ଢେଙ୍କାନାଳ, ୭ା୯(ଏସଏସନିଉଜ)ସ୍ଥାନୀୟ ଦଧିବାମନଜୀଉ ମଠ ପରିସରରେ ଶ୍ରୀମଦ୍ ଭାଗବତ ପରିସଦର ସଦସ୍ୟମାନଙ୍କ ଦ୍ବାରା ଶ୍ରୀମଦ୍ ଭାଗବତଜନ୍ମ ବିଧିପୂର୍ବକ ପାଳିତ ହୋଇଯାଇଛି । ଚୈତନ୍ୟ ମହାପ୍ରଭୁଙ୍କ ପାଦପଦ୍ମ ଭାଗବତ ମହାପୁରାଣ, ଅନ୍ୟାନ୍ୟ ପୂଜା ବୈଷ୍ଣବମାନଙ୍କୁ ଯଥାବିଧ ଆରାଧନା, ପୂଜା ଓ ହୋମାଦି କାର୍ୟ୍ୟକ୍ରମ, ନାମସଂକୀର୍ତନ କରାଯାଇ ଏକ ଭକ୍ତିମୟ ପରିବେଶରେ ପୂଜନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଭାଗବତ ଗାଦିପୂଜକ ଅକ୍ଷୟ ତ୍ରିପାଠୀ ଓ କୁନା ଶତପଥୀ ପୂଜାକାର୍ୟ୍ୟ ସଂପାଦନ କରିଥିଲେ ।ସର୍ବଶ୍ରୀ ଦାମୋଦର ସାହୁ, ବିରଞ୍ଚି ପଟ୍ଟନାୟକ, ନୃସିଂହ ଚରଣ ପାଣି, ପ୍ରସନ୍ନ ସାହୁ, ନିତ୍ୟାନନ୍ଦ ପାତ୍ର ପ୍ରମୁଖଙ୍କ ଉପସ୍ଥିତିରେ ଭାଗବତ ଜନ୍ମ କାର୍ୟ୍ୟକ୍ରମ ସମ୍ପାଦନ କରାଯାଇଥିବା ପରିଷଦ କର୍ମକର୍ତା ଗୁଣନିଧି ପାତ୍ର ଜଣାଇଛନ୍ତି ।