Browsing category

ମନୋରଞ୍ଜନ

ହରିବୋଲ ହୁଳହୁଳିରେ କମ୍ପିଲା କାନନକ୍ଷେତ୍ର

ବାରଙ୍ଗ,୨୬।୨(ଏସଏସନିଉଜ) ନନ୍ଦନକାନନ ମୁଖ୍ୟଦ୍ଵାର ସମ୍ମୁଖରେ ଥିବା କାନନ କ୍ଷେତ୍ରର ଥିବା ସର୍ବପୁରାତନ ଜଗନ୍ନାଥମନ୍ଦିରର ନବକଳେବର ହୋଇଛି।ପୁରୁଣା ମନ୍ଦିରକୁ ଭଙ୍ଗାଯାଇ ପ୍ରାୟ ୩କୋଟିଟଙ୍କା ବ୍ୟୟ ବରାଦରେ ନୂତନଭାବେ ମନ୍ଦିର ଗଢାଯାଇଛି।ଏଥି ନିମନ୍ତେ ଆୟୋଜିତ ମନ୍ଦିରର ପ୍ରତିଷ୍ଠା ଉତ୍ସବ ୨୩ ରୁ ୨୬ତାରିଖପର୍ଯ୍ୟନ୍ତ ଚାରିଦିନ ଧରି ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଷ୍ଠା ଉସବର ପ୍ରଥମ ଦିନ ୧୩୦୦ରୁ ଉର୍ଦ୍ଧ ନରନାରୀଙ୍କ କଳସ ଶୋଭାଯାତ୍ରା ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଶେଷଦିନ ଗୁରୁବାରସନ୍ଧ୍ୟାରେ ହେଉଥିବା ଯଜ୍ଞର ପୂର୍ଣ୍ଣାହୁତି […]

ରାଜା ମଧୁସୂଦନ ଦେବ ଡ଼ିଗ୍ରୀ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ

ଚନ୍ଦ୍ରଶେଖରପୁର,୨୫।୨(ଏସଏସନିଉଜ)ପଟିଆସ୍ଥିତ ରାଜା ମଧୁସୂଦନ ଦେବ ଡ଼ିଗ୍ରୀ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ବ୍ଲସମ୍ ଆଇ – ୨୦୨୬ ଭବ୍ୟ ସମାରୋହ ରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟଅତିଥି ରୂପେ ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦେଇ ପ୍ରଥମରେ ମହାବିଦ୍ୟାଳୟ ପରିସରରେ ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀନିବାସର ଶିଳାନ୍ୟାସ କରିଥିଲେ। ପରେ ବାର୍ଷିକ ଉତ୍ସବର ସଭାକାର୍ଯ୍ୟକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି କହିଥିଲେ ମହାବିଦ୍ୟାଳୟର ଢାଞ୍ଚାଗତ ବିକାଶ କେବଳ ଶରୀର ଅଟେ, ଏହାର ବିଦ୍ୟାର୍ଥୀମାନଙ୍କ ସୃଜନଶୀଳତା, […]

ସାରଙ୍ଗେଇ ପୀଠରେ ଏକାଠି ହେଲେ ସାମ୍ବାଦିକ

ବାରଙ୍ଗ,୨୫।୨(ଏସଏସନିଉଜ)ମାସାରଙ୍ଗେଇ ପୀଠରେ ବାରଙ୍ଗ ଅଞ୍ଚଳର ସର୍ବ ପୁରାତନ ପ୍ରେସକ୍ଲବର ବନ୍ଧୁମିଳନ କାର୍ଯ୍ୟକ୍ରମ ବୁଧବାରଦିନ ଅନୁଷ୍ଠିତ ହୋଇଯାଇଛି ।ବାରଙ୍ଗ ପ୍ରେସକ୍ଲବର ସଭାପତି ଲିଙ୍ଗରାଜ ରାଉତଙ୍କ ଅଧ୍ୟକ୍ଷତାରେ ସମସ୍ତ ସାମ୍ବାଦିକ ମାନଙ୍କୁ ଉତ୍ତରୀୟ ପୁଷ୍ପଗୁଛ ଦେଇ ସ୍ବାଗତ କରାଯାଇଥିଲା । ଅଞ୍ଚଳର ସମସ୍ତ ଘଟଣାବଳୀ ଓ ଖବରକୁ ପ୍ରଶାସନ ,ସରକାରଙ୍କ ନିକଟରେ ପହଞ୍ଚାଇ ସାଧାରଣ ଲୋକଙ୍କ ଆସ୍ଥା ଭାଜନ ହୋଇପାରିଛି ବାରଙ୍ଗ ପ୍ରେସକ୍ଲବ ସମସ୍ତ ସାମ୍ବାଦିକ ।ସାମ୍ବାଦିକ କଲମ ମୁନରେ ସମ୍ପୂର୍ଣ୍ଣ ସମାଜର ଦୃଷ୍ୟପଟ ଆଙ୍କି ହୋଇଯାଏ ।ତାଙ୍କର ତ୍ୟାଗ […]

ଲିଭୁନି ନିଆଁ…

ଭୁବନେଶ୍ୱର,୨୪।୨(ଏସଏସନିଉଜ)ଭୁବନେଶ୍ୱର ଲିଙ୍ଗିପୁର ନିକଟରେ ଥିବା ସୁପରମାର୍ଟର ତୃତୀୟ ମହଲାରେ ଗତକାଲି ରାତି ପ୍ରାୟ ସାଢେ ୧୦ଟାରୁ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏବେବି ହୁତୁ ହୁତୁ ହୋଇ ଜଳୁଥିବା ନିଆଁକୁ ଲିଭାଇବା ପ୍ରୟାସ ଆରମ୍ଭ କରିଛି ଅଗ୍ନିଶମବାହିନୀ। ତଥାପି ନିଆଁକୁ ଆୟତ୍ତ କରାଯାଇ ପାରିନି।ଅଗ୍ନିଶମବାହିନୀବିଲଡିଂର କାନ୍ଥ ଭାଙ୍ଗି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି । କାଲିଠୁ ନିଆଁ ଲିଭାଇବାକୁ ୪୦ରୁ ଊର୍ଦ୍ଧ୍ବ ଦମକଳ ଗାଡ଼ି ନିୟୋଜିତ ହୋଇଛି।ତେବେ ଘର ଭିତରେଥିବା ପ୍ଲାଷ୍ଟିକପାଇଁ ନିଆଁର ପରିଣାମ ବଢ଼ିବାରେ […]

ଏଥର ଦୋଳଯାତ୍ରା ଓ ଭାଗବତମେଳଣରେ ଡିଜେ ମନା

ମେଣ୍ଢାଶାଳ,୨୩।୨(ଏସଏସନିଉଜ)ଆଗକୁ ଆସୁଛି ଗାଁ ଗହଳିର ପୁରାତନ ଓ ପରମ୍ପରାରପର୍ବ ଦୋଳଯାତ୍ରା ।ଏହି ଦୋଳଯାତ୍ରାକୁ ସୁରୁଖୁର ଓ ଶାନ୍ତିଶୃଙ୍ଖଳାରେ ସମ୍ପ୍ରନ୍ କରିବାପାଇଁ ସୋମବାରରାତିରେ ଏକ ବୈଠକ ଚନ୍ଦକାଥାନାରେ ଅନୁଷ୍ଟିତ ହୋଇଯାଇଛି।ଥାନାଅଧୀନରେ ରହିଥିବା ବିଭିନ୍ନ ଗ୍ରାମର ମୂରବୀମାନେ ଏହି ବୈଠକରେ ସାମିଲ ହୋଇଥିଲେ। ଥାନା ଅଧିକାରିଣୀ ସମିତା ମିଶ୍ରଙ୍କ ଅଧକ୍ଷତାରେ ଅନୁଷ୍ଟିତ ଏହି ବୈଠକରେ ଚଳିତବର୍ଷ ଏହି ଦୋଳମେଳଣ ଓ ଦୋଳଯାତ୍ରାକୁ ଶାନ୍ତିଶୃଙ୍ଖଳାର ସାରିବା ପାଇ ନିଷ୍ପତ୍ତି ହୋଇଥିଲା।ଏଥର ମେଳଣରେ ଡିଜେକୁ ସମ୍ପୂର୍ଣ ବନ୍ଦ କରାଯାଇଛି ।ମଦ୍ୟପାନ କରି ମେଳଣ […]

ଦୋଳପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ

ଭୁବନେଶ୍ୱର,୨୪।୨(ଏସଏସନିଉଜ)ଚଳିତ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଆସନ୍ତା ମାର୍ଚ୍ଚ ୩ ତାରିଖଦୋଳ ପୂର୍ଣ୍ଣିମାରେ ହେବାକୁ ଯାଉଛି। ଦିନ ୩ଟା ୨୦ମିନିଟ ସମୟରେ ଚନ୍ଦ୍ର ପୃଥିବୀର ଉପଛାୟାରେ ପ୍ରବେଶ କରିବ। ଦିନ ୩ଟା ୨୦ମିନିଟରେ ଆଂଶିକ ଗ୍ରହଣ ଆରମ୍ଭ ହୋଇ ପୂର୍ଣ୍ଣଚନ୍ଦ୍ର ଗ୍ରହଣ ଅପରାହ୍ନ ୪ଟା ୩୪ରୁ ୫ଟା ୩୨ ମନିଟ ଯାଏ ଘଟିବ । ଆଂଶିକ ଗ୍ରହଣ ସନ୍ଧ୍ୟା ୬ଟା ୪୭ରେ ଶେଷ ହେବ । ଓଡ଼ିଶାରେ ଚନ୍ଦ୍ରଗ୍ରହଣ ସନ୍ଧ୍ୟା ୬ଟାରୁ ସନ୍ଧ୍ୟା ୬ଟା ୪୭ ଯାଏ […]

୨୩ରେ ନବନିର୍ମିତ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ଉସବ

ଭୁବନେଶ୍ୱର,୨୧।୨(ଏସଏସନିଉଜ) ବାରଙ୍ଗ ଓ ପଟିଆ ଅଞ୍ଚଳର ଥିବା ତଥା ନନ୍ଦନକାନନ ମୁଖ୍ୟଦ୍ଵାର ସମ୍ମୁଖରେ ରହିଥିବା କାନନକ୍ଷେତ୍ରର ସର୍ବ ପୁରାତନ ଜଗନ୍ନାଥମନ୍ଦିର ନୂତନ ଭାବେ ଗଢା ଯାଇଛି।ପ୍ରାୟ ୩କୋଟି ଟଙ୍କା ବ୍ୟୟ ବାରଦରେ ନିର୍ମିତ ଏହି ପୁରାତନ ମନ୍ଦିର ଓ ଏହାର ପରିସରକୁ ନୂଆ ରୂପ ଦିଆଯାଇଛି।ନୂଆ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଆସନ୍ତା ୨୩ ତାରିଖରୁ ୨୬ ତାରିଖ ଚାରିଦିନ ଧରି ମହାସମାରୋହରେ ଅନୁଷ୍ଠିତ ହେବାକୁ ଯାଉଛି ବୋଲି ମନ୍ଦିର ପରିଚାଳନା କମିଟି ସଭାପତି ସୁବାସ ଚନ୍ଦ୍ର ପାତ୍ର […]

ମାଗଣା ବଣ୍ଟନକୁ ସୁପ୍ରିମ୍‌ ଭର୍ତ୍ସନା

ଭୁବନେଶ୍ୱର,୧୯।୨(ଏସଏସନିଉଜ)ରାଜନୈତିକ ଦଳମାନଙ୍କ ଦ୍ୱାରା ମାଗଣା ବଣ୍ଟନକୁ କଡ଼ା ସମାଲୋଚନା କରାଯାଇଛି।ରାଜନୈତିକ ଦଳମାନଙ୍କର ଏହି କାମକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା କରାଯାଇଛି।ମାଗଣା ବଣ୍ଟନ ସରକାରୀ ଆର୍ଥିକ ସ୍ଥିତି ଉପରେ ପ୍ରଭାବ ପକାଉଛି ବୋଲି କୁହାଯାଇଛି।ଫ୍ରିବିଜ୍ ଯୋଜନା ମାଧ୍ୟମରେ ସମ୍ପଦ ବଣ୍ଟନ କରିବା ବଦଳରେ ରାଜନୈତିକ ଦଳମାନେ ଯୋଜନାବଦ୍ଧ ନୀତି ପ୍ରସ୍ତୁତ କରିବା ଉଚିତ୍ ବୋଲି କୁହାଯାଇଛି।ଏହି ନୀତି ଲୋକଙ୍କ ଜୀବନଶୈଳୀ ଉନ୍ନତ ପାଇଁ ଯୋଜନା ପ୍ରଦାନ କରିବ।ରାଷ୍ଟ୍ରର ଆର୍ଥିକ ବିକାଶ ମାଗଣା ବଣ୍ଟନ ଦ୍ୱାରା ବାଧାପ୍ରାପ୍ତ ହେବ।ରାଜ୍ୟଗୁଡ଼ିକ କ୍ଷତିରେ ଚାଲୁଛନ୍ତି […]

ଆଜିର ରାଶିଫଳ

ଫେବୃଆରୀ ମାସ ୧୩ ତାରିଖ ୨୦୨୬ ମସିହା (ଶୁକ୍ରବାର)ଫାଲଗୁନମାସ- କୃଷ୍ଣପକ୍ଷ,ତିଥି- ଏକାଦଶୀ ଦିବା ଘ୦୨/୪୫ ଗତେ ଦ୍ଵାଦଶୀ,ନକ୍ଷତ୍ର- ମୂଳା ଦିବା ଘ୦୫/୧୦ ଗତେ ପୁର୍ବାଷାଢ଼।,ସୁର୍ୟୋଦୟ-ପ୍ରାତଃଘ୦୬/୨୧/୧୫, ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୧/୪୬,ଯୋଗିନୀ ଅଗ୍ନିକୋଣେ ଦିବା ଘ୦୨/୪୫ ଗତେ ନୈରୁତକୋଣେ,ତୁଳା ଓ କୁମ୍ବ ରାଶିର ଘାତଚନ୍ଦ୍ର,ବିଛା,ଧନୁ ଓ ମୀନରାଶିର ଘାତବାର, ଏକାଦଶୀର ଏକୋଦିଷ୍ଟଶ୍ରାଦ୍ଧ,ମୃତେ ଦିବା ଘ୦୨/୪୫ ଗତେ ଏକ ପାଦ ପୁଷ୍କରଦୋଷ,କାଳବେଳା ଓ ବାରବେଳା- ଦିବା ଘ୦୯/୦୬ଗତେ ଘ୧୧/୫୫ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୫୮ ମଧ୍ୟେ ଓ ଘ୦୮/୪୪ ଗତେ ଘ୦୯/୦୫ ମଧ୍ୟେ […]

ସାବଧାନ ! କପି କଲେ ୫ ବର୍ଷ ଜେଲ୍

ଭୁବନେଶ୍ୱର,୧୦।୨(ଏସଏସନିଉଜ) ଫେବୃଆରୀ ୧୮ରୁ ଯୁକ୍ତ ଦୁଇ ଏବଂ ଫେବୃଆରୀ ୧୯ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି ।ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି ।ପରୀକ୍ଷାରେ ସ୍ୱଚ୍ଛତା ଆଣିବା ପାଇ ପରୀକ୍ଷାରେ କପି କଲେ ୫ ବର୍ଷ ଏବଂ ୧୦ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡ଼ିବ ।ଏହାସହ କପି ରୋକିବାକୁ AI ଏବଂ QR କୋଡ୍ ବ୍ୟବହାର ହେବ। AI କ୍ୟାମେରା ନଜରରେ ରହିବ ପରୀକ୍ଷା କେନ୍ଦ୍ର ।ପ୍ରଶ୍ନପତ୍ରର […]