Browsing category

ଜିଲ୍ଲା

କ୍ୱାର୍ଟର୍ସରୁ ମିଳିଲା ମହିଳା IICଙ୍କ ଝୁଲନ୍ତା ମୃତଦେହ

କଟକ,୪।୭(ଏସଏସନିଉଜ)କ୍ୱାର୍ଟର୍ସରୁ ମହିଳା IICଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।ଚାଉଳିଆଗଞ୍ଜ ଥାନା କ୍ୱାର୍ଟର୍ସରୁ IIC ବିଉଟି ମହାନ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି।ବିଉଟି ମହାନ୍ତି ଚାଉଳିଆଗଞ୍ଜ ଆଇଆଇସି ଥିଲେ।ମୃତ୍ୟୁର କାରଣ ଅସ୍ପଷ୍ଟ ରହୁଥିବା ବେଳେ ମୃତଦେହ ବ୍ୟବଚ୍ଛଦ ପାଇଁ ପଠାଇ ପୋଲିସ ତଦନ୍ତ ଆରମ୍ଭ କରିଛି।

କପିଳେନ୍ଦ୍ର ଦେବଙ୍କ ୫୯୧ତମ ସିଂହାସନ ଆରୋହଣ ଦିବସ

ଭୁବନେଶ୍ୱର,୩୦।୬(ଏସଏସନିଉଜ) ଜୁନ୍: ମଧ୍ୟଯୁଗୀୟ ପୂର୍ବ ଭାରତର ଅନ୍ୟତମ ଶ୍ରେଷ୍ଠ ଶାସକ ତଥା ଓଡ଼ିଶାର ସୂର୍ଯ୍ୟବଂଶର ପ୍ରତିଷ୍ଠାତା ଗଜପତି କପିଳେନ୍ଦ୍ର ଦେବଙ୍କ ୫୯୧ତମ ସିଂହାସନ ଆରୋହଣ ଦିବସ ଆଜି ଭୁବନେଶ୍ୱର ଓଲ୍ଡ ଟାଉନସ୍ଥିତ ଶ୍ରୀ କପିଳେଶ୍ୱର ମନ୍ଦିର ପରିସରରେ ଶ୍ରଦ୍ଧା ଓ ଗରିମାର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଭାରତୀୟ ଜନତାପାର୍ଟିର ପୂର୍ବତନ ରାଜ୍ୟସଭାପତି ସମୀରମହାନ୍ତି ଏବଂ ବିଜେପିର ବରିଷ୍ଠନେତା ଗୋଲକ ମହାପାତ୍ର ଶ୍ରୀକପିଳେଶ୍ୱର ମନ୍ଦିର ପରିସରରେ ଅବସ୍ଥିତ କପିଳେନ୍ଦ୍ର ଦେବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି […]

ଏକାଠି ହେଲେ ୬୦ମହାବିଦ୍ୟାଳୟ ପ୍ରତିନିଧି

ଭୁବନେଶ୍ୱର,୨୯୦୬(ଏସଏସନିଉଜ)ପଟିଆ ସ୍ଥିତ ରାଜା ମଧୁସୂଦନ ଦେବ ଡିଗ୍ରୀ ମହାବିଦ୍ୟାଳୟରେ “ମହାବିଦ୍ୟାଳୟର ଦର୍ପଣ: ପାଠାଗାର-ଆଭାସୀ ଦୁନିଆରେ ଆହ୍ବାନ” ଶୀର୍ଷକ ଏକ ଜାତୀୟ ସ୍ତରର ଆଲୋଚନାଚକ୍ର ସଫଳତା ସହ ଗତ ୨୬ ଜୁନରେ ଅନୁଷ୍ଠିତ ହୋଇଯାଇଛି।ଓଡ଼ିଶା ଓ ରାଜ୍ୟ ବାହାରୁ ପ୍ରାୟ ୬୦ଟି ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟର ଲାଇବ୍ରେରୀଆନ୍, ଅଧ୍ୟକ୍ଷ, ନାକ୍ ସଂଯୋଜକ ପ୍ରତିନିଧିମାନେ ଯୋଗଦେଇଥବା ଏହି ଏକଦିବସୀୟ ସେମିନାରକୁ ରେଭେନ୍ସା ବିଶ୍ଵବିଦ୍ୟାଳୟ,କଟକରକୁଳପତି ପ୍ରାଧ୍ୟାପକ ଅର୍କ କୁମାର ଦାସ ମହାପାତ୍ର ମୁଖ୍ୟଅତିଥି ରୂପେ ଉଦଘାଟନ କରିଥିଲେ।ଧାନବାଦ ବିଶ୍ଵବିଦ୍ୟାଳୟର କୁଳସଚିବ ପ୍ରାଧ୍ୟାପକ […]

ନନ୍ଦନକାନନରେ ଖୁଲମ୍ ଖୁଲା ଲୁଟ, CCTV ତଳେ ହିଁ ଚାଲିଛି ଠକେଇ

ଭୁବନେଶ୍ୱର ୨୭|୬ (ଏସଏସନିଉଜ) ଓଡ଼ିଶାର ଗର୍ବ ନନ୍ଦନକାନନ ଆଜି ଠକେଇର ଅଡ୍ଡାସ୍ଥଳୀ ପାଲଟିଛି । ଯେଉଁ ନନ୍ଦନକାନନକୁ ଦେଖିବାକୁ ଦେଶ-ବିଦେଶରୁ ପର୍ଯ୍ୟଟକ ଧାଇଁ ଆସନ୍ତି, ସେଇ ନନ୍ଦନକାନନର ମୁଖ୍ୟ ଫାଟକରେ ହିଁ ସରକାରୀ ବୋର୍ଡକୁ ବେଖାତିର କରି ଖୋଲାଖୋଲି ପର୍ଯ୍ୟଟକଙ୍କୁ ଲୁଟାଯାଉଥିବାର ଅଭିଯୋଗ ଆସିଛି ।ପୂର୍ବରୁ ପାଣି ବୋତଲ ଷ୍ଟିକରକୁ ନେଇ ଠକେଇ ଅଭିଯୋଗ ଆସିଥିବା ବେଳେ ଏବେ ବ୍ୟାଟେରୀ ଚାଳିତ ଗାଡି ଟିକେଟ ମୂଲ୍ୟ କୁ ନେଇ ପର୍ଯ୍ୟଟକମାନେ ପ୍ରତାରଣାର ଶିକାର ହେଉଛନ୍ତି।ଏ କଥା ଆମେ […]

ନନ୍ଦନକାନନର ବିଚିତ୍ର ନୀତି:- ମନଇଚ୍ଛା ପରିବର୍ତ୍ତନ ହେଲା ବନ୍ଦ ସମୟ

ଭୁବନେଶ୍ୱର,୨୭।୬(ଏସଏସନିଉଜ) ନନ୍ଦନକାନନରେ ବିଚିତ୍ର ନୀତି ଦେଖିବାକୁ ମିଳିଛି।ନୂଆ ମୁଖିଆ ଆସିବା ପରେ ନିୟମ ମଧ୍ୟ ବଦଳି ଯାଇଛି। ସରକାରଙ୍କ ନିର୍ଦ୍ଦେଶନାମାକୁ ମଧ୍ୟ ଜଳାଞ୍ଜଳି ଦିଆଯାଇଛି।ଯାହାର ଜ୍ୱଳନ୍ତ ଉଦାହରଣ ନନ୍ଦନକାନନ ବନ୍ଦ ହେବା ସମୟ ପରିବର୍ତ୍ତନରେ ଦେଖିବାକୁ ମିଳିଛି। ନନ୍ଦନକାନନ ମୁଖିଆ ବିନା ସରକାରୀ ନିର୍ଦ୍ଦେଶରେ ଏହାକୁ ପରିବର୍ତ୍ତନ କରି ପର୍ଯ୍ୟଟକଙ୍କୁ ପରୋକ୍ଷରେ ଶକ୍ତ ଚାପୁଡ଼ା ମାରିଛନ୍ତି। ଏହି ବିଚିତ୍ର ନିୟମ ଗୁରୁବାରଠାରୁ ଲଗୁହେବା ପରେ ପର୍ଯ୍ୟଟକମାନେ ହଇରାଣ ହେବାରେ ଲାଗିଛନ୍ତି।ଯଦି ସରକାରଙ୍କ ପକ୍ଷରୁ ବନ୍ଦ ହେବାର ସମୟ […]

ସୁଧ ବେପାରୀଙ୍କୁ ଧରିଲା ପୋଲିସ

ଗଞ୍ଜାମ,୨୭।୬(ଏସଏସନିଉଜ)ଆସିକା ପୋଲିସ ଦ୍ଵାରା ଜଣେ ସୁଧ ବେପାରି ଗିରଫ ହୋଇଥିବାର ଜଣାପଡିଛି । ଗିରଫ ହୋଇଥିବା ସୁଧ ବେପାରି ଜଣକ ଲକ୍ଷ୍ମଣ ପାଣି ବୋଲି ଜଣାପଡିଥିବା ବେଳେ ତା ଘର ମାମୁଁଡିହ ଗ୍ରାମରେ ବୋଲି ଜଣାପଡିଛି । ସୁଧ ବେପାରି ଲକ୍ଷ୍ମଣ ପାଣି ଗଲା ଅନେକ ବର୍ଷ ହେବ ନିଜ ଅଂଚଳରେ ଲୋକ ମାନଙ୍କୁ କମ ଟଙ୍କା ଦେଇ ଅଧିକ ସୁଧ ଅ।ଦାୟ କରୁଥିଲା । ଏଥିସହ ଲୋକଙ୍କ ଘର ଜମିବାଡି , ଗାଡି ଓ ମୋବାଇଲ […]

ରାଜଧାନୀରୁ ନକଲି IAS ଗିରଫ

ଭୁବନେଶ୍ୱର,୨୬।୬(ଏସଏସନିଉଜ)ନକଲି ସବ୍ କଲେକ୍ଟରଙ୍କୁ ମାଡ଼ି ବସିଲା ସହିଦନଗର ଥାନା ପୋଲିସ।ନିଜକୁ IAS ଅଧିକାରୀ ପରିଚୟ ଦେଇ ଲୋକଙ୍କୁ ଠକୁଥିବା ଅଭିଯୋଗ ହୋଇଛି।ଗିରଫ ଅଭିଯୁକ୍ତ ଜଣଙ୍କ ବିଶାଖାପାଟଣାର ବରଦା ସୁଧୀର।ନିଜକୁ ଭୁବନେଶ୍ୱରର ସବ୍ କଲେକ୍ଟର କହି ଭୂଆଁ ବୁଲାଉଥିଲା।

ଗଞ୍ଜେଇ ଚାଲାଣରେ ୨ସରକାରୀ ଶିକ୍ଷକ

ଟିଟିଲାଗଡ଼,,୨୬।୬(ଏସଏସନିଉଜ)ଗଞ୍ଜେଇ ଚାଲାଣ ବେଳେ ଧରାପଡ଼ିଲେ ୨ ସରକାରୀ ଶିକ୍ଷକ।ଏନ୍ଏଚ୍‌ ୨୬ ବରଗାଁ ଛକରୁ ଧରିଲେ ଟିଟିଲାଗଡ଼ ଓ ତୁଷୁରା ଅବକାରୀ ଟିମ୍।କାର୍‌ରେ ଚାଲାଣ ବେଳେ ୩୩ କେଜି ଗଞ୍ଜେଇ ଜବତ, ୩ ଅଟକ ହୋଇଛନ୍ତି।ଅଟକ ୩ ଜଣଙ୍କ ମଧ୍ୟରୁ ୨ ସରକାରୀ ଶିକ୍ଷକ ଥିବା ସୂଚନା ମିଳିଛି।କଳାହାଣ୍ଡି ଏମ୍‌.ରାମପୁର ଥାନା ଅଞ୍ଚଳର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ।କଳାହାଣ୍ଡିରୁ ବଲାଙ୍ଗିର ଅଭିମୁଖେ ଚାଲାଣ ବେଳେ ଧରାପଡ଼ିଲେ।

ସ୍କୁଲ ବହି ତ୍ରୁଟି:-୪ନିଲମ୍ବିତ

ଭୁବନେଶ୍ୱର,୨୬।୬(ଏସଏସନିଉଜ)ସ୍କୁଲ ବହି ତ୍ରୁଟିକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଡ଼ ଆକ୍ସନ ନେଇଛନ୍ତି।କମିଟି ସୁପାରିସ୍ ଅନୁଯାୟୀ ୪ ଅଧିକାରୀ ନିଲମ୍ବିତ ହୋଇଛନ୍ତି।ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟର ତତ୍କାଳୀନ ନିର୍ଦ୍ଦେଶକ ମନୋଜ ପାଢ଼ୀ ନିଲମ୍ବିତ ହୋଇଥିବା ବେଳେ ୩ ସହକାରୀ ନିର୍ଦ୍ଦେଶକ ପ୍ରଲିପ୍ତା ମିଶ୍ର, ଦିଲୀପ ସାହୁ ଓ ଭାରତୀ ଟୁଡୁ ବି ନିଲମ୍ବିତ ହୋଇଛନ୍ତି।୬ ସହକାରୀ ନିର୍ଦ୍ଦେଶକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।ବନ୍ଦିତା ପଟ୍ଟନାୟକ, ମାନସ ରାଉତ, ମନୋରଞ୍ଜନ ମହାପାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।ପ୍ରଶାନ୍ତ ସାହୁ, ମାନସ ନାୟକ, […]

ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନରେ ରକ୍ତଦାନ

ଭୁବନେଶ୍ୱର,୨୬।୬(ଏସଏସନିଉଜ)କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୭ତମ ଜନ୍ମଦିନ ଅବସରରେ ଉତ୍ତର ଭୁବନେଶ୍ୱର ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତାମାନଙ୍କ ଦ୍ୱାରା ଏକ ବିଶାଳ ରକ୍ତଦାନ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।ରାଜ୍ୟ ବିଜେପିର ବରିଷ୍ଠ ନେତା ଶ୍ରୀ ଗୋଲକ ମହାପାତ୍ରଙ୍କ ପ୍ରତ୍ୟକ୍ଷ ନେତୃତ୍ୱରେ ଆୟୋଜିତ ଏହି ମହତ କାର୍ଯ୍ୟକ୍ରମରେ ଯୁବବର୍ଗ ଏବଂ କାର୍ଯ୍ୟକର୍ତ୍ତାମାନେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଛନ୍ତି।ଏହି ଅବସରରେ FAITH ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ଶ୍ରୀ ସିପୁନ୍ ପାତ୍ର ଏବଂ ଟ୍ରଷ୍ଟର ସମସ୍ତ ସଦସ୍ୟ ଉପସ୍ଥିତ ରହି […]