ଭୁବନେଶ୍ୱର,୨୪।୩(ଏସଏସନିଉଜ)ଭାରତସରକାରଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟରେ କରାଯାଉଥିବା ପୂର୍ବସ୍ୱତନ୍ତ୍ର ସଙ୍ଘନସଂଶୋଧନ (ପ୍ରୀଏସ୍ ଆଇ ଆର)ରେ କାର୍ଯ୍ୟରେ କାର୍ଯ୍ୟରତ ବିଏଲଓ(ବୁଥ୍ ଲେବୁଲ୍ଅଫିସର) ସାଗରୀକା ନାୟକ ଗଣ୍ଡରପୁର-୨ରେ କାର୍ଯ୍ୟକରି ୧୦୦%ମ୍ୟାପିଙ୍ଗ କରିଛନ୍ତି।ସେ ଜଣେ ଅଙ୍ଗନବାଡିକର୍ମୀ ବାଲିପଡା -୧ଦାଢ଼ାପଞ୍ଚାୟତର ଅଟନ୍ତି।ସେ ଭୁବନେଶ୍ୱ ଉତ୍ତର ନିର୍ବାଚନମଣ୍ଡଳୀର ବୁଥନମ୍ବର-୧୬ ବିଏଲ୍ ଓ ଅଟନ୍ତି।ବୁଥ୍ ନଂ -୧୬ ହେଉଛି କଲ୍ୟାଣପୁରପଞ୍ଚାୟତର ଗଣ୍ଡରପୁର ମଝିସାହି ଓ କୁଅଁରସାହି । ସେଥିରେ ୧୨୪୧ଜଣଭୋଟର ଅଛନ୍ତି।ଏସଆଇଆର କାର୍ଯ୍ୟପୂର୍ବରୁ ପ୍ରୀଏସ୍ ଆଇଆର କାର୍ଯ୍ୟ ଶୁଶ୍ରୀ ଅର୍ଚ୍ଚନାଦାସ(ଏଇଆରଓ)ଙ୍କ ତତ୍ତ୍ୱାବଧାନରେ କରାଯାଉଥିଲା ।ସୁପର ଭାଇଜର ସୁଧାକର ବେହେରା ପରିଚାଳନାଦ୍ୱାରା ଅଙ୍ଗନବାଡିକର୍ମୀ ସାଗରୀକାନାୟକ ଭୋଟରମାନଙ୍କର ସଠିକ୍ ୧୦୦ଭାଗମ୍ୟାପିଙ୍ଗ କରି ପୁରସ୍କୃତ ହୋଇଛନ୍ତି।ଅଙ୍ଗବାଡିକର୍ମୀ ଗଣ୍ଡରପୁରଗ୍ରାମର ପ୍ରତ୍ୟେକଭୋଟରଙ୍କ ଘରକୁ ଘର ବୁଲି ଗଣ୍ଡରପୁରଗ୍ରାମର ଭୋଟରଙ୍କର ମ୍ୟାପିଙ୍ଗ କରିବାସହିତ ସେଠାକାର ବୋହୂମାନଙ୍କର ବାପଘରର ଠିକଣାଆଣି ସମ୍ପୂର୍ଣ୍ଣ ସଠିକ୍ ମ୍ୟାପିଙ୍ଗ କରିଛନ୍ତି । ଏହା ଗଣ୍ଡରପୁରଗ୍ରାମବାସୀଙ୍କ ମହଲର ଖୁସିରବାର୍ତ୍ତା ପହଁଚାଇଛି ।