ବଦଳିଲା ଭାଗ୍ୟ

ଖବର ଆଜିର,ତାରିଖ ୨୭-୦୪-୨୦୨୧/ ମଙ୍ଗଳବାର

୧-କୌଣସି ସଦସ୍ୟଙ୍କ ଅଶ୍ଳୀଳ ପୋଷ୍ଟ ପାଇଁ ହ୍ଵାଟ୍ସଆପ୍ ଗ୍ରୁପର ଆଡମିନ୍ ଦାୟୀ ନୁହନ୍ତି ।-ବମ୍ବେ ହାଇକୋର୍ଟ
୨-ମାସିକଧର୍ମ ସମୟ‌ରେ ମଧ୍ୟ ଟିକା ନେଇ ପାରିବେ ମହିଳା । ସୂଚନା ଦେଲା ସ୍ୱାସ୍ଥ୍ୟମନ୍ତ୍ରଣାଳୟ ।
୩-ବଦଳିଲା ଭାଗ୍ୟ: ଚାରି ମ୍ୟାଚ୍ ହାରିବା ପରେ ଶେଷରେ ଜିତିଲା କୋଲକାତା ନାଇଟ୍ ରାଇଡର୍ସ, ପଞ୍ଜାବ କିଙ୍ଗ୍ସକୁ ୫ ଓ୍ଵିକେଟ୍‌ରେ ଦେଲା ମାତ୍ ।
୪-ଆଜିଠୁ ସରକାରୀ ସ୍କୁଲରେ ନାମ ଲେଖା ଆରମ୍ଭ, ଗାଇଡ୍‌ଲାଇନ୍ ଜାରି କଲା ଶିକ୍ଷା ବିଭାଗ
୫-ଓସ୍କାର ୨୦୨୧: ନୋମାଡଲ୍ୟାଣ୍ଡର ଶ୍ରେଷ୍ଠ ଚଳଚ୍ଚିତ୍ର, ଦ ଫାଦର ପାଇଁ ଆନ୍ଥୋନୀ ହକିନ୍ସ ଶ୍ରେଷ୍ଠ ଅଭିନେତା ।
୬-ସମ୍ବଲପୁର ବିଶ୍ବବିଦ୍ୟାଳୟ କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ ଆତ୍ମାହୁତି ଘଟଣା: ରାଜଭବନରୁ କୁଳପତିଙ୍କୁ ରିପୋର୍ଟ ତଲବ
୭-ସାରା ବିଶ୍ୱରୁ ସମାଲୋଚନା ପରେ ଭାରତକୁ ଟିକା କଞ୍ଚାମାଲ ଯୋଗାଇବାକୁ ରାଜି ହେଲା ଆମେରିକା । ଅନ୍ୟାନ୍ୟ ଆନୁସଙ୍ଗିକ ଆବଶ୍ୟକତା ପୂରଣ ପାଇଁ ବାଇଡେନ ସରକାରଙ୍କ ପ୍ରତିଶ୍ରୁତି
୮-ଏବେ କୋଭିଡ -୧୯ ରୋକିବା ପାଇଁ ଘର ଭିତରେ ମାସ୍କ ପିନ୍ଧିବା ଆରମ୍ଭ କରିବାର ସମୟ ଆସିଛି – ନୀତି ଆୟୋଗ ସଦସ୍ୟ ।
୯-ଡ. ଭିକେ ପଲଙ୍କ ପରାମର୍ଶ, ଦୈନିକ ୬ ଲକ୍ଷ ସଂକ୍ରମିତଙ୍କ ପାଇଁ ଅକ୍ସିଜେନ ମହଜୁଦ ରଖ ।
୯-ଅଷ୍ଟ୍ରେଲିଆ ପୂର୍ବତନ ଖେଳାଳି ଗିଲକ୍ରିଷ୍ଟଙ୍କ ଟ୍ୱିଟ ପରେ ଚଗ ଉବକ୍ସର କୁ ୫୦ ହଜାର ଡଲାର ଦାନ କଲେ ଅଷ୍ଟ୍ରେଲିଆ ଖେଳାଳି କମିନ୍ସ .
୧୦-ପ୍ରାର୍ଥିପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର।
୧୧-ଯୁକ୍ତ ଦୁଇ ପରୀକ୍ଷା ବାତିଲ ଦାବିରେ ପୁଣି ରାସ୍ତାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ .
୧୨-ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇଁ ନିର୍ବାଚନ କମିସନ ଦାୟୀ : ମାଡ୍ରାସ ହାଇକୋର୍ଟ ।
୧୩-ଓଡ଼ିଶା ସରକାରଙ୍କୁ ସୁରଟରୁ ଅପିଲ କଲେ ପ୍ରବାସୀ ଓଡ଼ିଆ : ନୋଡାଲ ଅଫିସର ନିଯୁକ୍ତି କରିବାକୁ କଲେ ଅନୁରୋଧ .
୧୪-ମିଆଁମାରରେ ଅସହଯୋଗ ଆନ୍ଦୋଳନ ଡାକରା: ପିଲାଙ୍କୁ ସ୍କୁଲ୍ ଛାଡ଼ିବେନି, ବିଦ୍ୟୁତ ବିଲ୍ ଦେବେ ନାହିଁ, ଶୁଝିବେ ନାହିଁ ଲୋନ୍ ।
୧୫-କରୋନାଙ୍କ ପ୍ରଭାବ : ମେ ୮, ଏକ ସପ୍ତାହ ପୂର୍ବରୁ, ସୁପ୍ରିମକୋର୍ଟରେ ଗ୍ରୀଷ୍ମ ଛୁଟି ।
୧୬-ଯାତ୍ରୀ ଉପଲବ୍ଧ ନହେବାରୁ ପୁରୀ-ପାରାଦୀପ ଏବଂ ଭୁବନେଶ୍ୱର-ନୟାଗଡ଼ ଟାଉନ ବିଶେଷ ଟ୍ରେନ ବାତିଲ ରହିବ ।
୧୭-ମହାମାରୀ ସତ୍ତ୍ୱେ ୨.୬ ପ୍ରତିଶତ ବଢିଛି ବିଶ୍ବର ପ୍ରତିରକ୍ଷା ବଜେଟ୍ : ସାମରିକ ଖର୍ଚ୍ଚରେ ଭାରତ ବିଶ୍ବର ତୃତୀୟ ଶକ୍ତିଶାଳୀ ଦେଶ ।
୧୮-ଟିକା ଦାମ୍ କମାଇବାକୁ ସିରମ, ଭାରତ ବାୟୋଟେକକୁ ସରକାରଙ୍କ ନିର୍ଦ୍ଦେଶ ।
୧୯-ପଶ୍ଚିମବଙ୍ଗରେ ୭ ପର୍ଯ୍ୟାୟରେ ୭୫ ପ୍ରତିଶତ ମତଦାନ, ଭୋଟ ଦେଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଶୁଭ ସକାଳ,ସୁପ୍ରଭାତ ।

Comments (0)
Add Comment