ତମାଣ୍ଡୋ କପ୍ ଫୁଟବଲ

ଢେଙ୍କାନାଳର ପପୁଲାର ସ୍ପୋଟିଂ ସେମିରେ

ମେଣ୍ଢାଶାଳ, ୧୯ା୧୨(ଏସଏସନିଉଜ) ତମାଣ୍ଡୋ ମିନି ଷ୍ଟାଡିୟମରେ ଖେଳାଯାଉଥିବା ରାଜ୍ୟସ୍ତରୀୟ ୨୭ତମ ତମାଣ୍ଡୋ କପ୍ ଫୁଟବଲ ଟୁର୍ଣ୍ଣାମେଟଂର ଆଜିର ପ୍ରଥମ କ୍ୱାର୍ଟର ଫାଇନାଲ ମ୍ୟାଚରେ ଢେଙ୍କାନାଳର ପପୁଲାର ସ୍ପୋଟିଂ ବିଜୟୀ ହୋଇଛି । ଦଳ ୬-୫ସଡନଡେଥ ଗୋଲରେ ଗଣ୍ଡରପୁରର ୟୁନାଇଟେଡ ୟୁଥ କ୍ଲବକୁ ପରାସ୍ତକରି ସେମି ଫାଇନାଲ ପର‌୍ୟ୍ୟାୟକୁ ଉନ୍ନିତ ହୋଇଛି । ଗଣ୍ଡରପୁର ଦଳର ରାଜା ନାୟକ ଖେଳର ୪ମିନିଟରେ ଏକ ଦର୍ଶନୀୟ ଗୋଲ ଦେଇ ଦଳକୁ ଅଗ୍ରଣୀ କରାଇଥିବା ବେଳେ ଖେଳର ୫୦ମିନିଟରେ ବିପକ୍ଷ ଢେଙ୍କାନାଳ ଦଳର ବିଜୟ ଓରାମ ଗୋଲଟିକୁ ସୁଝାଇବାରେ ସକ୍ଷମ ହୋଇଥିଲେ । ଉଭୟଦଳ ୧-୧ରେ ସମାନସ୍ଥିତିରେ ଥିବାବେଳେ ମ୍ୟାଚ ସମୟ ଶେଷ ହୋଇଥିଲା । ପରେ ଟ୍ରାଇବେକର ଜରିଆରେ ମ୍ୟାଚର ଫଳାଫଳ ନିର୍ଣ୍ଣୟ କରାଯାଇଥିଲା । ଏଥିରେ ଗଣ୍ଡରପୁର ଦଳ ୫ବଲରୁ ୩ଟି ଗୋଲ ଦେଇଥିବାବେଳେ ଢେଙ୍କାନାଳ ଦଳ ମଧ୍ୟ ସମାନ ସଂଖ୍ୟକ ୩ଗୋଲ ସ୍କୋର କରିଥିଲେ । ଫଳରେ ମ୍ୟାଚ ୪-୪ଗୋଲରେ ଟାଇ ହୋଇଯାଇଥିଲା । ପରେ ସଡନଡେଥରେ ଢେଙ୍କାନାଳ ଦଳ ୬-୫ ଗୋଲ ବ୍ୟବଧାନରେ ବିଜୟୀ ହୋଇଥିଲା । ଉନ୍ନତ ଖେଳ ପ୍ରଦର୍ଶନ ନିମନ୍ତେ ପପୁଲାର ଦଳର ସରୋଜ ପ୍ରଧାନଙ୍କୁ ଆଜିର ଅତିଥି ଶିକ୍ଷାବିତ ଜମେଶ୍ୱର ଦାସ ପୁରଷ୍କୃତ କରିଥିଲେ । ଆଜିର ଖେଳକୁ ଟି ମୋହନ ରାଓ ସୁଜିତ ପାତ୍ର ଚନ୍ଦ୍ରକାନ୍ତ ବାରିକ ଓ ସୁଶାନ୍ତ ମିଶ୍ର ପରିଚାଳନା କରିଥିଲେ । ଆସନ୍ତା କାଲି ମଙ୍ଗଳବାର ଭୁବନେଶ୍ୱରର ଜଗା ୟୁନାଇଟେଡ ଓ କିଶୋର କ୍ଲବ ମଧ୍ୟରେ ମ୍ୟାଚ ଖେଳାଯିବ ବୋଲି ଆୟୋଜକ ଟିମ ପକ୍ଷରୁ କୁହାଯାଇଛି ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ) ।

Comments (0)
Add Comment