Browsing category

ଜିଲ୍ଲା

ନନ୍ଦନକାନନରେ ମୃତ୍ୟୁର ହ୍ୟାଟ୍ରିକ୍

ଭୁବନେଶ୍ୱର, ୨୦|୮(ଲିଙ୍ଗରାଜ ରାଉତ)ରାଜ୍ୟର ଗର୍ବ ଓ ଗୌରବ ସାଜିଥିବା ନନ୍ଦନକାନନରେ ବାଘ ଛୁଆ ପ୍ରିନ୍ସ,ବ୍ଲାକ୍ ବକ୍ ମୃତ୍ୟୁ ପରେ ଆଜି ପୁଣି ଏକ ଜଳହସ୍ତୀର ମୃତ୍ୟୁ ହୋଇଛି।ଗୋଟିଏ ସପ୍ତାହ ଭିତରେ ୩ଟି ଜନ୍ତୁଙ୍କ ମୃତ୍ୟୁ ଜନ୍ତୁ ବିଭାଗର ପରିଚାଳନାଉପରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସୂଚନା ଅନୁସାରେ ଜଳହସ୍ତୀଟି ଦୀର୍ଘଦିନ ଧରି ଅସୁସ୍ଥ ଥିଲା।ଏସିଏଫ୍ ଡା. ରୁଦ୍ର ରଥଙ୍କ ତତ୍ୱାବଧାନରେ ଡାକ୍ତରୀଟିମ୍ ଚିକିତ୍ସା କରୁଥିଲେ ବୋଲି କୁହାଯାଉଥିଲା, ତଥାପି ଜଳହସ୍ତୀକୁ ବଞ୍ଚାଯାଇ ପାରିଲେନାହିଁ। ତେବେ ପ୍ରଶ୍ନଉଠୁଛି,ଅସୁସ୍ଥ ପ୍ରାଣୀଙ୍କ […]

ନନ୍ଦନକାନନରେ ନକଲି ଫିନାଇଲ ଘୋଟାଲା

ଭୁବନେଶ୍ୱର,୧୯।୮(ଏସଏସନିଉଜ) ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପୁଣି ବେପାର ଓ ଗୁଣ୍ଡାଗିରି ! ସଫେଇ ସାମଗ୍ରୀ ନାଁରେ ନକଲି ସାମଗ୍ରୀ ଯୋଗାଣ ହେଉଥିବାର ଘଟଣା ଆଜି ଧରାପଡିଛି। ଆର ଆର ଡିଷ୍ଟ୍ରିବ୍ୟୁଟର ପକ୍ଷରୁ ବୁଧବାର ଆସିଥିବା ୧୩୦ ବୋତଲ ଫିନାଇଲ ମଧ୍ୟରୁ ଅଧିକାଂଶ ମାଟିଆ ରଙ୍ଗର ଓ ବିନା ସିଲର ନକଲି ଥିଲା। ଡ୍ୟୁଟିରେ ଥିବା ଫରେଷ୍ଟ ଗାର୍ଡ ସନ୍ତୋଷ ତରାଇ ଏହାକୁ ରିସିଭ କରିବାକୁ ମନା କରିବା ପରେ କିପରି ବର୍ଷ ବର୍ଷ ଧରି ଏହି କାରବାର […]

୮୦ତମ ସ୍ୱାଧୀନତା ଦିବସ

ଭୁବନେଶ୍ୱର,୧୫।୮(ଏସଏସନିଉଜ)ବାରଙ୍ଗ ପ୍ରେସକ୍ଲବ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି।ଏଥିରେ କ୍ଲବ୍ ସଭାପତି ଲିଙ୍ଗରାଜ ରାଉତ ଅତିଥି ଭାବେ ଯୋଗଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ତ୍ରିଲୋଚନ ଦାସ, କୋଷାଧ୍ୟକ୍ଷ ପ୍ରକାଶ ସାହୁ,କୃଷ୍ନଚ ନ୍ଦ୍ର ସ୍ୱାଇ,ଦେବରାଜ ସାହୁ,ଅଜୟ ରାଉତ, କମଳା କାନ୍ତ ନାୟକ,ସେଖ ମୁନାବ,ଲୋଚନ ମୁଦୁଲି,,ସନ୍ତୋଷ ମଲ୍ଲିକ,ଗୌତମ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଭାବେ ମୁଣ୍ଡଳୀ ସ୍ତିତ ଏନଡିଆରଏଫ, ମୁଣ୍ଡଳୀ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଉତ୍ସାହ, ଆନନ୍ଦ ଏବଂ ଦେଶଭକ୍ତିର ଭାବନା ସହିତ ପାଳିତ ହୋଇଯାଇଛି। […]

ନିଶାମୁକ୍ତ ଭାରତ

ଭୁବନେଶ୍ୱର,୧୪।୮(ଏସଏସନିଉଜ)ବାରଙ୍ଗ କୁଞ୍ଜବିହାରୀ ମହାବିଦ୍ୟାଳୟ ରେ ଶକ୍ତିଶ୍ରୀ ସେଲ ଓ ବାରଙ୍ଗ ପ୍ରଜାପତି ବ୍ରହ୍ମକୁମାରୀ ଈଶ୍ୱରୀୟ ବିଦ୍ୟାଳୟ ମିଳିତ ସହଯୋଗରେ ନିଶାମୁକ୍ତ ଭାରତ ସମ୍ପର୍କୀୟ ଏକ ଆଲୋଚନା ଚକ୍ର ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟରଅଧ୍ୟକ୍ଷ ଡ଼.ଶେଖ ନଇମୁଦ୍ଦିନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନାରେ ମୁଖ୍ୟବକ୍ତା ବ୍ରହ୍ମକୁମାରୀ ପ୍ରତିମା ଭଉଣୀ ବିଭିନ୍ନ ଉଦାହରଣ ସହ ନିଶାର ଭୟାବହତା ଓ ଏହାର ନିରାକରଣ ସମ୍ବନ୍ଧରେ ମତବ୍ୟକ୍ତ କରିଥିଲେ ।ଏହି ଅବସରରେ ଉପସ୍ଥିତ ବିଦ୍ୟାର୍ଥୀମାନେ ନିଶାଠାରୁ ଦୁରେଇ ରହିବାର ଶପଥକରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ମହେନ୍ଦ୍ର […]

ଗୋଟିକିଆ ହାତୀ କରୁଛି ଦୌରତ୍ମ୍ୟ

କଟକ,୧୪।୮(ଏସଏସନିଉଜ) ଗତ ୫ଦିନ ହେବ ଚନ୍ଦକା ଜଙ୍ଗଲରୁ ବାହାରି ଏକ ଗୋଟିକିଆ ମାଇ ହାତୀ ମାର୍ଥାପୁର ଓ ରାମଦାସପୁର ଗହିରରେ ପଶି ଫସଲ ନଷ୍ଟ କରୁଛି।କେବଳ ଏତିକି ନୁହେଁ ଗୁରୁବାର ବିଳମ୍ବିତ ରାତିରେ ନରାଜ ଗ୍ରାମରେ ପଶି ପାଚେରୀ ଭାଙ୍ଗି ଦୌରତ୍ମ୍ୟ କରୁଛି।ଯାହାକୁ ନେଇ ଆଖପାଖ ଗ୍ରାମରେ ଏବେ ଭୟର ବାତାବରଣ ଖେଳିଯାଇଛି। ପ୍ରକାଶ ଯେ,ଗତ ୫ଦିନ ହେବ ଏକ ଗୋଟିକିଆ ମାଇ ହାତୀ ଚନ୍ଦକା ଜଙ୍ଗଲରୁ ବାହାରି ମାର୍ଥାପୁର ଓ ରାମଦାସପୁର ଗହିରରେ ପଶି ଲାଗିଥିବା […]

ଭୁବନେଶ୍ୱରକୁ ଫେରିଲା କୋଭିଡ୍‌

ଭୁବନେଶ୍ୱର, ୧୪।୮(ଏସଏସନିଉଜ) କିଛି ଦିନର ବ୍ୟବଧାନ ପରେ ପୁଣି ରାଜଧାନୀ ଭୁବନେଶ୍ୱରରେ ଜଣେ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କୋଭିଡ ଆକ୍ରାନ୍ତ ବ୍ୟକ୍ତି ୫୦ ବର୍ଷୀୟ ବରମୁଣ୍ଡା ଅଞ୍ଚଳର ହୋଇଥିବା ବେଳେ ସେ ଏକ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ର ଜଣାପଡିଛି।

୪ଟି ଜିଲ୍ଲାକୁ ଗଲେ ଏନଡିଆରଏଫ ରୁ ୭ଟିମ୍

କଟକ,୧୪।୮(ଏସଏସନିଉଜ)ଏନଡିଆରଏଫ ପକ୍ଷରୁ ବନ୍ୟା ଉଦ୍ଧାର କାର୍ଯ୍ୟ ପାଇଁ ଶୁକ୍ରବାର ବଢ଼ି ଭୋର ସମୟରେ ମୟୂରଭଞ୍ଜ, ବାଲେଶ୍ୱର ଏବଂ ଭଦ୍ରକ ଜିଲ୍ଲାକୁ ଚାରୋଟି ଉଦ୍ଧାରକାରୀ ଦଳ ଯାଇଛନ୍ତି।ଏସଆରସିଙ୍କ ଅନୁରୋଧ କ୍ରମେ ବର୍ତ୍ତମାନ ଜାରି ରହିଥିବା ବନ୍ୟା ଉଦ୍ଧାର ଓ ସହାୟତା କାର୍ଯ୍ୟ ପାଇଁ ମୁଣ୍ଡଳୀସ୍ଥିତ ୦୩ ବାଟାଲିୟନରୁ ଏନଡିଆରଏଫର ପ୍ରାୟ ୨୫୦ ଜଣ ଉଦ୍ଧାର କର୍ମୀଙ୍କୁ ନେଇ ଗଠିତ ମୋଟ ୭ଟି ଟିମ୍‌କୁ ବନ୍ୟା ପ୍ରଭାବିତ ଭଦ୍ରକ, ମୟୂରଭଞ୍ଜ, ବାଲେଶ୍ୱର ଏବଂ ଯାଜପୁର ଜିଲ୍ଲାକୁ ଯାଇ ସେଠାରେ ନିୟୋଜିତ […]

ସଜେଇ ହେଉଛି ନନ୍ଦନକାନନନ

ଭୁବନେଶ୍ୱର,୧୩।୮(ଏସଏସନିଉଜ)ସଜେଇ ହେଉଛି ନନ୍ଦନକାନନ।ଆଉ ଦିନ କେଇଟା ପରେ ପ୍ରତିଷ୍ଠା ଦିବସ ପାଳିବାକୁ ଯାଉଛି।ପ୍ରତିଷ୍ଠା ଦିବସ ପୂର୍ବରୁ ନୂଆ ଜୀବଜନ୍ତୁ ଆଣି ପର୍ଯ୍ୟଟକଙ୍କୁ ନୂଆବର୍ଷର ଭେଟି ଦେବାକୁ ଯୋଜନା କରିଛି ନନ୍ଦନକାନନ।ଏଥିପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି।ନୂତନ ଜ୍ଞାନକୌଶଳ ସାଙ୍ଗକୁ ପାକୃତିକ ପରିବେଶର ଛାପ ଦିଆଯାଇ ନୂଆରୂପ ରେଖରେ ଶୋଭାପାଇବାକୁ ଯାଉଛି ବିଭିନ୍ନ ଜନ୍ତୁ ଖୁଆଡ । ପ୍ରକାଶଯେ, ନନ୍ଦନକାନନକୁ ବିଶ୍ଵପ୍ରସିଦ୍ଧ କରିବାପାଇ ଯୋଜନା ଆରମ୍ଭ ହୋଇଯାଇଛି।ଲକ୍ଷଲକ୍ଷ ଟଙ୍କା ବ୍ୟୟ ବରାଦରେ ପରିସରର ଉନ୍ନତିକରଣ କାର୍ଯ୍ୟ ହାତକୁ ନିଆଯାଇଛି।ଆଗକୁ […]

ଗାଁ ମୁଁହା ଦୁଇ ଜଙ୍ଗଲୀ ହାତୀ

ଭୁବନେଶ୍ୱର ,୯।୮(ଏସଏସନିଉଜ)ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗ ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଦୁଇ ଗୋଟି ଜଙ୍ଗଲୀ ହାତୀ ପଶିଆସି ଉତ୍ପାତ କରିଛନ୍ତି। ଗୋଟିଏ ଦନ୍ତା ଓ ଗୋଟେ ମାଇ ହାତୀ ଚନ୍ଦକା ଜଙ୍ଗଲରୁ ବାହାରି ଭୂଆସୁଣୀ ଦେଇ ଦାରୁଠେଙ୍ଗ ଉଚ୍ଚ ବିଦ୍ୟାଳୟ ପାଚେରୀ ଭାଙ୍ଗି ସ୍କୁଲ ହତା ଭିତରକୁ ପଶିଥିଲେ ।ସ୍କଲରେ ଲାଗିଥିବା ନଡ଼ିଆ ଗଛ, କଦଳୀ ଗଛ ଓ ଆମ୍ବ ଗଛକୁଭାଙ୍ଗି ଦଳି ଚକଟି ନଷ୍ଟ କରିଥିଲେ।ଏହାଦେଖି ସ୍କଲ ରାତ୍ର ଜଗୁଆଳି ଜଙ୍ଗଲ ବିଭାଗକୁ ଖବରଦେଲା ପରେ […]

ଏକାଠି ହେଲେ ସହିଦଙ୍କ ବଳିଦାନ ଗାଥା ମନେପକାଇଲେ

ମେଣ୍ଢାଶାଳ,୯।୮(ଏସଏସନିଉଜ) ପାଇକ ବୀର ସଂଗ୍ରାମୀ ସହିଦି ପିଣ୍ଡିକି ବାହୁବଳେନ୍ଦ୍ରଙ୍କ ୨୦୫ତମ ବଳିଦାନ ଦିବସ ସହ କ୍ଲାନ୍ତି ଦିବସ ଦାରୁଠେଙ୍ଗ ପିଣ୍ଡିକି ପଡିଆରେ ରବିବାର ଦିନ ପାଳିତ ହୋଇଯାଇଛି l ଏହି ଦିନଟିକୁ ସହୀଦଙ୍କ ପାଈଁ ଉତ୍ସାଗ୍ରୀକୃତ କରିବା ଉଦ୍ଦେଶ୍ୟରେ କଳିଙ୍ଗ ପାଇକ ସଂଘଠନ, ପିଣ୍ଡିକି ୟୁଥ କ୍ଲବ, ଶ୍ରୀ ରାଧା ଟ୍ରଷ୍ଟ ଓ ସହିଦି ପିଣ୍ଡିକି ସ୍ମୃତି କମିଟି ଏକତ୍ରିତ ମିଶି ବଳିଦାନ ଦିବସ ପାଳନ କରିଥିଲେ l ପ୍ରଥମେ ପଡିଆରେ ଥିବା ପିଣ୍ଡିକିଙ୍କ ପ୍ରତି୍ମୃତିରେ ମାଲ୍ୟ […]