Browsing category

ଦେଶ ବିଦେଶ

ଖୋଲିଲା ଶିମିଳିପାଳ

ବାରିପଦା,୨୭ା୧୨(ଏସଏସନିଉଜ) ମାସେହେଲା ସ୍ଥାନୀୟବାସିନ୍ଦାଙ୍କ ରାସ୍ତାଅବରୋଧ ଯୋଗୁଁ ବନ୍ଦଥିବା ଶିମିଳିପାଳ ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି । ଗତକାଲି ମିଳିତ ବୈଠକରେ ନିଷ୍ପତ୍ତି ପରେ ଆଜିଠୁ ଖୋଲିଛି ଶିମିଳିପାଳା ଚଳିତବର୍ଷ ପର୍ଯ୍ୟଟକଙ୍କ ପାଇଁ ଅକ୍ଟୋବର୧୪ରେ ଶିମିଳିପାଳ ଖୋଲାଯାଇଥିଲା। ତେବେ ବିଭିନ୍ନ ସମସ୍ୟା ନେଇ ସ୍ଥାନୀୟ ଜନସାଧାରଣଙ୍କ ରାସ୍ତା ଅବରୋଧ ଫଳରେ ମାସ ହେଲା ଶିମିଳିପାଳ ବନ୍ଦ ରହିଥିଲା। ପୂର୍ବ ନିଷ୍ପତ୍ତି ଅନୁଯାୟୀ, ପିଠାବଟା ଫାଟକ ଦେଇ ୨୫ଟି ଓ କାଳିଆଣି ଫାଟକ ଦେଇ ୩୫ଟି ଗାଡ଼ି ଅତିବେଶିରେ […]

ନନ୍ଦନକାନନକୁ ଆସିବ ମେଘୁଆଚିତା

ବାରଙ୍ଗ,୨୭ା୧୨(ଏସଏସନିଉଜ)ପ୍ରାଣିଉଦ୍ୟାନନନ୍ଦନକାନନକୁ ଜାନୁଆରୀ ମାସରେ ମେଘୁଆ ଚିତା ଅସିବାନେଇ ଉଦ୍ୟମ ଆରମ୍ଭ କରିଛି ନନ୍ଦନକାନନ ।କେବଳ ଚିତାନୁହେଁ ଏହାସହ ଦୁବାଇରୁ ଧଳା ସିଂହମଧ୍ୟ ଆସିବାକୁ ଯାଉଛି ।ଅଦଳବଦଳପ୍ରକିୟା ଓ ଉପହାରରେ ଏହାକୁ ଆଣିବାପାଇଁ ଯୋଜନା କରିଛି ନନ୍ଦନକାନନ ।ଏହାସହ କଲିକତା ଅଲିପୁର ଚିଡ଼ିଆଖାନାରୁ ଆଉ ଏକ ଜିରାଫ ମଧ୍ୟ ଅଣାଯିବ ବୋଲି ସୁଚନା ଦେଇଛନ୍ତି ପିସିସିଏଫ ସୁଶାନ୍ତ ନନ୍ଦା

ମାଲକାନଗିରିରୁ ଉଡ଼ିବ ବିମାନ

ମାଲକାନଗିରି,୨୬ା୧୨(ଏସଏସନିଉଜ) ଜାନୁଆରୀରେ ଉଦଘାଟିତ ହେବ ମାଲକାନଗିରି ବିମାନ ବନ୍ଦର । ମାଲକାନଗିରି ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ଅବତରଣ କରିବେ ଏବଂ ଜାନୁଆରୀ ଆରମ୍ଭରେ ଏହାର ଉଦଘାଟନ କରିବା ନେଇ ସ୍ବତନ୍ତ୍ର ସଚିବ ଭିନିଲ କ୍ରୀଷ୍ଣା ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି।ତେଣୁ ଯୁଦ୍ଧକାଳିନଭିତିରେ ବିମାନବନ୍ଦରକାମ ଚାଲିଥିବାବେଳେ ଶେଷ ପର୍ଯ୍ୟାୟରେ ପହଁଚିଥିବାର ଜଣାପଡିଛି । କୋଟଲିଗୁଡାଠାରେ ବିମାନବନ୍ଦର ନିର୍ମାଣଧୀନ ଚାଲୁ ରହିଛି। ବିମାନ ବନ୍ଦରର ରନୱେ କାମ ସମ୍ପୂର୍ଣ୍ଣ ଶେଷ ହୋଇଥିବା ବେଳେ କେବଳ ରନୱେରେ ହ୍ୱାଇଟ୍ ମାର୍କିଂ ବା ଲାଇନିଂ […]

ମୁଖ୍ୟମନ୍ତ୍ରୀଙ୍କୁ ଆସିଲା ନିମନ୍ତ୍ରଣ

ପୁରୀ,୨୬ା୧୨(ଏସଏସନିଉଜ)ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଜାନୁଆରୀ ୧୭ ତାରିଖରେ ଲୋକାର୍ପଣ ହେବାକୁଯାଉଛି ।ଏଥିନିମନ୍ତେ ଶ୍ରୀମନ୍ଦିରପ୍ରଶାସନ ପକ୍ଷରୁ ଆୟୋଜିତ ଭବ୍ୟ ଆୟୋଜନରେ ଦେଶର ପ୍ରମୁଖ ଦେବଦେବୀ ପୀଠ, ଚାରିଧାମର ପୀଠାଧୀଶ୍ୱର, ବିଶିଷ୍ଟ ଧର୍ମଗୁରୁ ଓ ଖ୍ୟାତନାମା ବ୍ୟକ୍ତିମାନଙ୍କୁ ନିମନ୍ତ୍ରଣ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ନିମନ୍ତ୍ରଣପତ୍ର ବାଣ୍ଟିବାପାଇଁ ରାଜ୍ୟ ଭିତରେ ୧୩ଟିଦଳ ଓ ରାଜ୍ୟ ବାହାରକୁ ୧୭ଟି ଦଳ କୁନେଇ ସମୁଦାୟ ୩୦ ପ୍ରତିନିଧି ଦଳ ପବିତ୍ର ମାର୍ଗଶିର ପୂର୍ଣ୍ଣିମାରୁ ବାହାରିଛନ୍ତି ।ଆଜି ଏକ ପ୍ରତିନିଧିଦଳ ପ୍ରଥମେ ଲିଙ୍ଗରାଜଙ୍କୁ […]

ସୋମବାର ନନ୍ଦନକାନନ ଖୋଲା

ବାରଙ୍ଗ,୨୪ା୧୨(ଏସଏସନିଉଜ)ଏଥର ବଡଦିନ ଓ ନୁଆବର୍ଷରେ ନନ୍ଦନକାନନକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ମଜା ଉଠାଇବେ ।ପ୍ରତି ସୋମବାର ନନ୍ଦନକାନନ ବନ୍ଦ ରହୁଥିବାବେଳେ ଏଥର ବଡଦିନ ଓ ନୁଆବର୍ଷ ସୋମବାର ପଡୁଅଛି ।ତେଣୁ ସୋମବାର ନନ୍ଦନକାନନ ବନ୍ଦ ରହିବା ଦ୍ୱନ୍ଦ ଉପରୁ ପର୍ଦାଉଠାଇଛନ୍ତି କର୍ତୁପକ୍ଷ ।ପୁର୍ବନିର୍ଦ୍ଧାରିତ ନୀୟାମାନୁସାରେ ସୋମବାର ଖୋଲା ରହି ମଙ୍ଗଳବାରଦିନ ପର୍ଯ୍ୟଟକମାନଙ୍କ ପାଇଁ ନନ୍ଦନକାନନ ବନ୍ଦ ରହିବ ବୋଲି ନନ୍ଦନକାନନ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।  

କେଜ୍ରିୱାଲଙ୍କ ପିଛାଛାଡ଼ୁନି ଇଡିଭୂତ

ଭୁବନେଶ୍ୱର,୨୩ା୧୨(ଏସଏସନିଉଜ) ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ତୃତୀୟଥର ପାଇଁ କେଜ୍ରିୱାଲଙ୍କୁଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜେରା ପାଇଁ ସମନ୍ କରିଛି ।ଦୁଇଦୁଇଥର ହାଜିରା ନଦେବାପରେ ଜାନୁଆରୀ ୩ରେ ଇଡିକାର୍ଯ୍ୟାଳୟରେ ହାଜର ହେବାକୁ କେଜ୍ରିୱାଲଙ୍କୁ ସମନ୍ ହୋଇଛି । ପ୍ରଥମେ ନଭେମ୍ବର ୨ ଓ ପରେ ଡିସେମ୍ବର ୨୧ରେ ହାଜର ହେବାକୁ ଦିଲ୍ଲୀମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ସମନ୍ କରିଥିଲା ଇଡି । ବହୁଚର୍ଚ୍ଚିତ ଦିଲ୍ଲୀ ମଦଦୁର୍ନୀତି ମାମଲାରେ ଆପ୍ ଦଳର ଦୁଇ ପ୍ରମୁଖନେତା ମନୀଷ ସିସୋଦିଆ ଏବଂ ସଞ୍ଜୟସିଂ ଗିରଫ ହୋଇ […]

ଏୟାରପୋର୍ଟରେ ବିରଳସାପ

ଭୁବନେଶ୍ୱର,୨୩ା୧୨(ଏସଏସନିଉଜ) ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଏୟାରପୋର୍ଟରୁ ବିରଳ ପ୍ରଜାତିର ସାପ ଉଦ୍ଧାର ହୋଇଛି ।ବ୍ୟାଙ୍କ୍‌କରୁ ମୁମ୍ବାଇ ଆସିଥିବା ଜଣେ ଯାତ୍ରୀଙ୍କ ବ୍ୟାଗ୍‌ରୁ ଏହି ସାପକୁ ଉଦ୍ଧାର କରାଯାଇଛି ।ଯାତ୍ରୀ ଜଣଙ୍କ ବେଆଇନ୍ ଭାବରେ ବିସ୍କୁଟ୍ ଓ କେକ୍ ପେଟିରେ ସାପଗୁଡ଼ିକୁ ଆଣିଥିବାର ଯାଂଚବେଳେ ଜଣାପଡିଥିଲା ।

ନନ୍ଦନକାନନରେ ୱାଲାବି

ବାରଙ୍ଗ,୨୨ା୧୨(ଏସଏସନିଉଜ) ଆଉ ଦିନକେଇଟା ପରେ ନନ୍ଦନକାନନକୁ ୬୩ପୁରୀ ୬୪ଚାଲିବା ଡିସେମ୍ବର ୨୯ ତାରିଖରେ ୬୪ତମ ପ୍ରତିଷ୍ଠା ଦିବସ ପାଳିବାକୁ ଯାଉଛି ନନ୍ଦନକାନନ ।ସବୁବର୍ଷ ପର‌୍ୟ୍ୟଟକଙ୍କୁ ନୁଆବର୍ଷର ଭେଟିଦେଉଥିବା ବେଳେ ନନ୍ଦନକାନନ ଚଳିତବର୍ଷ ପ୍ରତିଷ୍ଠା ଦିବସରରେ ପର‌୍ୟ୍ୟଟକଙ୍କୁ ନୁଆପ୍ରଜାତିର (କଙ୍ଗାରୁ ଜାତୀୟ)ୱାଲାବି ଭେଟିଦେବାକୁ ଯାଉଛି ।ଶୁକ୍ରବାରରାତିରେ ହଳେ ୱାଲାବି ଓ ହଳେ ଲିଭିଙ୍ଗଷ୍ଟୋନ ଟୁରାକୋ ନନ୍ଦନକାନନରେ ଆସି ପହଁଚିଛି । ହାଇଦ୍ରାବାଦର ଏକ ଘରୋଇ ସଂସ୍ଥାଠାରୁ ପ୍ରାୟ ୨୦ଲକ୍ଷଟଙ୍କା ରେ କ୍ରୟ କରାଯାଇ ୪ଅତିଥିଙ୍କୁ ନନ୍ଦନକାନନକୁ ଅଣାଯାଇଛି ।ୱାଲାବି […]

ପୁଣି କଡ଼ଲେଉଟିଲାଣି କରୋନା

ଭୁବନେଶ୍ୱର,୨୦।୧୨(ଏସଏସନିଉଜ)ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସୁଛି ‘କୋଭିଡ୍’ ସମୀକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ।ଆଜି କୋଭିଡ୍ ସ୍ଥିତିର ସମୀକ୍ଷା କରିବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ। ଉଚ୍ଚସ୍ତରୀୟ ବୈଠକ ଡାକିଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ।ଭିଡିଓ କନଫରେନ୍ସିଂ ଜରିଆରେ କରିବେ ସ୍ଥତିର ସମୀକ୍ଷା।ବୈଠକରେ ଯୋଗଦେବେ ସବୁ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀ ଓ ସଚିବ। କେରଳରେ କୋଭିଡ୍ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପରେ ସମୀକ୍ଷା ବୈଠକ ଆରମ୍ଭ ହେବାକୁ ଯାଉଛି।

ନିର୍ବାଚନ ଲଢ଼ି ପାରିବେନି ଟ୍ରମ୍ପ

ଭୁବନେଶ୍ୱର,୨୦।୧୨(ଏସଏସ ନିଉଜ)ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଝଟ୍‌କା।ରାଷ୍ଟ୍ରପତି ପଦ ପାଇଁ ଡୋନାଲ୍ଡ ଟ୍ରମ୍ପ ଅଯୋଗ୍ୟ ଘୋଷିତ ହୋଇଛନ୍ତି।କ୍ୟାପିଟାଲ୍ ହିଂସା ମାମଲାରେ ଟ୍ରମ୍ପଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି।ଅଯୋଗ୍ୟ ଘୋଷଣା କଲେ କୋଲୋରାଡୋ କୋର୍ଟ।ସମ୍ବିଧାନର ଚତୁର୍ଦ୍ଦଶ ସଂଶୋଧନଧାରା ୩ ଅନୁସାରେ କୋର୍ଟଙ୍କ ରାୟ ହୋଇଛି।ତେବେ , ରାୟକୁ ଉପର କୋର୍ଟରେ ଚାଲେଞ୍ଜ କରିପାରିବେ ଟ୍ରମ୍ପ ।