୍ଯ୍ୟନ୍ତ ତଦନ୍ତେ ବିଷ୍ଟିକରଣ ରାତ୍ରି ଘ୯/୨୫ମି ପର୍ଯ୍ୟନ୍ତ, ଯୋଗିନୀସ୍ଥିତି ଓ ଦୂରଯାତ୍ରା-ଯୋଗିନୀ ପଶ୍ଚିମଦିଗରେ,ଦିବା ଘ୯/୭ମିପରେ ବାୟବ୍ୟକୋଣରେ,ରିକ୍ତାତିଥି,ବିଷ୍ଟିକରଣ,ପାପସପ୍ତ ଦୋଷହେତୁ ଯାତ୍ରାଦି ଶୁଭକର୍ମନିଷେଧ,ଚନ୍ଦ୍ରଶୁଦ୍ଧି-ମେଷ,ବୃଷ,କର୍କଟ,କନ୍ୟା,ବିଛା,ଧନୁ,ମକର ଓ ମୀନ […]