Browsing category

ମହାନଗର

ଥାନାପାଖରୁ ମିଳିଲା ନବଜାତକନ୍ୟାସନ୍ତାନ

ବାରଙ୍ଗ,୨୯ା୬(ଏସଏସନିଉଜ)ଗୁରୁବାର ବଢିଭୋର ସମୟରେ ନନ୍ଦନକାନନଥାନାପାଖ ଦଳଭିତରୁ ଏକ ନବଜାତକନ୍ୟାସନ୍ତାନ ମିଳିଛି ।ନନ୍ଦନକାନନଥାନାପଛପଟ ଲେବରବ୍ୟାରାକରେ ରହୁଥିବା ପବିତ୍ରଦାସ ନାମକ ନନ୍ଦନକାନନର ଅସ୍ତାୟୀ କର୍ମଚାରୀ ଏହି ଛୁଆଟିକୁ ପାଇଛନ୍ତି ।ସବୁଦିନଭଳି ନନ୍ଦନକାନନ ଜୀବଜନ୍ତୁମାନଙ୍କ ପାଇଁ ପବିତ୍ର ଘାସକାଟିବାକୁ ଯାଇଥିବାବେଳେ ଥାନାପାଖରେ ଥିବା ବ୍ରିଜ ଉପର କିଛିସମୟପାଇଁ ଛିଡାହୋଇଥିଲେ ।ଏହି ସମୟରେ ବ୍ରିଜ ତଳେଥିବା ଘାସ ଓ ଦଳଉପରେ ଛୋଟପିଲାର କୁଆଁକୁଆଁ କାନ୍ଦ ଶୁଣବାକୁପାଇଥିଲେ ।କୈାତୁହଳର ସହ କାନ୍ଦକୁ ଅନୁସରଣ କରି ପବିତ୍ର ବ୍ରିଜ ତଳକୁ ଓହ୍ଲାଇ ଦଳଭିତରୁ ନବଜାତକନ୍ୟାସନ୍ତାନକୁ ଉଦ୍ଧାର […]

ମେଣ୍ଢାଶାଳଫାଣ୍ଡିପାଇଁ ଭୁମିପୁଜନ

ମେଣ୍ଢାଶାଳ ,୨୯ା୬(ଏସଏସନିଉଜ)ବାହୁଡାଯାତ୍ରାରେ ଗିରଙ୍ଗାପୁଟ ପାଖରେ ମେଣ୍ଢାଶାଳ ଫାଣ୍ଡିପାଇଁ ଭୁମିପୁଜନ କରାଯିବାସହ କାମ ଆରମ୍ଭ ହୋଇଛି ।ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ୧୯୮୮ମସିହାରେ ମେଣ୍ଢାଶାଳଠାରେ ଫାଣ୍ଡି କାର୍ଯ୍ୟକ୍ଷମ ହୋଇଥିଲା ।ପ୍ରାଥମିକ ପର୍ଯ୍ୟାୟରେ ଡେରାସ ସରକାରୀ କୃଷିପାର୍ମର ଏକ ପରିତ୍ୟକ୍ତ ଟିଣଘରେ ଏହା କାର୍ଯ୍ୟକରିଥିଲା ।ବାତ୍ୟାଫନିରେ ଉକ୍ତ ଘରଟିଭାଙ୍ଗିଯିବାପରେ ଏକ ସରକାରୀ ବିଦ୍ୟାଳୟର ପରିତ୍ୟକ୍ତ ଘରେ ଫାଣ୍ଡି ଚାଲିଥିଲା ।ତେବେ ଗିରିଙ୍ଗାପୁଟ ପାଖରେ ଜାଗା ଚିହ୍ନଟ ପରେ ନୁଆକରି ଫାଣ୍ଡିଘର ପାଇଁ ବାହୁଡାଯାତ୍ରାରେ ଭୁମିପୁଜନ ସହ କାମଆରମ୍ଭ ହୋଇଥିବାର ଜଣାପଡିଛି […]

ବିଜେଡି କର୍ପୋରେଟରଙ୍କ ଭାଇ ଓ ପୁତୁରାଙ୍କୁ ଗୁଳିମାଡ଼ 

ଭୁବନେଶ୍ବର,୨୯ା୬(ଏସଏସନିଉଜ) ରାତିଅଧରେ ରାଜଧାନୀ ଅଶାନ୍ତ ହୋଇପଡିଛି ।ବୁଧବାର ରାତିଅଧରେ ରାଜଧାନୀରେ ଗର୍ଜିଛି ବନ୍ଧୁକ।ଗୁଳିମାଡରେ କର୍ପୋରେଟର ଶ୍ରୀଧର ଜେନାଙ୍କ ଭାଇ ଝାରପଡ଼ାର ଶିଖର ଜେନା ଓ ତାଙ୍କ ସାନ ପୁଅ ଆଲୋକ ଜେନା ଓରଫ ରିଙ୍କୁ ଆହତ ହୋଇଛନ୍ତି ।ଶିଖରଙ୍କ ବାମଗୋଡ଼ ଆଣ୍ଠୁ ତଳେ ଓ ରିଙ୍କୁଙ୍କ ଡ଼ାହାଣ ଗୋଡ଼ ଆଣ୍ଠୁ ତଳେ ଗୁଳି ବାଜିଛି।ଆହତଙ୍କୁ ଚିକିସ୍‌ାପାଇଁ ଘରୋଇ ହସ୍ପିଟାଲ୍‌ରେ ଭର୍ତି କରାଯାଇଛି ।ଏହିଘଟଣାରେ ଲକ୍ଷ୍ମୀସାଗରଥାନା ପୁଲିସ ଦୁଇଜଣଙ୍କୁ ଅଟକ ରଖିବାସହ ଗୋଟିଏ ବନ୍ଧୁକ ଜବତ କରାଯାଇଛି। ରାତି୧୧ଟା […]

ଶ୍ରୀମନ୍ଦିର ଅଭିମୁଖେ ଗଡ଼ିଲା ତାଳଧ୍ୱଜ ରଥ

ପୁରୀ,୨୮ା୬(ଏସଏସନିଉଜ) ବାହୁଡ଼ାଯାତ୍ରାନିମନ୍ତେ ପୁର୍ବନିର୍ଦ୍ଧାରିତ ସମୟଆଗରୁ ରଥଟଣା ଆରମ୍ଭ ହୋଇଛି । ଅପରାହ୍ନ ପ୍ରାୟ ୧.୧୦ମିନିଟରେ ବଡ଼ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ରଥଟଣା ଆରମ୍ଭ ହୋଇଛି। ଘଣ୍ଟଘଣ୍ଟା, ହୁଳହୁଳି ଓ ଶଙ୍ଖଧ୍ୱନି ମଧ୍ୟରେ ଧୀରେ ଧୀରେ ଶ୍ରୀମନ୍ଦିର ଅଭିମୁଖେ ଗଡ଼ିଛି ତାଳଧ୍ୱଜ। ଏହାପରେ ସୁଭଦ୍ରାଙ୍କ ରଥ ଓ ଶେଷରେ ମହାପ୍ରଭୁଙ୍କ ରଥ ଯାତ୍ରା କରିବ। ତିନିଠାକୁରଙ୍କୁ ଦେଖିବାପାଇଁ କାହିଁ କେତେ ଦୂରରୁ ଆସିଥିାବ ଭକ୍ତମାନଙ୍କ ଭିଡ ଲାଗିରହିଛି ।

ଚାଲିଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ଧାଡ଼ି ପହଣ୍ଡି

ପୁରୀ, ୨୮ା୬(ଏସଏସନିଉଜ) ନବଦିନାତ୍ମକଯାତ୍ରା ସାରି ଆଜି ଫେରିବେ ମହାପ୍ରଭୁ । ଜନ୍ମବେଦୀରୁ ରତ୍ନ ସିଂହାସନକୁ ଯିବେ । ଆଜି ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ଆରମ୍ଭ ହୋଇଯାଇଛି ପହଣ୍ଡି । ବଡ଼ଦାଣ୍ଡରେ ଘଣ୍ଟଘଣ୍ଟା ଓ କାହାଳୀ ନାଦରେ ପ୍ରକମ୍ପିତ ହେଉଛି। ଭୋର ୪ଟାରୁ ଠାକୁରଙ୍କ ନୀତିକାନ୍ତି ଆରମ୍ଭ ହୋଇଥିଲା। ଏହାପରେ ପହଣ୍ଡି ଆରମ୍ଭ ହୋଇଛି। ତେବେ ମହାପ୍ରଭୁଙ୍କୁ ଦେଖିବା ପାଇଁ ବଡଦାଣ୍ଡରେ ଭକ୍ତଙ୍କ ଭିଡ ଜମିଛି । ମହାପ୍ରଭୁଙ୍କ ବାହୁଡ଼ାପର୍ବ ଦେଖିବାପାଇଁ ଲକ୍ଷାଧିକଭକ୍ତଙ୍କ ସମାଗମ ହୋଇଛି । […]

ପୁଣି ଅସୁସ୍ଥହେଲା ହଳଦିଆଆନାକୋଣ୍ଡା

ବାରଙ୍ଗ,୨୭ା୬(ଏସଏସନିଉଜ)ନନ୍ଦନକାନନର ସରୀସ୍ବପ ଉଦ୍ୟାନର ୪୫ନମ୍ବର (ଖ)ଏନକ୍ଲୋଜରରେ ରହୁଥିବା ଏକ ବୟସ୍କ ଆନାକୋଣ୍ଡା ପୁଣି ଥରେ ଅସୁସ୍ଥ ହୋଇପଡିଛି।ସାପଟି ଦୀର୍ଘ ୭ଦିନ ହେବ ରକ୍ତଝାଡାରେ ପୀଡିତ ଥିବା ସହ ଥଣ୍ଡାରେ ଆକ୍ରାନ୍ତ ହୋଇଛି।ସେ ଠିକ୍ ଭାବେ ଖିଆପିଆ କରି ପାରୁନାହିଁ।ପୂର୍ବରୁ ନନ୍ଦନକାନନରେ ମୃତ୍ୟୁବରଣ କରିଥିବା ଆନାକୋଣ୍ଡା ଠାରେ ଏହି ସମାନ ଲକ୍ଷଣ ଦେଖାଯାଇଥିବାରୁ ଏବେ କର୍ତ୍ତୁପକ୍ଷଙ୍କପାଇଁ ଚିନ୍ତା ବଢି୍‌ାଇଛି ।ଏହି ଅସୁସ୍ଥ ଆନାକୋଣ୍ଡା ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି।ନନ୍ଦନକାନନ ଚିକିତ୍ସକଙ୍କ ଦ୍ବାରା ଚିକିତ୍ସା କରାଯାଉଥିଲେ ମଧ୍ୟ ସ୍ବାସ୍ଥ୍ୟରେ […]

ନନ୍ଦନକାନନରେ ପାର୍କିଂ ଅବ୍ୟବସ୍ଥା

ବାରଙ୍ଗ,୨୭ା୬(ଏସଏସନିଉଜ)ପୁଣି ନନ୍ଦନକାନନରେ ଅବ୍ୟବସ୍ଥା ଦେଖାଦେଇଛି ।ପରିଚାଳନାଗତ ତୃଟି ଯୋଗୁ ନନ୍ଦନକାନନ ନିଜେ ଏବେ ପାର୍କିଂବ୍ୟବସ୍ତାକୁ ସମ୍ଭାଳିବାକୁ ଆରମ୍ଭ କରିଛି ।ଅଧିକ ଲାଭପାଇଁ ଟେଣ୍ଡରକୁ ଦେଇଥିବା ବହୁତଳପାର୍କିଂ ବ୍ୟବସ୍ଥାକୁ ନେଇଥିବା ଠିକାଦାର ଫେରାଇଦେବାପରେ ମଙ୍ଗଳବାରଠାରୁ ନନ୍ଦନକାନନ ନିଜ ଆୟତକୁ ନେଇ ନିଜେ ଚଳାଇବା ଆରମ୍ଭ କରିଛି ।ଘରୋଇକରଣରେ ଦିଆଯାଇଥିବା ବହୁତଳପାର୍କିଂ ବ୍ୟବସ୍ଥା ପୁଣିଥରେ ନନ୍ଦନକାନନ ହାତକୁ ଫେରିଆସିଛି । ବ୍ୟବସାୟିକ କ୍ଷତି ସହ ନନ୍ଦନକାନନ ପକ୍ଷରୁ ଅସହଯୋଗ କରାଯାଇଥିବାର ଦର୍ଶାଇ ନେଇଥିବା ଠିକାଦାର ମୁହଁ ଫେରାଇନେଇଛନ୍ତି ।ଯାହାଫଳରେ ନନ୍ଦନକାନନ […]

ପଣ୍ଡ ହେଲା ଡକାୟତି ଉଦ୍ୟମ

ମେଣ୍ଢାଶାଳ,୨୫|୬ (ଏସଏସନିଉଜ ) ଗତ ଶୁକ୍ରବାର ଭୋର ୪ ଘଟିକା ସମୟରେ ରାଜଧାନୀ ଉପକଣ୍ଠ ଯାଁଳା ପଞ୍ଚାୟତର ୧୬ ନମ୍ବର ଜାତୀୟ ରାଜପଥ କଡ ତଥା ମା ବାଟଭୁଆସୁଣୀ ମନ୍ଦିର ନିକଟ ଓଗାଳପଡା ଗ୍ରାମ ମା ଚଣ୍ଡି ଠାକୁରାଣୀ ମନ୍ଦିର ପାଖରେ ଜାଗା କିଣି ବସବାସ କରୁଥିବା ଜଣେ ବ୍ୟକ୍ତିଙ୍କ ଘରୁ ଏକ ବଡଧରଣର ଡକାୟତି ଯୋଜନା ବିଫଳ ହୋଇଛି। ବାପ ପୁଅଙ୍କ ସାହାସିକତାରୁ ଜଣେ ଡକାୟତ ଧରାପଡ଼ି ପୋଲିସ ହେପାଜତରେ ରହିଛି। ସୂଚନା ମୁତାବକ ଇମ୍ଫୋଭ୍ୟାଲି […]

କିଏ ଜାଣିଥିଲା ଏମିତି ହେବ

ଭୁବନେଶ୍ୱର,୨୬।୬(ଏସଏସ ନିଉଜ)ବାହାଘର ହୋଇଥିଲା। ଏଇ ଝିଅଟି ହାତଗଣ୍ଠି ଫିଟାଇଥିଲା।ହେଲେ କିଏ ଜାଣିଥିଲା କିଛି ସମୟ ପରେ ଏମିତି ବସ୍ ଦୁର୍ଘଟଣାରେ ଚାଲିଯିବ ଜୀବନ।ଗତକାଲି ବିଳମ୍ବିତ ରାତିରେ ଦିଗପହଣ୍ଡିର ଖେମୁଣ୍ଡି କଲେଜ ନିକଟରେ ସରକାରୀବସ୍‌ ସହ କନ୍ୟା ଯାତ୍ରୀ ବସ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।ଦୁର୍ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି ।ଦୁର୍ଘଟଣାରେ । ଗୁରୁତର ଆହତଙ୍କୁ ଉଦ୍ଧାର ପରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ରାୟଗଡ଼ା ଜିଲ୍ଲା ଗୁଡାରୀରୁ […]

କେନାଲରୁ ଉଦ୍ଧାର ହେଲା ଷଣ୍ଢ

ବାରଙ୍ଗ,୨୫ା୬(ଏସଏସନିଉଜ) ବାରଙ୍ଗ ବ୍ଲକ କାନପୁର ସ୍ଥିତ ବାରଙ୍ଗ ପୁରୀ ମୁଖ୍ୟ କେନାଲ ରେ ଏକ ଷଣ୍ଢ କୌଣସି କାରଣରୁ ଗଭୀର ପାଣି ଭିତରକୁ ଗଳି ପଡ଼ିଥିଲା।ଏହା ଦେଖି କାନପୁର ଗ୍ରାମର ଅମର ନାୟକ ନାମକ ଯୁବକ ଘଟଣା ବିଷୟରେ ମହାବୀର ଫାଉଣ୍ଡେସନକୁ ଖବର ଦେଇଥିଲେ।ଫାଉଣ୍ଡେସନ ର ସଭାପତି ରାକେଶ କୁମାର ସାହୁ,କାହୁଁ ଓଝା,ଦେବାଶିଷ ବେହେରାଙ୍କ ସମେତ ପ୍ରାୟ ୩୦ ଜଣ ସଦସ୍ୟ ମିଶି ଷଣ୍ଢଟିକୁ ସୁରକ୍ଷିତ ଭାବେ କେନାଲରୁ ଉଦ୍ଧାର କରିଥିଲେ।ଯାହାକୁ ଅଞ୍ଚଳବାସୀ ସାଧୁବାଦ ଜଣାଇଛନ୍ତି।ସେହିପରି ବାରଙ୍ଗ […]