ଗାଁ ମୁହାଁ ପ୍ରବାସୀ ଶ୍ରମିକ

ସକାଳର ଖବର ,ତାରିଖ : ୨୦/୦୪/୨୦୨୧,ମଙ୍ଗଳବାର

୧-ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ଅଶୋକାଷ୍ଟମୀ ରଥଯାତ୍ରା, ଦିନ ୧୨ଟାରୁ ସଂଧ୍ୟା ପର୍ଯ୍ୟନ୍ତ ୧୪୪ଧାରା ଲାଗୁ ।
୨-ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି ଏଣିକି ରାଜ୍ୟର ସବୁ ଜିଲ୍ଲାର ସହରାଞ୍ଚଳ ଶନିବାର ଓ ରବିବାର ହେବ ସଟଡାଉନ ।
୩-ମଇ ୧ ତାରିଖ ଠାରୁ ୧୮ ବର୍ଷରୁ ଉର୍ଦ୍ଧ ସମସ୍ତ ନାଗରିକ ମାନଙ୍କ ପାଇଁ ଟୀକାକରଣ ପ୍ରକ୍ରିୟା ଅନିର୍ବର୍ଯ୍ୟ ଅଟେ, ସମସ୍ତ ସରକାରୀ ସଞ୍ଚାଳିତ କୋଭିଡି କେନ୍ଦ୍ରରେ କରୋନା ଟୀକ୍କା ମାଗଣାରେ ଉପଲବ୍ଧ ହେବ ।
୪-ପାଠ୍ୟକ୍ରମ ଶେଷ କରିବା ଲାଗି ଏଣିକି ଅନ୍‌ଲାଇନ୍‌ରେ ହେବ ଯୁକ୍ତ୨ ପାଠପଢ଼ା ।
୫-ବିବାହ ପାଇଁ ନୂଆ ନିୟମ , ଏଣିକି ୨୪ ଘଣ୍ଟା ପୂର୍ବରୁ ପ୍ରଶାସନକୁ ଦେବେ ବାହାଘରରେ ଆସିବାକୁ ଥିବା ୫୦ ଅତିଥିଙ୍କ ତାଲିକା ।
୬-ଓଡିଶାକୁ ପୁଣି ଥରେ ଫେରିବ ‘ପୋସ୍କୋ’, ୧୨ ବିଲିୟନ ଆମେରିକୀୟ ଡଲାର ଖର୍ଚ୍ଚ କରି ସମନ୍ବିତ ଇସ୍ପାତ ପ୍ଲାଣ୍ଟ ପ୍ରତିଷ୍ଠା କରିବ ।
୭-ଲକ ଡାଉନ ସମୟରେ କଳାବଜାରୀଙ୍କ ଉପରେ କଡା ନଜର ରଖିବାକୁ କେନ୍ଦ୍ରର ରାଜ୍ୟମାନଙ୍କୁ ନିର୍ଦ୍ଦେଶ ।
୮-ରାଜ୍ୟମାନଙ୍କୁ ମିଳିବ ୫୦ ପ୍ରତିଶତ ଟିକା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରସ୍ତାବ ଗ୍ରହଣ କଲେ କେନ୍ଦ୍ର ସରକାର ।
୯- ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଇଫ୍‌କୋ ପ୍ରତିଷ୍ଠା କରିବ ୪ ଅମ୍ଳଜାନ କାରଖାନା, ଏନେଇ ଇଫ୍‌କୋ ପରିଚାଳନା ନିର୍ଦେଶକ ଡ. ୟୁ.ଏସ୍ ଅବସ୍ତିଙ୍କ ସୂଚନା । ଓଡ଼ିଶାର ପାରାଦ୍ବୀପ ଓ ଅନ୍ୟଗୁଡ଼ିକ ଉତ୍ତର ପ୍ରଦେଶର ଅଁଳା ତଥା ଫୁଲପୁରଠାରେ ପ୍ରତିଷ୍ଠା ହେବ।
୧୦-ପୁଣି ରେଳ ବଗିରେ ହେବ ୩ ଲକ୍ଷ କୋଭିଡ୍‍ ଶଯ୍ୟା,ବର୍ତ୍ତମାନ ସୁଦ୍ଧା ୮୦୦ ଶଯ୍ୟା ସକୁର ବସ୍ତି ଷ୍ଟେସନରେ ପ୍ରସ୍ତୁତ ହୋଇ ରହିଛି ଏବଂ ଦିଲ୍ଲୀର ଆନନ୍ଦବିହାର ଷ୍ଟେସନ୍‍ ଖୁବ୍‍ ଶୀଘ୍ର ୨୫ଟି ବଗିକୁ କୋଭିଡ୍‍ କ୍ୟାବିନରେ ପରିବର୍ତ୍ତନ କରାଯିବ।
୧୧-ସଂକ୍ରମଣ ଦୃଷ୍ଟିରୁ UPSCର ସମସ୍ତ ପରୀକ୍ଷା ଓ ସାକ୍ଷାତକାର ସ୍ଥଗିତ ।
୧୨-ଜୁନ ୯ ପର୍ଯ୍ୟନ୍ତ ସ୍କୁଲ ଛୁଟି ଘୋଷଣା କଲେ ରାଜ୍ୟ ସରକାର ।
୧୩-ବାହାରିନ୍‌ରରେ ପ୍ରାଣ ହରାଇଥିବା ଓଡ଼ିଆ ଯୁବକ ଦେବାଶିଷ ସାହୁଙ୍କ ପରିବାରକୁ ମିଳିଲା ୨୧ଲକ୍ଷ ଟଙ୍କା ।
୧୪-ଦିଲ୍ଲୀ ୬ ଦିନ ଯାଏଁ ସମ୍ପୂର୍ଣ୍ଣ ଲକଡାଉନ ପରେ ଶ୍ରମିକଙ୍କ ଘର ବାହୁଡା । ଟ୍ରେନ ଓ ବସ୍ ଷ୍ଟାଣ୍ଡରେ ହଜାର ହଜାର ଶ୍ରମିକଙ୍କ ଭିଡ । ସେପଟେ ମୁମ୍ବାଇରେ ସଂକ୍ରମଣ ବଢୁଥିବା ଦେଖି ଗାଁ ମୁହାଁ ପ୍ରବାସୀ ଶ୍ରମିକ ।
୧୫-ଟିକା ଉତ୍ପାଦନ ବୃଦ୍ଧି କରିବା ପାଇଁ ସେରମ ଇନଷ୍ଟିଚ୍ୟୁଟକୁ ୩୦୦୦କୋଟି ଓ ଭାରତ ବାୟୋଟେକକୁ ୧୫୦୦କୋଟି ଟଙ୍କା ଋଣ ଦେବେ ସରକାର ।
୧୬-କରୋନା ପ୍ରଭାବ, ୧.୮% ଖସିଲା ବମ୍ବେ ଷ୍ଟକ୍‍ ବଜାର ସୂଚକାଙ୍କ ଓ ନିଫ୍ଟି ।
୧୭-ପ୍ରଥମ ଲହର ଅପେକ୍ଷା ଅଧିକ ଘାତକ ନୁହେଁ ଦ୍ୱିତୀୟ ଲହରୀ । ଆଇସିଏମଆର ଡିଜି କହିଲେ, ୭୦ ପ୍ରତିଶତରୁ ଅଧିକ ସଂକ୍ରମିତ ହେଉଛନ୍ତି ୪୦ବର୍ଷରୁ ଅଧିକ ବ୍ୟକ୍ତି ।
୧୮-ପୂର୍ବତନ ଶ୍ରୀଲଙ୍କା ଅଲରାଉଣ୍ଡର୍ ଦିଲହରା ୮ ବର୍ଷ ବାସନ୍ଦ, ଏକାଧିକ ଦୁର୍ନୀତି ବିରୋଧୀ ଶିକ୍ଷା କାର୍ଯ୍ୟକ୍ରମ ଯୋଗୁଁ ଆଇସିସିର ଏଭଳି ନିଷ୍ପତ୍ତି ।
୧୯-ଲଗାତାର ତୃତୀୟ ବର୍ଷ ପାଇଁ ସ୍ଥଗିତ ହେଲା କଳାହାଣ୍ତି କ୍ରିକେଟ କପ୍ ।
୨୦-ରାଜସ୍ଥାନକୁ ୪୫ ରନରେ ହରାଇଲା ଚେନ୍ନାଇ, ପଏଣ୍ଟ ଟେବୁଲ୍‌ର ଦ୍ଵିତୀୟ ସ୍ଥାନରେ ପହଞ୍ଚିଲା ଧୋନୀ ବାହିନୀ ।
ଅଧିକ ସତର୍କ ରହିବା ଦରକାର,କୋଭିଡ୍ ନିୟମ କଡ଼ାକଡ଼ି ପାଳନ କରିବା,ମାସ୍କ ପିନ୍ଧିବା, ଶାରୀରିକ ଦୂରତା ରଖିବା ଓ ନିୟମିତ ହାତ ଧୋଇବା । ଶୁଭ ସକାଳ,ସୁପ୍ରଭାତ ।

Comments (0)
Add Comment