Browsing category

ଅପରାଧ

ଚେକିଂ ବେଳେ ଅଟୋ ଧକ୍କାରେ ହାବିଲଦାର ଗୁରୁତର

ଭୁବନେଶ୍ୱର ୧୦/୭(ଏସଏସନିୟୁଜ) ସଟଡାଉନ ସମୟରେ ଭୁବନେଶ୍ୱର ସ୍ଥିତ କଳ୍ପନା ଛକରେ ଚେକିଂ ସମୟରେ ଏକ ଅଟୋ ଧକ୍କାରେ ଜଣେ ହାବିଲଦାର ଗୁରୁତର ଆହତ ହୋଇଛନ୍ତି । ଉକ୍ତ ଅଟୋ ଚାଳକ ଟ୍ରାଫିକ ନୀୟମଭାଙ୍ଗି ଯାଉଥିବାବେଳେ ହାବିଲଦାର ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ।କିନ୍ତୁ ସେ ଧକ୍କା ଦେଇ ଉକ୍ତ ସ୍ଥାନରୁ ଖସି ପଳାଇଥିଲେ ।ଫଳରେ ଦୁର୍ଘଟଣାର ଶିକାର ହୋଇଥିବା ହାବିଲଦାରଙ୍କୁ ଚିକିସ୍‌।ପାଇଁ ଏମ୍ସରେ ଭର୍ତ୍ତି କରାଯିବାସହ ଅଟୋ ଚାଳକକୁ ମଧ୍ୟ ଅଟକ ରଖାଯାଇଥିବାର ଜଣାପଡିଛି ।

ମରଣଯନ୍ତା ପାଲଟିଛି ତ୍ରିଶୁଳିଆ ସୁବାସ ସେତୁ

ବାରଙ୍ଗ,୯ /୭(ଏସଏସନିୟୁଜ) ବାରଙ୍ଗରୁ କଟକକୁ ସଂଯୋଗ କରୁଥିବା ତ୍ରିଶୁଳିଆ ସୁବାସ ବୋଷ ସେତୁ ଏବେ ପାଲଟିଛି ମରଣଯନ୍ତା।ପ୍ରତିଦିନ ଶହ ଶହ ଯାନବାହନ ଏହି ସେତୁ ଉପରେ ଯାତାୟାତ କରୁଥିବା ବେଳେ ଛୋଟ ବଡ଼ ଦୁର୍ଘଟଣା ମାନ ଘଟୁଥିବା ଦେଖିବାକୁ ମିଳୁଛି।ଶୁକ୍ରବାର ରାତି ସାଢ଼େ ଦଶ ଘଟିକା ସମୟରେ ଭୁବନେଶ୍ୱର ରୁ କଟକ ଅଭିମୁଖେ ଯାଉଥିବା ଏକ କାରକୁ ବିପରୀତ ଦିଗରୁ ଆସୁଥିବା ଏକ ବାଲି ବୋଝେଇ ହାଇୱା ଧକ୍କା ଦେଇଥିଲା।ଫଳରେ କାର ର ସମ୍ମୁଖ ଭାଗ ସମ୍ପୂର୍ଣ […]

ଏୟାରଲିଫ୍ଟ ରେ ଆସିଲେ ୨ ଆହତ ଯବାନ

ଭୁବନେଶ୍ୱର,୧୦/୭(ଏସଏସନିୟୁଜ) ବୌଦ୍ଧ-କନ୍ଧମାଳ ସୀମାରେ ଉମା ଜଙ୍ଗଲରେ ଗୁଇନ୍ଦା ସୂଚନାକୁ ଆଧାର କରି ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ୍ ବେଳେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ମାଓବାଦୀଙ୍କ ଗୁଳିରେ ୨ ଜଣ ଏସ୍ଓଜି ଯବାନ ଆହତ ହୋଇଛନ୍ତି। ସିଆରପିଏଫ୍ ଯବାନମାନେ ସେମାନଙ୍କୁ ଉଦ୍ଧାର କରିଥିଲେ କୋରାପୁଟ-ମାଲକାନଗିରି ଗସ୍ତରେ ଆସୁଥିବାର ଖବର ଡିଜିପି ଅଭୟ ଙ୍କ ପାଖରେ ପହଁଚିଥିଲା ।ଏହିସମୟରେ ଅଭୟ କୋରାପୁଟ-ମାଲକାନଗିରି ଗସ୍ତରେ ଯାଉଥିଲେ ।ଅଭୟ ଗ୍ରସ୍ଥ ବାତିଲ କରି ବୌଦ୍ଧର ପାଦେଲପଡ଼ାରେ ପହଞ୍ଚି ୨ ଯବାନଙ୍କୁ ନିଜ […]

ଚର୍ଚ୍ଚାରେ ଅଶ୍ୱିନୀ ବୈଷ୍ଣବ

୧-ଟୋକନ୍‌ ପାଇ ଧାନ ବିକି ପାରିଲେନି ୨୦ ହଜାର ଚାଷୀ । ୨–ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁରୀ ଟାଉନରେ ଲାଗିବ କର୍ଫ୍ୟୁ । ୧୧ ତାରିଖ ରାତି ୮ଟାରୁ ୧୩ ତାରିଖ ରାତି ୮ଟା ଯାଏଁ କର୍ଫ୍ୟୁ । ୩-ଦାୟିତ୍ୱ ନେଉ ନେଉ ନୂଆ ଫର୍ମୁଲା ଆଣି ଚର୍ଚ୍ଚାରେ ଅଶ୍ୱିନୀ ବୈଷ୍ଣବ । ଏଣିକି ରେଳମନ୍ତ୍ରାଳୟରେ ଦୁଇ ସିଫ୍ଟରେ ହେବ କାର୍ଯ୍ୟ । ୪-୧୩ରେ ଭାରତୀୟ ଆଥଲେଟଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ମୋଦି। ୫-ମନରେଗା ଶ୍ରମିକମାନଙ୍କୁ […]

କାର ସହ ଗଞ୍ଜେଇ ଜବତ

ଖୋର୍ଦ୍ଧା, ୯/୭(ଏସଏସନିୟୁଜ) ମୁକୁନ୍ଦପ୍ରସାଦ ଠାରେ ଗଞ୍ଜେଇ ନେଇ ଯାଉଥିବା ଏକ କାରକୁ ଜବତ କରି କାର ଭିତରୁ ଦୁଇଟି ପ୍ୟାକେଟରେ ୩୬ କେ.ଜି ୫ ଗ୍ରାମ ଗଞ୍ଜେଇ ଜବତ କରିଛି ଖୋର୍ଦ୍ଧା ଆଦର୍ଶ ଥାନା ପୁଲିସ । କନ୍ଧମାଳରୁ ଏକ ଚୋରା ଗଞ୍ଜେଇ ଚାଲାଣକାରୀ ଦଳ କାରରେ ଗଞ୍ଜେଇ ନେଇ ଭୁବନେଶ୍ୱର ଅଭିମୁଖେ ଆସୁଥିବା ସୁଚନା ପୋଲିସ ପାଇଥିଲେ । ଆଦର୍ଶ ଥାନା ପକ୍ଷରୁ ଏକ ସ୍କ୍ୱାର୍ଡ ଗଠନ କରାଯାଇ ମୁକୁନ୍ଦପ୍ରସାଦ ଠାରେ କାରକୁ ଯାଂଚ କରିବାରୁ […]

IPS ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୯/୭(ଏସଏସନିୟୁଜ) ରାଜ୍ୟ ସରକାର ଆଇପିଏସ ସ୍ତରରେ ଅଦଳବଦଳ କରିଛନ୍ତି । ମାଲକାନଗିରିର ଏସପି ଭାବେ ଦାୟିତ୍ୱ ନେଇଛନ୍ତି ପିଏସ ମୀନା । ପ୍ରକାଶ ଆରଙ୍କୁ ଭିଜିଲାନ୍ସ ବିଭାଗକୁ ବଦଳି କରାଯାଇଛି । ଅଖିଳେଶ୍ୱର ସିଂହଙ୍କୁ ଜଗତସିଂହପୁର ଏସପି ଭାବେ ଦାୟିତ୍ୱ ଦିଆଯାଇଛି ।। ବରଗଡ଼ ଏସପି ଭାବେ ରାହୁଲ ଜୈନ ଦାୟିତ୍ୱ ନେଇଛନ୍ତି । ପ୍ରତ୍ୟୁଷ ଦିବାକରଙ୍କୁ ନୂଆପଡ଼ାର ଏସପି ଭାବେ ଦାୟିତ୍ୱ ମିଳିଛି । ମୟୁରଭଞ୍ଜ ଏସପି ଭାବେ ନିଯୁକ୍ତ ହୋଇଛନ୍ତି କେଆର ଦ୍ୟାନଦେଓ । […]

ନ୍ୟାୟ ପାଇଁ ଶାଶୂଘର ଆଗରେ ବସିଲେ ମହିଳା

ମହାକାଳପଡ଼ା, ୯/୭(ଏସଏସନିୟୁଜ) ନ୍ୟାୟ ପାଇଁ ଶାଶୂଘର ଆଗରେ ବସିଛନ୍ତି ମହିଳା । ସ୍ତ୍ରୀ ଥାଉଥାଉ ପୁଣିଥରେ ସ୍ମାମୀ ଦ୍ୱିତୀୟ ବିବାହ କରିଥିବାର ଖବରପାଇ ମହିଳା ଜଣଙ୍କ ଦ୍ବିତୀୟ ବିବାହକୁ ବିରୋଧ କରି ନିଜର ହକ ପାଇଁ ନ୍ୟାୟ ଦାବୀରେ ଶାଶୂଘର ଆଗରେ ବସିଛନ୍ତି ।ଏହିଭଳି ଘଟଣା ମହାକାଳପଡ଼ା ଥାନା କୋଚିଳା ଗ୍ରାମରେ ଦେଖିବାକୁ ମିଳିଛି । ବରକନ୍ଦା ଗ୍ରାମର ସୁଦର୍ଶନ ବେହେରାଙ୍କ ଝିଅ ରଶ୍ମିତା କୋଚିଳା ଗ୍ରାମର ରାଧାଶ୍ୟାମ ସାହୁଙ୍କ ପୁଅ ପ୍ରହଲ୍ଲାଦଙ୍କୁ ୨୦୧୩ ମସିହା ଜୁନ୍ […]

ଏଥର ସୋସିଆଲ ମିଡିଆରେ କାଳିଆ ଠାକୁରଙ୍କୁ ଦର୍ଶନ

୧-ବିଶ୍ୱ ପ୍ରସିଦ୍ଧ ଘୋଷ ଯାତ୍ରାପାଇଁ ଆରମ୍ଭ ହେଲା ରଥରେ କନା ପଡ଼ିବା । ଆଜି ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ ସମେତ କନକମୁଣ୍ଡିରେ ପିତ୍ତଳ ସଜ ଲାଗି ହେବା ସହିତ ତିନି ରଥର ପ୍ରଭା ଫିଟିଙ୍ଗ ହେବ । ୨-ରଥଯାତ୍ରା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବୈଠକ, ଭକ୍ତଙ୍କୁ ଘରେ ରହି ମହାପ୍ରଭୁଙ୍କ ଘୋଷଯାତ୍ରା ଦେଖିବାକୁ କରିଲେ ଅନୁରୋଧ । ୩-ନୂଆ କ୍ୟାବିନେଟର ବଡ ଘୋଷଣା: କୋଭିଡ-୧୯ ଜରୁରୀ ମୁକାବିଲା ପାଇଁ ୨୩,୧୨୩ କୋଟି ଟଙ୍କା ମଂଜୁର । ୪-ଚାଷୀଙ୍କ ସହାୟତା […]

ଭିଜିଲାନ୍ସ ଜାଲରେ ଅବସରପ୍ରାପ୍ତ ଅଧୀକ୍ଷକ

ବଲାଙ୍ଗିର,୮/୭(ଏସଏସନିୟୁଜ) ଭିଜିଲାନ୍ସ ଜାଲରେ ପଡିଛନ୍ତି ଟିଟିଲାଗଡ଼ ୱେରହାଉସର ପୂର୍ବତନ ଅଧୀକ୍ଷକ ଗଣପତି ପୁରୋହିତ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଣପତିଙ୍କ ପ୍ୟାଲେସ ଲାଇନ୍ ଘର ସମେତ ଚାରୋଟି ଜାଗାରେ ଏକକାଳୀନ ଚଢଉ କରିଛି ବଲାଙ୍ଗୀର, ସୋନପୁର, ବରଗଡ଼ ଏବଂ ସମ୍ୱଲପୁରର ଭିଜିଲାନ୍ସ ଟିମ । ବଲାଙ୍ଗୀର ସହର ପ୍ୟାଲେସ ଲାଇନ ଠାରେ ଥିବା ଘର, ନୂଆ ଭାବରେ ତିଆରି ହୋଇଥିବା ଦୁଇଟି ଘର ଏବଂ ତାଙ୍କ ସ୍ତ୍ରୀଙ୍କ ଅଫିସରେ ଏକକାଳୀନ ଚଢଉ ଜାରି ରହିଛି। […]

ଠକିଦେଲେ,ଶେଷରେ ବନ୍ଧାହେଲେ ପୋଲିସବାବୁ

ଯାଜପୁର ,୮/୭(ଏସଏସନିୟୁଜ) ଜଣେ ବିଧବା ମହିଳାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖି ପରେ ବିବାହ କରିବାକୁ ପୋଲିସ କର୍ମଚାରୀଜଣଙ୍କ ମନା କରିବାପରେ ଦୁଷ୍କର୍ମ ଭଳି ଅଭିଯୋଗ ଧର୍ମଶାଳା ଥାନାରେ କରିଛନ୍ତି ଜଣେ ମହିଳା । ପୋଲିସ ଉଭୟଙ୍କୁ ଡାକ୍ତରୀମାଇନା କରିବାପରେ ଏକ ମାମଲା ରୁଜୁକରି ଅଭିଯୁକ୍ତ ଓଏପିଏଫ ଶ୍ୟାମସୁନ୍ଦର କିସ୍କୋ ଙ୍କୁ ଗିରଫ କରିଛି । ଧର୍ମଶାଳ ଥାନାରେ ଶ୍ୟାମସୁନ୍ଦର କିସ୍କୋ ଥିଲାବେଳେ ଦିଗାମ୍ବରପୁର ଗ୍ରାମର ଜଣେ ବିଧବା ମହିଳାଙ୍କ ସହ ତାଙ୍କର ପ୍ରେମ […]