Browsing category

ମନୋରଞ୍ଜନ

ମକରମେଳା ପାଇଁ ଟି-ସେତୁ ମନା

କଟକ,୨।୧(ଏସଏସନିଉଜ) ମକର ସଂକ୍ରାନ୍ତି ଅବସରରେ କଟକ ଜିଲ୍ଳା ବଡମ୍ବା ତହସିଲ ଅନ୍ତର୍ଗତ ସିଂହନାଥ ପୀଠରେ ଅନୁଷ୍ଠିତ ହେବାକୁ ଥିବା ମକର ମେଳା ପାଇଁ ଟି-ସେତୁ ଉପରେ ଯାନବାହନ ଚଳାଚଳ ନିଷେଧ କରାଯାଇଛି । ଆସନ୍ତା ୧୪ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ସିଂହନାଥ ପୀଠରେ ମକର ମେଳା ଅନୁଷ୍ଠିତ ହେବ । ମେଳା ଅବସରରେ ଜନସାଧାରଣଙ୍କ ସୁରକ୍ଷା, ସୁବିଧା ଓ ସୁଚାରୂ ରୁପେ ଭିଡ ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ଗତ ୨୪ ତାରିଖରେ ବଡମ୍ବା ବିଧାୟକ ଶ୍ରୀ […]

ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳନୃତ୍ୟ ମନା

ଭୁବନେଶ୍ୱର,୨।୧(ଏସଏସନିଉଜ)ଖଣ୍ଡଗିରି ମାଘ ମେଳା ପାଇଁ ଲାଗିବ ୧୦୦ଟି ସିସିଟିଭି।ବିଏମ୍‌ସିର ପ୍ରସ୍ତୁତି ବୈଠକରେ ପରେ ମେୟର ସୁଲୋଚନା ଦାସଙ୍କ ସୂଚନା ଦେଇଛନ୍ତି।ଚୋରି ରୋକିବା ପାଇଁ ଅଧିକ ପୋଲିସ ଫୋର୍ସ ମୁତୟନ କରାଯିବ।ସାଧୁସନ୍ଥଙ୍କ ପାଇଁ ରହିବା, ଖାଇବା ଓ ଶୌଚାଳୟ ବ୍ୟବସ୍ଥା ହେବ।ମୋଟ୍ ୭ଟା ପେଣ୍ଡାଲରେ ଯାତ୍ରା ପରିବେଷଣ ହେବ।ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପରିବେଷଣ କରିପାରିବେ ନାହିଁ ବୋଲି ମେୟର ସୂଚନା ଦେଇଛନ୍ତି।

୨୦୨୬ ମସିହା କିପରି କଟିବ ଜାଣନ୍ତୁ ?

ବର୍ଷକ ଯାକ କିପରି କଟିବ ଜାଣନ୍ତୁ? ଓଁ ଜଗନ୍ନାଥଂ ମହାବିଷ୍ଣୁଂ ବଳଭଦ୍ରଂସଦାଶିବଂ।ସୁଭଦ୍ରାଂବ୍ରହ୍ମଂଶକ୍ତିଂ ଚ ପ୍ରଣମାମିପୁନଃ ପୁନଃ।ଇଂ ୨୦୨୬ ମସିହାରେ ୧୨ଗୋଟି ରାଶିର ବ୍ୟକ୍ତି ବିଶେଷମାନଙ୍କ ପାଇଁ ଗୋଚରରେ ଗ୍ରହମାନଙ୍କର ସ୍ଥିତିକୁ ଅନୁଧ୍ୟାନକଲେ ବର୍ଷପ୍ରାରମ୍ଭରେ ରବି ଧନୁରାଶିରେ । ଚନ୍ଦ୍ରମା ବୃଷରାଶିରେ ।ମଙ୍ଗଳ ଧନୁରାଶିରେ । ବୁଧ ଧନୁରାଶିରେ ।ବୃହସ୍ପତି ମିଥୁନ ରାଶିରେ ।ଶୁକ୍ର ଧନୁରାଶିରେ । ଶନି ମୀନରାଶିରେ ,ରାହୁ କୁମ୍ଭରାଶିରେ ରହିବେ । କେତୁ ସିଂହରାଶିରେ ଅବସ୍ଥାନ କରିଛନ୍ତି ।ଶ୍ରୀ ଜଗନ୍ନାଥ ଆଷ୍ଟ୍ରୋଲୋଜି। ଗୁରୁ ୨।୬।୨୦୨୬ […]

ଅଫିସକୁ ଫୁଲତୋଡ଼ା ଓ ଡାଏରୀ ମନା

ଭଦ୍ରକ,୩୧।୧୨(ଏସଏସନିଉଜ) ଏସ୍‌ପି ଅଫିସକୁ ଫୁଲତୋଡ଼ା ଓ ଡାଏରୀ ନେଇ ଆସିବା ମନା କରାଯାଇଛି।ଇଂରାଜୀ ନୂତନବର୍ଷ ପାଇଁ ଭଦ୍ରକ ପୋଲିସ କଡ଼ା ପଦକ୍ଷେପ ଗ୍ରହଣ କରିଛି।ପୋଲିସ ଅଧିକାରୀ କିମ୍ୱା ବ୍ୟକ୍ତି ଫୁଲ ଓ ଡାଏରୀ ଆଣିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି।ଏଥିପାଇ ଆରକ୍ଷୀ ଅଧୀକ୍ଷକଙ୍କ ଅଫିସ୍‌ କାନ୍ଥରେ ଲାଗିଛି ତାଗିଦ୍ ପୋଷ୍ଟର୍।ଏସପି ମନୋଜ ରାଉତଙ୍କ ନିର୍ଦ୍ଦେଶକ୍ରମେ କଡ଼ା ନୋଟିସ୍ ଜାରି କରାଯାଇଛି।

ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ତ୍ରୁଟି !

ପୁରୀ,୩୧।୧୨(ଏସଏସନିଉଜ)ଶ୍ରୀଜଗନ୍ନାଥ ମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ଅଭିଯୋଗ ଆସିଛି।ଜଗା ସ୍ଥାନରେ ବଳିଆ ଓ ବଳିଆ ଜାଗାରେ ଜଗାକୁ ନେଇ ଅସନ୍ତୋଷ ଦେଖାଦେଇଛି।ଟେବୁଲ୍ କ୍ୟାଲେଣ୍ଡର, ଓ୍ୱାଲ୍ କ୍ୟାଲେଣ୍ଡର ଓ ଡାଏରୀରେ ସମାନ ଚିତ୍ର ରହିଛି।ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ କ୍ୟାଲେଣ୍ଡର ଛପା ଯାଇଛି।ପଟଚ୍ଚିତ୍ରରେ ଅଙ୍କା ଯାଇଥିବା ଚିତ୍ରକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ।ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସମୟର ଫଟୋରେ ମଧ୍ୟ ତ୍ରୁଟି ଦେଖାଦେଇଛିପ୍ରଥମେ ଦେବୀ ସୁଭଦ୍ରା, ପରେ ଶ୍ରୀଜଗନ୍ନାଥ ଓ ଶେଷରେ ଶ୍ରୀବଳଭଦ୍ରଙ୍କ ରଥଟଣା ଚିତ୍ର ରହିଥିବାର ଅଭିଯୋଗ […]

ଶ୍ରୀକ୍ଷେତ୍ର ଜଗିବେ ୭୦ପ୍ଲାଟୁନ

ପୁରୀ,୩୦।୧୨(ଏସଏସନିଉଜ) ନୂଆବର୍ଷରେ ଶ୍ରୀମନ୍ଦିର ଭିତର ଓ ବାହାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।ଶ୍ରୀମନ୍ଦିର ଭିତର ଓ ବାହାର ପଟ ରହିବ ବୋଲିସୂଚନା ଦେଲେ ପୁରୀ ଏସପି ପ୍ରତୀକ ସିଂ।ଶ୍ରୀମନ୍ଦିର ଭିତରେ ୧୫୨ଟି ଓ ବାହାରେ ୧୯୨ଟି ସିସିଟିଭି ଲାଗିଛି।ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ୭୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ।ସିଂହଦ୍ଵାର ଦେଇ ପ୍ରବେଶ ଓ ଅନ୍ୟ ୩ ଦ୍ଵାରରେ ପ୍ରସ୍ଥାନ ବ୍ୟବସ୍ଥା।ଶୃଙ୍ଖଳିତ ଦର୍ଶନ ପାଇଁ ମାର୍କେଟଛକ ଠାରୁ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି।ବର୍ଷର ଶେଷଦିନ ଓ ନୂଆବର୍ଷକୁ ଆଖି ଆଗରେ […]

୬୬ ବର୍ଷରେ ପାଦ ଥାପିଲା ନନ୍ଦନକାନନ

ଭୁବନେଶ୍ୱର,୨୯ା୧୨(ଏସଏସନିଉଜ) ବହୁ ଘାତପ୍ରତିଘାତକୁ ପାଥେୟକରି ନନ୍ଦନକାନନ ୬୬ ବର୍ଷରେ ପାଦଥାପିଛି ।ସୋମବାରଦିନ ନନ୍ଦନକାନନ ପାଳିଛି ତାର ୬୬ତମ ପ୍ରତିଷ୍ଠଦିବସ ।ନନ୍ଦନକାନନ ପରିସରରେ ଆୟୋଜିତ ଏହିଉସ୍‌ବରେ ଜଙ୍ଗଲ ଓ ପରିବେଶମନ୍ତ୍ରୀ ଗଣେଶରାମ ସିଂ ଖୁଂଟିଆ ମୁଖ୍ୟଅତିଥିଭାବେ ଯୋଗଦେଇ ଆଗାମିଦିନରେ ନନ୍ଦନକାନନ ବିଶ୍ୱସ୍ତରିୟ ଚିଡିଆଖାନା ହେବାକୁ ଯାଉଛି ।ଏଥିନିମନ୍ତେ ଯାହାଯାହା ଆବଶ୍ୟକ ସେହି ବିଧିବ୍ୟବସ୍ଥାକୁ ଅନୁସରଣକରି ଏହାର ରୁପରେଖ ବଦଳିବାକୁ ଯିବାର ପ୍ରକିୟା ଆରମ୍ଭ ହୋଇଯାଇଛି ବୋଲି ମନ୍ତ୍ରୀ କହିଥିଲେ ।ଜଙ୍ଗଲବିଭାଗ ପକ୍ଷରୁ ପ୍ରଦତ ଏକକାଳିନ ୧୨୦କୋଟି ଟଙ୍କା ବ୍ୟୟବରାଦରେ […]

ନୃତ୍ୟଶିଳ୍ପୀଙ୍କ ଶାସ୍ତ୍ରୀୟ ନୃତ୍ୟରେ ବିମୋହିତ ଦର୍ଶକ

ଭୁବନେଶ୍ୱର,୨୯ା୧୨(ଏସଏସନିଉଜ)ରାଜ୍ୟ ସଂସ୍କୃତି ବିଭାଗ ସହଯୋଗରେ ଦେବଦାସୀ ନୃତ୍ୟମନ୍ଦିର ଆନୁକୂଲ୍ୟରେ ୧୯ ତମ ଦେବଦାସୀ ଅନ୍ତଃରାଷ୍ଟ୍ରୀୟ ନୃତ୍ୟ ସମାରୋହର ସୋମବାର ଆଜି ଥିଲା ପ୍ରଥମ ଦିବସ ।୨ଦିନଧରି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ପ୍ରଥମଦିବସରେ ଦେବଦାସୀ ନୃତ୍ୟ ମନ୍ଦିରର ସଂସ୍ଥାପକ ଜଗବନ୍ଧୁ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନାସଭାରେ ପୂର୍ବତନ ସାଂସଦ ପ୍ରସନ୍ନ ପାଟଶାଣୀ, ଜଗନ୍ନାଥ ସଂସ୍କୃତି ଗବେଷକ ଗଦାଧର ମହାପାତ୍ର, ସନ୍ଧ୍ୟାବତୀ ପ୍ରଧାନ,ସମାଜସେବୀ ମିନତୀ ସାହୁ, ରଣା ପ୍ରତାପ ପାତ୍ର, ଲକ୍ଷ୍ମୀକାନ୍ତ ପାଲିତ, ପ୍ରସନ୍ନ ବିଷୋୟୀ ପ୍ରମୁଖ ଅତିଥି ରୂପେ […]

ଆଜିର ରାଶିଫଳ

ଡିସେମ୍ବରମାସ ୩୦ତାରିଖ ୨୦୨୫ମସିହା (ମଙ୍ଗଳବାର)ଶାମ୍ବଦଶମୀ ,ପୌଷମାସ- ଶୁକ୍ଳପକ୍ଷ ,ତିଥି-ଦଶମୀ ଦିବା୦୭/୩୨ଗତେ ଏକାଦଶୀ ,ନକ୍ଷତ୍ର-ଦ୍ଵିଜା ରାତ୍ରି ଘ୦୪/୨୪ ଗତେ କୃତ୍ତିକା ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୫/୩୮ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୪/୩୮ ,ଯୋଗିନୀ ଉତ୍ତରେ ଦିବା ଘ୦୭/୩୨ ଗତେ ଅଗ୍ନିକୋଣେ ,ମେଷରାଶିର ଘାତଚନ୍ଦ୍ର ,ମକରରାଶିର ଘାତବାର ,ଏକାଦଶୀ ର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ମୃତେ ଏକପାଦ ରାତ୍ରିଘ୦୪/୨୪ ଗତେ ଦ୍ଵୀପାଦ ଓ ରାତ୍ରି ଘ୦୪/ ୫୧ଗତେ ତ୍ରୀ ପାଦପୁସ୍କରଦୋଷ ,କାଳବେଳା -ଦିବା ଘ୦୧/୧୦ ଗତେ ଘ୦୨/୩୨ମଧ୍ୟେ ,ବାରବେଳା-ଦିବା ଘ୦୭/୪୫ ଗତେ ଘ୦୯/୦୯ମଧ୍ୟେ ,ବିଶୁଦ୍ଧ […]

ପ୍ରଥମଥର ପାଇଁ ମାହେଲା ଜୟଶ୍ରୀ

ଭୁବନେଶ୍ୱର,୨୮। ୧୨(ଏସଏସନିଉଜ)ନନ୍ଦନକାନନକୁ ନୂଆ ବର୍ଷ ଭେଟି ଦେଇଛି ବାଘୁଣୀ ଜୟଶ୍ରୀ। ପ୍ରଥମଥର ପାଇଁ ମା ହୋଇଛି ୩ବର୍ଷ ବୟସ୍କା ସାଧାରଣ ରଙ୍ଗର ବାଘୁଣୀ ଜୟଶ୍ରୀ। ପ୍ରାଣୀଉଦ୍ୟାନ ନନ୍ଦନକାନନର ବାଘୁଣୀ ଜୟଶ୍ରୀ ଶନିବାର ୩ଟି ଶାବକକୁ ପର୍ଯ୍ୟାୟକ୍ରମେ ଜନ୍ମ ଦେଇଛି। ସେଥିମଧ୍ୟରୁ ଦୁଇଟି ଶାବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଏକ ଶାବକକୁ ମା ଗ୍ରହଣ କରିନାହିଁ। ଫଳରେ ଜୀବିତ ଅବସ୍ଥାରେ ଶାବକକୁ ମାଆଠାରୁ ଅଲଗା କରାଯାଇ ଶିଶୁ ଲାଳନ ପାଳନ କେନ୍ଦ୍ରର ଆଇସିୟୁ ରେ ପ୍ରାଣୀ ଚିକିତ୍ସକଙ୍କ […]